October 22, 2024

Odia Express

Leading Odia News Portal of Odisha

କିଛି କଠିନ ଏବଂ ମଜେଦାର ପହେଲି – ଏପରି କେଉଁ ଜିନିଷ ଥାଏ ଯାହାକୁ ଭାଙ୍ଗିବା ଦ୍ୱାରା କୌଣସି ଶବ୍ଦ ଆସିନଥାଏ ? ବୁଦ୍ଧିମାନ ହେଇଥିଲେ ୧୦ ସେକେଣ୍ଡ ଭିତରେ ଉତ୍ତର ଦିୟନ୍ତୁ..

ସାଙ୍ଗମାନେ ଆଜି ଆମେ ଏହି ଆର୍ଟିକିଲରେ ଜାଣିବା ୧୦ଟି ଏପରି କଠିନ ପହେଲି ଯାହା ଆପଣଙ୍କ ମସ୍ତିସ୍କର ବତୀ ଜଳାଇଦେବ।ଏଥିରେ ଆମେ ଆପଣଙ୍କୁ କିଛି ପହେଲି ଦେବୁ ଏବଂ ଆପଣଙ୍କୁ ଏହି ସବୁ ପହେଲିର ଉତ୍ତର ଭାବିବାର ଅଛି।ଏବଂ ଯଦି ଆପଣ ପ୍ରତ୍ୟେକ ପହେଲିର ଉତ୍ତର ୧୦ ସେକେଣ୍ଡ ମଧ୍ୟରେ ଦେଇପାରନ୍ତି ତେବେ ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।

ପହେଲି ନମ୍ବର ୧:- ଏପରି କେଉଁ ଜିନିଷ ଅଛି ଯାହା ପିଲା ମାନଙ୍କୁ ଯବାନ ଏବଂ ଯବାନ ମାନଙ୍କୁ ବୃଦ୍ଧ ବନାଇ ଦେଇଥାଏ?ଏହାର ଠିକ ଉତର ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ବୟସ।କାରଣ ବୟସ ଦ୍ୱାରାହିଁ ଜଣେ ଛୋଟ ପିଲା ଯବାନ ହୋଇଥାଏ ଏବଂ ଏକ ଯବାନ ବ୍ୟକ୍ତି ବୃଦ୍ଧ।

ପହେଲି ନମ୍ବର ୨:-ଏପରି କେଉଁ ବ୍ୟାଗ ଅଛି ଯାହାକୁ ଓଦା କରିବା ଦ୍ୱାରାହିଁ କାମ କରିଥାଏ?ଏହାର ଉତ୍ତର ମଧ୍ୟ ଆପଣ ୧୦ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଟି-ବ୍ୟାଗ।କାରଣ କେବକ ଟି-ବ୍ୟାଗକୁ ଓଦା କରିବା ଦ୍ୱାରାହିଁ କାମ କରିଥାଏ।

ପହେଲି ନମ୍ବର ୩:-ଏହା କଣ ଯେ ଆପଣ ଶୋଇବା ମାତ୍ରେ ତାହା ତଳକୁ ପଡିଯାଇଥାଏ ଏବଂ ଆପଣ ଉଠିବା ମାତ୍ରେ ଏହା ମଧ୍ୟ ଉଠିଯାଇଥାଏ।ଏହାର ଉତ୍ତର ୧୦ ସେକେଣ୍ଡ ମଧ୍ୟରେ ଭାବିବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଆପଣଙ୍କ ଆଖିପତା।କାରଣ ଆପଣ ଶୋଇବା ପରେ ଅପଣଙ୍କ ଆଖିପତା ପଡିଯାଇଥାଏ ଏବଂ ଆପଣ ଉଠିବା ମାତ୍ରେ ତାହା ମଧ୍ୟ ଉଠିଯାଇଥାଏ।

