December 23, 2024

Odia Express

Leading Odia News Portal of Odisha

ଗୁରୁବାର ଦିନ ତୁଳସୀ ଗଛରେ ଚଢ଼ାନ୍ତୁ ଏହି ଜିନିଷ,ହେବେ ଲାଭବାନ..

କଣ ଆପଣ କେବେ ଭାବିଛନ୍ତି ସପ୍ତାହର ପ୍ରତ୍ୟେକ ଦିନର ଅଲଗା ଏକ ମହତ୍ଵ ରହିଥାଏ।ଆଜି ଆମେ ଆପଣଙ୍କୁ ଗୁରୁବାର ବିଷୟରେ ଏବଂ ତାହାର ମହତ୍ଵ ବିଷୟରେ କହିବୁ।ଗୁରୁବାର ସପ୍ତାହର ପଞ୍ଚମ ଏବଂ ଧାର୍ମିକ ଅନୁସାରେ ଏକ ମହତ୍ୱପୂର୍ଣ୍ଣ ଦିନ ହୋଇଥାଏ। ସନାତନ ଧର୍ମ ମଣୁଥିବା ଲୋକ ଯେତେ ବ ବଡ ମାଂସାହରୀ ହୁଅନ୍ତୁ ନା କାହିଁକି ଗୁରୁବାର ଦିନ ଏଥିରୁ ବିଚ୍ୟୁତ ରୁହନ୍ତି।ଏହାର କାରଣ ଏହାକି ଏହି ଗୁରୁବାର ଦିନ ଭଗବାନ ବିଷ୍ଣୁ ଏବଂ ବୃହସ୍ପତିଙ୍କ ଦିନ ମନାଯାଇଛି।ବୃହସ୍ପତିଦେବଙ୍କୁ ଧନ ଏବଂ ସଂପତ୍ତି ସହିତ ଶିକ୍ଷା ଏବଂ ସନ୍ତାନର ଦାତା ମନାଯାଇଅଛି।

ଗୁରୁବାରକୁ ବୃହସ୍ପତିବାର ମଧ୍ୟ କୁହାଯାଇଥାଏ।ଏହା କୁହାଯାଏକି ଗୁରୁବାର ଦିନ କିଛି ଉପାୟ କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।ଘରେ ସୁଖ,ଶାନ୍ତି,ଧନ ଏବଂ ସମୃଦ୍ଧିର ବାସ ହୋଇଥାଏ ଏବଂ ଅକାଳ ମୃତ୍ୟୁର ଭୟ ଦୁର ହୋଇଥାଏ।ଯଦି ଆପଣବି ନିଜ ଜୀବନରେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ପ୍ରତ୍ୟେକ ଗୁରୁବାର ଏହାକୁ ଆପଣନ୍ତୁ ନିଶ୍ଚୟ ଲାଭ ମିଳିବ।ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

ପ୍ରଥମ ହେଉଛି ହଳଦିଆ ବସ୍ତ୍ର ଧାରଣ କରନ୍ତୁ।ପ୍ରତ୍ୟେକ ଗୁରୁବାର ଦିନ ସକାଳକୁ ଉଠି ସ୍ନାନ କରି ପୂଜା କାର୍ଯ୍ୟ ସମାପ୍ତ କରି ଭଗବାନ ବିଷ୍ଣୁଙ୍କ ଧ୍ୟାନ କରନ୍ତୁ ଏବଂ ପୁରା ଦିନ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ।ଭୁଲରେ ବି ମାଂସାହାର କିମ୍ବା ନିଶା ଦ୍ରବ୍ୟର ପ୍ରୟୋଗ କରିବେ ନାହିଁ।ଏହି ଉପାୟରେ ବୃହସ୍ପତିଙ୍କ କୃପା ହୋଇଥାଏ ଏବଂ ଧନ ସମ୍ବନ୍ଧିତ ସମସ୍ୟା ଦୂର ହେବାକୁ ଲାଗିଥାଏ।

