October 22, 2024

Odia Express

Leading Odia News Portal of Odisha

ଅମ୍ଳଜାନ ସ୍ତର ବଢ଼ାଇବାର ଘରୋଇ ଉପଚାର – ନିଶ୍ଚୟ ଜାଣିଥାନ୍ତୁ ଆପଣଙ୍କ କାମରେ ଆସିପାରେ ଏହି ଉପାୟ..

ବନ୍ଧୁମାନେ ଆପଣ ଜାଣିଥିବେ କି କୋରୋନା ମହାମାରୀ କିପରି ଭାବେ ପୁରା ବିଶ୍ଵ ଓ ବିଶେଷ ରୁପରେ ଆମ ଦେଶରେ ଆତଙ୍କ ସୃଷ୍ଟି କରିଅଛି।ଏହା ଏତେ ଶୀଘ୍ର ବ୍ୟାପି ଚାଲିଛିକି ଆମକୁ କିଛି ମଉକା ହିଁ ମିଳୁନାହିଁ।ଦିନ କୁ ଦିନ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି।ଆଉ ଗତ ଦେଢ଼ ବର୍ଷ ହେବ ଆମେ ଘରେ ବନ୍ଦ ହୋଇ ପଡ଼ିରହିଛେ।

କେତେ ଲୋକଙ୍କର କୋରୋନାରେ ପୀଡ଼ିତ ଥିଲେ ମଧ୍ୟ କିଛି ଲକ୍ଷଣ ଦେଖା ଯାଇ ନଥାଏ।କିନ୍ତୁ କିଛି ଲୋକଙ୍କର ଲକ୍ଷଣ ଗୁଡ଼ିକ ଭଲ ଭାବରେ ଦେଖା ଯାଇଥାଏ।ତେବେ ସେ ଲକ୍ଷଣ ଗୁଡ଼ିକ ମଧ୍ୟରେ ସବୁଠାରୁ ମାରାତ୍ମକ ଲକ୍ଷଣ ହେଉଛି, ରକ୍ତରେ ଅମ୍ଳଜାନ ସ୍ତରରେ କମିଯିବା।ପ୍ରଥମେ ପ୍ରଥମେ ହସ୍ପିଟାଲ୍ ଗୁଡିକରେ ଅମ୍ଳଜାନର ଅଭାବ ନଥିଲା।କାରଣ ସେ ସମୟରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ୍ କମ୍ ଥିଲା।କିନ୍ତୁ ଏବେ ଆମ ଦେଶରେ ଦିନକୁ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି ଯାହା ଭିତରୁ ବହୁ ଲୋକ ଅମ୍ଳଜାନ ନ ପାଇ ବହୁତ୍ କଷ୍ଟ ଭୋଗୁଛନ୍ତି ଓ ବହୁତ୍ ଲୋକ ମଧ୍ୟ ଅମ୍ଳଜାନ ନ ପାଇ ମୃତ୍ୟୁବରଣ କରୁଛନ୍ତି।

ଆମେ ଖାଇବା ବିନା ୩ସପ୍ତାହ ବଞ୍ଚିକି ରହି ପାରିବା, ପାଣି ବିନା ୩ଦିନ ବଞ୍ଚିକି ରହି ପାରିବା କିନ୍ତୁ ବିନା ଅମ୍ଳଜାନରେ ଆମେ ବହୁତ୍ କମ୍ ସମୟ ବଞ୍ଚିକି ରହିପାରିବା।ଯେତେବେଳେ ଆପଣଙ୍କ ଶରୀରରେ ଅମ୍ଳଜାନର ଅଭାବ ହେଇଥାଏ, ଆପଣଙ୍କୁ ହାଲିଆ ଲାଗିଥାଏ, ଆପଣଙ୍କ ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ ହେଇଥାଏ, ଏହା ସହ ଆପଣଙ୍କ ଦେହ ହାତ ନୀଳ ପଡ଼ିବା ଆରମ୍ଭ ହେଇ ଯାଇଥାଏ।ଅମ୍ଳଜାନ କମି ଯିବା ଦ୍ଵାରା ଛାତିରେ କଷ୍ଟ ଅନୁଭବ ହେଇଥାଏ, କାଶ ହେଇଥାଏ ଓ ମୁଣ୍ଡ ବିନ୍ଧା ହେଇଥାଏ।

