December 26, 2024

Odia Express

Leading Odia News Portal of Odisha

ଇନଷୋମନିଆ ଏବଂ ଅନିଦ୍ରା ହେବାର ସବୁଠୁ ଜଲଦି ଚିକିତ୍ସା ଏବଂ ଘରୋଇ ଉପଚାର – ନିଶ୍ଚୟ ଜାଣିରଖନ୍ତୁ..

କିଛି ଲୋକଙ୍କୁ ବସ କିମ୍ବା ରେଳଗାଡିରେ ବସି ବସି ନିଦ ଆସିଯାଇଥାଏ କିନ୍ତୁ କିଛି ଲୋକଙ୍କୁ ରାତିରେ ଶୋଇବାପରେ ମଧ୍ୟ ନିଦ ଆସିନଥାଏ।ଅନିଦ୍ରା ଆଜିକାଲି ଗୋଟେ ବଡ ଅସୁବିଧା ହୋଇଯାଇଛି ଏବଂ ଏହାଦ୍ଵାରା ପୀଡିତ ଲୋକଙ୍କ ପାଇଁ ନିଦ ଆସିବା କିମ୍ବା ସୋଇ ରହିବା କଷ୍ଟକର ହୋଇଥାଏ।ଏହାର ସମାନ୍ୟରୁ ବହୁତ ଭୟଙ୍କର ପ୍ରଭାବ ମଧ୍ୟ ହୋଇପାରେ।ଅଧିକାଂସ କ୍ଷେତ୍ରରେ,ଚିନ୍ତା,ଏଞ୍ଜାଇଟି କଜମ୍ବୁ ଡିପ୍ରେସନ ମଧ୍ୟ ଦେଖାଯାଇପାରେ।ଏହାର ମୁଖ୍ୟ କାରଣ ହେଉଛି ଶୋଇବା ପୂର୍ବରୁ ମୋବାଇଲ ଚଲେଇବା,ଅଧିକ ଚିନ୍ତା କରିବା କିମ୍ବା ରାତିରେ ଖାଇବ ପୂର୍ବରୁ ଜଲଦି ସୋଇପଡିବା ମୁଖ୍ୟ ଅଟେ।ଏଥିପାଇଁ ରାତିରେ ଆମେ ଠିକରେ ଶୋଇପାରୁନାହିଁ କିମ୍ବା ନିଦ ଆସିବାରେ ବିଳମ୍ବ ଘଟିଥାଏ।ଆଜି ଆମେ ଜାଣିବା କିପରି କିଛି ସହଜ ଉପାୟ ମାଧ୍ୟମରେ ଆମେ ଏହାକୁ ଦୂର କରିପାରିବା।

ଯେଉଁଲୋକ ଶୋଇବା ପାଇଁ ନିଦ ବଟିକର ବ୍ୟବହାର କରିଥାନ୍ତି ତାଙ୍କୁ ସେହି ସମୟରେ ତ ନିଦ ଆସିଯାଇଥାଏ କିନ୍ତୁ ଏହି ବଟିକା ଗୁଡିକର ମୁଣ୍ଡ ଏବଂ ଯକୃତରେ ବହୁତ ଖରାପ ପ୍ରଭାବ ପଡିଥାଏ।ସେଥିପାଇଁ କେବେବି ଏହାର ବ୍ୟବହାର ନକରି ଘରୋଇ ଉପଚାରର ବ୍ୟବହାର କରନ୍ତୁ।ଅସାନ୍ତୁ ଜାଣିବା ରାତିରେ ଜଲଦି ନିଦ ଆସିବାର କିଛି ସହଜ ଉପାୟ ବିଷୟରେ।

ପ୍ରଥମ ହେଉଛି ତ୍ରିଫଳା।ଯେଉଁମାନେ ରାତିରେ ଡେରିରେ ଖାଇଥାନ୍ତି ସେତେବେଳେ ଭୋଜନକ୍ରିୟା ଡେରିରେ ଆରମ୍ଭ ହୋଇଥାଏ ଏବଂ ଯାହା ଦ୍ୱାରା ଖାଇବା ଠିକସେ ହଜମ ହୁଏନାହିଁ ଏବଂ ମୁଣ୍ଡ ଭଲସେ ଶାନ୍ତ ହୋଇନଥାଏ।ଏହା ହେଲେ ରାତିରେ ଶୋଇବା ପୂର୍ବରୁ ୫ ରୁ ୧୦ ଗ୍ରାମ ତ୍ରିଫଳା ଚୁର୍ଣ୍ଣକୁ ଗରମ ପାଣିରେ ମିଶେଇ ପିଅନ୍ତୁ।ଏହା ଦ୍ୱାରା ଖାଇବା ଜଲଦି ହଜମ ହୋଇଥାଏ ଏବଂ ନିଦ ମଧ୍ୟ ଜଲଦି ଆସିଥାଏ।

୨ୟ ହେଉଛି କଦଳୀ।ଅନିଦ୍ରାକୁ ଦୂର କରିବା ପାଇଁ କଦଳୀ ବହୁତ ଲାଭଦାୟୀ ହୋଇଥାନ୍ତି।ଏହା ନିଦକୁ ବଢାଇଥାଏ କାରଣ ଏଥିରେ ମାଂସପେସିକୁ ଆରାମ ଦେଲା ଭଳି ମଗ୍ନେସିୟମ ଉପଲବ୍ଧ ଥାଏ।ରାତିରେ ଶୋଇବା ପୂର୍ବରୁ ୨ ରୁ ୩ଟି କଦଳୀ ଖାଇବା ଦ୍ୱାରା ଭଲ ନିଦ ଆସିଥାଏ ।

