October 23, 2024

Odia Express

Leading Odia News Portal of Odisha

ଯଦି ଆପଣଙ୍କୁ କିଛି ଅଶୁଭ ସଂକେତ ମିଳୁଛି ବା କିଛି ଅଶୁଭ ହେଉଛି ତାହେଲେ ନିଶ୍ଚିତ ପଢନ୍ତୁ ଏହି ଆର୍ଟିକିଲ..

ମଣିଷ ଜୀବନରେ ବହୁତ ପ୍ରକାର ଶୁଭ ଓ ଅଶୁଭ ପ୍ରକାରର ଜିନିଷ ବା ବସ୍ତୁବିଶେଷ ଘଟିଥାଏ କିନ୍ତୁ ଆପଣ କଣ ଜାଣନ୍ତି କି ଏହି ଅଶୁଭ ଓ ଶୁଭ ହବା ପଛର ରହସ୍ୟ କଣ ଅଟେ।ଯଦି ଜାଣିନାହାନ୍ତି ତାହେଲେ ଜନୀରଖାନ୍ତୁ ଏହା ଆମ ଗ୍ରହ ମଣ୍ଡଳର ଚାଲିଚଲାଣିରୁ ଜଣାଯାଏ କି ସେ ଲୋକ ନିଜ ଜୀବନ ଯାପନ ରେ କିପରି ବଞ୍ଚିବ।ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଏହିପରି କିଛି ଗ୍ରହ ଅଛନ୍ତି ଯେଉଁମାନେ ଆମ ଜୀବନ ବଂଚିବାରେ ବୃହତ ଅସ୍ତ୍ର ଧାରଣ କରନ୍ତି ଓ କିଛି ଗ୍ରହ ଏହିପରି ବି ଅଛନ୍ତି ଯେଉଁମାନେ ଆମ ପାଇଁ ବିଲକୁଲ ଶୁଭଙ୍କର ନୁହଁ।ଆମ ଶାସ୍ତ୍ର ଅନୁସାରେ ରାହୁକୁ ଏକ ଅଶୁଭ ଗ୍ରହ ଭାବେ ବିବେଚନା କରାଯାଏ।ଯଦି ଏହା କେଉଁ ଲୋକର କୁଣ୍ଡଳୀରେ ଅଶୁଭ ଜାଗାରେ ରହିଛି ତାହେଲେ ସେ ଲୋକ ଚିରଦିନ ପାଇଁ ଦୁଖୀରଙ୍କି ହୋଇଯାଏ।ଏହା ଦ୍ୱାରା ଆପଣଙ୍କ ପରିବାରରେ ଦ୍ଵନ୍ଦ ଦେଖାଯାଏ।ଏହା ଦ୍ୱାରା ଆପଣ ବହୁତ ବିପଦରେ ପଡିପାରନ୍ତି।ଯଦି ଏହିସବୁ ସଂକେତ ଆପଣଙ୍କ ମଧ୍ୟରେ ଦେଖାଦେଉଛି ତାହେଲେ ଜାଣିଜନ୍ତୁ କି ରାହୁ ଆପଣଙ୍କ କୁଣ୍ଡଳୀରେ ଖରାପ ସ୍ଥାନରେ ରହିଛି।ଚାଲନ୍ତୁ ଜାଣିବା ଏହି କିଛି ଘଟଣା ଉପରେ।

ପ୍ରଥମ ହେଉଛି ବିବାହରେ ଡେ଼ରି ହେବା।ଯଦି ରାହୁ ଆପଣଙ୍କ କୁଣ୍ଡଳୀରେ ଭଲ ଜାଗାରେ ନାହିଁ ତାହେଲେ ଜନୀରଖାନ୍ତୁ କି ଆପଣଙ୍କ ବିବାହ ଡେରିରେ ହୋଇପାରେ।ଯଦି ବା ବିବାହ ହୋଇଯାଉଛି କିନ୍ତୁ ଆପଣଙ୍କ ଜୀବନସାଥୀ ସହ ଅପଣନଙ୍କର ଝଗଡା ହୋଇପାରେ।

୨ୟ ହେଉଛି ମାରିଥିବା ସାପ ଓ ଝିଟିପିଟି ଦେଖିବା।ଯେଉଁ ବ୍ୟକ୍ତି ଏହିପରି ଦେଖୁଛନ୍ତି ତାହେଲେ ସେ ଜାଣିବା ଉଚିତ ତାଙ୍କ ଉପରେ ରାହୁ ଦୋଷ ଲାଗିଛି।ଯଦି କୌଣସି ବ୍ୟକ୍ତି ନିଜ ଘର ଅଗଣାରେ ସାପ ବା ଝିଟିପିଟି ମରିକି ପଡିଥିବାର ଦେଖୁଛନ୍ତି ସେମାନେ ସତର୍କତା ଅବଲମ୍ବନ କରିବା ଉଚିତ।

