October 17, 2024

Odia Express

Leading Odia News Portal of Odisha

ଗୋଟେ ଚୌକି ଜଣେଇବ ଆପଣଙ୍କ ବ୍ୟକ୍ତିତ୍ଵ – ଏବେ ବାଛନ୍ତୁ ଆପଣଙ୍କ କେଉଁ ଚୌକି ରେ ବସିବା ପାଇଁ ଇଛା କରୁଛନ୍ତି..

ସାଙ୍ଗାମାନେ କୁହାଯାଏକି ବ୍ୟକ୍ତିର ପସନ୍ଦ,ନାପସନ୍ଦ ତା ବ୍ୟକ୍ତିତ୍ଵ ଓ ସ୍ୱଭାବର ଆଇନା ହୋଇଥାଏ।କାହାର ପସନ୍ଦ ତାଙ୍କର ନିଜ ଜୀବନ ଓ ସ୍ଵଭାବ ସହ ଜଡ଼ିତ ରହିଥିବା କିଛି ଗୁପ୍ତ କଥା ବୟାନ କରିଥାଏ।ଆଜି ଏଠାରେ ଆପଣଙ୍କୁ ଏକ ମଜାଦାର ଖେଳ ଦ୍ଵାରା ଆପଣଙ୍କର ସେହି ସବୁ ବ୍ୟକ୍ତିତ୍ଵ ଗୁଡ଼ିକୁ ଜାଣିବାକୁ ଚେଷ୍ଟା କରିବୁ।ଏଠାରେ ଆପଣଙ୍କୁ ୫ଟି ଅଲଗା ଅଲଗା ଚୌକିର ଚିତ୍ର ଦେଖା ଯିବ, ତା ମଧ୍ୟରୁ ଆପଣଙ୍କୁ ଗୋଟେ ଚୌକି କୁ ବାଛିବେ।ଏଥିପାଇଁ ଆପଣଙ୍କୁ ମାତ୍ର ୫ ସେକେଣ୍ଡର ସମୟ ଦିଆଯିବ।ଆପଣ ବାଛିଥିବା ଚୌକି ଦ୍ଵାରା ଆପଣଙ୍କର କେତେ ଗୁଡ଼ିଏ ବିଶେଷତା ଜଣା ପଡ଼ିବ।

ଆପଣଙ୍କୁ ଏଠାରେ ଦିଆ ଯାଇଥିବା ଚୌକି ଗୁଡିକ ମଧ୍ୟରୁ ଗୋଟେ ବାଛନ୍ତୁ।ଯଦି ଆପଣ ପ୍ରଥମ ଚୌକିଟିକୁ ବାଛିଛନ୍ତି, ତେବେ ଆପଣ ବହୁତ ସର୍ଜନାତ୍ମକ, ବହୁତ ମଜାଦାର ଆଉ ଚିତ୍ତାକର୍ଷକ ପ୍ରକାରର ଲୋକ।ଆପଣ କଳା,ଗୀତ, ଚିତ୍ରପଟ ଏ ସବୁ ଜିନିଷରେ ବହୁତ୍ ରୁଚି ରଖନ୍ତି।ଆପଣଙ୍କର ଏହି ପ୍ରତିଭା ବଳରେ ଆପଣ ସମାଜରେ ଲୋକପ୍ରିୟ ହେଇଥାନ୍ତି।ଏହା ସହ ଆପଣ ସାହାଯ୍ୟ ଲୋଡୁଥିବା ଲୋକକୁ ସାହାଯ୍ୟ କରିବାକୁ କେବେ ବି ପଛେଇ ନଥାନ୍ତି।ଆପଣ କାହାକୁ କେବେ କଷ୍ଟରେ ଦେଖି ପାରନ୍ତି ନାହିଁ।

