December 23, 2024

Odia Express

Leading Odia News Portal of Odisha

କଦଳୀ ଗଛ ଘରେ ଲଗାଇବା ଶୁଭ ହୋଇଥାଏ ନା ଅଶୁଭ? ଜାଣନ୍ତୁ କଣ ରହିଛି ଏ ବିଷୟରେ ନିୟମ ଗୁଡିକ..

ସାଙ୍ଗ ମାନେ ହିନ୍ଦୁ ଧର୍ମରେ ବୃକ୍ଷ ଲତା ମାନଙ୍କ ଉପସ୍ଥିତିକୁ ବହୁତ୍ ଭଲ ଭାବରେ ଦର୍ଶା ଯାଇଚି।ତୁଳସୀ,ବରଗଛ, ଅଶ୍ୱତଥ୍ ବୃକ୍ଷ ମାନଙ୍କର ତ ପୂଜା ବି ହୋଇଥାଏ।ଏମିତି ଏକ ଗଛ କଦଳୀ ଯାହାକୁ ଧାର୍ମିକ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ବୋଲି ଧରା ଯାଇଚି।ଲୋକ ମାନେ ଏହାକୁ ଘରେ ଲଗାଇବା ଅଶୁଭ ବୋଲି ଭାବନ୍ତି କିନ୍ତୁ ଦେଖିବାକୁ ଗଲେ କୌଣସି ବି ବୃକ୍ଷ ଅଶୁଭ ହୋଇ ନଥାନ୍ତି।ଶାସ୍ତ୍ରରେ ତୁଳସୀ ପରେ କଦଳୀ କୁ ଅତ୍ୟନ୍ତ ଶୁଭ ବୋଲି ଧରାଯାଇଛି।ଏହାର ସମ୍ବନ୍ଧ ବୃହସ୍ପତି ଗ୍ରହ ସହ ଯୋଡ଼ା ଯାଇଚି।ଶୁଭ କାର୍ଯ୍ୟରେ ଏହାର ବହୁତ୍ ବ୍ୟବହାର ହୋଇଥାଏ।ଦେବ କାର୍ଯ୍ୟରେ ବା ଦେବତାଙ୍କ ପାଇଁ କଦଳୀ ପତ୍ରରେ ଭୋଗ ଅର୍ପଣ କରାଯାଇଥାଏ।କଦଳୀ ଗଛର ଚେରକୁ ବାହୁରେ ବାନ୍ଧିବା ଦ୍ଵାରା ବୃହସ୍ପତି ମଜବୁତ୍ ହୋଇଥାଏ।

ହିନ୍ଦୁ ଧର୍ମ ଅନୁସାରେ ଘରେ କଦଳୀ ଗଛ ରଖିବା ଅନୁଚିତ୍।ଏହାକୁ ଅଗଣାରେ ଲଗାଇବା ପାଇଁ ବିଧାନ ରହିଛି।ନହେଲେ ଘର ବାହାରେ ଇସାନ୍ୟ କୋଣରେ ଲଗାଇ ପାରିବେ।ଯଦି ଆପଣ ଫ୍ଲାଟରେ ରହୁଛନ୍ତି ତ ଆପଣ ବାଲକୋନି ରେ ଏହାକୁ ଲଗାଇ ପାରିବେ।ଏହି ଗଛ କାରଣରୁ ଘରର ଆର୍ଥିକ ସ୍ଥିତି ମଜବୁତ୍ ହୋଇଥାଏ।

ଧନର ପ୍ରାପ୍ତି ପାଇଁ ଏହି ଗଛ ବହୁତ୍ ଶୁଭ ହୋଇଥାଏ।କିନ୍ତୁ ନିୟମ ଅନୁଯାୟୀ ଏହାର ପୂଜା ପାଠ ମଧ୍ୟ ଆବଶ୍ୟକ।ଚିନ୍ତା ଦୂର କରିବା ପାଇଁ ଏହି ଗଛ ବହୁତ୍ ମହତ୍ୱପୂର୍ଣ୍ଣ।ପଢୁଥିବା ଛାତ୍ର ପାଇଁ ଏହି ବୃକ୍ଷ ବହୁତ୍ ଭାଗ୍ୟଶାଳୀ ଅଟେ।ଏହାକୁ ଘରେ ଲଗାଇବା ଦ୍ଵାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ।ସମସ୍ତ ଚିନ୍ତା ଓ ଅବସାଦ ଘରୁ ଦୂର ହୋଇଥାଏ।

ତୁଳସୀ ଗଛକୁ ଲୋକ ମାନେ ସାଧାରଣ ଭାବେ କୁଣ୍ଡରେ ଲଗାଇଥାନ୍ତି।ଲୋକ ବିନା ବୁଝି ବିଚାରି ତୁଳସୀ ଗଛ ପାଖରେ ଅନ୍ୟ ଗଛ ଲଗାଇ ଦେଇଥାନ୍ତି।କିନ୍ତୁ ଏପରି କରିବା ଉଚିତ୍ ନୁହେଁ। ତୁଳସୀ ଗଛ ପାଖରେ ସବୁବେଳେ କଦଳୀ ଗଛ ହିଁ ଲଗାଇବା ଉଚିତ୍।କାରଣ ଆପଣଙ୍କୁ ଭଗବାନ୍ ବିଷ୍ଣୁଙ୍କ କୃପା ସହିତ ମହାଲକ୍ଷ୍ମୀଙ୍କ ବି କୃପା ମିଳିଥାଏ।କୁହାଯାଏ କି କଦଳୀ ଓ ଭଗବାନ୍ ବିଷ୍ଣୁଙ୍କ ମଧ୍ୟରେ ଗହୀର ସମ୍ବନ୍ଧ ରହିଥାଏ।

ପୁରାଣ ଅନୁସାରେ କଦଳୀ ଗଛରେ ସାକ୍ଷାତ ଦେବଗୁରୁ ବୃହସ୍ପତିଙ୍କ ବାସ ରହିଥାଏ।ଜ୍ୟୋତିଷ ଅନୁସାରେ ଶୁଭ କାର୍ଯ୍ୟ ବା ଫଳ ପାଇଁ କଦଳୀ ଫଳ ଓ ପତ୍ର ବ୍ୟବହାର କରିବା ଉଚିତ୍।ଶାସ୍ତ୍ର ଅନୁସାରେ ଗୁରୁବାର ଦିନ କଦଳୀ ପୂଜା ଓ ବ୍ରତ ରଖିବା ଦ୍ଵାରା ସବୁ ମନୋବାଞ୍ଛା ପୂରଣ ହୋଇଥାଏ।ଶାସ୍ତ୍ରରେ କୁହା ଯାଇଚି ଯେ ଯଦି କାହାର ମାଙ୍ଗଳିକ ଦୋଷ ଥିବ ତ କଦଳୀ ଗଛ ସହ ବିବାହ କଲେ ସେହି ଦୋଷ କଟିଯାଏ।ଏହାକୁ ସବୁ ମଙ୍ଗଳ କାର୍ଯ୍ୟରେ ବ୍ୟବହାର କରାଯାଏ।ଧର୍ମ କାର୍ଯ୍ୟରେ ଏହାର ବ୍ୟବହାର ବହୁଳ ଭାବରେ ହୋଇଥାଏ।

Leave a Reply

Your email address will not be published. Required fields are marked *