୩ୟ ରେ ଯଦି ଆପଣ ଗୋଟେ କଥାକୁ ବାରମ୍ବାର ଭୁଲିବାକୁ ଲାଗିଛନ୍ତି ଆପଣଙ୍କର କିଛି କଥା ଅଟେ ଶୀଘ୍ର ମନେହଉନି ତାହେଲେ ଆପଣ ଜାଣିବା ଉଚିତ କି ରାହୁ ଆପଣଙ୍କ ପାଇଁ କ୍ଷତିକର ସାବ୍ୟସ୍ତ ହୋଇଛି।ଏଥିପାଇଁ ଆପଣ ରାହୁ ଶାନ୍ତି ପାଇଁ କିଛି କରିବା ଉଚିତ।

ଚତୁର୍ଥ ରେ ହେଉଛି ନିଜ ପରିବାର ଲୋକମାନଙ୍କ ସହ ଝଗଡା ହେବା ଓ ହଠାତ କିଛି କଥାକୁ ନେଇ ଅଧିକ ଝଗଡା କରିବା ଏହା ରାହୁ ଦୋଷର ଲକ୍ଷଣ ଅଟେ।ଯଦି ଆପଣ ନିଜ ଘରର ଗୁରୁଜନ ବା ଅନ୍ୟ କାହା ସହ ଟିକେ ଟିକେ କଥରର ଝଗଡା କରିଚଳୁଛନ୍ତି ତାହେଲେ ଏହା ଜାଣିବା ଉଚିତ କି ଆପଣଙ୍କ ଠାରେ ରାହୁ ଦୋଷ ଲାଗିଛି।ଏଥିପାଇଁ ରାହୁକୁ ଶାନ୍ତି କରିବା ଲାଗି କିଛି ଉପାୟ ଆପଣନ୍ତୁ।

୫ମ ରେ ଯଦି ଅଚାନକ ଭାବେ ଆପଣଙ୍କ ନଖ ଗୁଡିକ ଝଡ଼ିବାରେ ଲାଗିଛି ଓ ଏହା ସହ ଆପଣଙ୍କ ମୁଣ୍ଡର ଚୁଟି ଗୁଡିକ ମଧ୍ୟ ଉପୁଡିବାରେ ଲାଗିଛି ତାହେଲେ ଆପଣ ଏହା ଜଣିରଖିବା ଉଚିତ କି ଏହା ଆପଣଙ୍କ ପାଇଁ ମଙ୍ଗଲଦାୟ ନୁହଁ।ଆପଣଙ୍କୁ ଯଥା ଶୀଘ୍ର ଏହାର ବ୍ୟବସ୍ଥା କରିବାକୁ ହେବ।

ଆସନ୍ତୁ ଏବେ ଜାଣିବା ରାହୁ ଦୋଷରୁ ରକ୍ଷା ପାଇବାର କିଛି ଉପାୟ।

ପ୍ରଥମେ ଗରିବ ଲୋକମାନଙ୍କର ସେବା କରନ୍ତୁ ଓ ଗୃହରେ ଥିବା ଗାଈଙ୍କୁ ଖାଇବାକୁ ଦିଅନ୍ତୁ ସେମାନଙ୍କୁ ଘାସ ନାଡ଼ା ଇତ୍ୟାଦି ଖାଇବାକୁ ଦିଅନ୍ତୁ।ବିକଳାଙ୍ଗ ଲୋକମାନଙ୍କୁ କିଛି ପଇସା ଦାନ କରନ୍ତୁ ଓ କିଛି ମୂଳାକୁ ଦାନ କରନ୍ତୁ।ଏହା କରିବା ଦ୍ୱାରା ଆପଣ କିଛି ମାତ୍ରାରେ ଏହାର ପ୍ରକୋପକୁ କମେଇପାରିବେ।ଏହାର ପ୍ରକୋପକୁ କମେଇବା ପାଇଁ ଲୁହା କଡେଇ ଦାନ କରନ୍ତୁ।ଯଦି ହେଉଛି ପ୍ରତି ଶନିବାର ମନ୍ଦିରରେ ଦୀପ ଜଳାନ୍ତୁ।ତମ୍ବାକୁ ଦାନ କରନ୍ତୁ,ହାତୀ ଦନ୍ତର ଲକେଟ ପିନ୍ଧନ୍ତୁ।କିଛି କଳା କୁକୁରମାନଙ୍କୁ ଶନିବାର ଦିନ ରୁଟି ସହ କ୍ଷୀର ଖାଇବାକୁ ଦିଅନ୍ତୁ।ଏହା କରିବା ଦ୍ୱାରା ରାହୁର ପ୍ରକୋପରୁ ଆପଣ କିଛି ମାତ୍ରାରେ ସୁଖୀ ରହିବେ।

Leave a Reply

Your email address will not be published. Required fields are marked *