ଏହି ମଧ୍ୟରୁ କରନ୍ତୁ ଗୋଟିଏ ଉପାୟ ଆପଣଙ୍କ ଭାଗ୍ୟ ଖୋଲିଯିବ – ନିଶ୍ଚୟ ସବୁଦିନ ଏହି ଉପାୟ କରନ୍ତୁ..
ଆମ ପୃଥିବୀରେ ବହୁତ ପ୍ରକାର ଲୋକ ବାସ କରୁଛନ୍ତି।ସେମାନଙ୍କ ମଧ୍ୟରୁ ସବୁ ଲୋକ ସବୁ ସମୟରେ ସୁଖରେ ରହିବେ ତାହା କହିବା ବହୁତ ବଡ଼ ଭୁଲ ଅଟେ।ସମସ୍ତଙ୍କର କିଛି ନା କିଛି ଜିନିଷ ଥାଏ ଯାହା ପାଇଁ ସେମାନେ କିଛି ସମୟ ପାଇଁ ବହୁତ ଦୁଖୀ ହୋଇଥାନ୍ତି।ଆମ ଜୀବନରେ ସୁଖ ଦୁଃଖ ଏହି ସବୁ ଜିନିଷ ପାଇଁ ଜ୍ୟୋତିଶଶାସ୍ତ୍ର ନିହାତି ଆବଶ୍ୟକତା ରହିଛି।ହିନ୍ଦୁ ଶାସ୍ତ୍ର ଅନୁସାରେ ଆମର ଭାଗ୍ୟ ଜ୍ୟୋତିଶଶାସ୍ତ୍ର ଅନୁସାରେ ନିର୍ଦ୍ଧାରିତ ହୋଇଥାଏ।ଏହା ଉପରେ ଆମ ଜୀବନର ଡୋରି ଲାଗିଥାଏ।ଯାହାକୁ ନେଇ ଆମେ ଆମ ଜୀବନଜୀବିକା ନିର୍ଭର କରେ।ଜ୍ୟୋତିଶଶାସ୍ତ୍ର ଦ୍ୱାରା ଆମ ଭାଗ୍ୟ ନିର୍ଦ୍ଧାରଣ ହୁଏ।ଆଜି ଜାଣନ୍ତୁ କିଛି ଉପାୟ।ଯାହାକୁ ଜାଣିଲେ ଆପଣ ଆପଣଙ୍କ ଭାଗ୍ୟ ବଦଳାଇ ପାରିବେ।
ନିଜ ପାପୁଲିର ଦର୍ଶନ।ସବୁ ସମୟରେ ସକାଳୁ ଉଥିବାପରେ ନିଜ ହାତର ପାପୁଲିକୁ ଦେଖନ୍ତୁ।ଏହା କରିବା ଦ୍ୱାରା ଲଷ୍ମୀ ବହୁତ ଖୁସି ହୋଇଥାନ୍ତି।ଏହାପରେ ପ୍ରଥମେ ମାଟିକୁ ସ୍ପର୍ଷ କରନ୍ତୁ ପୁଣି ନିଜ ପାଦକୁ ମାଟିରେ ରଖନ୍ତୁ।ଏହାପରେ ପ୍ରଥମେ ନିଜ ମୁଖକୁ ଆଇନା ରେ ଆଗ ଦେଖନ୍ତୁ ତାପରେ ଯାଇ ଦିନର ଆରମ୍ଭ କରନ୍ତୁ।
ଗାଈକୁ ଖାଦ୍ୟ ପ୍ରଦାନ କରନ୍ତୁ।ଯେତେବେଳେ ଆପଣ ସକାଳୁ ନିଜ ପରିବାର ପାଇଁ ରୁଟି ତିଆରି କରୁଛନ୍ତି ସେହି ସମୟରେ ଗାଈ ପାଇଁ ଗୋଟାଏ ରୁଟି ପ୍ରଥମେ ତିଆରି କରନ୍ତୁ ଓ ସେଥିରେ କିଛି ଘିଅ ବା ଚିନି ଲାଗେଇଦିଅନ୍ତୁ ଓ ଏହାପରେ ଗୋଟେ ଗାଈକୁ ଖାଇବାକୁ ଦିଅନ୍ତୁ।ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ମନାଯାଏ ଯେ ଗାଈ ମଧ୍ୟରେ ସବୁ ଦେବଦେବୀ ବାସ କରନ୍ତି ତେଣୁ ଏହାକଲେ ସବୁ ଦେବଦେବୀଙ୍କ ଆଶୀର୍ବାଦ ଆପଣ ଲାଭ କରିପାରିବେ।ଆପଣ ଚାହିଁଲେ ଗାଈକୁ କିଛି ଘାସ ମଧ୍ୟ ପ୍ରଦାନ କରିପାରିବେ।
ପ୍ରତିଦିନ ସକାଳୁ ଜନ୍ଦା ଓ ପିମ୍ପୁଡିଙ୍କୁ ଅଟା ଦିଅନ୍ତୁ।ଏହାକରିବା ଫଳରେ ମହତ ପୁଣ୍ୟ ପ୍ରାପ୍ତି ହୋଇଥାଏ ଓ ନିଜର ଭାଗ୍ୟ ଖୋଲିଯାଏ ବୋଲି ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ମାନଯାଇଥାଏ।ତେଣୁ ପ୍ରତିଦିନ ସକାଳୁ ପିମ୍ପୁଡି ବା ଜନ୍ଦାଙ୍କୁ ଚିନି ମିଶା ଅଟା ଦିଅନ୍ତୁ।
