September 16, 2024

Odia Express

Leading Odia News Portal of Odisha

ବାସି ମୁହଁରେ ଖାଆନ୍ତୁ ଏହି ଦୁଇଟି ପତ୍ର ,ଥକ୍କାପଣ,କୋଲେଷ୍ଟଲ,ମୋଟାପଣ, ପେଟର ସମସ୍ତ ରୋଗ ଓ ହୃଦୟ ସହ ଜଡିତ ରୋଗ ହେବ ନାହିଁ

ନମସ୍କାର ବନ୍ଧୁଗଣ,ଆପଣ ଦେଖିଥିବେ କି ଘର ଆଗରେ କିମ୍ବା ପାଖରେ ନିମ୍ବ ଗଛ ନିଶ୍ଚୟ ଥାଏ।ଏହା ଏକ ଭଲ ଔଷଧୀୟ ବୃକ୍ଷ।କାରଣ ଏହା ମଧ୍ୟରେ ଗୁଣର ଭଣ୍ଡାର ଅଛି ଯାହାର ପ୍ରୟୋଗ ଆୟୁର୍ବେଦରେ କରାଯାଏ।ଏହାର ମଞ୍ଜି,ପତ୍ର, ଛେଲ ଓ ଡାଳ, ଫଳ ଫୁଲରେ ମଧ୍ୟ ଅନେକ ଶକ୍ତି ଥାଏ।ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।ଏହା ହୃଦୟ ଓ ଯକୃତକୁ ସୁସ୍ଥ ରଖେ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ।କିନ୍ତୁ ଆୟୁର୍ବେଦ ଅନୁସାରେ ପ୍ରତିଦିନ ସକାଳୁ ଖାଳିପେଟରେ ନିମ୍ବର ପତ୍ରର ସେବନ କରିବା ଦ୍ଵାରା ଶରୀରରେ ଶକ୍ତି ବୃଦ୍ଧି ହୁଏ ଓ ଶରୀରକୁ ସୁସ୍ଥ ରଖିଥାଏ।ଆଜି ଆମେ ନିମ୍ବର ପତ୍ର ଖାଇବାର ଲାଭ ବିଷୟରେ ଜାଣିବା।

ସବୁଠୁ ପ୍ରଥମ ରୋଗ ହେଉଛି କ୍ୟାନ୍ସର, ଏବଂ ନିମ୍ବ ଆଣ୍ଟି କ୍ୟାନ୍ସର ଅଟେ।ଅର୍ଥାତ ଯଦି ଆପଣ ନିମ୍ବର ପତ୍ର ଖାଇବେ ତେବେ ଏହା ଆପଣଙ୍କ ଶରୀରରୁ କ୍ୟାନ୍ସରର କୋଷକୁ ଶେଷ କରିଦେବ।ଯଦି ଆପଣ ଚାହାନ୍ତି କି ଭବିଷ୍ୟତରେ ଆପଣଙ୍କୁ କେବେବି କ୍ୟାନ୍ସର ନହେଉ ତେବେ ଆପଣ ନିମ୍ବର ପତ୍ର ନିଶ୍ଚୟ ଖାଆନ୍ତୁ।ଏହା ସତ୍ଵେ ଏଥିରେ ଫାଇବର ନିୟନ୍ତ୍ରଣ ହୁଏ ଏହାଦ୍ଵାରା ଆପଣଙ୍କର ପାଚନ ପକ୍ରିୟା ଠିକ ରହିବ।ସବୁଦିନ ନିମ୍ବ ପତ୍ର ଖାଇବା ଦ୍ଵାରା ପାଚନ ସମ୍ବନ୍ଧିତ ରୋଗ ଠିକ ହୋଇଥାଏ।ଏହା ଅପଚନ,ଗ୍ୟାସ ଭଳି ରୋଗକୁ ମଧ୍ୟ ଦୂର କରିଥାଏ।ଏଥିପାଇଁ ନିମ୍ବର କେବଳ ଦୁଇରୁ ତିନୋଟି ପତ୍ର ନିଅନ୍ତୁ ଏବଂ ସକାଳୁ ଖାଳିପେଟରେ ଏହାକୁ ଚୋବାଇ ଖାଆନ୍ତୁ।