ପହେଲି ନମ୍ବର ୫:- ଏପରି କେଉଁ ଜୀବ ଅଛି ଯାହାର ମସ୍ତିସ୍କ ତାହାର ଶରୀରଠାରୁ ବଡ଼ ହୋଇଥାଏ।ଏହାର ଉତ୍ତର ୧୦ ସେକେଣ୍ଡ ମଧ୍ୟରେ ଦେବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ପିମ୍ପୁଡି।କାରଣ ପିମ୍ପୁଡିର ମସ୍ତିସ୍କ ତାହାର ଶରୀର ଠାରୁ ମଧ୍ୟ ବଡ଼ ହୋଇଥାଏ।

ପହେଲି ନମ୍ବର ୬:-ସେ କିଏ ଯେ ଅନ୍ଧ, କଲା ଏବଂ ମୁକ ଅଟେ କିନ୍ତୁ ସବୁବେଳେ ସତ କହିଥାଏ।ଏହାର ଉତ୍ତର ଆପଣ 1୦ ସେକେଣ୍ଡ ମଧ୍ୟରେ ଦେବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ଦର୍ପଣ।କାରଣ ଦର୍ପଣରେ ସବୁବେଳେ ସତ କଥାହିଁ ଦେଖାଯାଇଥାଏ।

ପହେଲି ନମ୍ବର ୭:- ସେ କେଉଁ ପ୍ରାଣି ଯିଏ ନିଜ ଜିଭ ଦ୍ୱାରା ନିଜ କାନକୁ ସଫା କରିପାରେ?ଏହାର ଉତ୍ତର ୧୦ ସେକେଣ୍ଡ ମଧ୍ୟରେ ଦେବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତରର ହେଉଛି ଜିରଫ।କାରଣ ଜିରଫ ନିଜ ଜିଭ ଦ୍ୱାରା ନିଜ କାନକୁ ସଫା କରିପାରିଥାଏ।

ପହେଲି ନମ୍ବର ୮:- ତୁମେ ନ ଡାକିଲେ ମଧ୍ୟ ମୁଁ ଆସିପାରିବି।ମୁଁ ଭଡା ମଧ୍ୟ ଦେବି ନାହିଁ।ମୁଁ ଘରର ସବୁ ରୁମରେ ରହୁଥାଏ।ମୋତେ ତୁମେ ମଧ୍ୟ ଧରି ପାରିବ ନାହିଁ।ଏବଂ ମୋ ବିନା ତୁମେ ରହିପାରିବ ନାହିଁ।ତେବେ କୁହ ମୁଁ କିଏ?ଏହାର ଉତ୍ତର ୧୦ ସେକେଣ୍ଡ ମଧ୍ୟରେ ଦେବାକୁ ଚେଷ୍ଟା କରନ୍ତୁ।

ଏହାର ଠିକ ଉତ୍ତର ହେଉଛି ପବନ।

ପହେଲି ନମ୍ବର ୯:-ଏହା କେଉଁ ଫଳ ଯେଉଁଥିରେ ୨୫% ପବନ ଥାଏ।ଏହାର ଉତ୍ତର ୧୦ ସେକେଣ୍ଡ ମଧ୍ୟରେ ଦେବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ସେଓ।

ପହେଲି ନମ୍ବର ୧୦:- ଏପରି କେଉଁ ଜିନିଷ ଥାଏ ଯାହାକୁ ଭାଙ୍ଗିବା ଦ୍ୱାରା କୌଣସି ଶବ୍ଦ ଆସିନଥାଏ।ଏହାର ଉତ୍ତର ଆପଣ ୧୦ ସେକେଣ୍ଡ ମଧ୍ୟରେ ଦେବାକୁ ଚେଷ୍ଟା କରନ୍ତୁ।

ଏହାର ସଠିକ ଉତ୍ତର ହେଉଛି ବିଶ୍ୱାସ।

Leave a Reply

Your email address will not be published. Required fields are marked *