December 26, 2024

Odia Express

Leading Odia News Portal of Odisha

ମୋବାଇଲ ଦେଖିବାର ଅଭ୍ୟାସ କିପରି ଛାଡ଼ିବେ – ଯଦି ଆପଣ ମୋବାଇଲ ଅଧିକ ଦେଖୁଛନ୍ତି ତେବେ ଏହି ଉପାୟ ଆଜିଠୁ ଆରମ୍ଭ କରିଦିଆନ୍ତୁ..

ଆଜି ଆମେ ଆପଣଙ୍କୁ ୪ଟି ଜିନିଷ କହିବୁ ଯାହା ଦ୍ୱାରା ଆପଣ ମୋବାଇଲ ଦେଖିବା ଅଭ୍ୟାସରୁ ବାହାରକୁ ଆସିପାରିବେ।ତାହା ପୂର୍ବରୁ ମୁ ଆପଣଙ୍କୁ ଗୋଟେ କଥା କହିବି ଯେମିତି ସେହି ୪ଟି ଟିପସ ବେକାର ନ ଯିବ।ଗୋଟେ ସର୍ଭେ କରାଯାଇଥିଲା ଏବଂ ସର୍ଭେରେ ଏହା ମିଳିଲା କି ଯେବେ କିଏ ମଦ ପିଇକରି ଗାଡି ଚଳାଇଥାଏ ସେତେବେଳେ ତାଙ୍କ ମୁଣ୍ଡ ତାଙ୍କ ସାମ୍ନାକୁ ଯାହା ଯାହା ଆସିଥାଏ ତାହା ପ୍ରତି ରେସ୍ପନ୍ଦ କରିବା ବନ୍ଦ କରିଦିଏ।ଦୁଃଖର କଥା ଏହା କି ଏକ ଗାଡି ଚଳାଉଥିବା ବ୍ୟକ୍ତିର ଧ୍ୟାନ ଯେତେ ମଦ ପିଇକରି ହଟିଥାଏ ସେତେ ହଟିଥାଏ ମୋବାଇଲ ଦେଖିକରି।ଏହାର ଅର୍ଥ କି ଏହି ମୋବାଇଲ ଆପଣଙ୍କ ଜୀବନ ପାଇଁ କୌଣସି ନିଶାଠୁ ମଧ୍ୟ କମ ନୁହଁ।ଆମେରିକାର ଏକ ସର୍ଭେରେ ଏହା ଜଣାପଡିଲା କି ଯେଉଁମାନେ ସେଠାରେ ସ୍ମାର୍ଟଫୋନ ବ୍ୟବହାର କରନ୍ତି ତାଙ୍କ ମଧ୍ୟରୁ ୫୦ ପ୍ରତିଶତ ତାହା ବିନା ବଞ୍ଚିପାରିବେ ନାହିଁ।

ବିଶ୍ୱର ପାଖାପାଖି ୬୬ ପ୍ରତିଶତ ଲୋକ ଆଜି ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ଏବଂ ପ୍ରତ୍ୟେକ ପଞ୍ଚମ ମଣିଷ ଏକ ସପ୍ତାହ ଯାଏ ମୋବାଇଲ ବିନା ରହିପାରିବ ନାହିଁ।ଏକ ମଣିଷ ଗୋଟେ ଦିନରେ ୧୫ ଥର ହସିଥାଏ କିନ୍ତୁ ସ୍ମାର୍ଟଫୋନକୁ ୧୫୦ ଥର ଖୋଲିଥାଏ।୫ ରୁ ୩ ଲୋକ ଏମିତି ଅଛନ୍ତି ଯାହାକୁ ପ୍ରତି ୧ ଘଣ୍ଟାରେ ମୋବାଇଲକୁ ଛୁଇଁବାକୁ ହି ପଡ଼ିଥାଏ।ଅଧାରୁ ଅଧିକ ସ୍ମାର୍ଟଫୋନ ୟୁଜର ଏମିତି ଅଛନ୍ତି ଯିଏ ନିଜ ସ୍ମାର୍ଟଫୋନକୁ କେବେ ଅଫ କରନ୍ତି ନାହିଁ।୪ ରୁ ୩ ଜଣ ଲୋକ ଏହା ମାନିଛନ୍ତି କି ସେମାନେ ଗାଡି ଚଳାଉଥିବା ସମୟରେ ମୋବାଇଲରେ ମେସେଜ ପଠାଇଛନ୍ତି।ପାଖାପାଖି ଅଧା ଛୁଆ ସକାଳୁ ଉଠିବା ପରେ କମସେ କମ ୫ ମିନିଟ ଯାଏ ନିଜ ଫୋନ ନିଶ୍ଚୟ ବ୍ୟବହାର କରିଥାନ୍ତି।

