ତୁଳସୀଗଛ ପାଖରେ ଏହି ସବୁ ପଦାର୍ଥ ରଖନ୍ତୁ ନାହିଁ – ଆଜି ଏବେ ଜାଣିରଖନ୍ତୁ ଓ ଆଜିଠୁ ସତର୍କ ରୁହନ୍ତୁ ନଚେତ ଆପଣ..
ନମସ୍କାର ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଜଣାଇବୁ ତୁଳସୀ ପାଖରେ ଆପଣଙ୍କୁ କେଉଁ ଜିନିଷ ରଖିବା ଉଚିତ ନୁହେଁ।ଶାସ୍ତ୍ରରେ ତୁଳସୀ ପତ୍ରକୁ ବହୁତ ପବିତ୍ର ଏବଂ ଦେବୀ ଲଷ୍ମୀମାତାଙ୍କ ସ୍ୱରୂପ ମନାଯାଇଥାଏ।କୁହାଯାଇଥାଏକି ଯେଉଁ ଘରେ ତୁଳସୀ ଗଛ ଥାଏ ସେଠାରେ କୌଣସି ଅସୁବିଧା ଆସେନାହିଁ।ମାନ୍ୟତା ଥାଏଯେ ଘର ଅଗଣାରେ ତୁଳସୀ ଲଗାଇବା ଦ୍ୱାରା ଘରକୁ କୌଣସି ନକରତ୍ମକ ଶକ୍ତି ଆସିନଥାଏ।ଏବଂ ଘରେ ସକାରତ୍ମକ ଶକ୍ତି ରହିଥାଏ।ଶାସ୍ତ୍ର ଅନୁସାରେ ତୁଳସୀଗଛ ପାଖରେ କିଛି ଜିନିଷ ରଖିବା ମନାଥାଏ।ତୁଳସୀ ପାଖରେ ଏହି ଜିନିଷ ରଖିବା ଅସୁବିଧାର କାରଣ ମଧ୍ୟ ହୋଇଥାଏ।ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ଜଣାଇବୁ ତୁଳସୀଗଛ ପାଖରେ କେଉଁ ଜିନିଷକୁ ଭୁଲରେ ମଧ୍ୟ ରଖିବା ଉଚିତ ନୁହେଁ।
ତୁଳସିଗଛ ପାଖରେ ଜୋତା ଚପଲ ରଖନ୍ତୁ ନାହିଁ।କୁହାଯାଇଥାଏ ଯେ ତୁଳସିଗଛ ପାଖରେ ଭୁଲରେ ମଧ୍ୟ ଜୋତା ଚପଲ ରଖିବା ଉଚିତ ନୁହେଁ।ଯେପରି ମନ୍ଦିରରେ ଜୋତା ଚପଲ ସହିତ ପ୍ରବେଶ କରିବା ଉଚିତ ନୁହେଁ ସେହିପରି ତୁଳସୀ ଆଖପାଖରେ ମଧ୍ୟ ଜୋତା ଚପଲ ରଖିବା ଉଚିତ ନୁହେଁ।ତୁଳସୀଙ୍କୁ ମାତା ଲକ୍ଷ୍ମୀଙ୍କ ଏକ ରୂପ ମନାଯାଇଥାଏ।ଯଦି ଆପଣ ତୁଳସି ପାଖରେ ଜୋତା ଚପଲ ରଖନ୍ତି ତେବେ ତାହାକୁ ତୁରନ୍ତ ହଟାଇଦିଅନ୍ତୁ।ଯାହାଦ୍ୱାରା ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ।
