December 22, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ସିଂହ ରାଶି ଲୋକଙ୍କ ପାଇଁ କେଉଁମାନେ ଅଟନ୍ତି ଉପଯୁକ୍ତ ଜୀବନସାଥି – ସିଂହ ରାଶି ଲୋକ ନିଶ୍ଚୟ ପଢନ୍ତୁ..

ଜ୍ୟୋତିଷ ଶାସ୍ତ୍ରର ବିଭିନ୍ନ ବିଦ୍ୟା ମଧ୍ୟରୁ ଗୋଟେ ହେଉଛି ରାଶି ଆଧାରରେ ବ୍ୟକ୍ତିତ୍ୱ ଦର୍ଶନ।ଏହି ବିଦ୍ୟା ଦ୍ଵାରା ଜାଣିହୁଏ କେଉଁ ରାଶି ର ଲୋକଙ୍କ ସ୍ୱଭାବ କେମିତିକା।ଏହି ବିଦ୍ୟା ଅଧୀନରେ ରହିଛି ୧୨ ଗୋଟି ରାଶି ଯାହା ମେଷରୁ ଆରମ୍ଭ ହୋଇ ମିନ ରାଶିରେ ଶେଷ ହୋଇଥାଏ।ଏହି ରାଶି ଆଧାରରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଏବଂ ବିଭିନ୍ନ ଗୁଣ ବିଷୟରେ ଜାଣି ହୁଏ।ଏଥିରେ ବିଶ୍ୱାସ କରୁଥିବା ଲୋକମାନେ ଏହାକୁ ବିବିଭିନ୍ନସମୟରେ ଆଧାର କରି ନିଜ ଜୀବନର ନିଣ୍ଣୟ ନେଇଥାନ୍ତି।ଅଜିକାଲି ଏହି ଶାସ୍ତ୍ର କୁ ଆଧାର କରି ବିବାହ କରାଯାଉଛି।

ପ୍ରଥମେ ଉଭୟ କନ୍ୟା ଏବଂ ବରର ରାଶି ମିଳାଇ ସେମାନଙ୍କ ବ୍ୟକ୍ତିତ୍ତ୍ୱ ଆଧାରରେ ବିବାହ କରାଯାଉଛି।ଏହି ଶାସ୍ତ୍ର ଆଧାରରେ ଆସନ୍ତୁ ଜାଣିବା ସିଂହ ରାଶିର ଲୋକଙ୍କ ବିଷୟରେ କେତେକ ଅଜଣା କଥା ଏବଂ ସେମାନଙ୍କ ବ୍ୟକ୍ତିତ୍ତ୍ୱ କିପରି ହୋଇଥାଏ।

ସିଂହ ରାଶିର ଚିହ୍ନ ସିଂହ ହୋଇଥାଏ।ଆସନ୍ତୁ ଜାଣିବା ଏହି ରାଶି ସହ କେଉଁ ରାଶିର ଯୋଡି ଭଲ ରହିଥାଏ।

ସିଂହ ଏବଂ ମେଷ ଉଭୟ ରାଶିର ଲୋକ ମାନେ ଆତ୍ମବିଶ୍ୱାସୀ ହେବ ସହ ସ୍ୱାଧୀନ ଚିନ୍ତାଧାରଯୁକ୍ତ ହିଇଥାନ୍ତି।ଏମାନେ ସଫଳତା ହାସଲ କରିବାକୁ ନିଜର ଆପ୍ରାଣ ଚେଷ୍ଟା କରନ୍ତି।ଏହି ରାଶିଦ୍ୱୟର ବ୍ୟକ୍ତି ନିଜ ନିଜର କାମକୁ ନେଇ ସବୁବେଳେ ଚିନ୍ତାରେ ରୁହନ୍ତି।ମେଷ ଓ ସିଂହ ରାଶିର ଯୋଡ଼ି ବହୁତ ଭଲ ରହିଥାଏ।ଏମାନେ ଉଭୟ ଉଭୟଙ୍କୁ ବୁଝିବା ସହ ଉଭୟଙ୍କ ପାଇଁ ଯତ୍ନଶୀଳ ମଧ୍ୟ ହୋଇଥାନ୍ତି।ବିବାହ ସମ୍ପର୍କରେ ଏହି ଯୋଡି ଭଲ ରହିଥାଏ।