୮୫ ପ୍ରତିଶତ ଲୋକଁ ସେବେବି ନିଜ ଫୋନକୁ ବ୍ୟବହାର କରିଥାନ୍ତି ଯେତେବେଳେ ସେ ସେହି ଫୋନରେ କାହା ସହ କଥା ହଉଥାନ୍ତି।କେତେକ ଲୋକ ଏମିତି ଅଛନ୍ତି ଯିଏ ରାତିରେ ଫୋନରେ ବାରମ୍ବାର ସମୟ ଦେଖିଥାନ୍ତି କିନ୍ତୁ ଯେତେବେଳେ ଆଲାରାମ ବାଜିଥାଏ ସେତେବେଳେ ସେ ଉଠିପରନ୍ତି ନାହିଁ।ଗୋଟେ ମୋବାଇଲ ପଛରେ ଜଣେ ମଣିଷ ନିଜ ଜୀବନର ୫ ରୁ ୬ ବର୍ଷ ନଷ୍ଟ କରିଦିଏ।କେତେକ ଲୋଜ ଏମିତି ବି ଅଛନ୍ତି ଯିଏ ନିଜ ଫୋନକୁ ନିଜଠୁ ୪ ଫୁଟ ଦୂର ମଧ୍ୟ କରିପାରନ୍ତି ନାହିଁ।ଯଦି ଏମିତି ଚାଲିବ ତ ଅସୁଥିବା ସମୟରେ ଏହାର ବ୍ୟବହାରକୁ କଣ୍ଟ୍ରୋଲ କରିବା ପାଇଁ ମଧ୍ୟ ଆଇନ ତିଆରି ହୋଇପାରେ।ଆଜି ଯଦି ଏହି ଫୋନ ନଥାନ୍ତା ତାହେଲେ ଏମିତି କେଉଁ ଜିନିଷ ଅଛି ଯାହା ଆପଣଙ୍କ ନିଦ ଭାଙ୍ଗିଥାନ୍ତା ଏବଂ କଣ ଅଛି ଯାହା ପଢିବା ମଝିରେ ଆପଣଙ୍କୁ ଡିଷ୍ଟର୍ବ କରିଥାନ୍ତା।

ଏବେ ଜାଣନ୍ତୁ କିପରି ଆପଣ ନିଜ ଫୋନଠୁ ଦୂରକୁ ଯାଇପାରିବେ।ନମ୍ବର ୧ ହଉଛି ଘରର ଏକ ରୁମକୁ ସ୍ମାର୍ଟଫୋନ ଫ୍ରି ଜୋନ କରନ୍ତୁ ଏବଂ ଯେତେବେଳେ ଲୋକ ସେଇଠି ବସିବେ ସେଠି କେହି ସ୍ମାର୍ଟଫୋନ ବ୍ୟବହାର କରିବ ନାହିଁ।କମସେ କମ ଗୋଟେ ରୁମ ଏମିତି ରହିବା ଉଚିତ।ନମ୍ବର ୨ ହଉଛି ମୋବାଇଲକୁ ଯେବେ ବ୍ୟବହାର କରନ୍ତି ନାହିଁ ତାହାର ଏକ ଜାଗା ଠିକ କରନ୍ତୁ।ନିଜ ଘରେ ଏବଂ ନିଜ ରୁମରେ ଏମିତି ଜାଗା ତିଆରି କରନ୍ତୁ ଯାହା କେବେଳ ସ୍ମାର୍ଟଫୋନ ପାଇଁ ହଉଥିବ।ଯଦି କାହା ସହ ଆପଣ କଥା ହେବାକୁ ଚାହୁଛନ୍ତି ତାହେଲେ କଥା ହେବେ ଏବଂ ଫୋନ ସେଇଠି ରଖିଦିଅନ୍ତୁ।ନମ୍ବର ୩ ହଉଛି ନିଜର ସବୁ ନୋଟିଫିକେସନକୁ ଅଫ କରିଦିଅନ୍ତୁ।ଯଦି କୌଣସି ଆପ ବ୍ୟବହାର କରିବାକୁ ଚାହୁଁଛନ୍ତି ତାହେଲେ ତାହାକୁ ସିଧା ସିଧା ଖୋଲନ୍ତୁ।ନମ୍ବର ୪ ହଉଛି ଯାହା ଅତିଆବଶ୍ୟକ ଆପ ଅଛି ତାହାକୁ ନିଜ ଫୋନରେ ରଖନ୍ତୁ ଏବଂ ଆଉ ସବୁକୁ ଡିଲିଟ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *