December 23, 2024

Odia Express

Leading Odia News Portal of Odisha

ଖାଲି ପେଟରେ ଏହାକୁ ପିଅନ୍ତୁ ଆଉ ନିଜ ମୋଟାପଣକୁ ବରଫ ଭଳି ତରଳିବା ଦେଖନ୍ତୁ..

ସାଙ୍ଗମାନେ ମୋଟାପଣ ଏକ ଅଭିଶାପ ଭଳି।ଯାହାକୁ ସମସ୍ତ ଲୋକ ଏକ ଅଲଗା ନଜରରେ ଦେଖିଥାନ୍ତି।ଆପଣ ସର୍ବଦା ଆପଣଙ୍କର ଏହି ଗୁଣ ଯୋଗୁଁ ଜନ ଗହଳି ଜାଗାରେ ହନ୍ତସନ୍ତ ହୁଅନ୍ତି।ସମସ୍ତେ ଆପଣଙ୍କୁ ଥଟା ମଜା କରି କୁହନ୍ତି।ଆପଣ ମଧ୍ୟ ନିଜେ ନିଜ ଉପରେ ଖୁସି ନଥାନ୍ତି।ଆପଣ ଆପଣଙ୍କ ମନ ପସନ୍ଦର ଜିନିଷ ଖାଇ ପାରନ୍ତି ନାହିଁ।ସ୍କୁଲ ହେଇକି ନିଜ କର୍ମକ୍ଷେତ୍ର ସବୁଠି ଆପଣ ମଯାକର ପାତ୍ର ହୋଇଥାନ୍ତି।କିନ୍ତୁ ଆଜି ମୁଁ ଆପଣଙ୍କୁ ଏହାର ପ୍ରତିକାର ବିଷୟରେ କହିବି।

ସାଙ୍ଗମାନେ ଆପଣମାନେ ଆପଣଙ୍କ ଓଜନ କମେଇବା ବିଷୟରେ ନିହାତି ଭାବିଥିବେ।ଏଥିପାଇଁ ଆପଣ ରୁଟି ଖାଇବା ଛାଡ଼ିଥିବେ, ଜିମ ଯିବା କଥା ଭବିଥିବେ, ଡାଏଟ ପ୍ଲାନ କରିଥିବେ, ଜଗିଂ ଆଦି ଯାଇଥିବେ କିନ୍ତୁ ଆପଣଙ୍କୁ କିଛି ଫଳ ମିଳି ନଥିବ ତେଣୁ ଆପଣ ଚିନ୍ତିତ ହୋଇଯାଇଥିବେ।ଆଜି ମୁଁ ଆପଣଙ୍କୁ ଏକ ଉପାୟ କହିବି ଯାହା ଦ୍ଵାରା ଆପଣ ଆପଣଙ୍କ ଓଜନକୁ ଆରାମରେ କମାଇ ପାରିବେ।ଏଥିପାଇଁ ଆପଣଙ୍କୁ ଡାଏଟ କି ଜିମ ଆଦି ଯିବା ଦରକାର ନାହିଁ।ଏହା ସମ୍ପୂର୍ଣ୍ଣ ଘରୋଇ ଉପାୟ ଓ ଏହାପାଇଁ ଆପଣଙ୍କୁ ଜମା ଖର୍ଚ୍ଚ କରିବା ପାଇଁ ପଡ଼ିବ ନାହିଁ।

ଏଥିପାଇଁ ଆପଣ ସର୍ବ ପ୍ରଥମେ ଏକ ଗ୍ଲାସରେ ପାଣି ନିଅନ୍ତୁ।ଆପଣ ଏହି ପାଣିକୁ କିଛି ସମୟ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ।ଯେତେବେଳେ ଆପଣଙ୍କୁ ଲାଗିବ ଯେ ପାଣି ସମ୍ପୂର୍ଣ୍ଣ ଗରମ ହୋଇ ସାରିଲାଣି ସେତେବେଳେ ଆପଣ କିଛି ଜିରା ପକାଇଦେବେ।ଜିରା ପଡ଼ିସାରିଲା ପରେ ଆପଣ ପୁଣି ପାଣିକୁ ଦୁଇ ମିନିଟ ପର୍ଯ୍ୟନ୍ତ ଗରମ କରିବେ।ଏହା ପରେ ଆପଣ ଗ୍ୟାସ ଅଫ କରିଦେବେ।ଏହାପରେ ଆପଣ ଏକ ଛଣା ଦ୍ଵାରା ଜିରାକୁ ଛାଣି ଦିଅନ୍ତୁ। ଜିରାରେ ଫ୍ୟାଟକୁ ଦହନ କରିବାର ଶକ୍ତି ଅଛି।

ଏବେ ଏହି ପାଣିରେ ଆମେ ଦୁଇଟି ଜିନିଷ ମିଶାଇବା।ପ୍ରଥମ ହେଉଛି ମହୁ କାରଣ ଏହାର ସ୍ଵାଦ ଆପଣଙ୍କୁ ଭଲ ଲାଗିବ ନାହିଁ।ଏବେ ଏଥିରେ ଆପଣ ସ୍ଵାଦ ଅନୁସାରେ ମହୁ ମିଶାଇ ଦିଅନ୍ତୁ।ଦ୍ଵିତୀୟ ଜିନିଷ ହେଉଛି ଭିନେଗାର।ଏଥିରେ ଆପଣ ଗୋଟିଏ ଚାମଚ ଭିନେଗାର ମିଶାଇ ଦେବେ।ଆପଣ କଦାପି ଏକ ଚାମଚରୁ ଅଧିକ ପକାଇବେ ନାହିଁ।ଏହାକୁ ପାଞ୍ଚ ଦଶ ମିନିଟ ପାଇଁ ସେହିପରି ଭାବେ ଛାଡି ଦିଅନ୍ତୁ।ଆପଣ ଧ୍ୟାନ ରଖିବେ ଯେ ପାଣି ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ହିଁ ମହୁ ପକାଇବେ।ଆପଣ ଯଦି ଏହାକୁ ସକାଳେ ସେବନ କରନ୍ତି ତ ଆପଣଙ୍କ ଫ୍ୟାଟ ସମ୍ପୂର୍ଣ୍ଣ ରୂପେ କମିଯିବ।ଏହାକୁ ଆପଣ କେବଳ ନିଜ ପର୍ଯ୍ୟନ୍ତ ସୀମିତ ରଖନ୍ତୁ ନାହିଁ।ଆପଣଂକ ସାଙ୍ଗ ସାଥି ମାନଙ୍କୁ ମଧ୍ୟ କୁହନ୍ତୁ ଓ ଧନ୍ୟବାଦର ପାତ୍ର ହୁଅନ୍ତୁ।

Leave a Reply

Your email address will not be published. Required fields are marked *