ଘରେ ଅଶ୍ୱତ୍ଥ ଗଛ ଲଗାଇବା ଶୁଭ କି ଅଶୁଭ ଜାଣନ୍ତୁ – ଏହି ଉପାୟ ରେ ଆପଣଙ୍କ ଘରେ ଲଗେଇଲେ ତେବେ ଆପଣଙ୍କ ଜୀବନରେ ଖୁସି ଭରିଯିବ..
ବନ୍ଧୁଗଣ ଭାରତୀୟ ସଂସ୍କୃତିରେ ଏମିତି ନିୟମ ତଥା ପରମ୍ପରା ଅଛି ଯାହା ବର୍ଷ ବର୍ଷରୁ ଚାଲିଆସିଅଛି।ଭାରତ ଏକମାତ୍ର ଏମିତିବଦେଶ ଅଟେ ଯେଉଁଠି ଗାଈକୁ ମାତା ରୱାରେ ପୂଜା କରାଯାଏ।ଏହିପ୍ରକାର ହି ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି ଗଛର ଉଲ୍ଲେଖ କରାଯାଇଛି ଯାହାକୁ ଘରେ ଲଗାଇବା ଦ୍ୱାରା ଶୁଭ ଫଳର ପ୍ରାପ୍ତି ହୋଇଥାଏ ଯେମିତି କଦଳୀ,ତୁଳସୀ ଆଦି କିନ୍ତୁ ଅଶ୍ୱତ୍ଥ ଗଛ ଲଗେଇବା ନିଷେଧ କରାଯାଇଛି।ପ୍ରକୃତରେ କଣ କାରଣ ଅଛି ଯାହା ପାଇଁ ଏହି ଗଛକୁ ଘରେ ଲଗେଇବା ବର୍ଜିତ ଅଟେ ଆସନ୍ତୁ ଜାଣିବା।
ସାଙ୍ଗମାନେ ଆପଣ ତ ଜାଣିଥିବେ ଅଶ୍ୱତ୍ଥ ଗଛର ଛାୟା ଶୀତଳ ହୋଇଥାଏ ଏବଂ ଏହି ଗଛ ବାତାବରଣ ପାଇଁ ମଧ୍ୟ ଅତି ଆବଶ୍ୟକ ଅଟେ କିନ୍ତୁ ଘରେ ଏହାକୁ ଲଗାଇବା ଶୁଭକାରୀ ହୋଇନଥାଏ।ଶାସ୍ତ୍ର ଅନୁସାରେ ଏହା ଘରର ପ୍ରଗତିରେ ବାଧା ବନିଥାଏ।ଏହା ନିଜ ଆଖପାଖରେ ଏକାନ୍ତ ଏବଂ ନିର୍ଧନତା ଉତ୍ପନ କରିଥାଏ ଏବଂ ଏହାସହିତ ଏହା ଆଖପାଖରେ ରହିଲେ ମନୁଷ୍ୟ ଭିତରେ ନକରାତ୍ମକ ଶକ୍ତି ଉତ୍ପନ ହୋଇଥାଏ।ଏହା ବଂଶବୃଦ୍ଧି ପାଇଁ ମଧ୍ୟ ଭଲ ହୋଇନଥାଏ।ଏହାଦ୍ୱାରା ସନ୍ତାନ ଉପରେ ବିପଦ ଆସିଥାଏ।ଏଥିପାଇଁ ଆପଣଙ୍କୁ ଘରେ ଅଶ୍ୱତ୍ଥ ଗଛ ଲଗେଇବା ଉଚିତ ନୁହେଁ।ଏହା ଘରେ ବୈରାଗ୍ୟ ଆଣିଥାଏ ସେଥିପାଇଁ ବୈବାହିକ ଜୀବନ ପାଇଁ ଏହା ବିଲକୁଲ ଭଲ ହୋଇନଥାଏ।
ସାଙ୍ଗମାନେ କଣ କରିବେ ଯଦି ଘରେ ଉଠିବ ଅଶ୍ୱତ୍ଥ ଗଛ।ଘରେ ଏହି ଗଛର ଉଠିବ ଅଶୁଭ ହୋଇଥାଏ।କୁହାଯାଏକି କୌଣସି ଘରେ ଯଦି ଏହି ଗଛର ଛାୟା ବି ପଡିଥାଏ ତାହେଲେ ତାହା ନିର୍ଜନ ରହିଥାଏ।ଏଥିପାଇଁ ଏହି ଗଛକୁ ଘରୁ ହଟେଇଦେବ ହି ଉଚିତ ହୋଇଥାଏ।ବେଳେବେଳେ ଏହା ଘରର କୌଣସି କୋଣ ଅଥବା କାନ୍ଥରେ ବାହାରିଆସେ।ଏହାକୁ ନଷ୍ଟ କରିବା ପାଇଁ ଲୋକ ଏହାକୁ କଟିଦିଅନ୍ତି ଅଥବା ଏସିଡ ଦ୍ୱାରା ପୋଡି ଦିଅନ୍ତି କିନ୍ତୁ ଏହା କରିବା ଭୁଲ ଅଟେ।କୁହାଯାଏ କି ପ୍ରତ୍ୟେକ କାର୍ଯ୍ୟକୁ କରିବାର ଗୋଟେ ନିୟମ ଏବଂ କାୟିଦା ରହିଥାଏ।ବାସ୍ତୁରେ ଏହାକୁ ହଟେଇବାର ଉପଯୁକ୍ତ ଶୈଳୀ ମଧ୍ୟ କୁହାଯାଇଅଛି।ଆସନ୍ତୁ ଜାଣିବା ଏହାକୁ ହଟେଇବାର ଉପଯୁକ୍ତ ପଦକ୍ଷେପ।
