ଯଦି ଆପଣଙ୍କ ପଙ୍ଖା ଥଣ୍ଡା ପବନ ଦେଉନାହିଁ ତ ଏହି ଉପାୟ ପ୍ରୟୋଗ କରନ୍ତୁ – ଏହି ଗରମ ରେ ନିଶ୍ଚୟ ଏହି ଉପାୟ କରନ୍ତୁ..
ସାଙ୍ଗ ମାନେ ଯଦି ଆପଣକଂ ପଙ୍ଖା ଥଣ୍ଡା ପବନ ଦଉନାହିଁ ତ ମୁଁ ଆପଣଙ୍କୁ ସେଥିପାଇଁ ଏକ ବହୁତ୍ ବଢିଆ ଉପାୟ କହିବି।ଗରମ ଦିନରେ ପଂଖାରୁ ମିଳୁଥିବା ଥଣ୍ଡା ପବନ ଆମକୁ ଆରାମ ଦେଇଥାଏ।କିନ୍ତୁ ଗରମ ଦିନରେ ଆମ ପଙ୍ଖା ଠିକ୍ ଭାବେ ଥଣ୍ଡା ପବନ ଦିଏନାହି,ଯେଉଁ କାରଣରୁ ଆମେ ଚିନ୍ତିତ ହୋଇଯାଉ।ଯଦି ଆପଣ ବି ଏହି ସମସ୍ୟା ଭୋଗୁଛନ୍ତି ତ କିଛି ଚିନ୍ତା କରିବାର ନାହିଁ।ଆଜି ମୁ ଆପଣ ମାନଙ୍କୁ ଏମିତି ଏକ ଉପାୟ କହିବି ଯାହା ଦ୍ଵାରା ଆପଣ ଗରମ ଦିନରେ ପଙ୍ଖା ରୁ ଥଣ୍ଡା ପବନ ଖାଇ ପାରିବେ।
ପଙ୍ଖା ରୁ ଥଣ୍ଡା ପବନ ନ ଆସିବାର ସବୁଠୁ ବଡ଼ କାରଣ ହେଉଛି ରୁମ୍ ହିସାବରେ ପଙ୍ଖା ର ଠିକ୍ ଚୟନ ନ କରିପାରିବା।ଯଦି ଆପଣଙ୍କୁ ଥଣ୍ଡା ପବନ ପାଇବାକୁ ଅଛି ତ ଆପଣ ନିଜ ରୁମ୍ ହିସାବରେ ପଙ୍ଖା ଲଗାନ୍ତୁ।ଯଦି ଆପଣଙ୍କ ରୁମ ବଡ଼ ଅଛି ତ ଆପଣ ଦୁଇ ଟି ପଙ୍ଖା ଲଗାଇ ପାରିବେ।
କାରଣ ଗୋଟିଏ ପଂଖାର ଏତେ ବି ବଳ ନାହିଁ ଯେ ସେ ପୁରା ରୁମକୁ ପବନ ଯୋଗେଇ ପାରିବ। ୟା ବାଦ ଯଦି ଆପଣକଂ ରୁମ୍ ଛୋଟ ଅଛି ତ ଆପଣ ବହୁତ୍ ବଡ଼ ପଙ୍ଖା ଲଗାନ୍ତୁ ନାହିଁ,କାରଣ ଏପରି କରିବା ଦ୍ୱାରା ପଙ୍ଖା ପବନ କୁ ବାହାରକୁ ଫୋପାଡ଼ିବାକୁ ଲାଗେ।
ଯଦି ଆପଣଙ୍କ ଛାତ ରେ ସୂର୍ଯ୍ୟ କିରଣ ସିଧା ପଡୁଚି ତ ଆପଣକଂ ପଙ୍ଖା ଥଣ୍ଡା ପବନ ଦେବା ବଦଳରେ ଗରମ ପବନ ଦେବ।ଏଥିପାଇଁ ଛାତ ଉପରେ କିଛି ଛାୟା ପ୍ରଦାନ କରି ଜିନିଷ ରଖନ୍ତୁ ଯାହା ଦ୍ଵାରା ଆପଣକଂ ପଙ୍ଖା ଥଣ୍ଡା ପବନ ଦେବ।
ପଙ୍ଖାରୁ ଥଣ୍ଡା ପବନ ନ ଆସିବାର ସବୁଠୁ ବଡ଼ କାରଣ ହେଉଛି ପଙ୍ଖା ର ବ୍ଲେଡ ମାନଙ୍କର ବଙ୍କା ହୋଇଯିବା।ଆମେ ଫ୍ୟାନ ସଫା କରିବା ସମୟରେ ତା ବ୍ଲେଡ୍ ମାନଙ୍କୁ ଜୋର୍ ରେ ସଫା କରି ଦେଇଥାଉ।ଏପରି କରିବା ଅନୁଚିତ୍।କାରଣ ବ୍ଲେଡ ପବନ ଦେବ ପାଇଁ ଏକ ଖାସ କୋଣରେ ମୋଡ଼ି ହୋଇ ରହିଥାନ୍ତି ଯାହାକୁ ପିଚ୍ କୁହାଯାଏ।ପିଚ ୧୨ ଡିଗ୍ରୀ ରୁ କମ୍ ହେଇଥିବା ତ ପଙ୍ଖା ବୁଲୁଥିଲେ ବି ପବନ ଦେବା ନାହିଁ।ସେହିପରି ଯଦି ପିଚ ୧୬ ଡିଗ୍ରୀ ରୁ ଅଧିକ ଥିବ ତ ଏହା ମଧ୍ୟ ପଙ୍ଖା ସ୍ପିଡ କମ କରିଦିଏ। ତ ଆପଣଙ୍କୁ ଧ୍ୟାନ ସହକାରେ ବ୍ଲେଡ଼ ସଫା କରିବାକୁ ହେବ।
ଯଦି ପଙ୍ଖା ଅଧିକ ସମୟ ଯାଏ ବୁଲନ୍ତି ତ ସେମାନେ ଗରମ ହାୱା ଦେଇଥାନ୍ତି,କାରଣ ଅଧିକ ସମୟ ଚାଲିବା ଦ୍ଵାରା ମୋଟର୍ ଗରମ ହୋଇଯାଏ।ସକାଳ ବେଳେ ଯେତେବେଳ ଗରମ ଟିକେ କମ ଥିବା ପଙ୍ଖା କୁ ବନ୍ଦ କରିଦେବା ଉଚିତ।