October 22, 2024

Odia Express

Leading Odia News Portal of Odisha

ଏହି ପ୍ରକ୍ରିୟାରେ ନିଜ ପତ୍ନୀଙ୍କ ରାଗ ଶାନ୍ତ କରନ୍ତୁ – ସ୍ୱାମୀ ସ୍ତ୍ରୀ ଏହି କଥା ଗୁଡିକ ମାନି ଚାଲିଲେ ଜୀବନ ସ୍ୱର୍ଗମୟ ହେଇଯିବ..

ସାଙ୍ଗମାନେ ପ୍ରାୟତଃ ପତି ପତ୍ନୀର ରାଗ ବଡ଼ ବିବାଦକୁ ଜନ୍ମ ଦେଇଥାଏ।କ୍ରୋଧ ସବୁବେଳେ କ୍ଷତି ପହଞ୍ଚାଇଥାଏ।କ୍ରୋଧ ସମୟରେ ବ୍ୟକ୍ତି ଠିକ ଭୁଲ ବାରି ପାରେନାହିଁ।କ୍ରୋଧରେ ଏମିତି କିଛି ଶବ୍ଦ କହି ଦେଇଥାନ୍ତି ଯାହା ଲମ୍ବା ସମୟ ପର୍ଯ୍ୟନ୍ତ କଷ୍ଟ ପହଞ୍ଚାଇଥାଏ।ବୈବାହିକ ଜୀବନରେ ନିଜ ସାଥିର ଜବାବ ଶାନ୍ତିର ସହକାରେ ଦେବାକୁ ହୋଇଥାଏ।ଯଦି ଜଣେ ବ୍ୟକ୍ତି ରାଗରେ ଅଛି ତ ଅନ୍ୟ ଜଣେ ଶାନ୍ତ ରହିକି କଥାକୁ ସମ୍ଭାଳିବା ଦରକାର।ଯଦି ଦୁଇ ଜଣ ରାଗିଯିବେ ତ କଥା ସମ୍ଭାଳିବା ମୁସ୍କିଲ ହୋଇଯିବ।ଆସନ୍ତୁ ଜାଣିବା ପ୍ରସିଦ୍ଧ ଦାର୍ଶନିକ ଜଣେ କିପରି ତାଙ୍କ କ୍ରୋଧିତ ପତ୍ନୀଙ୍କୁ ଶାନ୍ତ କଲେ।

ମହାନ ଦାର୍ଶନିକ ସୁକୁରାତ ନିଜ ଜୀବନରେ ବହୁତ ସଫଳତା, ମାନ ସମ୍ମାନ ପାଇଥିଲେ ମଧ୍ୟ ତାଙ୍କଠାରେ ଅହଙ୍କାର ନଥିଲା।ସେ ଅତ୍ୟନ୍ତ ସହଜ,ବିନମ୍ର ସ୍ଵଭାବର ବ୍ୟକ୍ତି ଥିଲେ।କିନ୍ତୁ ତାଙ୍କ ପତ୍ନୀ ଅତ୍ୟନ୍ତ ରାଗି ସ୍ଵଭାବର ଥିଲେ।ସେ ବହୁତ ଛୋଟ ଛୋଟ କଥାରେ ବିରକ୍ତି ପ୍ରକାଶ କରୁଥିଲେ କିନ୍ତୁ ସୁକୁରାତ ଶାନ୍ତ ରହୁଥିଲେ।ସେ ପତ୍ନୀଙ୍କ କୌଣସି କଥାର ଜବାବ ଦେଉ ନଥିଲେ କି ବିରକ୍ତି ହେଉନଥିଲେ।ସେ ସବୁବେଳେ ପୂର୍ବପରି ଶାନ୍ତ ରହୁଥିଲେ।ତାଙ୍କ ପତ୍ନୀ ତାଙ୍କୁ ବହୁତ ବାର ରାଗରେ କହିଲେ ମଧ୍ୟ ସେ ତାଙ୍କୁ କୌଣସି ଉତ୍ତର ଦେଉ ନଥିଲେ।

ଦିନେ ସୁକୁରାତ ତାଙ୍କ ଶିଷ୍ୟ ମାନଙ୍କ ସହ ତାଙ୍କ ଦୁଆରେ ବସିଥିଲେ।କୌଣସି ଏକ ବିଷୟ ଉପରେ ଗମ୍ଭୀର ଦାର୍ଶନିକ ଚର୍ଚ୍ଚା ଚାଲୁଥିଲା।ସୁକୁରାତ ତାଙ୍କ ମତ ବ୍ୟକ୍ତ କରୁଥିଲେ ଓ ଶିଷ୍ୟମାନେ ତାକୁ ମନ ଦେଇ ଶୁଣୁଥିଲେ।ସେତେବେଳେ ତାଙ୍କ ପତ୍ନୀ ଘର ଭିତରୁ କୌଣସି କାମ ପାଇଁ ଡାକିଲେ।କିନ୍ତୁ ସୁକୁରାତ ବ୍ୟସ୍ତ ଥିବା କାରଣରୁ ପତ୍ନୀଙ୍କ ଡାକରେ ଧ୍ୟାନ ଦେଇପାରିଲେ ନାହିଁ। ତାଙ୍କ ପତ୍ନୀ ବାରମ୍ବାର ଡାକିଲେ ମଧ୍ୟ ସେ ଚର୍ଚ୍ଚାରେ ମଗ୍ନ ଥିବାରୁ ଶୁଣି ପାରିଲେ ନାହିଁ।ଏବେ ପତ୍ନୀଙ୍କ ରାଗ ଚରମ ସୀମାରେ ପହଁଚିଗଲା।

ସେ ତାପରେ ଏକ ବାଲ୍ଟି ପାଣି ଆଣି ସଭା ମଧ୍ୟରେ ଢାଳିଦେଲେ।ଏହି କଥା ତାଙ୍କ ଶିଷ୍ୟ ମାନଙ୍କୁ ଖରାପ ଲାଗିଲା।ସୁକୁରାତ ଶିଷ୍ୟ ମାନଙ୍କ ମନକଥା ବୁଝିପାରି କହିଲେ ଦେଖ ମୋ ପତ୍ନୀ କେତେ ଉଦାର ଏହି ଗରମରେ ସେ ମୋ ଉପରକୁ ପାଣି ଢ଼ାଳି ମୋତେ ଶୀତଳତା ଦେଲେ।ନିଜ ଗୁରୁଙ୍କ ଏପରି ଉଦାରତା ଦେଖି ଶିଷ୍ୟ ମାନେ ପ୍ରଣାମ କଲେ।ପତ୍ନୀଙ୍କ ରାଗ ମଧ୍ୟ ଶାନ୍ତ ହୋଇଗଲା।ପତ୍ନୀଙ୍କ କ୍ରୋଧର ଜବାବ ଶାନ୍ତ ସହକାରେ ଦେଲେ ତାଙ୍କ ରାଗ ଶାନ୍ତ ହୋଇଯାଏ।ବଡ଼ ବିବାଦର ପରିସ୍ଥିତି ଉପୁଜେ ନାହିଁ।ଘରେ ଶାନ୍ତି ପରିସ୍ଥିତି ବଜାୟ ରଖିବା ପାଇଁ ଏମିତି କରିବା ଜରୁରୀ ଅଟେ।ଆପଣ ମଧ୍ୟ ଏହି ଉପାୟ ପ୍ରୟୋଗ କରି ନିଜ ପତ୍ନୀଙ୍କ ରାଗକୁ ଶାନ୍ତ କରିପାରିବେ।

Leave a Reply

Your email address will not be published. Required fields are marked *