ଯଦି ଆପଣ ସ୍ୱପ୍ନରେ ଏହି ସବୁ ଜିନିଷ ଦେଖନ୍ତି ତେବେ ମହାଲକ୍ଷ୍ମୀ ଆପଣଙ୍କ ଉପରେ ଅଛନ୍ତି ପ୍ରସନ୍ନ..
ଜୀବନର କିଛି ଘଟଣା ମାନ ଆମ ଭବିଷ୍ୟତର ସଙ୍କେତ ମନାଯାଇଥାଏ।ଘରେ ବାହାରେ କିମ୍ବା ରାସ୍ତାରେ ଦେଖାଯାଉଥିବା ପକ୍ଷୀ କିମ୍ବା ଜୀବ ଆମକୁ ସେହିଦିନ ହେଉଥିବା ଶୁଭ ଏବଂ ଅଶୁଭ ଆଦି ଘଟଣା ବିଷୟରେ ତଥ୍ୟ ଦେଇଥାନ୍ତି।ଏହାଛଡା ନିଦରେ ଦେଖାଯାଇଥିବା ସ୍ୱପ୍ନ ମଧ୍ୟ ଆମକୁ ଭବିଷ୍ୟତ ବିଷୟରେ ବହୁତ ପ୍ରକାର ଇସାରା କରିଥାଏ।ଏବଂ ସ୍ୱପ୍ନ ଶାସ୍ତ୍ରରେ ଏହି ସବୁ ରାତ୍ରିରେ ଦେଖାଯାଉଥିବା ସ୍ୱପ୍ନ ବିଷୟରେ ବର୍ଣନା କରାଯାଇଛି।ଏହି ଶାସ୍ତ୍ର ଅନୁସାରେ ସ୍ୱପ୍ନ ଆମକୁ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାର ଶୁଭ ଏବଂ ଅଶୁଭ ସଂକେତ ଦେଇଥାଏ।କୁହାଯାଇଥାଏ ଯେ ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏହା ଜଣାଯାଇଥାଏ ଯେ ଏକ ବ୍ୟକ୍ତି ଜୀବନରେ କଣ ଘଟିବାକୁ ଯାଉଛି।ଏହି ଶାସ୍ତ୍ରକୁ ଜୋତିଶ ଶାସ୍ତ୍ର ମଧ୍ୟ ମନାଯାଇଥାଏ।
ଧରାଯାଇଥାଏ ଯେ ସ୍ୱପ୍ନ ଶାସ୍ତ୍ର ଭବିଷ୍ୟତରେହେବାକୁ ଯାଉଥିବା ସମ୍ଭାବନା ବିଷୟରେ ମଧ୍ୟ ଜଣାଯାଇଛି।ଅସୁବିଧାରୁ ନେଇ ସୁବିଧା, ଦୁଃଖରୁ ନେଇ ସୁଖ ଏବଂ ଧନ ଅଗମନ ବିଷୟରେ ମଧ୍ୟ ସ୍ୱପ୍ନ ଶାସ୍ତ୍ରରେ ବତାଯାଇଛି।ତେବେ ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ ହୋଇଥାନ୍ତି।ଏଥିପାଇଁ ଏହି ଆର୍ଟିକିଲକୁ ସମ୍ପୁର୍ଣ୍ଣ ପଢ଼ନ୍ତୁ।
ପ୍ରଥମ:- ସ୍ୱପ୍ନରେ ଘରେ ଅଳିଆ ପଡିଥିବାର ଦେଖିବା କିମ୍ବା ଅଳିଆ ନେଇ ଆସିବାର ଦେଖିବା ଧନ ଆଗମନର ସଂକେତ ମନାଯାଇଥାଏ।କୁହାଯାଏଯେ ଏହି ପ୍ରକାର ସ୍ୱପ୍ନ ଘରକୁ ଧନ ଆଣିଥାଏ।ଏହିଭଳି ସ୍ୱପ୍ନକୁ ଶୁଭ ମନାଯାଇଥାଏ।ସ୍ୱପ୍ନଶାସ୍ତ୍ରରେ ସ୍ୱପ୍ନକୁ ଧନ ସହିତ ତୁଳନା କରାଯାଇଛି।
ଦ୍ୱିତୀୟ:-ଏହାଛଡା ସ୍ୱପ୍ନରେ କ୍ଷୀର ଏବଂ ଦହି ଦେଖିବା ମଧ୍ୟ ଧନ ଆଗମନର ସଂକେତ ହୋଇଥାଏ।କୁହାଯାଏ ଯେ ଯେଉଁ ବ୍ୟକ୍ତି ତାଙ୍କ ସ୍ୱପ୍ନରେ କ୍ଷୀର ଏବଂ ଦହିର ଭଣ୍ଡାର ଦେଖେ ତେବେ ତାଙ୍କର ତିଜୋରି ଟଙ୍କାରେ ପରିପୂର୍ଣ୍ଣ ହୋଇଯାଇଥାଏ।ଶାସ୍ତ୍ର ଅନୁସାରେ ଏହିଭଳି ସ୍ୱପ୍ନକୁ ଘର ପରିବାରରେ ଧନ ଧନ୍ୟର ଅପାର ଆଗମନ ମନାଯାଇଥାଏ।
ତୃତୀୟ:- ସ୍ୱପ୍ନ ଶାସ୍ତ୍ରରେ ଏହା ବତା ଯାଇଛଯେ ଯଦି ଆପଣ ରାତ୍ରିରେ ସ୍ୱପ୍ନରେ ପାଣି ଦେଖନ୍ତି ତେବବ ମଧ୍ୟ ଏହା ଧନ ଆଗମନର ସଂକେତ ଦେଇଥାଏ।ସ୍ୱପ୍ନରେ ପାଣି ଦ୍ଵଖିବା ସକାରାତ୍ମକ ମନାଯାଇଥାଏ।ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ସ୍ୱପ୍ନରେ ପାଣି ଦେଖନ୍ତି ତାଙ୍କ ତିଜୋରି ଧନରେ ପରିପୂର୍ଣ ରହିଥାଏ।
ଚତୁର୍ଥ:- ଏହାଛଡା ସ୍ୱପ୍ନରେ ଗାଈ ଦେଖିବା ମଧ୍ୟ କୃପା ବର୍ଷାଇବାର ଧରାଯାଇଥାଏ।ମାନ୍ୟତା ଅଛି ସ୍ୱପ୍ନରେ ଗାଈ ଦେଖିବା ଦ୍ୱାରା ଘରେ ଧନ ବର୍ଷିଥାଏ।ଗାଈକୁ ସବୁ ଦେବୀ ଦେବତାଙ୍କ ବାସ ମନାଯାଇଥାଏ।ଏହି ସ୍ୱପ୍ନକୁ ଦେବୀ କୃପା ସହିତ ଯୋଡ଼ା ଯାଇଛି।
ପଞ୍ଚମ:- ଯଦି ଆପଣ ସ୍ୱପ୍ନରେ ଚାଉଳ ଭଣ୍ଡାର ଦେଖନ୍ତି ତେବେ ତାହା ମଫଷ ଶୁଭ ମନାଯାଇଥାଏ।ମାନ୍ୟତା ଅଛି ଯେ ସ୍ୱପ୍ନରେ ଚାଉଳ ଦେଖିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ।ଏବଂ ଚାଉଳ ସ୍ୱପ୍ନରେ ଦେଖିବା ଦ୍ୱାରା ଧନ ଆକର୍ଷିତ ହୋଇଥାଏ।ସ୍ୱପ୍ନ ଶାସ୍ତ୍ରରେ ଦେଖାଯାଇଛି ଯେଉଁ ବ୍ୟକ୍ତି ସ୍ୱପ୍ନରେ ଚାଉଳ ଦେଖେ ସେହି ବ୍ୟକ୍ତି ଜଲଦି ଧନବାନ ବନିଯାଇଥାଏ।
ତେବେ ସ୍ୱପ୍ନରେ ଏହା ସବୁ ଦେଖିବା ଧନ ଆସିବାର ସଂକେତ ହୋଇଥାଏ।