ଯଦି ଆପଣ ମଧୁମେହକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ଆପଣ ୨ରୁ ୩ଟି ନିମ୍ବର ପତ୍ରର ସେବନ କରନ୍ତୁ ଏପରି ପ୍ରତିଦିନ କଲେ ଆପଣଙ୍କ ମଧୁମେହ ନିୟନ୍ତ୍ରଣରେ ଆସିଯିବ।ଏଥିପାଇଁ ଆପଣ ନିମ୍ବର ଗୁଣ୍ଡର ବ୍ୟବହାର ମଧ୍ୟ କରିପାରନ୍ତି।କିନ୍ତୁ ଏହା ସୀମିତ ମାତ୍ରାରେ କରନ୍ତୁ।ଶରୀରରେ ହେଉଥିବା ଇଂଫେକ୍ସନ ପାଇଁ ମଧ୍ୟ ଏକ ବରଦାନ ଭଳି କାମ କରେ।ଯଦି ଆପଣଙ୍କର ଏପରି ସମସ୍ୟା ଅଛି ତେବେ ନିମ୍ବ ପତ୍ରକୁ ଫୁଟାନ୍ତୁ ଏବଂ ଏହି ପାଣିରେ ହିଁ ପ୍ରତିଦିନ ଗାଧାନ୍ତୁ।ଏହା ଦ୍ଵାରା ଶରୀରରେ ହେଉଥିବା ରୋଗ ସଂକ୍ରମଣ ,କୁଣ୍ଡିଆ କମିଯିବ ଓ ଦୂର ହେବ।ଏବଂ ଆପଣ ଥକ୍କାପଣ ଅନୁଭବ କରିବେ ନାହିଁ।ଏଥିରେ ଏପରି ଔଷଧୀୟ ଗୁଣ ଅଛି ଯାହା ଗଣ୍ଠିର ଦରଜକୁ ଓ ଫୁଲାକୁ କମାଇବାରେ ସାହାର୍ଯ୍ୟ କରେ।

ଏଥିପାଇଁ ଆପଣ ନିମ୍ବର ପତ୍ରର ପେଷ୍ଟ କରି ସେହି ଜାଗାରେ ଲଗାନ୍ତୁ ଯେଉଁଠି ଫୁଲା ଅଛି ଓ ଦରଜ ଅଛି।ଏହାର ସେବନ ଦ୍ଵାରା ରକ୍ତ ସଫା ରହିବ।ଏବଂ ଯଦି ଆପଣଙ୍କ ରକ୍ତ ସଫା ଅଛି ତେବେ ଆପଣଙ୍କ ଚେହେରାରେ ବ୍ରଣ,ଦାଗର ସମସ୍ୟା ରହିବ ନାହିଁ ତେଣୁ ନିମ୍ବର ପତ୍ରର ସେବନ ପ୍ରତିଦିନ କରନ୍ତୁ।ଆଜିକାଲି ଯେତେବି ବିଉଟି ସାମଗ୍ରୀ ଆସୁଛି ସେଥିରେ ନିମ୍ବର ତତ୍ଵ ମିଶାଯାଉଛି।ଯଦି ଆପଣ ଏହାର ପତ୍ରକୁ ଖାଇପାରୁ ନାହାନ୍ତି ତେବେ ଆପଣ ଏହାର ପେଷ୍ଟ କରି ନିଜ ମୁହଁରେ ଲଗାନ୍ତୁ।ଏକ ସପ୍ତାହ ମଧ୍ୟରେ ଆପଣଙ୍କ ଚେହେରାର ସମସ୍ୟା ଦୂର ହୋଇଯିବ।

ପେଟ ଗରମ ହେବା ଯୋଗୁ ପ୍ରାୟ ମୁହଁରେ ଛାଲା ହୋଇଯାଏ।ଏଥିପାଇଁ ଖାଇବାପାଇଁ ମଧ୍ୟ କଷ୍ଟ ହୋଇଥାଏ।ଏଥିପାଇଁ ଆପଣ ପ୍ରତିଦିନ ସକାଳୁ ଖାଲି ପେଟରେ ନିମ୍ବର ଦୁଇରୁ ତିନୋଟି ପତ୍ରକୁ ଚୋବାଇ କରି ଖାଆନ୍ତୁ।ଯଦି ଆପଣଙ୍କର କିଛି ଯୌନ ସମସ୍ୟା ଅଛି ତେବେ ଏଥିପାଇଁ ମଧ୍ୟ ପ୍ରତିଦିନ ସକାଳୁ ଦୁଇରୁ ତିନୋଟି ପତ୍ରର ସେବନ କରନ୍ତୁ।ଏହାପରେ ଭିଜା କିସମିଶ ଚାହିଁଲେ ଖାଇ ପାରିବେ।

Leave a Reply

Your email address will not be published. Required fields are marked *