December 23, 2024

Odia Express

Leading Odia News Portal of Odisha

ଦେବୀ ଦେବତାମାନଙ୍କ ବାହନ ପଶୁପକ୍ଷୀ କାହିଁକି ଥାଆନ୍ତି ଜାଣନ୍ତୁ – ଏହି ରହସ୍ୟ ବିଷୟରେ କେହି କହି ନଥିବେ ଆପଣଙ୍କୁ..

ସାଙ୍ଗମାନେ କୌଣସିବି ଭଗବାନଙ୍କୁ ଦେଖନ୍ତୁ ତାଙ୍କ ସହ ଗୋଟେ ଜିନିଷ ସବୁବେଳେ ରହିଥାଏ ତାହା ହେଲା ତାଙ୍କ ବାହନ।ପାଖାପାଖି ସବୁ ଭଗବାନଙ୍କ ବାହନ ପଶୁ ଅଥବା ପକ୍ଷୀମାନଙ୍କୁ ହି ମନାଯାଇଅଛି।ଶିବଙ୍କର ନନ୍ଦିଠୁ ଆରମ୍ଭ କରି ମା ଦୁର୍ଗାଙ୍କ ସିଂହ ଯାଏ ଏବଂ ବିଷ୍ଣୁଙ୍କ ଗରୁଡ଼ଠୁ ଆରମ୍ଭ କରି ଇନ୍ଦ୍ରଙ୍କ ହାତୀ ଯାଏ ସମସ୍ତେ ପଶୁମାନଙ୍କ ଉପରେ ହିଁ ସଵାରୀଥାନ୍ତି।କାହିଁକି ପ୍ରତ୍ୟେକ ଭଗବାନଙ୍କ ସହ ଗୋଟେ ପଶୁ ଯୋଡ଼ାଯାଇଅଛି?ଆସନ୍ତୁ ଜାଣିବା।

ଭଗବାନଙ୍କୁ ପଶୁ ପକ୍ଷୀମାନଙ୍କ ସହ ଯୋଡିବାର ବହୁତ ସାରା କାରଣ ରହିଅଛି।ଏଥିରେ ଅଧ୍ୟାର୍ମିକ,ବୈଜ୍ଞାନିକ ଏବଂ ବ୍ୟବହାରିକ ରୂପରେ ଭାରତୀୟ ମୁନିଋଷିମାନେ ଭଗବାନଙ୍କ ବାହନ ରୂପରେ ପଶୁପକ୍ଷୀମାନଙ୍କୁ ଯୋଡିଛନ୍ତି।ବାସ୍ତବରେ ଭଗବାନଙ୍କ ସହ ପଶୁପକ୍ଷୀଙ୍କୁ ତାଙ୍କ ଗୁଣ ଅନୁଯାୟୀ ଯୋଡ଼ା ହୋଇଛି।ଏହାଛଡା ସବୁଠୁ ବଡ କାରଣ ହେଉଛି ପ୍ରକୃତିର ରକ୍ଷା।ଯଦି ପଶୁମାନଙ୍କୁ ଭଗବାନଙ୍କ ସହ ଯୋଡ଼ା ନହୋଇଥାନ୍ତା ତ ତାହେଲେ ହୁଏତ ତାଙ୍କ ପ୍ରତି ଅଧିକ ହିଂସା ହେବାର ସମ୍ଭାବନା ଥାନ୍ତା।ଭଗବାନ ନିଜ ସଵାରୀ ବହୁତ ବିଶେଷ ଭାବରେ ବାଛିଛନ୍ତି ଏମିତିକି ତାଙ୍କ ବାହନ ତାଙ୍କ ଚାରିତ୍ରିକ ବିଶେଷତାକୁ ମଧ୍ୟ କହିଥାଏ।

ଯେମିତି ଭଗବାନ ଗଣେଶ ଏବଂ ତାଙ୍କ ବାହନ ମୂଷା।ମୁଷକ ଶବ୍ଦ ସଂସ୍କୃତର ମୁଷକରୁ ଆସିଛି ଯାହାର ଅର୍ଥ ଲୁଟିବା କିମ୍ବା ଚୋରେଇବା।ସାଙ୍କେତିକ ରୂପରେ ମଣିଷର ମୁଣ୍ଡ ମୂଷା ଭଳିହି ହୋଇଥାଏ।ଏହା ସ୍ଵାର୍ଥ ଭାବରେ ଘେରେଇ ହୋଇରହିଥାଏ।ଗଣେଶଜୀଙ୍କର ମୂଷା ଉପରେ ବସିବା ଏହାର ସଂକେତ ଅଟେ କି ସେ ସ୍ୱାର୍ଥ ଉପରେ ବିଜୟ ପାଇଛନ୍ତି।ସେହିପରି ଶିବ ଏବଂ ନନ୍ଦି।ଯେମିତି ଶିବ ସିଧାସାଧା ହୋଇଥାନ୍ତି କିନ୍ତୁ ବେଳେବେଳେ ବହୁତ କ୍ରୋଧ କରିଥାନ୍ତି।ସେଥିପାଇଁ ତାଙ୍କ ବାହନ ହେଉଛି ନନ୍ଦି ଅର୍ଥାତ ଷଣ୍ଢ।ନନ୍ଦି ଶକ୍ତି,ଆସ୍ଥା ଏବଂ ଭରସାର ପ୍ରତୀକ ହୋଇଥାଏ।