ସିଂହ ଏବଂ ବୃଷ ରାଶିର ଯୋଡି ଭଲ ରହିଥାଏ।କିନ୍ତୁ ଉଭୟ ରାଶିର ଲୋକ ମାନେ ଅତ୍ୟନ୍ତ ରାଗି ସ୍ୱଭାବର ହୋଇଥିବାରୁ ସେମାନଙ୍କର ଜୀବନରେ ତିକ୍ତତା ଭରିରୁହେ।

ମିଥୁନ ରାଶି ଏବଂ ସିଂହ ରାଶିର ବ୍ୟକ୍ତି ଙ୍କ ମଧ୍ୟରେ ବହୁ ସମାନତା ଥିଲେ ମଧ୍ୟ ଏହି ରାଶିର ଯୋଡି ବହୁଦିନ ଟିକି ପରିନଥାଏ।ଏମାନଙ୍କ ମଧ୍ୟରେ ସର୍ବଦା ଝଗଡା ଲାଗିରହିବା ସହ ଉଭୟ ଉଭୟଙ୍କ ସନମାନ ପାଇଁ ଚିନ୍ତିତ ନଥାନ୍ତି।

କର୍କଟ ଏବଂ ସିଂହ ରାଶିର ମେଳ ଅତ୍ୟନ୍ତ ଭଲ ରୁହେ।ଉଭୟ ଉଭୟଙ୍କ କମି କୁ ବୁଝିବା ସହ ଉଭୟ ଙ୍କ ଭିତରେ ବୁଝାମଣା ଠିକ ରହିଥାଏ।

ସିଂହ ଏବଂ ସିଂହ ରାଶିର ବ୍ୟକ୍ତି ଯଦି ବିବାହ କରିଥାନ୍ତି ତେବେ ସେମାନେ କେବେ ଖୁସିରେ ରାହୀନଥାନ୍ତି।କାରଣ ଉଭୟ ଗର୍ବୀ ସ୍ୱଭାବର ହୋଇଥିବା ହେତୁ ସେମାନଙ୍କ ଭିତରେ ଠିକ ବୁଝାମଣା ରାହିନଥାଏ।ଏହି ଯୋଡି ଖୁବ କମ ଦିନ ରହିଥାଏ।

ସିଂହ ଏବଂ କନ୍ୟା ରାଶି ମଧ୍ୟରେ ସମ୍ପର୍କ ଏତେ ଭଲ ରାହୀନଥାଏ।କନ୍ୟା ରାଶିର ଲୋକ ମାନେ ସ୍ୱାର୍ଥକ୍ୟନ୍ଦ୍ରିକ ହୋଇଠୁବ ବେଳେ ସିଂହ ରାଶିର ଲୋକ ମାନେ ଗର୍ବୀ ହୋଇଥାନ୍ତି।ସେମାନଙ୍କ ମଧ୍ୟରେ ସଂଘର୍ଷ ଲାଗିରୁହେ।

ତୁଲା ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଶାନ୍ତ ସ୍ୱଭାବର ହୋଇଥାନ୍ତି।ସିଂହ ରାଶିର ଲୋକମାନେ ରାଗି ସ୍ୱଭାବର।ସେଥିପାଇଁ ଏହି ଦୁଇ ରାଶିମଧ୍ୟରେ ସମତା ରହିଥାଏ।ଏହି ରାଶିର ଯୋଡି ଜୀବନ ଖୁସିରେ ଅତିବାହିତ କରିଥାନ୍ତି।

