October 22, 2024

Odia Express

Leading Odia News Portal of Odisha

ଉକୁଣୀରୁ କିପରି ରକ୍ଷା ପାଇବେ।ଉକୁଣୀ ସଫା କରିବା ପାଇଁ ଘରୋଇ ଉପାୟ – ଡାକ୍ତର ମଧ୍ୟ ଏହି କଥା କୁ ଉପଦେଶ ଦିୟନ୍ତି..

ମୁଣ୍ଡରେ ଉକୁଣୀ ଏକ ବହୁତ୍ ବଡ଼ ସମସ୍ୟା ହୋଇଥାଏ।ବିଶେଷ କରି ଏହା ଛୋଟ ପିଲା ମାନଙ୍କ ଠାରେ ବହୁତ୍ ଅସୁବିଧା କରିଥାଏ।ଛୋଟ ପିଲା ମାନେ ସ୍କୁଲ ଯାଆନ୍ତି,ସାଙ୍ଗ ସାଥି ହୋଇ ଖେଳନ୍ତି,ଏହା ଯୋଗୁଁ ଉକୁଣୀ ହୋଇଥାଏ।ଯଦି ଗୋଟିଏ ପିଲା ମୁଣ୍ଡରେ ଉକୁଣୀ ହୁଏ ତ ପରେ ଏହା ଅନ୍ୟ ସମସ୍ତ ପିଲା ଓ ପରିବାର ମାନଙ୍କ ଠାରେ ବି ଦେଖା ଦିଏ। ତ ଏହାଠୁ ଛୁଟି କେମିତି ମିଳିବ,ଆଜି ମୁଁ ଆପଣ ମାନଙ୍କୁ ଏକ ବହୁତ୍ ଲାଭକାରି ଦେଶୀ ଉପାୟ କହିବି ଯାହା ଦ୍ଵାରା ଆପଣ ଙ୍କ ମୁଣ୍ଡ ରୁ ଉକୁଣୀ ସବୁଦିନ ପାଇଁ ଚାଲିଯିବ।

ବଜାରରେ ଯେଉଁ ସବୁ ଉକୁଣୀ ମାରିବା ପାଇଁ ଔଷଧ ମିଳିଥାଏ,ସେସବୁ ଉକୁଣୀ ତ ମାରି ଥାଏ,କିନ୍ତୁ ଯେବେ ସେ ଉକୁଣୀ କୁ ମରିଥାଏ ତ ଏହା ପାଖରେ କିଛି ତ କେମିକାଲ ଅଛି ଯାହା କୀଟନାଶକ ପରି କାମ କରୁଛି ଯାହା ଆପଣଙ୍କ ପିଲା ର ମୁଣ୍ଡରେ ଖରାପ ପ୍ରଭାବ ପକାଇ ଥାଏ।ଆଜି ମୁଁ ଆପଣଙ୍କୁ ଏକ ଘରୋଇ ଉପାୟ କହିବି ଯାହା ଆପଣଙ୍କ ମୁଣ୍ଡ ରୁ ଉକୁଣୀ ତ ଦୂର କରିବ ଓ କିଛି ଖରାପ ପ୍ରଭାବ ପକାଇବ ନାହିଁ।

ଆପଣଙ୍କୁ ପ୍ରଥମେ ୧୦୦ରୁ ୧୫୦ ଗ୍ରାମ ନିମ୍ବ ପତ୍ର ଆଣିବାକୁ ହେବା ଓ ଏହା ସତେଜ ଥିବା ଦରକାର।ଏହାକୁ ୨୫୦ ରୁ ୩୦୦ ଗ୍ରାମ ପାଣି ରେ ସିଝାଇ ଦିଅନ୍ତୁ।ଏହା ଭଲ ଭାବରେ ସିଝି ଯିବା ପରେ ଏହାକୁ ଛାଣି କରି ରଖନ୍ତୁ।ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ।ଏହା ପୁରା ଥଣ୍ଡା ହୋଇଯିବ ପରେ ଏହି ପାଣିକୁ ପିଲା ର ମୁଣ୍ଡ ରେ ଲଗାଇ କରି ଅଧ ଘଣ୍ଟା ପର୍ଯ୍ୟନ୍ତ ରଖିଦେବେ। ତା ପରେ ଥଣ୍ଡା ପାଣି ରେ ମୁଣ୍ଡ ଧୋଇଦେବେ।ଉକୁଣୀ ନିମ୍ବ ର ବାସ୍ନା ପାଇବା ମାତ୍ରେ ସେ ଜାଗା ଛାଡି ଚାଲିଯିବେ।

ଦ୍ଵିତୀୟ ଉପାୟ ହେଉଛି ପିଆଜ ର ରସ।ଏକ ପିଆଜ କୁ ଛୋଟ ଛୋଟ ଖଣ୍ଡ ରେ କାଟି ଦେବା ପରେ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରିଦେବ। ତା ପରେ ଏହାକୁ ଛାଣି ଦେବେ।ଏହାକୁ ଭଲ ଭାବେ ମୁଣ୍ଡ ରେ ମସାଜ୍ କରିଦେବେ ଓ ଅଧ ଘଣ୍ଟା ସେମିତି ଛାଡ଼ିଦେବେ।ଉକୁଣୀ ପିଆଜ ରସ ଶୁଙ୍ଘିବା କ୍ଷଣି ସେ ଜାଗା ଛାଡି ପଳାଇବେ। ଏହା ପରେ ପାଣି ରେ ଭଲ ଭାବେ ଧୋଇ ଦେବେ।ଏପରି କରିବା ଦ୍ବାରା ଆପଣ ଉକୁଣୀ ମୁକ୍ତ ହୋଇପାରିବେ।ଏହା ଆପଣଙ୍କ ମୁଣ୍ଡ ବା ବାଳ ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ।

Leave a Reply

Your email address will not be published. Required fields are marked *