December 22, 2024

Odia Express

Leading Odia News Portal of Odisha

ତେଜପତ୍ରର ଏହି ବ୍ୟବହାର ଆପଣଙ୍କ ସୌନ୍ଦର୍ଯ୍ୟରେ ଉନ୍ନତି ଆଣିବ – ଜାଣନ୍ତୁ ତେଜପତ୍ରର ୫ଟି ଅନ୍ୟତମ ବ୍ୟବହାର…

ନମସ୍କାର ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ମାଧ୍ୟମରେ ତେଜ ପତ୍ର ବିଷୟରେ କିଛି ବିଶେଷ ତଥ୍ୟ ଜଣାଇବୁ।ଏଥିପାଇଁ ଏହାକୁ ସମ୍ପୂର୍ଣ୍ଣ ପଢନ୍ତୁ।ଆପଣମାନେ ଯଦି ତେଜପତ୍ରର ବ୍ୟବହାର ଆଜି ଯାଏ ଏକ ମସଲା ଖାଦ୍ୟ ଭାବେ କରି ଆସିଛନ୍ତି ତେବେ ଆଜିର ତେଜପତ୍ରର ଏହି ପାଞ୍ଚଟି ଗୁଣ ଆପଣଙ୍କୁ ବହୁତ ପସନ୍ଦ ଆସିବ।ତେଜପତ୍ରକୁ କେବଳ ଗୋଟେ ମସଲା ଜାତୀୟ ଖାଦ୍ୟ ଭାବେ ବ୍ୟବହାର କରିବା କଥା ନୁହଁ କାରଣ ଏହାର ଆହୁରି ଅନେକ ବ୍ୟବହାର ଅଛି।ତେବେ ଆସନ୍ତୁ ଜାଣିବା।

୧:ଚେହେରାର ଦାଗ ତଥା ଚିହ୍ନ ହଟାଇବା:

ତେଜପତ୍ରକୁ ବ୍ୟବହାର କରିବା ଦ୍ୱାରା ଆମ ଚେହେରା ବହୁତ ସଫା ରହିଥାଏ।ତେଜପତ୍ରର ଲେପ ଅଥବା ତେଜପତ୍ର ଫୁଟାଇ ଥିବା ପାଣିକୁ ବ୍ୟବହାର କରି ନିଜର ଚେହେରା ଧୋଇବା ଦ୍ୱାରା ଆମ ଚେହେରା ପୁରା ବେଦାଗ ରହିଥାଏ ଆଉ ସଫା ରହିଥାଏ। ଏହା ଚେହେରା ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ।

୨:ତେଜପତ୍ର ସୂର୍ଯ୍ୟକିରଣ ଦ୍ୱାରା ପ୍ରଭାବିତ ଚେହେରାର ଚିକିତ୍ସା କରିବାରେ ସହାୟକ ହେଇ ଥାଏ।ତେଜପଟ୍ର ବ୍ୟବହାର ଦ୍ୱାରା ଆମ ଚେହେରା ସମରଙ୍ଗୀ ରହିଥାଏ ଆଉ ସୂର୍ଯ୍ୟ କିରଣର ପ୍ରଭାବ ଜଣାପଡି ନଥାଏ।ତେଜପତ୍ର ଦ୍ୱାରା ଆମ ଶରୀରର ରଙ୍ଗ ସମାନ ରହି ଥାଏ ଯାହା କି ଆମର ଚର୍ମଗତ ସମସ୍ୟା ଦୂର କରି ଥାଏ।ଏଥିପାଇଁ ଏହାକୁ ନିଷ୍ଟିତ ବ୍ୟବହାର କରନ୍ତୁ।

୩: ତେଜପତ୍ର ଦ୍ୱାରା ଆମ ଛୁଟି ପୁରା ସଫା,କୋମଳ ଆଉ ସୁନେଲି ନାରଙ୍ଗୀ ରଙ୍ଗର ରହିଥାଏ।ଏହାକୁ ପେଶୀ ଆମେ ତେଲ ଲଗେଇ ଛୁଟି ମୂଳରେ ଲଗାଇ ପାରିଥାଉ ଅଥବା ଏହାକୁ ଗରମ କରି ତାର ପାଣିରେ ଚୁଟି ଧୋଇ ପାରିଥାଉ।ଏହା କେଉଁ କୃତ୍ରିମ ରାସାୟନିକ ଠାରୁ କମ ପ୍ରଭାବିଶାଳୀ ହେଇ ନଥାଏ କାରଣ ଏହାର ପ୍ରଭାବ ସର୍ବଦା ଆମ ଶରୀର ର ହିତରେହି ଯାଇ ଥାଏ।

୪:ତେଜ ପତ୍ରକୁ ପେସୀ ତାର ଲେପକୁ ଚୁଟିରେ ଲଗାଇବା ଦ୍ୱାରା ରୁପିର ସମସ୍ୟାରୁ ମୁକ୍ତି ମିଳିଥାଏ।ଏହାକୁ ଦହି ସହ ମିଶାଇବି ମୁଣ୍ଡରେ ଲଗାଇ ହେବ ଯାହାଦ୍ୱାରା ଆମ ଚୁଟି ସୁସ୍ଥ ରହିଥାଏ।ଏହାଦ୍ୱାରା ଆମ ଚୁଟି କୋମଳ ଆଉ ମସୃଣ ରହି ଥାଏ। ଯାହାକି ଆମର ଅନେକ ଚୁଟି ତଥା ମୁଣ୍ଡ ଗତ ସମସ୍ୟାକୁ ଦୂର କରି ଥାଏ।ଏହା ତାହା ପାଇଁ ରାମବାଣ ସାବ୍ୟସ୍ତ ହେଇ ଥାଏ।

୫:ଏହାର ସବୁଠୁ ଶେଷ ଭଲ ଗୁଣ ହେଉଛିକି ଏହାକୁ ଶୁଖାଇ ପାଉଡର କରି ଦନ୍ତ ମଞ୍ଜନରେ ବ୍ୟବହାର କରିବା ଦ୍ୱାରା ଆମକୁ ଦାନ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ।ଏହାକୁ ଆମେ ସପ୍ତାହରେ ଥରେ ବ୍ୟବହାର କରି ପାରିବା ଦ୍ୱାରା ଆମକୁ ଏହାର ଫଳାଫଳ ଦେଖିବାକୁ ମିଳିଥାଏ। ତେଣୁ ଯିଏବି ଦାନ୍ତ ସମସ୍ୟାରେ ପୀଡିତ ତାଙ୍କ ପାଇଁ ଏହା ରାମବାଣ ସାବ୍ୟସ୍ତ ହେଇ ପାରେ।ତେବେ ସାଙ୍ଗମାନେ ଏହାକୁ ନିଷ୍ଟିତ ବ୍ୟବହାର କରି ଦେଖନ୍ତୁ।ଏହା ଶତ ପ୍ରତିଶତ ଲାଭଦାୟୀ ଅଟେ।ଏହାକୁ ଆମେ ନିଜେ ମଧ୍ୟ ବ୍ୟବହାର କରି ଦେଖିଛୁ।

Leave a Reply

Your email address will not be published. Required fields are marked *