ତୃତୀୟ ହେଉଛି ସୋଂଫ।ଏହା ଗରମ ଋତୁରେ ଆମକୁ ଗହିରା ନିଦ ପ୍ରଦାନ କରିବାରେ ମୁଖ୍ୟ ଭମିକା ଲିଭାଇଥାଏ।୧୦ ଗ୍ରାମ ସୋଂଫକୁ ପାଖାପାଖି ୫୦ ଗ୍ରାମ ପାଣିରେ ଫୁଟାନ୍ତୁ ଯେମିତି ଏହା ଫୁଟି ଫୁଟି ଅଧା ନହୋଇଯାଏ।ଏହାପରେ ଏହାକୁ ପାଖାପାଖି ୨୦୦ ଗ୍ରାମ ଗରମ କ୍ଷୀର ସହିତ ମିଶେଇ ପିଅନ୍ତୁ।ଏହା ଫଳରେ ଆପଣ ଦେଖିବେ ଆପଣଙ୍କୁ ନିଦ ମଧ୍ୟ ବହୁତ ଜଲଦି ଆସିଯିବ।

ପଞ୍ଚମ ହେଉଛି ଗାଜର ରସ।ଏହାକୁ ସେବନ ଦ୍ୱାରା ଏହା ଆମକୁ ଭଲ ନିଦ ଦେଇଥାଏ।ପ୍ରତିଦିନ ସନ୍ଧ୍ୟା ସମୟରେ ଗୋଟେ ଗ୍ଲାସ ଗାଜର ରସ ପିଇବା ଦ୍ୱାରା ରାତିରେ ନିଦ ନ ଆସିବା ସମସ୍ୟାରୁ ମୁକ୍ତି ମିଳିଥାଏ।ଏହାପରେ ଅଛି ସଂଙ୍ଖପୁଷ୍ପି ଏବଂ ଅସ୍ୱଗନ୍ଧା।ଏହା ମସ୍ତିସ୍କ ରୋଗରେ ବହୁତ ଲାଭକାରୀ ହୋଇଥାନ୍ତି।ଆୟୁର୍ବେଦରେ ଏମାନଙ୍କ ବ୍ୟବହାର ମାନସିକ ଏବଂ ଶାରୀରିକ ଚିକିତ୍ସା ପାଇଁ ବହୁତ ସମୟରୁ କରାଯାଇ ଆସୁଅଛି।ଏହାର ଲଗାତାର ୩ ଦିନ ସେବନ ଦ୍ୱାରା ୫୦ ପ୍ରତିଡଟ ରୋଗରୁ ମୁକ୍ତି ମିଳିଯାଇଥାଏ।ଏଥିପାଇଁ ସଂକପୁଷ୍ପି ଏବଂ ଅସ୍ୱଗନ୍ଧାର ଚୁର୍ଣ୍ଣକୁ ସମାନ ଭାବରେ ମିଶାନ୍ତୁ ଏବଂ ୫ ଗ୍ରାମ ଏହି ମିଶ୍ରଣକୁ ଘିଅ ଏବଂ ମିଶ୍ରି ସହିତ ସେବନ କରନ୍ତୁ।ଏହାଦ୍ୱାରା ରାତିରେ ଭଲ ନିଦ ଆସିଥାଏ।

ଏହାଛଡା ଚକଲେଟ ମଧ୍ୟ ଅଳ୍ପ ଖାଆନ୍ତୁ କାରଣ କେଫିନ ଶରୀର ପାଇଁ ଠିକ ହୋଇନଥାଏ।ଏହା ସହିତ ନିଜ ଘରକୁ ବ୍ୟବସ୍ଥିତ ଆକାରରେ ରଖନ୍ତୁ।ନିଜ ପାଇଁ ଉପଯୋଗୀ ଗାଡି ଏବଂ ତକିଆ ବ୍ୟବହାର କରିଥାନ୍ତୁ।ଏହାଦ୍ୱାରା ଆପଣଙ୍କ ଶରୀରକୁ ଆରମ୍ଭ ମିଳିବ ଏବଂ ଭଲ ନିଦ ମଧ୍ୟ ଆସିବ।ଦିନରେ ଯେତେବି ନିଦ ଆସୁ କିନ୍ତୁ ଅଳସ ନିଅନ୍ତୁ ନାହିଁ କାରଣ ଏହାଦ୍ୱାରା ରାତିରେ ନିଦ ଆସିବା କଷ୍ଟ ହୋଇଥାଏ।

ଦିନରେ ଅଳ୍ପ ବ୍ୟାୟାମ କରନ୍ତୁ,ସନ୍ଧ୍ୟାରେ ଅଳ୍ପ ଭୋଜନ ଖାଆନ୍ତୁ ଏବଂ ଶୋଇବା ପୂର୍ବରୁ ନିଜ ମନକୁ ବିଚଳିତ କରୁଥିବା ବିଚାରକୁ ଦୂରରେ ରଖନ୍ତୁ ତଥା ନିଜ ମନକୁ ଆରାମ ଦେଉଥିବା କାମ କରନ୍ତୁ ଯେପରିକି ଗୀତ ଶୁଣିବା,ପଢ଼ିବା ଇତ୍ୟାଦି।ଏହା ସହିତ ଯଦି ଆପଣ କୁହାଯାଇଥିବା ସହଜ ଘରୋଇ ତାହେଲେ ଆପଣ ଏହି ସବୁ ସମସ୍ୟାରୁ ଦୂର ହୋଇପାରିବେ।

Leave a Reply

Your email address will not be published. Required fields are marked *