ରାତିରେ ତୁଳସିଗଛ ପାଖରେ ଜଳ ରଖନ୍ତୁ ନାହିଁ।ସନ୍ଧ୍ୟାକାଳ କିମ୍ବା ରାତ୍ରିରେ ତୁଳସୀ ପାଖରେ ଜଳ ରଖିବା ଉଚିତ ନୁହେଁ।କିମ୍ବା ଜଳ ଅର୍ପିତ କରିବା ମଧ୍ୟ ଉଚିତ ନୁହେଁ।କେବଳ ସକାଳ ସମୟରେ ଗାଧୋଇବାପରେ ଜଳ ଅର୍ପଣ କରିବା ଶୁଭ ମନାଯାଇଥାଏ।ଏବଂ ତୁଳସୀ ପାଖରେ ଭରିଥିବା କିମ୍ବା ଖଲି ଜଳର ପାତ୍ର କେବେହେଲେ ରଖିବା ଉଚିତ ନୁହେଁ।ଏହା ଘରେ ବାସ୍ତୁ ଦୋଷ ଉତ୍ପର୍ଣ୍ଣ କରିବା ସଙ୍ଗେସଙ୍ଗେ ଆର୍ଥିକ ଦୋଷର ମଧ୍ୟ କାରଣ ହୋଇଥାଏ।
ତୁଳସୀ ପାଖରେ ଅପରିଷ୍କାର କରନ୍ତୁ ନାହିଁ।ଯଦି ଆପଣ ନିଜ ଅଗଣାରେ ତୁଳସୀ ଗଛ ରଖିଛନ୍ତି ତେବେ ତାହାର ଚାରି ପାଖରେ ସଫାସୁତରା ରଖିବା ଉଚିତ।ତୁଲସିଗଛ ସକାରାତ୍ମକ ଉର୍ଜା ପ୍ରଦାନ କରିବା ସଙ୍ଗେସଙ୍ଗେ ଶାନ୍ତି ମଧ୍ୟ ପ୍ରଦାନ କରିଥାଏ।ଯଦି ଆପଣ ତୁଳସୀ ଗଛ ଚାରିପାଖ ଅପରିଷ୍କାର ରଖନ୍ତି ତେବେ ଘରେ ସବୁବେଳେ ଅଶାନ୍ତି ଲାଗିରହେ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଆସିପାରିଥାଏ
ତୁଳସିଗଛ ପାଖରେ ଓଦା କପଡା ରଖନ୍ତୁ ନାହିଁ।ଶାସ୍ତ୍ର ଅନୁସାରେ ତୁଳସିଗଛ ପାଖରେ ପଵିତ୍ରତାର ଧ୍ୟାନ ରଖିବା ଦରକାର ଥାଏ।ଏଥିପାଇଁ ତୁଳସୀ ପାଖରେ କେବେହେଲେ ଓଦା କପଡା ରଖିବା ଉଚିତ ନୁହେଁ କିମ୍ବା ତୁଳସୀ ପାଖରେ ଓଦା କପଡ଼ା ସୁଖଇବା ମଧ୍ୟ ଉଚିତ ନୁହେଁ।ଏହାଦ୍ୱାରା ଘରେ ଥିବା ସକାରାତ୍ମକ ଉର୍ଜା କମ ହୋଇଥାଏ ଏବଂ ବ୍ୟକ୍ତି ଜୀବନରେ ଅସୁବିଧା ଆସିଥାଏ।ତେବେ ଧ୍ୟାନ ରଖନ୍ତୁ ଓଦା କପଡାକୁ ତୁଳସି ଗଛ ଠାରୁ ଦୂରରେ ରଖନ୍ତୁ।
ତୁଳସୀଗଛ ପାଖରେ ଭଗବାନ ଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ।ବହୁତ ଲୋକଙ୍କୁ ଅଭ୍ୟାସ ଥାଏଯେ ସେମାନେ ତୁଳସୀ ପାଖରେ ଅନ୍ୟ ଦେବୀ ଦେବତାଙ୍କ ମୂର୍ତି ରାଝିଥାଆନ୍ତି।କିନ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ପାଖରେ ବିଶେଷକରି ଭଗବାନ ଗଣେଶଙ୍କ ମୁର୍ତ୍ତି ରଖିବା ଉଚିତ ନୁହେଁ।କାରଣ ଭଗବାନ ଗଣେଶଙ୍କୁ ପୂଜାରେ ତୁଳସୀ ଦିଆଯାଇ ନଥାଏ ତେଣୁ ଧ୍ୟାନ ରଖିବା ଦରକାରଯେ ତୁଳସୀଗଛ ପାଖରେ ଭଗବାନ ଗଣେଶଙ୍କ ପ୍ରତିମା ରଖନ୍ତୁନାହିଁ