ଫଟା ଗୋଇଠି ଭଲ କରିବାର ମଜାଦାର ଉପାୟ – ଏହି ଉପାୟ ଆଜି ଆପଣଙ୍କ ଘରେ ବ୍ୟବହାର କରି ପାରିବେ ଓ ଜୀବନସାରା ଫଟା ଗୋଇଠି ରୁ ମୁକ୍ତି ପାଇବେ..
ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କିପରି ନିଜର ଫାଟିଯାଇଥିବା ଗୋଇଠି ଭଲ କରିବେ।ଶୀତଋତୁରେ ସବୁଠାରୁ ସାଧାରଣ ଅସୁବିଧା ହେଉଛି ଫାଟିଯାଇଥିବା ଗୋଇଠି।ଏହା ଗ୍ରୀଷ୍ମଋତୁରେ ମଧ୍ୟ ହୋଇଥାଏ।କିନ୍ତୁ ଶୀତଋତୁରେ ଏହାର ପ୍ରଭାବ ବେଶି ଥାଏ।ଆଜି ଆମେ ଏହି ଫାଟିଯାଇଥିବା ଗୋଇଠି ଭଲ କରିବାପାଇଁ ଏକ ସହଜ ଉପାୟ ଜଣାଇବାକୁ ଯାଉଛୁ।ଏହାକୁ ପୁଅ ହେଉ କିମ୍ବା ଝିଅ ହେଉ ସମସ୍ତେ ବ୍ୟବହାର କରିପାରିବେ।ଏବଂ ଗ୍ରୀଷ୍ମଋତୁ ହେଉ କିମ୍ବା ଶୀତଋତୁ ଏହାକୁ ଆପଣ ବ୍ୟବହାର କରିପାରିବେ।ଏହା ବହୁତ କାର୍ଯ୍ୟକାରି ଅଟେ।ଆପଣ ଥରେ ବ୍ୟବହାର କରିବାପରେ ଜାଣିପାରିବେ।
ତେବେ ଚାଲନ୍ତୁ ଦେଖିବା ଏହି ଉପାୟ।କିଛି ଲୋକଙ୍କ ଗୋଇଠି ବେଶି ଫାଟିଯାଇଥାଏ।ଏବଂ କିଛି ଲୋକଙ୍କ ଗୋଇଠି କମ ଫାଟିଥାଏ।ଆମେ ଯେଉଁ ଉପାୟ ବତାଇବାକୁ ଯାଉଛୁ ସେଥିରେ ସବୁ ପ୍ରକାର ଗୋଇଠି ଭଲ ହୋଇପାରିବ।ଏଥିପାଇଁ ଆପଣଙ୍କୁ ସର୍ଵପ୍ରଥମେ ଦରକାର ହେବ ସୋରିଷତେଲ।ଆପଣ ପ୍ରାୟ ଚାରି ଚାମଚ ସୋରିଷତେଲ ଏକ ପାତ୍ରରେ ନିଅନ୍ତୁ।ଆପଣ ଯଦି ସୋରିଷ ତେଲ ନିଅନ୍ତି ତେବେ ଆପଣଙ୍କୁ ବେଶି ଲାଭ ମିଳିବ।ଯଦି ଆପଣଙ୍କ ପାଖରେ ସୋରିଷତେଲ ନଥାଏ କିମ୍ବା ସୋରିଷତେଲରୁ ଆପଣଙ୍କୁ କୌଣସି ଅସୁବିଧା ଥାଏ ତେବେ ଆପଣ ଏହାଜାଗାରେ ନଡ଼ିଆତେଲ ମଧ୍ୟ ବ୍ୟବହାର କରିପାରିବେ।କିନ୍ତୁ ଶୀତଋତୁରେ ଏହା ବହୁତ ଅଧିକ ଜମିଯାଇଥାଏ ତେଣୁ ଆପଣଙ୍କୁ ପ୍ରୟୋଗକରିବାରେ ମଧ୍ୟ ଅସୁବିଧା ହୋଇଥାଏ।ଏବଂ ସୋରିଷତେଲ ଗରମ ହୋଇଥିବା କାରଣରୁ ଏହା ଆପଣଙ୍କୁ ବେଶି ଲାଭ ପ୍ରଦାନ କରିଥାଏ।
ଏହାପରେ ଏକ ପାତ୍ରରେ ନେଇଥିବା ସୋରିଷତେଲକୁ ଗ୍ୟାସଦ୍ୱାରା ଗରମ କରନ୍ତୁ।ଆପଣ ଗ୍ୟାସ ବଦଳରେ ମାଇକ୍ରୋୱେଭ ମଧ୍ୟ ବ୍ୟବହାର କରିପାରିବେ।ଆପଣ ଏହାପରେ ନିଅନ୍ତୁ ମହମ।ଏଠାରେ ଯେତେ ସୋରିଷତେଲ ନେଇଥିବେ ତାହାର ଅଧା ପରିମାଣର ମହମ ନିଅନ୍ତୁ।ଯଦି ଆପଣ ଚାରି ଚାମଚ ସୋରିଷତେଲ ନେଇଛନ୍ତି ତେବେ ଏଠାରେ ଦୁଇ ଚାମଚ ମହମ ନିଅନ୍ତୁ।ଏହାପରେ ମହମକୁ ସୋରିଷତେଲରେ ପକାନ୍ତୁ।