ଏହାପରେ ଅଛନ୍ତି କାର୍ତ୍ତିକେୟ ଏବଂ ମୟୁର।ଗୋଟେ କଥା ଅନୁଯାୟୀ ଏହି ବାହନ ତାଙ୍କୁ ଭଗବାନ ବିଷ୍ଣୁଙ୍କ ଠାରୁ ଭେଟରେ ମିଳିଥିଲା।ଭଗବାନ ବିଷ୍ଣୁ କାର୍ତ୍ତିକେୟଙ୍କ ସାଧକ ଇଚ୍ଛାକୁ ଦେଖିକରି ତାଙ୍କୁ ଏହି ବାହନ ଦେଇଥିଲେ।ଏହାପରେ ଅଛନ୍ତି ମା ଦୁର୍ଗା ଏବଂ ତାଙ୍କ ବାହନ ସିଂହ।ଦୁର୍ଗା ତେଜ,ଶକ୍ତି ଏବଂ ସାମର୍ଥର ପ୍ରତୀକ ଅଟନ୍ତି।ସେହିପରି ତାଙ୍କ ବାହନ ସିଂହ ପ୍ରତୀକ ଅଟେ କ୍ରୁରତା,ଆକ୍ରମିକତା ଏବଂ ଶୌର୍ଯ୍ୟର। ସିଂହର ଗର୍ଜନକୁ ମା ଦୁର୍ଗାଙ୍କ ଧ୍ୱନି ମଧ୍ୟ କୁହାଯାଇଅଛି।ଯାହା ସାମ୍ନାରେ ବାକି ସବୁ ଦୁର୍ବଳ ଲାଗିଥାନ୍ତି।

ଏହାପରେ ଅଛନ୍ତି ମାତା ସରସ୍ୱତୀ ଏବଂ ହଂସ।ହଂସ ସଂକେତରେ ପବିତ୍ରତା ଏବଂ ଜିଜ୍ଞାସାର ପ୍ରତୀକ ହୋଇଥାଏ ଯାହାକି ଜ୍ଞାନଦେବୀ ମା ସରସ୍ବତୀଙ୍କ ପାଇଁ ସବୁଠୁ ଭଲ ବାହନ ଅଟେ।ମାତା ସରସ୍ବତୀଙ୍କ ହଂସ ଉପରେ ବିରାଜମାନ ହେବା ଏହା ଦର୍ଶାଇଥାଏକି ଜ୍ଞାନ ଦ୍ୱାରା ହି ଜିଜ୍ଞାସାକୁ ଶାନ୍ତ କରିହେବ।ଭଗବାନ ବିଷ୍ଣୁ ଏବଂ ଗରୁଡ।ଗରୁଡ ପ୍ରତୀକ ହୋଇଥାଏ ଦିବ୍ୟଶକ୍ତି ଏବଂ ଅଧିକାରର।ଭାଗବତ ଗୀତରେ କହାଯାଇଅଛି କି ଭଗବାନ ବିଷ୍ଣୁଙ୍କଠାରେ ହି ସମସ୍ତ ସଂସାର ସମାହିତ ଅଛି।ଭଗବାନ ବିଷ୍ଣୁଙ୍କ ଦିବ୍ୟତା ପାଇଁ ଏହାହି ପ୍ରଯୁଜ୍ୟ ବାହନ ଅଟେ।

ଏହାପରେ ଅଛନ୍ତି ମାତା ଲଷ୍ମୀ ଏବଂ ପେଚା।ମା ଲଷ୍ମୀଙ୍କର ବାହନ ପେଚାକୁ ସବୁଠୁ ଅଜବ ଚୟନ କୁହାଯାଇଅଛି।କୁହାଯାଏକି ଏହା ଦିନରେ ଦେଖିପାରେନାହିଁ।ଏହା ଧନସମ୍ପତିର ପ୍ରତୀକ ମଧ୍ୟ ହୋଇଥାଏ।ସାଙ୍ଗମାନେ ଏହାଥିଲା ଦେବତାଙ୍କର ବାହନ ପଶୁପକ୍ଷୀ କାହିଁକି ହୋଇଥାନ୍ତିର କାରଣ।ଯଦି ଏହା ଆପଣଙ୍କୁ ପସନ୍ଦ ଆସିଛି ତାହେଲେ ନିଜ ପରିବାର ଏବଂ ସାଙ୍ଗମାନଙ୍କ ମଧ୍ୟରେ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *