October 22, 2024

Odia Express

Leading Odia News Portal of Odisha

ଜୀବନରେ ଯେବେ ବି ଦୁଃଖ କଷ୍ଟ ଆସିବ ତ କରିବେ ଏହି କାମ – ଜୀବନର ଏହି ବଡ ମନ୍ତ୍ର ଏବେ ଜାଣିରଖନ୍ତୁ..

ସାଙ୍ଗମାନେ ଦୁଃଖ କଷ୍ଟ ପ୍ରାୟ ସବୁ ମଣିଷଙ୍କ ଜୀବନରେ ଲାଗି ରହିଥାଏ।ଯଦି କୁହାଯାଏ କି ଦୁଃଖ ମଣିଷ ଜୀବନର ଏକ ପାର୍ଶ୍ୱ ତ ଏହା ଭୁଲ ହେବ ନାହିଁ।କିନ୍ତୁ ଏହାକୁ ନଜରରେ ରଖି ଜୀବନର କିଛି ଦୁଃଖ କଷ୍ଟକୁ କମ କରି ହେବ।ପ୍ରତି ମଣିଷର ଭାଗ୍ୟରେ ଦୁଃଖ ରହିଥାଏ।ଏହା ବିଧିର ବିଧାନ ଅଟେ ଓ ଏହାକୁ କେହି ଏଡାଇ ଦେଇ ପାରିବେ ନାହିଁ।ଆମ ସମସ୍ତଙ୍କୁ ଏହାର ସମାଧାନ କରିବାକୁ ହେବ। ଯେବେ ବି ଜୀବନରେ କିଛି ଦୁଃଖକଷ୍ଟ ଆସିବ ତେବେ କଣ କରିବେ ଆସନ୍ତୁ ଜାଣିବା।

ସର୍ବପ୍ରଥମେ ଧ୍ୟାନ ରଖିବେ କି ଏହି ଦୁଃଖ କଷ୍ଟ ଅଳ୍ପକାଳ ଯାଏ ରହୁ।ଯେତେ ଶୀଘ୍ର ସମ୍ଭବ ସେତେ ଜଲଦି ଏହାର ସମାଧାନ କରିବା ଆବଶ୍ୟକ।ଏହି ସମସ୍ୟା ଜୀବନରେ ଅଧିକ ସମୟ ରହିବା ଜମା ଭଲ କଥା ନୁହେଁ କାରଣ ଏହା ଜୀବନର ଏକ ନକରାତ୍ମକ ପାର୍ଶ୍ଵ ଅଟେ।ଏହାଠାରୁ ଚିନ୍ତା ଓ ମାନସିକ ଅବସାଦର ଆରମ୍ଭ ହୋଇଥାଏ।ଯଦି ଚିନ୍ତା ଅଳ୍ପକାଲିନ ହୋଇଥିବ ତ ଏହାକୁ ଦୂର କରାଯାଇ ପାରିବ।କିନ୍ତୁ ଯଦି ଚିନ୍ତା ଦୀର୍ଘଦିନର ହୋଇଥିବ ତ ଏହା ମସ୍ତିସ୍କ ଉପରେ ଚାପ ପକାଇବ।ଏହା ଧୀରେ ଧୀରେ ଡିପ୍ରେଶନ ଆଡ଼କୁ ଚାଲିଯିବ।

କିଛି ଲୋକ ଏମିତି ଅବସ୍ଥାରେ ନିଜକୁ ଠିକ ଅଛନ୍ତି ବୋଲି କୁହନ୍ତି।ସେମାନେ ଖୁସି ରହିବାର ନାଟକ କରିଥାନ୍ତି।ଆଉ କିଛି ଲୋକ ଏମିତି ଡିପ୍ରେଶନକୁ ପଳାନ୍ତି ଯେ ଲୋକ ସେମାନଙ୍କୁ ପାଗଳର ଆଖ୍ୟା ମଧ୍ୟ ଦେଇଥାନ୍ତି।ଦାର୍ଶନିକ ମାନେ କହିଛନ୍ତି ଯେ ଦୁର୍ଭାଗ୍ୟରେ ବି ଅଲଗା ପ୍ରକାର ମିଠାପଣ ଭରି ରହିଥାଏ।ଏଥିପାଇଁ କୁହାଯାଇଛି କି ଦୁଃଖ ଦୁର୍ଦ୍ଦଶାରେ ନିଜ ଦୃଷ୍ଟିକୋଣରୁ ବହୁତ ବଡ଼ କରିଦେବା ଦରକାର।ଆଉ ଜୀବନରେ ଖୁସି ରହିବା ପାଇଁ ଯେତେ ଉପାୟ ରହିଛି ସେସବୁକୁ ଆପଣେଇ ନେବା ଦରକାର।ଅତି ବଡ଼ ଜିନିଷକୁ ଆଶା ନ କରି ଛୋଟ ଛୋଟ ଜିନିଷରେ ନିଜ ଖୁସି ଖୋଜିବାକୁ ପଡ଼ିବ।

ଜନ୍ମ ହେବା ସମୟରେ ଧରି ନିଅନ୍ତି କି ଜୀବନ ସହଜରେ କଟିଯିବ।କିନ୍ତୁ ଜନ୍ମ ଓ ଜୀବନ ଦୁଇଟି ଅଲଗା ଅଲଗା ମାମଲା ଅଟେ।ଜନ୍ମ ଏକ ଘଟଣା ଅଟେ ଓ ଜୀବନ ତା ସାଥିରେ ଯେଉଁ ସମ୍ଭାବନା ଆମକୁ ମିଳିଥାଏ ସେହି ସମ୍ଭାବନାର ସୃଜନର ନାମ ଜୀବନ ହୋଇଥାଏ।ଏଥିପାଇଁ କେବଳ ମଣିଷ ଜନ୍ମ ନେଲେ ହେବ ନାହିଁ ତା ସହିତ ଯୋଡି ହୋଇ ରହିଥିବା ସଂଘର୍ଷକୁ ମଧ୍ୟ ସ୍ବୀକାର କରିବାକୁ ପଡ଼ିବ। ଏହିଥିରେ ହିଁ ସମାଧାନର ରାସ୍ତା ଲୁଚିକି ଅଛି। ସତସଙ୍ଗ,ଧର୍ମକର୍ମ, ଗୁରୁଙ୍କ ସାନିଧ୍ୟ ଲାଭ ଆଦି ଏହାର ମାର୍ଗ ଅଟେ।ସମସ୍ୟା ମାନଙ୍କଠାରୁ ଦୂରକୁ ନଯାଇ ତାକୁ ସାହସର ସହିତ ସାମ୍ନା କରିବାକୁ ପଡ଼ିବ। ଏହାହିଁ ମାନବ ଜୀବନର ମୂଳ ମନ୍ତ୍ର।

Leave a Reply

Your email address will not be published. Required fields are marked *