December 25, 2024

Odia Express

Leading Odia News Portal of Odisha

ଏପରି ବ୍ୟବହାର କରନ୍ତୁ ହାତୀର ଫଟୋ କିମ୍ବା ମୂର୍ତ୍ତି – ଘରେ ନିଶ୍ଚୟ ରଖନ୍ତୁ ଏହି ଜାଗାରେ ମିଳିବ ସବୁ କଷ୍ଟ ରୁ ମୁକ୍ତି..

ନମସ୍କାର ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଜଣାଇବୁ ହାତୀର ଫୋଟୋ ହେଉ କିମ୍ବା ମୂର୍ତ୍ତି ଏହାକୁ କିପରି ଭାବରେ ରଖିବେ?ଯାହାଦ୍ୱାରା ଆପଣଙ୍କ ଜୀବନରେ ସଫଳତା, ସୌଭାଗ୍ୟ ଆସିବ।ଯେତେବେଳେ ଆପଣ ହାତୀର ମୂର୍ତ୍ତି ଦେଖନ୍ତି ଆପଣଙ୍କ ମନରେ ଭାବନା ଆସିଥାଏ ବଳ, ଦୃଢତା, ସ୍ଥିରତା, ଲମ୍ବା ବୟସ ଏହିସବୁ।ଏବଂ ହାତୀର ଚିତ୍ର କିମ୍ବା ମୂର୍ତ୍ତି ଦେଖିବମାତ୍ରେ ଆପଣଙ୍କୁ ଭଲ ଅନୁଭୁତ ହୋଇଥାଏ।ଏଥିପାଇଁ ଆପଣଙ୍କୁ କେଉଁ ଭଳି ମୂର୍ତ୍ତି କିମ୍ବା କେଉଁ ଭଳି ଫୋଟୋ ବ୍ୟବହାର କରିବା ଦରକାର ତାହା ଆମେ ଆଜି ଜଣାଇବୁ।

ବହୁତ ଲୋକ ଏହା ଭାବନ୍ତିଯେ ହାତୀର ଶୁଣ୍ଢ ଉପରକୁ ଥିଲେ ଖରାପ ହୋଇଥାଏ କିମ୍ବା ହାତୀର ଶୁଣ୍ଢ ତଳକୁ ଥିଲେ ଭଲ ହୋଇଥାଏ କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ।ଯେତେବେଳେ ହାତୀର ଶୁଣ୍ଢ ଉପରକୁ ଥାଏ ଏହା ଶାନ୍ତି, ସ୍ଥିରତା, ବଳଶାଳୀ, ଲମ୍ବାବୟସ ଆଦି ଦର୍ଶାଇଥାଏ।କିନ୍ତୁ ଯେତେବେଳେ ହାତୀର ଶୁଣ୍ଢ ତଳକୁ ଥାଏ ତେବେ ଏହା ଖୁସି, ସଫଳତା, ଶୋଧର୍ଯ୍ୟ ଏହିସବୁ ଦର୍ଶାଇଥାଏ ଦୁଇପ୍ରକାର ମୂର୍ତ୍ତି ନିଜ ନିଜ ଜାଗାରେ ଭଲ ଥାଏ।ଏଠାରେ ଆପଣଙ୍କୁ ଜାଣିବାର ଅଛି କେଉଁପ୍ରକାର ଶୁଣ୍ଢ ଥିବା ହାତୀ କିପରି ବ୍ୟବହାର କରିବେ।ହାତୀର ଶୁଣ୍ଢରେ ଏପରି ଶକ୍ତି ଥାଏ ତାହା ନକରାତ୍ମକ ଶକ୍ତିକୁ ନଷ୍ଟ କରିଦେଇଥାଏ।

