December 23, 2024

Odia Express

Leading Odia News Portal of Odisha

କଣ କରିବେ ଯଦି ପାଠ ପଢ଼ାରେ ମନ ଲାଗୁ ନାହିଁ ତ,ଜାଣନ୍ତୁ ସହଜ ଉପାୟ ଦିନ ରାତି ବସିକି ପାଠ ପଢିବା ପାଇଁ ଇଚ୍ଛା କରିବେ ଆପଣ..

ସାଙ୍ଗ ମାନେ ଆଜି ମୁ ଆପଣ ମାନକୁ କହିବି ଯେ ଆପଣ ପାଠ ପଢା ରେ କିପରି ଭଲ ଭାବେ ମନା ଲଗାଇ ପାରିବେ।ପ୍ରତି ବିଦ୍ୟାର୍ଥୀ ର ସ୍ବପ୍ନ ଥାଏ ଯେ ସେ ତାଙ୍କ ଶ୍ରେଣୀରେ ପ୍ରଥମ ହେବ।କିନ୍ତୁ ତାଙ୍କର ସମସ୍ୟା ଥାଏ କି ସେମାନେ ଏକ କିମ୍ବା ଦୁଇ ଘଣ୍ଟାରୁ ଅଧିକ ପଢ଼ି ପାରନ୍ତି ନାହିଁ।ଏହି ସମସ୍ୟା ପ୍ରାୟ ସବୁ ପିଲା ମାନଙ୍କୁ ଆସିଥାଏ।ଏହି ସମସ୍ୟା ଦୂର କରିବା ପାଇଁ ମୁଁ ଆପଣ ମାନଙ୍କୁ ଏମିତି ଏକ ଉପାୟ କହିବି ଯାହା ଦ୍ଵାରା କି ନିଜ ପାଠ ପଢ଼ାରେ ଅଧିକ ଧ୍ୟାନ ଲଗାଇ ପାରିବେ ଓ ନିଜ ପଢ଼ ସମୟକୁ ୨ ରୁ ୩ ଘଣ୍ଟା ଅଧିକ ବଢାଇ ପାରିବେ।ଏହା ଦ୍ଵାରା ଆପଣ ନିଜ କକ୍ଷରେ ପ୍ରଥମ ହୋଇପାରିବେ।

ଯଦି ଆପଣ ପଢୁଛନ୍ତି ତ ଆପଣ ପାଠ ପଢା ପାଇଁ ଏମିତି ଏକ ଜାଗା ବାଛନ୍ତୁ ଯାହା ସମ୍ପୂର୍ଣ୍ଣ ନିରୋଳା ହୋଇଥିବ ଅର୍ଥାତ୍ ସେଠାରେ ପାଟି ତୁଣ୍ଡ ଆଦୌ ନଥିବ।ଏମିତି ଜାଗା କୁ ଯିବେ ନାହିଁ ଯେଉଁଠି ଟିଭି ବା ରେଡ଼ିଓ ବାଜୁଥିବ।ଆପଣ ପଢ଼ିବା ସମୟେ ଏକ ଆରାମ ଦାୟକ ଚଉକି ବାଛନ୍ତୁ ଓ ତା ସହିତ ସେହି କକ୍ଷରେ ଭଲ ଆଲୋକ ବ୍ୟବସ୍ଥା ମଧ୍ୟ ରହିଥିବା ଆବଶ୍ୟକ।ତେବେ ଆପଣ ଭଲ ଭାବେ ପଢି ପାରିବେ।

ପଢ଼ିବା ସମୟରେ ଆପଣଙ୍କ ସବୁ ଦରକାରୀ ଜିନିଷ ଆପଣଙ୍କ ପାଖରେ ରଖନ୍ତୁ।ଯେପରି ଆପଣଙ୍କୁ ଏହି ଜିନିଷ ପାଇଁ ବାରମ୍ବାର ଉଠିବାକୁ ନା ପଡ଼େ।କାରଣ ଏପରି କରିବା ଦ୍ୱାରା ଆପଣକଂ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେବ। ଆପଣକଂ ମନ ପୁଣି ଥରେ ପାଠ ପଢ଼ାରେ ଲାଗିବ ଅସମ୍ଭବ ହୋଇଯିବ।ଯେଉଁ କକ୍ଷ ରେ ଆପଣ ପଢୁଛନ୍ତି ଧ୍ୟାନ ରଖିବେ ଆପଣଙ୍କ ଦରକାରୀ ସବୁ ଜିନିଷ ସେଠାରେ ଉପସ୍ଥିତ ରହିବ ଆବଶ୍ୟକ।