ଯଦି ଆପଣ ଦ୍ଵିତୀୟ ଚୌକିଟିକୁ ବାଛିଛନ୍ତି, ଆପଣ ଆପଣଙ୍କ ଲକ୍ଷ୍ୟକୁ ହାସଲ କରିବା ପାଇଁ ବହୁତ ପ୍ରଚେଷ୍ଟା କରିଥାନ୍ତି।ଆପଣ ବହୁତ୍ ଭରସା ଯୋଗ୍ୟ ମଧ୍ୟ ହୋଇଥାନ୍ତି।ଆପଣ ଜାଣିଥାନ୍ତି କି ସୁଖ ଦୁଃଖରେ ଆପଣା ମାନଙ୍କ ସହ ଠିଆ ହେବା କେତେ ଜରୁରୀ।ସେଥିପାଇଁ ଆପଣ ଅନ୍ୟ ମାନଙ୍କର ଦୁଃଖକଷ୍ଟକୁ କମ କରିବାକୁ ଭରପୂର ଚେଷ୍ଟା କରିଥାନ୍ତି।ଆପଣ ସମସ୍ତଙ୍କୁ ଭଲ ଉପଦେଶ ମଧ୍ୟ ଦେଇଥାନ୍ତି।ଆଉ ଆପଣ ମୌକା ମିଳିଲେ ସାହାଯ୍ୟ କରିବାକୁ ପଛାନ୍ତି ନାହିଁ।

ଯଦି ଆପଣ ତୃତୀୟ ଚୌକିଟିକୁ ବାଛିଛନ୍ତି, ଆପଣ ବହୁତ୍ ବୁଦ୍ଧିମାନ ଅଟନ୍ତି।ଆପଣଙ୍କ କଥାବାର୍ତ୍ତାର ଶୈଳୀ ଅନ୍ୟ ପାଇଁ ବହୁତ୍ ପ୍ରଭାବଶାଳୀ ହେଇଥାଏ।ଆପଣ ଆଉ କାହାକୁ ଆକର୍ଷିତ କରିବାର ବହୁତ୍ ଜବରଦସ୍ତ କ୍ଷମତା ରଖିଥାନ୍ତି।ଆପଣ କଥା କଥାରେ ଜଣକୁ ନିଜ ଆଡକୁ ଟାଣି ନିଅନ୍ତି।ଆପଣ ବହୁତ୍ ମହାନ ଚିନ୍ତାଧାରା ରଖନ୍ତି ଓ ବିଶେଷ ମୋହକର ଅଟନ୍ତି।

ଯଦି ଆପଣ ଚତୁର୍ଥ ଚୌକିଟିକୁ ବାଛିଛନ୍ତି, ଆପଣ ବହୁତ ମଜାଳିଆ ଆଉ ରଙ୍ଗୀନ ମିଜାଜ୍ରର ଲୋକ ଅଟନ୍ତି।ଆପଣ ନିଜ ପରିଶ୍ରମ ଉପରେ ବହୁତ୍ ଭରସା ଦେଖାନ୍ତି।ରଙ୍ଗୀନ ସ୍ଵଭାବ ହେବା ସତ୍ତ୍ୱେବି ଆପଣ ଜୀବନରେ ବହୁତ ଧୈର୍ଯ୍ୟ ସହ ଆଗକୁ ବଢ଼ିଥାନ୍ତି ଓ ସଫଳତା ହାସଲ କରିଥାନ୍ତି।ଆପଣ ବହୁତ୍ ବୁଦ୍ଧିମାନ ବି ଅଟନ୍ତି।ଆପଣଙ୍କର ନିଜ ଦେହ ଉପରେ ପୁରା ନିୟନ୍ତ୍ରଣ ଥାଏ।ଆପଣ ସବୁ କଥା ଗୁଡିକ ଭାବିଚିନ୍ତି କହିଥାନ୍ତି।

ଯଦି ଆପଣ ପଞ୍ଚମ ଚୌକିଟିକୁ ବାଛିଛନ୍ତି, ଆପଣ ବହୁତ ଶାନ୍ତ, ଫୁର୍ତିବାଜ ଓ ଶକ୍ତିଶାଳୀ ବ୍ୟକ୍ତିତ୍ୱର ଲୋକ ଅଟନ୍ତି।ଆପଣ ବହୁତ ତେଜ ଓ ବୁଦ୍ଧିମାନ ହେବା ସହିତ ସବୁବେଳେ କିଛି ଅଲଗା, କିଛି ନୂଆ, କିଛି ରଚନାତ୍ମକ କାର୍ଯ୍ୟ କରିଥାନ୍ତି।ଆପଣ ସବୁବେଳେ ଅନ୍ୟ ମାନଙ୍କ ବିଷୟରେ ଭାବୁଥାନ୍ତି, ସେଥିପାଇଁ ସମସ୍ତେ ଆପଣଙ୍କୁ ଭଲ ଭାବନ୍ତି ଓ ଆପଣଙ୍କୁ ସମସ୍ତେ ଭଲ ମଧ୍ୟ ପାଆନ୍ତି।

Leave a Reply

Your email address will not be published. Required fields are marked *