ପ୍ରଥମେ ଆମେ ଜାଣିବା ବେପାର ବାଣିଜ୍ୟ ବିଷୟରେ।ଯଦି ଆପଣଙ୍କ ବେପାର ଠିକରେ ଚାଲୁନାହିଁ ତେବେ ଆପଣଙ୍କୁ ଆପଣଙ୍କ ଟେବୁଲ କିମ୍ବା ଦୁଆରମୁହଁରେ ଦୁଇ ହାତୀର ଯୋଡି ରଖିବା ଦରକାର।ଦୁଆରମୁହଁରେ ଆପଣ ଯୋଡି ବ୍ୟବହାର କରିପାରିବେ କିନ୍ତୁ ଯଦି ଟେବୁଲରେ ରଖୁଛନ୍ତି ତେବେ ଏକଯୋଡ଼ା ମଧ୍ୟ ରଖିପାରିବେ ଆପଣ ଏଠାରେ ଶୁଣ୍ଢ ଉପରକୁ ଥିବା ହାତୀ ରଖିପାରିବେ।କିମ୍ବା ଶୁଣ୍ଢ ତଳକୁ ଥିବା ହାତୀ ମଧ୍ୟ ରଖିପାରିବେ।କିନ୍ତୁ ଶୁଣ୍ଢ ଉପରକୁ ଥିବା ହାତୀ ଟଙ୍କା କ୍ଷେତ୍ରରେ ବେଶି ପ୍ରଭାବଶାଳୀ ହେବ।ଏଠାରେ ଆପଣ ଯେକୌଣସି ରଙ୍ଗର ହାତୀ ଏବଂ ଯେକୌଣସି ଧାତୁରେ ତିଆରି ହୋଇଥିବା ହାତୀ ରଖିପାରିବେ।ଯଦି ଆପଣ ମୂର୍ତ୍ତି ରଖୁନାହାନ୍ତି ତେବେ ଆପଣ ଆପଣଙ୍କ ଖାତା କିମ୍ବା ବହିରେ ହାତୀର ଫଟୋ ଲଗାଇପାରିବେ।ଏହା ଛଡା ଲକ୍ଷ୍ମୀମାତାଙ୍କ ଏପରି କୌଣସି ଫଟୋ ଯେଉଁଥିରେ ଦୁଇ ହାତୀ ଶୁଣ୍ଢ ଉପରକୁ ରଖିଥାନ୍ତି ତାହାକୁ ରଖିପାରିବେ।

ଯଦି ଆପଣ ନିଜ ଘରକୁ ସୁରକ୍ଷିତ ରାଖିବାକୁ ଚାହୁଁଛନ୍ତି କୌଣସି ନକରାତ୍ମକ ଶକ୍ତି କିମ୍ବା କଳାଯାଦୁ କିମ୍ବା ଅନ୍ୟ କୌଣସିରୁ ତେବେ ଆପଣ ଘରର ମୁଖ୍ୟ ଫାଟକର ଆଗରେ ଦୁଇପଟେ ଦୁଇ ହାତୀ ରଖିପାରିବେ ଶୁଣ୍ଢ ତଳକୁ କରି।ଏହା ରକ୍ଷାର ପ୍ରତୀକ ଅଟେ।ଆପଣ ନିଜ ପ୍ରେମ ସମ୍ପର୍କ ମଜବୁତ କରିବାକୁ ଚାହୁଁଥିଲେ ନିଜ ଶୋଇବା ଘରେ ଦୁଇ ଧଳା ବର୍ଣ୍ଣର ହାତୀ ପାଖାପାଖି ରଖନ୍ତୁ।ଯଦି କୌଣସି କାରଣରୁ ଆପଣ ହାତୀ ରଖନ୍ତି ନାହିଁ ତେବେ ଆପଣ ନିଜ ତକିଆ ଖୋଳରେ ହାତୀର ଫୋଟୋ ରଖିପାରିବେ।ଶୁଣ୍ଢ ତଳକୁ ଥିବା ଫୋଟୋ ବେଶି ଲାଭଦାୟୀ ଥାଏ।କିନ୍ତୁ ବେଡ଼ସିଟରେ ହାତୀର ଫୋଟ ରଖନ୍ତୁ ନାହିଁ।