ଦ୍ୱିତୀୟ ହେଉଛି ମନ୍ଦିରରେ ହଳଦିଆ ଫୁଲ ଚଢ଼େଇବା।ଏମିତିତ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା ହୋଇଥାଏ କିନ୍ତୁ ଆପଣ ଯେଉଁ କୌଣସି ଦେବତାଙ୍କ ଉପାସକ ହୋଇଥିବେ ତାଙ୍କ ମନ୍ଦିର ଯାଆନ୍ତୁ ଏବଂ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ।ଦେବତା ପରସ୍ପରଙ୍କ ବାହକ ହୋଇଥାଏ ଏବଂ ଏହା କରିବା ଦ୍ୱାରା ବ୍ୟବସାୟରେ ଲଗାତାର ବୁଦ୍ଧି ହୋଇଥାଏ ଏବଂ ଘାଟା କମ ହୋଇଯାଏ।

ତୃତୀୟ ହେଉଛି କଞ୍ଚା ଖୀର ଚଢେଇବା।ଘରର ବଗିଚାରେ ତୁଳସୀ ମାଁଙ୍କ ଗଛ ଯଦି ଥାଏ ତାହେଲେ ସକାଳେ ସ୍ନାନ ପରେ ଏବଂ ସନ୍ଧ୍ୟାରେ ଦ୍ୱୀପ ଜଳାଇବା ସମୟରେ ସେଥିରେ କଞ୍ଚା ଖୀର ଚଢ଼ାନ୍ତୁ।ଏହା ଦ୍ୱାରା ପରିବାରରେ ସୁଖ ଏବଂ ଶାନ୍ତି ଆସିଥାଏ।

ଚତୁର୍ଥରେ ମନ୍ତ୍ରର ଜାପ କରନ୍ତୁ।ଗୁରୁବାର ଦିନ ଯେତେବେଳେ ସ୍ନାନ କର୍ମ ଆଦି ସମାପ୍ତ ହୋଇଯାଏ ତେବେ ଓଂ ଗ୍ରାଁ ଗ୍ରୀ ଗ୍ରୋ ଶଃ ଗୁରବେ ନମଃ ମନ୍ତ୍ରର ୧୦୮ ଥର ଜାପ କରନ୍ତୁ।୧୧ ଟି ଗୁରୁବାର ଏହି ପ୍ରକ୍ରିୟା କରନ୍ତୁ ଏହାଦ୍ୱାରା ସନ୍ତାନ ଏବଂ ଧନର ସୁଖ ମିଳିଥାଏ।

ପଞ୍ଚମରେ ହଳଦୀ ପାଣିରେ ସ୍ନାନ କରନ୍ତୁ।ପ୍ରତି ଗୁରୁବାରରେ ସ୍ନାନ କରିବା ବେଳେ ପାଣିରେ ହଳଦୀ ପକାଇ ଗାଧାନ୍ତୁ।ସ୍ନାନ କରିବା ପରେ ମସ୍ତକରେ କେଶରର ତିଳକ ଲଗାନ୍ତୁ।ଏହା ପରେ ହି କୌଣସି କାର୍ଯ୍ୟକୁ କରନ୍ତୁ।

ଷଷ୍ଠ ହେଉଛି ବିଷ୍ଣୁ ସହସ୍ତ୍ରନାମର ପାଠ କରନ୍ତୁ।ଯଦି ପରିବାରରେ ଦୁଃଖ ବଢ଼ିବାରେ ଲାଗିଛି ତାହାଲେ ସ୍ନାନ ପରେ ଭାଗବନ ବିଷ୍ଣୁଙ୍କ ମୂର୍ତି ସାମ୍ନାରେ ଘିଅର ଦୀପ ଜାଳି ଏହି ପାଠ କରନ୍ତୁ।

ଶେଷରେ କରନ୍ତୁ ଗରିବଙ୍କୁ ଦାନ।ହିନ୍ଦୁ ଧର୍ମରେ ଦାନକୁ ବହୁତ ପ୍ରମୁଖତା ଦିଆଯାଇଛି।ଦାନ ଦେବା ଦ୍ୱାରା ନିଜ ରୋଗ ଏବଂ ଦୁଃଖ ଦୂର ହୋଇଥାଏ।ଆର୍ଥିକ ଏବଂ ପାରିବାରିକ ସମସ୍ୟାକୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ଗୁରୁବାରରେ ଏହି କାର୍ଯ୍ୟ କରନ୍ତୁ।

Leave a Reply

Your email address will not be published. Required fields are marked *