December 22, 2024

Odia Express

Leading Odia News Portal of Odisha

S ନାମଧାରୀ ବ୍ୟକ୍ତିଙ୍କ ବିଶେଷତ୍ୱ – ଜାଣିଲେ ହେବେ ଆଶ୍ଚର୍ଯ୍ୟ – ଯଦି ଆପଣଂକ ନାମ କିମ୍ବା ଆପଣଙ୍କ ପ୍ରିୟ ଜଣକ ନାମ ସାମିଲ ଥାଏ ତେବେ ନିଶ୍ଚୟ ପଢନ୍ତୁ..

ଏ ଦୁନିଆରେ କିଏ ଏହା ଜାଣିବାକୁ ଚାହୁଁନାହାନ୍ତି ଯେ ତାଙ୍କ ଚାରିପାଖରେ ରହୁଥିବା ଲୋକମାନଙ୍କର ସ୍ଵଭାବ କେମିତି? ତାଙ୍କ ଜୀବନରେ ଆସୁଥିବା ସାଙ୍ଗ ଆଉ ନିକଟବର୍ତ୍ତୀ ଲୋକଙ୍କ ଅଭ୍ୟାସ କିପରି? କିପରି ହେବ ଯେତେବେଳେ ଆପଣଙ୍କୁ ଜଣା ଥିବା କି ଅପଣ ତାଙ୍କ ନାମର ପ୍ରଥମ ଅକ୍ଷରର ଆଧାରରେ ତାଙ୍କ ବିଷୟରେ ବହୁତ କିଛି ଜାଣିପାରିବେ! ଆପଣ ଖାଲି ତାଙ୍କ ନାମର ପ୍ରଥମ ଅକ୍ଷର ଜାଣି ତାଙ୍କ ବ୍ୟକ୍ତିତ୍ୱକୁ ବୁଝି ପାରିବ।ଭାବନ୍ତୁ ଏହା ଆପଣଙ୍କ ପାଇଁ କେତେ ଉପଯୋଗୀ ଆଉ କୌତୁହଳ ପୂର୍ଣ୍ଣ ହେବ।

ଅସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ S ଅକ୍ଷର ବିଷୟରେ।କେମିତି ହୋଇଥାନ୍ତି ସେମାନେ ଯାହାଙ୍କର ନାମର ପ୍ରଥମ ଅକ୍ଷର Sରୁ ଆରମ୍ଭ ହେଇଥାଏ?କିପରି ହୋଇଥାଏ ତାଙ୍କ ସ୍ୱଭାବ? କିପରି ମଜବୁତ ଥାଏ ତାଙ୍କ ଚରିତ୍ର? କିପରି ହୋଇଥାଏ ସେମାନଙ୍କ ଗୁଣ?

ଅଙ୍କଶାସ୍ତ୍ରୀଙ୍କ ଅନୁସାରେ S ଅକ୍ଷରକୁ ବହୁତ ଫଳପ୍ରଦ ଓ ମଜବୁତ ମନାଯାଏ । ମନାଯାଏକି S ନାମଧାରୀ ଲୋକମାନେ ଦୁନିଆକୁ ବଦଳେଇବାର କ୍ଷମତା ରଖିଥାନ୍ତି। ଏମାନଙ୍କ ବ୍ୟକ୍ତିତ୍ବ ଏତେ ମଜବୁତ ଥାଏକି ଏମାନେ ଅନ୍ୟମାନଙ୍କୁ ରାସ୍ତା ଦେଖେଇବାର କ୍ଷମତା ରଖିଥାନ୍ତି।ଯାହାର ନାମ S ଅକ୍ଷରରୁ ଆରମ୍ଭ ହେଇଥାଏ ସେମାନେ ଜୀବନରେ କିଛି ନୂଆ ଆରମ୍ବ କରିବାରେ ବିଶ୍ୱାସ ରଖନ୍ତି।ଏମାନେ ଏତେ କୁଶଳୀ ହୋଇଥାନ୍ତିକି କାମକୁ ପୁରା କରିକି ଛାଡ଼ିଥାନ୍ତି।

