September 20, 2024

Odia Express

Leading Odia News Portal of Odisha

ସର୍ଦ୍ଧିରୁ ରକ୍ଷାପାଇବାର ଉପାୟ – ଏହି ଉପାୟ କଲେ ଆପଣାକୁ ଥଣ୍ଡା କେବେ ଆଉ ହେବ ନାହିଁ ନିଶ୍ଚୟ ଜାଣିବା କଥା..

ଯେବେବି ଥଣ୍ଡା ଋତୁ ଆସିଥାଏ ଆମକୁ ଥଣ୍ଡା,କାଶ,ଗଳାଦରଜ ଏବଂ ଶରୀରଦରଜ ଭଳି ସମସ୍ୟା ମାନଙ୍କ ସାମ୍ନା କରିବାକୁ ପଡ଼ିଥାଏ ଏହି ସମୟରେ ଯଦି ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି କମଜୋର ଥାଏ ଏବଂ ଆପଣ ଥଣ୍ଡା ସମୟରେ ଠିକ ଭାବରେ ସାବଧାନତା ରଖିନଥାନ୍ତି ତେବେ ଏହି ସ୍ଥିତିରେ ଆପଣଙ୍କୁ ବାରମ୍ବାର ଥଣ୍ଡା ଲାଗିରହିଥାଏ।ଆଜି ଆମେ ଆପଣଙ୍କୁ ଦୁଇ ବହୁତ ଅସରଦାର ଘରୋଇ ଉପଚାର ବିଷୟରେ ଜଣାଇବୁ।ଏହାର ବ୍ୟବହାର ଆପଣ ସବୁବେଳେ ବି ଆଉ ସବୁସମୟରେ କରିପାରିବେ ଏହାର ପ୍ରଭାବ ବାହାରେ ମିଳୁଥିବା ଔଷଧ ଠାରୁ ମଧ୍ୟ ୧୦ ଗୁଣ ଅଧିକ।ଏହାକୁ ତିଆରି କରିବା ପାଇଁ ହେବ ଆବଶ୍ୟକ ହେବ ଅଦା,ହଳଦୀ, ତୁଳସୀପତ୍ର,ଲବଙ୍ଗ,କଳାମରିଚ,ଲେମ୍ବୁରସ,ମହୁ ଏବଂ ଡାଲଚିନି।ଏଠାରେ କୁହାଯାଇଥିବା ସବୁ ସାମଗ୍ରୀ ଆମର ଘରେହିଁ ଉପଲବ୍ଧ ଥାଏ।

ଏହାକୁ ବନେଇବାପାଇଁ ସର୍ବପ୍ରଥମେ ଅଦାକୁ ଭଲଭାବରେ ଛଡେଇ ଏହାର ଛୋଟ ଛୋଟ ଖଣ୍ଡ କରିଦିଅନ୍ତୁ।ଏହାପରେ ମିକ୍ସଚର ଜାରରେ ଅଧା କପ ଅଦା ୧୦ରୁ ୧୨ ତୁଳସୀପତ୍ର।୧୦ କଳାମରିଚ ଏବଂ ୧୦ରୁ ୧୨ ଲବଙ୍ଗ ପକାଇ ଏଠାରେ ଏକ ପୁରା ଲେମ୍ବୁରସ ମିଳାନ୍ତୁ।ଏହାପରେ ଏଥରେ ଏକ ଚାମଚ ହଳଦି ଏବଂ ଏକ ଡାଲଚିନିର ଛୋଟ ଛୋଟ ଖଣ୍ଡ କରି ପକାନ୍ତୁ। ଏଥରେ ଅଳ୍ପ ପାଣି ମିଶେଇ ମିକ୍ସଚର କୁ ଭଲ ଭାବରେ ଚଳେଇ ଏହାର ଏକ ପେଷ୍ଟ ତିଆରି କରନ୍ତୁ।ପେଷ୍ଟ ହୋଇଯିବା ପରେ ଏହାକୁ ଭଲଭାବରେ ଛାଣିକି ଏହାର ରସ ଅଲଗା କରିଦିଅନ୍ତୁ ଆଉ ବଳିଯାଇଥିବା ଜିନିଷକୁ ନଫୋପାଡି ସମ୍ଭାଳିକି ରଖନ୍ତୁ।