ଯଦି ସମ୍ଭବ ତ ଆପଣ ପଢ଼ିବା ସମୟରେ ଆପଣଙ୍କ ଏକ ଭଲ ସହପାଠୀ କୁ ମଧ୍ୟ ଡ଼ାକି ପାରିବେ।ଆପଣକଂ ସହପାଠୀ ଏମିତି ହୋଇଥିବା ଦରକାର ଯେ ସେ ଆପଣଙ୍କ ଠୁ ଅଧିକ ହୁସିଆର ହୋଇଥିବା।ଆପଣ ଦୁଇଜଣ ପଢା କୁ ଅଧିକ ରୋମାଞ୍ଚକ କରିବା ପାଇଁ ପ୍ରତିଯୋଗୀତା ମଧ୍ୟ କରିପାରିବେ।ଏପରି କରିବା ଦ୍ବାରା ଆପଣଙ୍କ ପାଠପଢ଼ାରେ ଅଧିକ ଆଗ୍ରହ ଆସିବ।

ପଢ଼ିବା ସମୟରେ ଆପଣ ମୋବାଇଲ କୁ ଆପଣଙ୍କ ଠୁ ଦୂରରେ ରଖନ୍ତୁ।ଯଦି ଆପଣ ଧ୍ୟାନ ପୂର୍ବକ ପଢୁଛନ୍ତି ଆଉ ଅଚାନକ ଆପଣଙ୍କ ମୋବାଇଲ ରିଙ୍ଗ ହେଉଛି ତ ଆପଣକଂ ଧ୍ୟାନ ସମ୍ପୂର୍ଣ୍ଣ ଭାବେ ମୋବାଇଲ୍ ଆଡ଼କୁ ପଳାଇବ।ଏଥିପାଇଁ ଆପଣ ମୋବାଇଲ କୁ ପଢ଼ିବା ବେଳେ ସାଇଲେଣ୍ଟ୍ କରି ରଖିବେ।

କିଛି ଲୋକଙ୍କୁ ଗୀତ ଏତେ ପସନ୍ଦ ଥାଏ ଯେ ସେମାନେ ପଢ଼ିବା ବେଳେ ମଧ୍ୟ ଗୀତ ଶୁଣୁଥାଆନ୍ତି।ପଢ଼ିବା ସମୟରେ ଗୀତ ଶୁଣିବା କିଛି ଖରାପ ନୁହେଁ କିନ୍ତୁ ଏହା ପାଇଁ କିଛି ନିୟମ ରହିଥାଏ।ଗୀତ କୁ ସବୁବେଳେ କମ ସାଉଣ୍ଡରେ ବଜାନ୍ତୁ।

ପଢ଼ିବା ପାଇଁ ଏକ ଟାଇମ ଟେବଲ ତିଆରି କରନ୍ତୁ।ଯଦି ଆପଣଙ୍କ ପାଠ ପଢା ୩୦ ରୁ ୬୦ ମିନିଟ୍ ଯାଏ ହୋଇଯାଇଛି ତ ଆପଣ ୫ ରୁ ୧୦ ମିନିଟ୍ ଯାଏ ବ୍ରେକ ନିଅନ୍ତୁ।କାରଣ ଲଗାତାର ପଢ଼ିବା ଦ୍ଵାରା ଆପଣଙ୍କ ମୁଣ୍ଡ ଥକି ଯାଇଥାଏ,ଯାହାଦ୍ଵାରା ଆପଣଙ୍କ ମନ ମଧ୍ୟ ଲାଗେନାହିଁ।

Leave a Reply

Your email address will not be published. Required fields are marked *