ଯେପରି ତେଲ ଗରମ ହେବା ଆରମ୍ଭ କରିବ ମହମ ମଧ୍ୟ ମିଳାଇବାରେ ଲାଗିବ।ତେଲ ଗରମ ହେବାପରେ ଗ୍ୟାସକୁ ବାନ୍ଦ କରିଦିଅନ୍ତୁ।ଏହାପରେ ଏଥିରେ ଦୁଇଖଣ୍ତ ଛୋଟ କର୍ପୁର ପକାନ୍ତୁ।ଏଠାରେ ଆପଣ ପୂଜାରେ ବ୍ୟବହୃତ କର୍ପୁରର ବ୍ୟବହାର କରନ୍ତୁ।ନେଇଥିବା କର୍ପୁରକୁ ଗୁଣ୍ଡ କରି ତେଲ ଏବଂ ମହାମରେ ପକାନ୍ତୁ।
ଏଠାରେ ମହମ ଭେସଲିନ ଭଳି କାମକରିଥାଏ କିନ୍ତୁ ଏହା ଭେସଲିନ ଠାରୁ ବେଶି ଲାଭଦାୟୀ ହୋଇଥାଏ।ଏବଂ କର୍ପୁର ଏଠାରେ ବହୁତ ଭଲ ବାସ୍ନା ଦେଇଥାଏ ଏବଂ ଚର୍ମକୁ ଭଲ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।ଏହାପରେ ଆପଣ ଏଥିରେ ଲେମ୍ବୁରସ ପକାନ୍ତୁ।ଏକ ଚାମଚ ଦ୍ରବଣପ୍ରତି ଏକ ଚାମଚ ଲେମ୍ବୁରସ ମିଶାନ୍ତୁ।ଏହାପରେ ଭଲ ଭାବରେ ସବୁ ଦ୍ରବଣକୁ ମିଳାଇଦିଅନ୍ତୁ।ଲେମ୍ୱୁରସ ଦ୍ୱାରା ଆପଣଙ୍କ ଗୋଇଠି ବହୁତ ଜଲଦି ଭଲ ହୋଇଯାଇଥାଏ।ଏହାପରେ ଏହାକୁ ଥଣ୍ଡା କରିବାକୁ ଛାଡିଦିଅନ୍ତୁ।
ଏବେ ଆସନ୍ତୁ ଜାଣିବା କିପରି ଆପଣ ଏହାର ବ୍ୟବହାର କରିବେ।ଥଣ୍ଡାହେବାପରେ ଏହା ଏକ କ୍ରିମଭଳି ହୋଇଯିବ।ଏହାକୁ ବ୍ୟବହାରକରିବା ପୂର୍ବରୁ ହାଲକା ଗରମ ପାଣିରେ ଅଳ୍ପ ଲୁଣ ପକାନ୍ତୁ।ଏହାପରେ ସେହି ପାଣିରେ ୧୦ମିନିଟ ଆପଣଙ୍କ ପାଦ ବୁଡାଇରଖନ୍ତୁ।ଏବଂ ପାଦକୁ ଭଲ ଭାବରେ ଧୋଇଦିଅନ୍ତୁ।ଏହାଦ୍ୱାରା ପାଦରେ ଥିବା ମଇଳା ସଫା ହୋଇଯିବ।ଏହାପରେ ତଉଲିଆ ଦ୍ୱାରା ପାଦକୁ ପୋଛିଦିଅନ୍ତୁ।ଏବଂ ଏହାପରେ ଟିଆରିକରିଥିବା କ୍ରିମକୁ ନିଜ ଫାଟିଯାଇଥିବା ଗୋଇଠିରେ ଲଗାନ୍ତୁ।ଏପରି କରିବାଦ୍ୱାରା ଆପଣଙ୍କ ଗୋଇଠି ଭଲ ହୋଇଯାଇଥାଏ।
ଏହା ଫାଟିଯାଇଥିବା ଗୋଇଠି ପାଇଁ ଭଲ କରିବାସହିତ ପାଦକୁ ନରମ ଏବଂ କୋମଳ ମଧ୍ୟ କରିଥାଏ।ଆପଣ ରାତିରେ ଶୋଇବାପୂର୍ବରୁ ଏହାକୁ ବ୍ୟବହାର କରିପାରିବେ।ଏବଂ ସକାଳୁ ଗାଧୋଇବାପରେ ମଧ୍ୟ ଏହାର ବ୍ୟବହାର କରିପାରିବେ।ଏହା ଶତପ୍ରତିଶତ କାର୍ଯ୍ୟକାରୀ ଅଟେ।ଯଦି ଆପଣଙ୍କ ପାଦ ଅଧିକ ଫାଟିଥାଏ ତେବେ ଏହାକୁ ଲଗାଇବାପରେ ମୋଜାପିନ୍ଧନ୍ତୁ।ଏହାକୁ ଆପଣ ଦୁଇରୁ ଚାରି ମାସ ସମ୍ଭାଳିକି ମଧ୍ୟ ରଖିପାରିବେ।ଏହା ଏତେ ସହଜରେ ଖରପ ହୋଇନଥାଏ।ଏହାକୁ ଛୁଆଠାରୁ ଆରମ୍ବ କରି ବୃଦ୍ଧମାନେ ମଧ୍ୟ ବ୍ୟବହାର କରିପାରିବେ।