ଏହି ଜିନିଷ କରନ୍ତୁ ଗୋଟିଏ ଥର, ଖାସ,ଗଳାରେ ଜମିଥିବା କଫ ସଙ୍ଗେ ସଙ୍ଗେ ଠିକ ହୋଇଯିବ…
ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କ ପାଇଁ କରୋନାରୁ ବର୍ତ୍ତିବା ପାଇଁ ଏକ ସମ୍ପୂର୍ଣ ଘରୋଇ ଉପାୟ କହିବି।ଏହାର କୌଣସି ବି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।ଆପଣଙ୍କ ଘରେ ମିଳୁଥିବା ଜିନିଷରେ ଆପଣ ଏହାକୁ ତିଆରି କରିପାରିବେ।ଏବେ ଲକଡାଉନରେ ଆପଣଙ୍କୁ ଜିନିଷ ପାଇଁ ହଇରାଣ ହେବାକୁ ପଡିବ ନାହିଁ।
ସବୁଠୁ ପ୍ରଥମେ ଆପଣ ନେବେ ଗୋଟିଏ ଖଣ୍ଡ ଅଦା।ଏହାକୁ ଭଲ ଭାବେ ଧୋଇଦେବେ କାରଣ ଏଥିରେ ମାଟି ଲାଗି ଥାଇପାରେ।ଏହାକୁ ଭଲ ଭାବେ ଗ୍ରେଡ କରିଦେବେ।ଏବେ ଆପଣ ଏହାର ରସ ବାହାର କରିବେ।ଆପଣ ଏକ କପଡା ଦ୍ଵାରା ଅଦାକୁ ଚିପୁଡି ଦେବେ।ଯେଉଁ ଶୁଖିଲା ଅଦା ଗୁଣ୍ଡ ବଳିଯାଇଥିବ ତାହା ଦ୍ଵାରା ଆପଣ ବହୁତ କାମ କରିପାରିବେ।ଏହାକୁ ଆପଣ ବନ୍ଦ ନାକ ଖୋଲିବାରେ ବ୍ୟବହାର କରିପାରିବେ।ଆପଣ ଏକରୁ ଦଶ ବର୍ଷ ପର୍ଯ୍ୟନ୍ତ ପିଲା ମାନଙ୍କ ପାଇଁ ଏକ ଚାମଚ ଅଦା ରସ ନେବେ।ଏବେ ଆପଣ ଏଥିରେ ଏକ ଚାମଚ ମହୁ ମିଶାଇ ଦେବେ।ଅଦା ରସ ଓ ମହୁର ମାତ୍ରା ସମାନ ରହିବା ଦରକାର।ଏବେ ଆପଣ ଏଥିରେ ଅଳ୍ପ ସୈନ୍ଧା ଲୁଣ ପକାଇ ଦେବେ।ଆପଣ ଛୋଟ ପିଲା ମାନଙ୍କୁ ଦୁଇ ତିନି ବୁନ୍ଦା ଚଟାଇ ଦେବେ।ଏହାର ଅଧଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ପାଣି କି କ୍ଷୀର କିଛି ବି ଖୁଆଇବେ ନାହିଁ।
ଏବେ ବଡ ଲୋକ ମାନଙ୍କ ପାଇଁ ଆପଣ ଏକ ହେମଦସ୍ତାରେ ଚାରୋଟି ଗୋଲମରିଚ,ଲବଙ୍ଗ ଓ ଗୋଟିଏ ଛୋଟ ଖଣ୍ଡ ଡାଲଚିନି।ଏହାକୁ ଭଲ ଭାବେ ଗୁଣ୍ଡ କରି ଏକ ଛୋଟ ପାତ୍ରରେ ରଖନ୍ତୁ।ଅଦା ରସକୁ ଦୁଇ ଚାମଚ ସେହି ଗୁଣ୍ଡରେ ମିଶାଇ ଦେବେ।ଏବେ ଆପଣ ଏଥିରେ ଏକ ଚାମଚ ହଳଦୀ ମିଶାଇ ଦେବେ।ହଳଦିରେ ଜୀବାଣୁ ମାରିବାର କ୍ଷମତା ରହିଥାଏ।ଆପଣ ଧ୍ୟାନ ରଖିବେ ଯେ ହଳଦୀ ଶୁଦ୍ଧ ହୋଇଥିବା ଆବଶ୍ୟକ।
ଏବେ ପନ୍ଦର ବର୍ଷରୁ ଅଧିକ ପିଲାମାନେ ଏକ ଚାମଚର ଅଧା ନେଇ ତା ସାଥିରେ ଦେଶୀ ଘିଅ ଏକ ଚାମଚ ମିଶାଇ ଦେବେ।ଏବେ ଏହି ମିଶ୍ରଣକୁ ମିଶାଇ ଦିଅନ୍ତୁ।ଏବେ ଆପଣ ଅଳ୍ପ ଉଷୁମ ପାଣି ପିଇ ସାରିବା ପରେ ଏହି ମିଶ୍ରଣକୁ ଗିଲିଦେବେ।ଏବେ ଏହାକୁ ନିଜ ଗଳାରେ ପ୍ରାୟ ଚାଳିଶ ମିନିଟ ଯାଏ ରଖନ୍ତୁ।ଯେତେ ସମୟ ଗଳାରେ ରଖିବେ ସେତେ ଲାଭ ମିଳିବ।ଆପଣ ଯଦି ଏହାକୁ ଖାଇବା ପରେ ପାଣି ପିଇଦେବେ ତ ଏହା ଲାଭ ଦେବ ନାହିଁ।ଏହା ଆପଣଙ୍କ ଗଳାରେ ବ୍ୟାକ୍ଟେରିଆ,ଜୀବାଣୁ ଆଦି ସଫା କରିବ।ଗଳାରେ ଜମିଥିବା କଫ ତରଳି କରି ପେଟ ଭିତରକୁ ଚାଲି ଆସିବ।ଏହି ଉପାୟକୁ ଆପଣ ସକାଳୁ ଖାଲି ପେଟରେ ପ୍ରୟୋଗ କରିବେ।