ସବୁବେଳେ ପୂଜା କରନ୍ତୁ।ନିଜ ପୂଜା ଘରକୁ ସବୁବେଳେ ସଜାଡି କରି ରଖନ୍ତୁ।ସବୁବେଳେ ପୂଜା କରିବା ସମୟରେ ଫୁଲ ଅର୍ପଣ କରନ୍ତୁ ଓ ଦୀପ ଜଳାନ୍ତୁ ଏହାପରେ ନିଜର ସଚ୍ଚା ମନରେ ଭକ୍ତିର ସହ ଭଗବାନଙ୍କର ପୂଜା କରନ୍ତୁ।ଏହା କରିବା ଦ୍ୱାରା ସମସ୍ତ ଲୋକ ନିଜର ପରିବାରର ଭଲରେ ରୁହନ୍ତି।
ନିଜ ଘରର ସଫାଇ କରନ୍ତୁ।ଆପଣ ନିଜ ଘରର ଭଲଭାବେ ସଫା କରନ୍ତୁ।କୁହାଯାଏ କି ମାତା ଲଷ୍ମୀ ସେଇ ଘରେ ବାସ କରନ୍ତି ଯେଉଁ ଗୃହ ସବୁବେଳେ ସଫା ରହିଥାଏ।ତେଣୁ ସବୁବେଳେ ନିଜ ଗୃହକୁ ଭଲଭାବେ ସଫା କରିକି ରଖନ୍ତୁ।
ସ୍ତ୍ରୀ ଲୋକମାନଙ୍କର ସମ୍ମାନ କରନ୍ତୁ।ଯେଉଁ ଘରେ ସ୍ତ୍ରୀ ଲୋକମାନଙ୍କର ସମ୍ମାନ କରାଯାଇନଥାଏ ସେ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ।ତେଣୁ କରି ସବୁବେଳେ ନିଜ ଘରେ ଥୁବ ସମସ୍ତ ନାରୀମାନଙ୍କ ସମ୍ମାନହାନି କରନ୍ତୁ ନାହିଁ।ଏହା ସହ ଘରେ ଥିବା ବଡ଼ ଲୋକମାନଙ୍କର ସେବା କରନ୍ତୁ।
ମାଛଙ୍କୁ ଦାନା ଖାଇବାକୁ ଦିଅନ୍ତୁ।ସପ୍ତାହରେ ଗୋଟେ ଦିନ ସମସ୍ତ ପୋଖରୀ,ନଦୀରେ ଥିବା ମାଛଙ୍କୁ ଦାନା ଖାଇବାକୁ ଦିଅନ୍ତୁ ଏହା କରିବା ଦ୍ୱାରା ମାତା ଲଷ୍ମୀ ଖୁସି ହେବେ ଓ ତାଙ୍କର ଆଶୀର୍ବାଦ ସବୁବେଳେ ଅପଣଙ୍କ ଉପରେ ଲାଗିରହିବ।
ବରଗଛର ପୂଜା କରନ୍ତୁ।ପ୍ରତି ମାସ ଶନିବାର ଦିନ ଏହି ବୃକ୍ଷକୁ ପୂଜା କରନ୍ତୁ।କୁହାଯାଏ କି ଏହି ବୃକ୍ଷରେ ଭାଗବନ ବିଷ୍ଣୁ ବାସ କରନ୍ତି।ସେଥିପାଇଁ ଏହାକୁ କଲେ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ଆପଣ ଲାଭ କରିପାରିବେ।
ଘରକୁ ଖାଲି ହାତରେ ଯାନ୍ତୁନାହିଁ।ଯେତେବେଳେ ଆପଣ ବାହାରକୁ ଯାଉଛନ୍ତି ସେତେବେଳେ କିଛି ନା କିଛି ନେଇକି ଆସନ୍ତୁ ଏହା କରିବା ଦ୍ୱାରା ନିଜ ପରିବାରର ସୁଖ ସମୃଦ୍ଧି ବଢିଥାଏ।
ପାଣିକୁ ସବୁଆଡେ ଛାଡ଼ନ୍ତୁ।ଏହାର ଅର୍ଥ ପ୍ରତିଦିନ ସ୍ନାନ କରିସାରିବାପରେ ଗୃହରେ ପାଣିକୁ ଛିଞ୍ଚିଦିଅନ୍ତୁ ଓ ଏହାପରେ ଝାଡୁ ଲଗାନ୍ତୁ।
ନିଜ ଇଷ୍ଟଦେବଙ୍କ ପୂଜା କରନ୍ତୁ।ଯେତେବେଳେ ବି ଆପଣଙ୍କ କିଛି କାମ କରିବାକୁ ଯାଉଛନ୍ତି ସେତେବେଳେ ପ୍ରଥମେ ନିଜର ଇଷ୍ଟ ବା ନିଜର କୁଳ ଦେବଦେବୀଙ୍କ ପୂଜା କରନ୍ତୁ ଏହା କରିବା ଦ୍ୱାରା ସେହି କାମ ସଫଳତାର ସହ ସମାପ୍ତି ହୁଏ।