ତେବେ ଆଜି ଏଠାରେ ଆପଣ ଗୋଟେ ବହୁତ୍ହି ଜବରଦସ୍ତ ଘରୋଇ ଉପଚାର ଜାଣିବେ ଯାହା ଦ୍ଵାରା ଆପଣଙ୍କର ଅମ୍ଳଜାନ ସ୍ତର ସହଜରେ କମିବ ନାହିଁ।ତେବେ ଯଦିବି ଆପଣ କୋରୋନା ଆକ୍ରାନ୍ତ ନୁହନ୍ତି ତାହେଲେ ବି ଆପଣ ଉପଚାରଟିକୁ ବ୍ୟବହାର କଲେ ଆପଣଙ୍କ ଫୁସଫୁସ୍ ସୁସ୍ଥ ରହିବ।

ଏଥିପାଇଁ ଆପଣଙ୍କୁ ବେଶୀ ଜିନିଷର ଆବଶ୍ୟକତା ପଡ଼ିବନି।ସର୍ବ ପ୍ରଥମେ ଗୋଟେ ପାତ୍ରରେ ୨ ଗ୍ଲାସ ପାଣି ନିଅନ୍ତୁ।ସେଥିରେ ଅଳ୍ପ ଯଷ୍ଟିମଧୁ ପାଉଡର ପକାନ୍ତୁ।ଯଦି ପାଉଡର ନାହିଁ ତେବେ ୨-୩ ଖଣ୍ଡକୁ ଗୁଣ୍ଡ କରି ପକାନ୍ତୁ।ଏହାପରେ ପାଣି ଗରମ କରି ଚାଲନ୍ତୁ, ସେତେ ପର୍ଯ୍ୟନ୍ତ ଗରମ କରନ୍ତୁ ଯେତେ ପର୍ଯ୍ୟନ୍ତ ସେ ପାଣି ୨ ଗ୍ଲାସରୁ କମି କମି ୧ ଗ୍ଲାସ ନ ହେଇଛି।ଏହାପରେ ସେ ପାଣିକୁ ଛାଣି ଦିଅନ୍ତୁ।ଏବେ ସେଥିରେ ଏକ ଚାମଚ୍ ଅଦାରସ ପକାନ୍ତୁ।ଅଦା ଆମକୁ କୌଣସି ପ୍ରକାରର ଶ୍ୱାସ ରୋଗ ଓ କଫରୁ ମୁକ୍ତି ଦେଇଥାଏ ଓ ଆମ ଫୁସଫୁସ୍ କୁ ସଫା କରିଦେଇଥାଏ।ଏହାପରେ ସେଥିରେ ଏକ ଚାମଚ୍ ଲେମ୍ବୁ ରସ ପକାନ୍ତୁ।ଲେମ୍ବୁ ମଧ୍ୟ ଥଣ୍ଡାକାଶରୁ ରକ୍ଷା କରିଥାଏ।ଏଥିରେ ଥିବା ଭିଟାମିନ ସି ରୋଗ ପ୍ରତିଶୋଧକ ଶକ୍ତି ବଢାଇ ଦିଏ।ଏବେ ଏ ସବୁକୁ ଭଲରେ ଗୋଳାଇ ଦିଅନ୍ତୁ।

ତେବେ ଏହାକୁ ସକାଳେ ଖାଲି ପେଟରେ ସେବନ କଲେ ଆପଣଙ୍କ ଅମ୍ଳଜାନ ସ୍ତର ୯୫ ପ୍ରତିଶତରୁ ଅଧିକା ହେଇ ରହିଥାଏ।ଏହାର ବ୍ୟବହାରର ପ୍ରଥମ ଦିନରୁ ହିଁ ଆପଣଙ୍କୁ ଲାଭ ମିଳିଯିବ।

Leave a Reply

Your email address will not be published. Required fields are marked *