ବିଛା ରାଶିର ଲୋକମାନେ ପ୍ରବଳ କ୍ରୋଧି ହେବ ସହ ଆତ୍ମଗର୍ବୀ ହୋଇଥାନ୍ତି।ସିଂହ ଏବଂ ବିଛା ରାଶିର ଯୋଡିଙ୍କ ଭିତରେ ବାଦ ବିବାଦ ଲାଗିରୁହେ।କାରଣ ଉଭୟଙ୍କ ସ୍ୱଭାବ ସମାନ ହୋଇଥିବାରୁ କେହି କାହାକୁ ବୁଝିବାକୁ ଚାହିଁନଥାନ୍ତି।ସେଥିପାଇଁ ଉଭୟଙ୍କ ବିବାହ ଜୀବନ ଅଶାନ୍ତିରେ ଭରିରହିଥାଏ।

ଧନୁ ରାଶିର ବ୍ୟକ୍ତି ମାନେ ମିଷ୍ଟଭାସି ହୋଇଥାନ୍ତି। ସେମାନେ ଅନ୍ୟର ଭାବନାକୁ ସମ୍ମାନ ଦେଇଥାନ୍ତି।ସିଂହ ଓ ଧନୁ ରାଶିର ଯୋଡି ଅତ୍ୟନ୍ତ ଭଲ ରହିଥାଏ।

ମକର ରାଶିର ବ୍ୟକ୍ତି ମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି କିନ୍ତୁ ସିଂହ ରାଶିର ଲୋକ ଏହାର ପୁରା ବିପରୀତ ହୋଇଥାନ୍ତି ତେଣୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ଏହି ଦୃଷ୍ଟିରୁ ନରହିପାରେ।କିନ୍ତୁ ଅନ୍ୟ ଦୃଷ୍ଟିରୁ ଯେଉଁଠି ସିଂହ ରାଶିର ଲୋକମାନେ ଅଧିକ ରୋମାଣ୍ଟିକ ଅଟନ୍ତି ସେହିପରି ମକର ରାଶିର ଲୋକ ଅଧିକ ଯତ୍ନବାନ ଅଟନ୍ତି ଏହି ଦୃଷ୍ଟିରୁ ଦୁହିଁଙ୍କ ମଧ୍ୟରେ ଭଲ ପଡିପାରେ।

କୁମ୍ଭ ରାଶିର ଲୋକମାନଙ୍କ ସହ ସିଂହ ରାଶିର ଲୋକଙ୍କ ଯୋଡି ବହୁତ ଭଲ ରହିଥାଏ କାରଣ ଏହି ଦୁଇ ରାଶି ପରସ୍ପରର କାର୍ଯ୍ୟରେ ନିକଟତର ହୋଇଥାନ୍ତି।ଏହା ସହ କୁମ୍ଭ ରାଶିର ଲୋକ ବହୁତ ଶାନ୍ତ ହୋଇଥିବାରୁ ଏମାନେ ସିଂହ ରାଶିର ଲୋକଙ୍କ ରାଗ ସହ୍ୟ ମଧ୍ୟ କରିପାରିବେ ତେଣୁ ଏହି ଦୁହିଁଙ୍କ ଯୋଡି ଭଲ ରହିଥାଏ।

ମୀନ ରାଶିର ଲୋକଙ୍କ ସହ ସିଂହ ରାଶିର ଲୋକଙ୍କ ଯୋଡି କରିବା ପୂର୍ବରୁ ଭଲସେ ଭାବି ରଖନ୍ତୁ ଏହା ପୁରା ଭୁଲ ହୋଇଯିବ।କାରଣ ସିଂହ ରାଶିର ଲୋକ ଅହଂକାରି ଓ ଗର୍ବୀ ହୋଇଥାନ୍ତି ଯାହା ମୀନ ରାଶିର ଲୋକଙ୍କୁ ଜମା ପସନ୍ଦ ନୁହେଁ ତେଣୁ ଦୁହିଁଙ୍କ ମଧ୍ୟରେ କେବଳ ଶତ୍ରୁତା ହିଁ ହୋଇଥାଏ।

Leave a Reply

Your email address will not be published. Required fields are marked *