December 27, 2024

Odia Express

Leading Odia News Portal of Odisha

ଏହି ଚମତ୍କାର ଶଙ୍ଖକୁ ନିଜ ଘରେ ରଖନ୍ତୁ ଆପଣଙ୍କ ଭାଗ୍ୟ ଚମକି ଉଠିବ – ଏବେ ବ୍ୟବହାର କରି ଦେଖନ୍ତୁ..

ଆମ ମାନବ ସମାଜରେ ଲୋକମାନେ ଖୁସି ଓ ଧନୀ ହେବା ପାଇଁ ବହୁତ ପରିଶ୍ରମ କରିଥାନ୍ତି ଖାଲି ଏତିକି ନୁହଁ ବରଂ ନିଜ ବାପା ମା ଓ ନିଜ ପରିବାରକୁ ଭଲରେ ରଖିବା ପାଇଁ ମଧ୍ୟ ବହୁତ ଚେଷ୍ଟା କରିଥାନ୍ତି।ଏହି ଜିନିଷ ବହୁତ ଲୋକଙ୍କ ଭାଗ୍ୟରେ ଥାଏ ଓ ଅନ୍ୟ କିଛି ଲୋକଙ୍କ ଭାଗ୍ୟରେ ଏହା ନଥାଏ।ଯାହା ଦ୍ୱାରା ସେମାନେ ବହୁତ ନିରାଶ ହୋଇଥାନ୍ତି।ଯଦି ଏହା ସମସ୍ତଙ୍କ ପକ୍ଷରେ ହୋଇଥାଏ ତାହେଲେ ସମାଜରେ ସମସ୍ତେ ଖୁସି ଓ ଧନଶାଳୀ ହୋଇଯିବେ।ଆମ ଶାସ୍ତ୍ରରେ ଗୋଟେ ମାନବ ଖୁସି ଓ ଧନଶାଳୀ ଅର୍ଥାତ ନିଜର ଭାଗ୍ୟ କିପରି ଚମକାଇପାରିବ ଏହି ସମ୍ପର୍କରେ ଲେଖା ଯାଇଛି।ଏହି ଶାସ୍ତ୍ର ଗୁଡିକରେ ବହୁତ କିଛି ଉପାୟ ରହିଛି ସେଥିରୁ କିଛି ଆମକୁ କରିବାକୁ ହେବ।

ଆଜି ଆମେ ଆଲୋଚନା କରିବାକୁ ଯାଉଛେ କି କିପରି ଏକ ଶଙ୍ଖ ମାଧ୍ୟମରେ ଆମେ ଆମ ନିଜ ଭାଗ୍ୟକୁ ବଦଳାଇପାରିବା।ପ୍ରଥମତଃ ଏକ ମୋତି ଶଙ୍ଖ ଆଣନ୍ତୁ ଯାହା ଦେଖିବା ପାଇଁ ଅନ୍ୟ ଶଙ୍ଖ ଭଳି ହୋଇନଥାଏ।ଏହା ଅନ୍ୟ ଶଙ୍ଖ ତୁଳନାରେ ବହୁତ ପରିମାଣରେ ଅଲଗା ହୋଇଥାଏ।ଏହା ଦେଖିବାକୁ ଚିକଣ ହୋଇଥାଏ ଓ ସବୁବେଳେ ଚମକୁ ଥାଏ।ଏଥିରେ ସବୁ ସମୟରେ ଚମକ ରହିଥାଏ।

ଏହି ଶଙ୍ଖକୁ ଆଣନ୍ତୁ।ଏହାପରେ ଏହାକୁ ଚନ୍ଦନ ଓ ଫୁଲରେ ପୂଜା କରନ୍ତୁ।ଶାସ୍ତ୍ରରେ କୁହାଯାଇଛି ଯେ ଏହାକୁ ଠିକ ଭାବରେ ପୂଜାକରି ଯଦି ବାକ୍ସ ବା ନିଜର ଥିଯୋରିରେ ରଖାଯାଏ ତାହେଲେ ଆପଣଙ୍କ ପକ୍ଷରେ କେବେ ଧନର ଅଭାବ ହୋଇନଥାଏ।ଏହି ଶଙ୍ଖର ଉପରେ ସ୍ୱସ୍ତିକ ଚିନ୍ହ କରନ୍ତୁ।ଏହାପରେ ପ୍ରତି ବୁଧବାର ସକାଳୁ ସ୍ନାନ କରିସାରିବା ପରେ ଲଷ୍ମୀଙ୍କ ମନ୍ତ୍ର ଜପ କରି ଏହାକୁ ଉଚିତ ଜାଗାରେ ରଖନ୍ତୁ।ମନେରଖନ୍ତୁ ଏହି ମନ୍ତ୍ରକୁ ୧୦୭ଥର ଜପ କରନ୍ତୁ ଓ ଏହି ପ୍ରକ୍ରିୟାକୁ ୧୧ଦିନ ଯାଏ ଚଳାଇ ରଖନ୍ତୁ।ଏହାପରେ ଏହାକୁ ନେଇ ନିଜ ଥିଯୋରିରେ ରଖିଦିଅନ୍ତୁ ଓ କିଛି ଚାଉଳ ଯଦି ରଖିପାରିବେ ତାହା ସହ ଆହୁରି ଭଲ ହେବ କିନ୍ତୁ ମନେରଖନ୍ତୁ ସେହି ଚାଉଳ ଭଙ୍ଗା ହେଇନଥିବା ଦରକାର ସବୁ ଚାଉଳ ଗୋଟା ରହିବା ଦରକାର।

ଏହା କରିବା ଦ୍ୱାରା ଆପଣଙ୍କ ପକ୍ଷରେ କେବେବି ଧନର ଅଭାବ ରହିବ ନାହିଁ ଓ ଆପଣଙ୍କ ଭାଗ୍ୟ ଦେଖୁ ଦେଖୁ ବଦଳିଯିବ।ଆହୁରି ବହୁତ ଉପାୟ ଆମ ଶାସ୍ତ୍ରରେ ରହିଛି ଯାହାକୁ ମାନି ଆଗକୁ ବଢିବ କଷ୍ଟସାଧ୍ୟ ହୋଇପାରେ ତେଣୁ ଏହା ଥିଲା ସବୁଠାରୁ ସହଜ ଉପାୟ ଯାହାକୁ କରି ଆପଣ ଆପଣଙ୍କ ଭାଗ୍ୟକୁ ବଦଳାଇପାରିବେ ଓ ସଦା ସର୍ବଦା ଖୁସିରେ ରହିପାରିବେ।

Leave a Reply

Your email address will not be published. Required fields are marked *