ଯଦି ଗୋଟେ ସ୍ଥାନରେ ବାରମ୍ବାର ଅଶ୍ୱତ୍ଥ ଗଛ ଉଠିଥାଏ ତହେଲେ ଆପଣ ୪୫ ଦିନ ଯାଏ ତାହାର ପୂଜା କରନ୍ତୁ ଏବଂ ତାହା ଉପରେ କଞ୍ଚା ଖୀର ଢାଳନ୍ତୁ।ଏହାପରେ ତାକୁ ମୂଳସହ ଓପାଡ଼ି କୌଣସି ଅଲଗା ଜାଗାରେ ଲଗେଇଦିଅନ୍ତୁ।ଯଦି ଆପଣଙ୍କ ଘରେ ଏହି ଗଛର ଛାୟା ପଡିଥାଏ ତାହେଲେ ଏହି ସ୍ଥିତିରେ ଆପଣ ରବିବାର ଦିନ ଏହାର ପୂଜା କରି ଏହାକୁ କାଟି ପାରିବେ।ପୁରାଣରେ ଉଲ୍ଲେଖ ଅଛିକି ଅଶ୍ୱତ୍ଥ ଗଛରେ ବ୍ରହ୍ମ,ବିଷ୍ଣୁ ଏବଂ ମହେଶ୍ୱର ବାସ କରନ୍ତି।ସେଥିପାଇଁ ବିନା ପୂଜା କିମ୍ବା ବ୍ରତରେ ଏହାକୁ କଟିବା ଅଶୁଭ ହୋଇଥାଏ।
ଆସନ୍ତୁ ଏବେ ଜାଣିବା ଏହି ଗଛର କିଛି ଉପକାର ବିଷୟରେ:-
୧.ପେଟ କାଟିବା:- ଅଶ୍ୱତ୍ଥ ଗଛର ୨ ରୁ ୫ଟି ପତ୍ରର ପେଷ୍ଟ ତିଆରି କରି ତାକୁ ୫୦ ଗ୍ରାମ ଗୁଡ଼ରେ ମିଶାଇ ମିଶ୍ରଣ ତିଆରି କରନ୍ତୁ।ଏହି ମିଶ୍ରଣର ଛୋଟ ଛୋଟ ଗୋଲି ତିଆରି କରି ଦିନରେ ୩ ରୁ ୪ ଥର ଖାଇବା ଦ୍ୱାରା ପେଟ ବଥା କମିଯାଇଥାଏ।
୨.ଅସ୍ଥମା:- ଏହି ଗଛର ଛାଲ ଏବଂ ପାଚିଲା ଫଳର ଅଲଗା ଅଲଗା ପାଉଡର ତିଆରି କରି ତାକୁ ସମାନ ମାତ୍ରାରେ ମିଶେଇ ଦିଅନ୍ତୁ।ଏହାକୁ ୩ ରୁ ୪ ଥର ଖାଇବା ଦ୍ୱାରା ଆସ୍ଥମାରୁ ମୁକ୍ତି ମିଳିଥାଏ।
୩.ଚର୍ମ ରୋଗ:- ଅଶ୍ୱତ୍ଥ ଗଛର କୋମଳ ପତ୍ରକୁ ଚୋବେଇବା ଦ୍ୱାରା ଚର୍ମ ରୋଗରୁ ମୁକ୍ତି ମିଳିଥାଏ
୪.ରକ୍ତ ସଫା ହେବା:- ୧ ରୁ ୨ ଗ୍ରାମ ଏହି ଗଛ ମଞ୍ଜିର ପାଉଡରକୁ ମହୁ ସହ ମିଶେଇ ପ୍ରତିଦିନ ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ।
୫.ଲିଭର ରୋଗରୁ ମୁକ୍ତି ପାଇଁ:- ଏଥିପାଇଁ ୩ ରୁ ୪ ଅଶ୍ୱତ୍ଥ ଗଛର ପତ୍ରକୁ କ୍ରିଷ୍ଟଲ ଚିନି ସହ ମିଶାଇ ତାହାର ପାଉଡର ବନାନ୍ତୁ।ଏହାକୁ ୨୫୦ ଗ୍ରାମ ପାଣିରେ ମିଶେଇ ଛାଣି ଦିଅନ୍ତୁ ଏବଂ ଏହାକୁ ୫ ଦିନ ପାଇଁ ପ୍ରତିଦିନ ୨ ଥର ପିଇଲେ ରୋଗରୁ ମୁକ୍ତି ମିଳିଥାଏ।
୬.ଆଖି ବଥା:- ଯଦି ଆପଣଙ୍କ ଆଖିବଥା ହୋଇଥାଏ ତାହେଲେ ଏହି ଗଛର ପତ୍ରର କ୍ଷୀରକୁ ଆଖିରେ ଲଗେଇବା ଦ୍ୱାରା ଆଖିର ବଥା କମିଥାଏ
୭.ଦାନ୍ତ ବଥା:- ଦାନ୍ତ ରୋଗ ଆଜିକାଲି କମନ ହୋଇଯାଇଛି।ଏଥିରୁ ମୁକ୍ତି ପାଇବା ପାଇଁ ଅଶ୍ୱତ୍ଥ ଗଛର ଛାଲର ମିଶ୍ରଣକୁ ଗରମ ପାଣିରେ ଫୁଟେଇ କୁଳି କରନ୍ତୁ।ଏହାଦ୍ୱାରା ଦାନ୍ତ ବଥା କମିଥାଏ।