ରାଶି ହିସାବରେ ପିନ୍ଧନ୍ତୁ ଏହି ଧାତୁ – ଭାଗ୍ୟର ସାଥ ମିଳିବା ସହିତ ଶୁଭ ଫଳ ବି ପ୍ରାପ୍ତି ହେବ – ଏବେ ଜାଣିଦେଲେ ଭାଗ୍ୟ ଖୋଲିଯିବ ଆପଣଙ୍କର..
ଆପଣ ନିଜ ରାଶି ଦ୍ୱାରା ବହୁତ କିଛି ଜିନିଷ ନିର୍ଦ୍ଧାରିତ କରି ପାରିବେ। ମାତ୍ର ଆପଣ ଯେ କୌଣସି ଧାତୁର ମୁଦି ପିନ୍ଧିବା ଆପଣଙ୍କ ପାଇଁ ଶୁଭ ହେଇ ନ ପାରେ। ଆପଣ ନିଜ ରାଶି ଅନୁସାରେ ଅନୁରୂପ ଧାତୁର ମୁଦି ପିନ୍ଧିବା ଦରକାର। ତ ଆସନ୍ତୁ ଆମେ ଜାଣିବା କି ଆପଣଙ୍କୁ କେଉଁ ଧାତୁର ମୁଦି ପିନ୍ଧିବା ଦରକାର।
୧:- ମେଷ ରାଶି:- ଏହି ରାଶିର ଲୋକ ମାନଙ୍କୁ ଏକ ତମ୍ବାର ମୁଦି ବାମ ହାତର ଅନାମିକା ଆଙ୍ଗୁଳିରେ ରବିବାରର ଦ୍ୱୀପହରକୁ ଧାରଣ କରିବା ଦରକାର। ଏହାଦ୍ୱାରା ଆପଣଙ୍କୁ ରାଗ କମ ଆସିବ ଆଉ ସ୍ୱାସ୍ଥ୍ୟ ଭଲ ରହିବ।
୨:- ବୃଷ ରାଶି:- ଏହି ରାଶିର ଲୋକଙ୍କୁ ଚାନ୍ଦିର ମୁଦି ନିଜର ଡାହାଣ ହାତର ମଧ୍ୟମା ଆଙ୍ଗୁଳିରେ ଧାରଣ କରିବା ଦରକାର। ଆପଣ ଏହା କରିବା ଦ୍ୱାରା ଆପଣଙ୍କ ବୈବାହିକ ଜୀବନ ସୁଖମୟ ରହେ।
୩:- ମିଥୁନ ରାଶି:- ଏହି ରାଶିର ଲୋକ କଂସାର ମୁଦି ନିଜର ଡାହାଣ ହାତର କନିଷ୍ଠ ଆଙ୍ଗୁଳିରେ ପିନ୍ଧିବା ଦରକାର। ଏହାଦ୍ୱାରା ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବ।
୪:- କର୍କଟ ରାଶି:- ଏହି ରାଶିର ଲୋକଙ୍କୁ ନିଜର ଡାହାଣ ହାତର କନିଷ୍ଠ ଆଙ୍ଗୁଳିରେ ଚାନ୍ଦିର ମୁଦି ପିନ୍ଧିବା ଦରକାର ଯାହାଦ୍ୱାରା କି ଆପଣଙ୍କ ମନ ନିୟନ୍ତ୍ରଣ ହେବ।
୫:- ସିଂହ ରାଶି:- ଏହି ରାଶିର ଲୋକ ମାନଙ୍କୁ ସୁନାର ମୁଦି ନିଜର ଡାହାଣ ହାତର ଅନାମିକା ଆଙ୍ଗୁଳିରେ ପିନ୍ଧିବା ଦରକାର। ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ବଢିବ ଆଉ ଆପଣଙ୍କ ହାଡ଼ ମଜବୁତ ହେବ।
୬:- କନ୍ୟା ରାଶି:- କନ୍ୟା ରାଶିର ଲୋକଙ୍କୁ ଚାନ୍ଦି ତଥା ସୁନା ବରାବର ମିସେଇକି ନିଜର ଡାହାଣ ହାତର କନିଷ୍ଟ ଆଙ୍ଗୁଳିରେ ପିନ୍ଧିବା ଦରକାର। ଏହାଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ହେବ।
୭:- ତୁଳା ରାଶି:- ତୁଳା ରାଶିର ଲୋକଙ୍କୁ ଚାନ୍ଦିର ଏକ ମୁଦି ନିଜର ଡାହାଣ ହାତର ତର୍ଜନୀ ଆଙ୍ଗୁଳିରେ ଧାରଣ କରିବା ଦରକାର ଯାହାଦ୍ୱାରା କି ଆପଣଙ୍କ ଜୀବନ ବହୁତ ଉନ୍ନତି କରିବ।
୮:- ବିଛା ରାଶି:- ଏହି ରାଶିର ଲୋକଙ୍କୁ ଏକ ତମ୍ବାର ମୁଦି ବାମ ହାତ ମଧ୍ୟମା ଆଙ୍ଗୁଳିରେ ତଥା ଏକ ଚାନ୍ଦିର ମୁଦି ଡାହାଣ ହାତର ଅନାମିକା ଆଙ୍ଗୁଳିରେ ସୋମବାର କୁ ପିନ୍ଧିବା ଦରକାର। ଏହାଦ୍ୱାରା ଆପଣଙ୍କ ପାରିବାରିକ ଜୀବନରେ ଉନ୍ନତି ଘଟିବ।
୯:- ଧନୁ ରାଶି:- ଏହି ରାଶିର ଲୋକ ସୁନା ଅଥବା କଂସାର ଏକ ମୁଦି ଡାହାଣ ହାତର ତର୍ଜନୀ ଆଙ୍ଗୁଳିରେ ପିନ୍ଧିବା ଦରକାର। ଏହାଦ୍ୱାରା ଆପଣଙ୍କ ପାଚନ କ୍ରିୟା ଠିକ ରୁହେ।
୧୦:- ମକର ରାଶି:- ଏହି ରାଶିର ଲୋକ ଯଦି ବ୍ୟାପାର ଭଲ କରିବାକୁ ଚାହାନ୍ତି ଅଥବା ନିଜର ସ୍ଵଭାବ ନିୟନ୍ତ୍ରଣ କରିବାକୁ ଚାହାନ୍ତି ତାହେଲେ ଷ୍ଟିଲ ଅଥବା ଦସ୍ଥାର ଏକ ମୁଦି ନିଜର ବାମ ହାତର ମଧ୍ୟମା ଆଙ୍ଗୁଳିରେ ଶନିବାର କୁ ପିନ୍ଧନ୍ତୁ।
୧୧:- କୁମ୍ଭ ରାଶି:- ଏହି ରାଶିର ଲୋକଙ୍କୁ ନିଜର ମନର ଉଠା ପଡ଼ କୁ ନିୟନ୍ତ୍ରଣ କରିବା ପାଇଁ ଏକ ଲୁହାର ମୁଦି ବାମ ହାତର ମଧ୍ୟମା ଆଙ୍ଗୁଳିରେ ପିନ୍ଧିବା ଦରକାର।
୧୨:- ମୀନ ରାଶି:- ଏହି ରାଶିର ଲୋକ ନିଜର ହୃଦୟ କୁ ନିୟନ୍ତ୍ରଣ କରିବା ପାଇଁ ଏକ ପିତ୍ତଳର ମୁଦି ନିଜ ବାମ ହାତର ମଧ୍ୟମା ଆଙ୍ଗୁଳି ରେ ପିନ୍ଧିବା ଦରକାର।