ପ୍ରଥମ ଔଷଧ ପାଇଁ ଏକ ବାସନରେ ଏକକପ ଚିନି ନେଇକି ସେଠାରେ ଏକ ଚତୁର୍ଥାଂଶ ପାଣି ମିଶାନ୍ତୁ ଓ ଏଠାରେ ପୂର୍ବରୁ କରିଥିବା ରସ ମିଳାନ୍ତୁ।ଏହା ପରେ ମାଧ୍ୟମ ଆଂଶରେ ୫-୧୦ ମିନିଟ ଚଳାନ୍ତୁ।୧୦ ମିନିଟ ପରେ ଆଂଶକୁ କମ କରିକି ସେଥରେ ବନେଇଥିବା ପେଷ୍ଟ ମିଳାନ୍ତୁ।ପେଷ୍ଟ ମିଳାଇବା ପରେ ୫-୬ ମିନିଟ ଆଉଥରେ ଚଳାନ୍ତୁ।ଏହାପରେ ଗ୍ୟାସ ବନ୍ଦ କରିଦିଅନ୍ତୁ।ବନ୍ଦ କରିବାର ୧ ରୁ ୨ ମିନିଟ ପରେ ଦୁଇ ଚାମଚ ମହୁ ମିଶାନ୍ତୁ।ଏହା ଗରମ ଥିବା ସମୟରେ ଏକ ଟ୍ରେରେ ପେସହୋଇଥିବା ଚିନିକୁ ପକାଇଦିଅନ୍ତୁ ଏବଂ ଚାମଚ ସାହାଯ୍ୟରେ ମିଶ୍ରଣକୁ ଗୂଳି ଆକାରରେ ଏହାଉପରେ ବିଛେଇଦିଅନ୍ତୁ।ଏହାଉପରେ ଆଉକିଛି ଚିନି ପାଉଡର ପକାଇ ଶୁଖିବାପାଇଁ ଛାଡିଦିଅନ୍ତୁ। ୩୦-୪୦ ମିନିଟ ରେ ଏହା ଶୁଖିଯିବା ପରେ ଏହାକୁ କାଢିକି ଏକ ପ୍ଲାଷ୍ଟିକ କିମ୍ବା କାଚ ଜାରରେ ଭରିଦିଅନ୍ତୁ।ଏହା ଥଣ୍ଡାରେ ହେଇଥିବ ସବୁପ୍ରକାର ରୋଗ ପାଇଁ ଖୁବ ଉପଯୋଗୀ ଅଟେ।

ଦ୍ୱିତୀୟ ଔଷଧ ପାଇଁ ଗୋଟେ କପ ପାଣିକୁ ଜୋର ଆଂଶରେ ଗରମ କରିକି ଏଥରେ ପୂର୍ବପ୍ରସ୍ତୁତ ପେଷ୍ଟକୁ ପକାଇ ମାଧ୍ୟମ ଆଂଶରେ ଗରମ କରିକି ୫-୧୦ମିନିଟ ପରେ ଛାଣିକି ଥଣ୍ଡାକରିବାପାଇଁ ଛାଡ଼ିଦିଅନ୍ତୁ।ହାଲ୍କା ଗରମ ହେବାପରେ ଏଥରରେ ଗୋଟେ ଚାମଚ ମହୁକୁ ଭଲଭାବରେ ମିସାଇଦିଅନ୍ତୁ।ଏହାପରେ ଏହି ମିଶ୍ରଣ ପ୍ରସ୍ତୁତ ହୋଇଯିବ।ଏହି ପାନୀୟକୁ ସବୁଦିନ ଶୋଇବା ପୂର୍ବରୁ ଏବଂ ଖାଦ୍ୟ ଖାଇବା ପରେ ସେବନ କରିପାରିବେ।କିନ୍ତୁ ଏହି ପାନୀୟ ସେବା କରିବାପରେ ଅତିକମରେ ଗୋଟେ ଘଣ୍ଟା ଯାଏ ପାଣି ପିଇବା ଉଚିତ ନୁହେଁ। ସେଥିପାଇଁ ଏହାକୁ ସେବନ କରିବା ଆଗରୁହିଁ ପାଣି ପିଇଦେବା ଭଲ।

ଥଣ୍ଡା ଦିନରେ ଏହା ଆମକୁ ଥଣ୍ଡା କାଶ ଆଉ ଜ୍ୱର ଭଲ କରେ ଏହା ସହିତ ଆମର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରେ। ଆପଣ ଥଣ୍ଡା ଦିନରେ ଯେଉଁବ୍ୟକ୍ତିମାନଙ୍କୁ ସାଧାରଣ ଥଣ୍ଡାବି ହୋଇଥାଏ ତାଙ୍କଠାରୁ ଦୂରତା ରକ୍ଷା କରନ୍ତୁ ଏବଂ ସମୟ ସମୟରେ ହାତ ମଧ୍ୟ ସଫା ରଖନ୍ତୁ।
ସଂଧ୍ୟାସମୟରେ ବାହାରକୁ ଯାଉଥିବା ବେଳେ ଗରମ ପୋଷାକ ନିଶ୍ଚିତ ପିନ୍ଧନ୍ତୁ।ଘରକୁ ଆସିବା ପରେ ସର୍ବପ୍ରଥମେ ନିଜ ହାତ ଆଉ ମୁଂହ ଧୋଇବା ଭୁଲନ୍ତୁ ନାହିଁ।ଖାଇବାରେ ଥଣ୍ଡା ଏବଂ ଖଟା ଖାଦ୍ୟ ଖାଇବା ମଧ୍ୟ କମ କରନ୍ତୁ।ଏବଂ ପାଣି ବେଶିରୁ ବେଶି ପିଅନ୍ତୁ।

Leave a Reply

Your email address will not be published. Required fields are marked *