ଯଦି ଅପଣଙ୍କ ଗର୍ଭବତୀ ହେବାରେ କୌଣସି ଆବୁବିଧା ଥାଏ ତେବେ ହାତୀର ଯୋଡ଼ା ରଖନ୍ତୁ।ଏଠାରେ ଆପଣ ରୁପା,କିମ୍ବା ସୁନା ଧାତୁର ବ୍ୟବହାର କଲେ ବେଶି ଲାଭଦାୟୀ ହୋଇଥାଏ।ହାତୀର ମୁଖ ଯେପରି ଦୁଆର ଆଡ଼କୁ ନଥିବା ସେପରି ରଖନ୍ତୁ।ଏବଂ ହାତୀର ପିଠିରେ ଏକ ଧଳା କିମ୍ବା ହଳଦିଆ କପଡା ରଖନ୍ତୁ।ଏବଂ ଏହାତଳେ ଆପଣଙ୍କ ଗର୍ଭବତୀ ହେବାର ଇଚ୍ଛା ବିଷୟରେ ଏକ କାଗଜରେ ଲେଖି ରଖିଦିଅନ୍ତୁ।ଯଦି ଆପଣଙ୍କ ପିଲାମାନେ ପଢ଼ାରେ ଧ୍ୟାନ ଦେଉନାହାନ୍ତି ତେବେ ତାଙ୍କ ପଢା ଟେବୁଲଉପରେ ଏକ ହାତୀମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ।ଆପଣ ଏଠାରେ ଶୁଣ୍ଢ ତଳକୁ ଥିବା ହାତୀ ମଧ୍ୟ ବ୍ୟବହାର କରିପରିବେ।ଏବଂ ଧଳାରଙ୍ଗର ହାତୀ ବେଶି ଲାଭଦାୟୀ ହୋଇଥାଏ।ଯଦି ଆପଣ ପିଲା ଏବଂ ମାତାର ସମ୍ପର୍କ ଭଲ କରିବାକୁ ଚାହୁଁଛନ୍ତି ତେବେ ଏକ ମାଆହାତୀ ଏବଂ ଏକ ଛୁଆହାତୀର ମୂର୍ତ୍ତି ଅପଣଙ୍କ ଘରେ ରଖନ୍ତୁ।ଏବଂ ପରିବାରରେ ଏକତା ରଖିବା ପାଇଁ ବହୁତସାରା ହାତୀମୂର୍ତ୍ତି କିମ୍ବା ଫଟୋ ବ୍ୟବହାର କରିପାରିବେ।

ଯଦି ଆପଣ ନିଜ ଭବିଷ୍ୟତରେ କିଛି ଭଲ କରିବାକୁ ଚାହୁଁଛନ୍ତି ଏବଂ ସଫଳତା ହାସିଲ କରିବାକୁ ଚାହୁଁଛନ୍ତି ତେବେ ଘରର ଉତର ଦିଗରେ ଏକ ଧଳା ରଙ୍ଗର ହାତୀର ମୂର୍ତ୍ତି ରଖନ୍ତୁ।ଏଥିରେ ହାତୀର ଶୁଣ୍ଢ ତଳକୁ ରଖନ୍ତୁ।ଏବଂ ହାତୀର ଲାଞ୍ଜ ଉତରକୁ ରହିବା ଦରକାର।ଯଦି ଆପଣ ନିଜ ବନ୍ଧୁତା ମଜବୁତ କରିବାକୁ ଚାହୁଁଛନ୍ତି ତେବେ ଦୁଇ ହାତୀର ଶୁଣ୍ଢ ଏକାସହ ମିଶି ରହିଥିବା ମୂର୍ତ୍ତି ଘରର ଉତ୍ତରପଶ୍ଚିମ ଦିଗରେ ରଖନ୍ତୁ।

ଯେତେବେଳେ ହାତୀର ମୂର୍ତ୍ତି ଅଣୁଛନ୍ତି ସେତେବେଳେ ଏହାକୁ ସର୍ବପ୍ରଥମେ ହାଲ୍କା ଗଙ୍ଗାପାଣି କିମ୍ବା ଗୋଲାପପାଣି ପକାନ୍ତୁ।
ଏହାପରେ ଧୂପ ଜଳାନ୍ତୁ ଏବଂ ଯେକୋୖଣସି ରଙ୍ଗର ଫୁଲ ଚଢାନ୍ତୁ।ଏହାକୁ ଆପଣଙ୍କୁ ଖାଲି ପ୍ରଥମଥର କରିବାର ଅଛି।ବାରମ୍ବାର ଏହାକୁ କରନ୍ତୁନାହିଁ।ଆପଣ ଯଦି କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି ତେବେ ହାତୀର ଶୁଣ୍ଢକୁ ଅଳ୍ପ ଘଷି ତାହାର କାନରେ ଆପଣଙ୍କ ଇଛା କହିବାଦ୍ୱାରା ଆପଣ ଯେଉଁ କାର୍ଯ୍ୟ ପାଇଁ ଯାଉଛନ୍ତି ତାହା ପୁରା ହୋଇଯାଇଥାଏ।

Leave a Reply

Your email address will not be published. Required fields are marked *