ଏମାନଙ୍କ ବ୍ୟକ୍ତିତ୍ୱ ବହୁତ ସୁନ୍ଦର ହୋଇଥାଏ।ଏମାନେ ନିଜ ଆଖପାଖ ଲୋକମାନଙ୍କୁ ଆକର୍ଷିତ କରିବାରେ ପାରଙ୍ଗମ ହୋଇଥାନ୍ତି ଏବଂ ଏମାନେ ବହୁତ ଉଚ୍ଚାଭିଳାଷୀ ହୋଇଥାନ୍ତି।

S ଆକ୍ଷର ନାମର ବ୍ୟକ୍ତିମାନଙ୍କ ନିଜ ଉପରେ ବହୁତ ଭରଷା ଥାଏ।ଏମାନେ ଜଦି କିଛି କରିବାକୁ ଭାବନ୍ତି ତ ସେ କାମକୁ ପୁରା କରିକି ଛାଡନ୍ତି। ନୂଆ ପ୍ରୋଜେକ୍ଟ ଏବଂ ନୂଆ ଧାରଣାରେ କାମ କରିବାକୁ ବିଶ୍ୱାସ ରଖିଥାନ୍ତି। ସାଧାରଣତଃ ଦେଖାଯାଇଥାଏ S ଅକ୍ଷର ନାମ ବ୍ୟକ୍ତିଙ୍କ ଭାବନା ଖୁବ ପ୍ରକୃତକର ହୋଇଥାଏ। ଏମାନେ ନିଜ ହାରିବା କେଭେହେଲେ ସ୍ବୀକାର କରିନଥାନ୍ତି।

S ନାମଧାରୀ ଵ୍ୟକ୍ତି ସଂପର୍କ ତିଆରି କରିବାରେ ଦକ୍ଷ ହୋଇଥାନ୍ତି। ଏମାନଙ୍କ ବିଷୟରେ ଗୋଟେ ଖରାପ କଥା ଏହା ଯେ ଏମାନେ ଅନ୍ୟମାନଙ୍କ ବିଷୟରେ କିଛି ନ ଭାବିକି ନିଜ କାମ କରିଚାଲନ୍ତି।

ଏମାନେ ବହୁତ ପରିଶ୍ରମୀ ଏବଂ ବୁଦ୍ଧିମାନ ହୋଇଥାନ୍ତି।ବହୁତ ଭାବିଚିନ୍ତି କାମ କରିଥାନ୍ତି।ଏମାନେ ଭଲଭାବେ ଜାଣିଥାନ୍ତି ଯେ କେଉଁ ବ୍ୟକ୍ତି ଙ୍କ ଠାରୁ କିପରି କାମ ଆଦାୟ କରିବାର ଥାଏ।

ବିବାହ କଥାରେ ଏମନେ ବହୁତ ନିଷ୍ଠାବାନ ହୋଇଥାନ୍ତି।ଏମାନେ ନିଜ ସାଥି ସହିତ ସବୁବେଳେ ବିଶ୍ୱସ୍ତ ହୋଇଥାନ୍ତି।କିଛି ଥର ଏହା ଦେଖା ଯାଇଥାଏ କି S ଅକ୍ଷର ନାମ ବ୍ୟକ୍ତି ବେଶି ପ୍ରେମସୂଚକ ହୋଇନଥାନ୍ତି।ଏମନେ ଦେଖେଇବା ପ୍ରେମରେ ବିଶ୍ୱାସ କରିନଥାନ୍ତି।

ଏମନେ ହୃଦୟରୁ ବହୁତ ଭଲ ହେଇଥାନ୍ତି କିନ୍ତୁ କେବେ କେବେ କଥା କହିବାର ବିନ୍ଦାସ ଆଚରଣ ଏମାନଙ୍କୁ ଖରାପ କରିଦିଏ।ଏଥିପାଇଁ ଏମାନଙ୍କୁ ତାଙ୍କ ଶବ୍ଦ ଉପରେ ଟିକେ ସତର୍କ ରହିବା ଦରକାର।ଏବଂ କେତେଥର ଏମନେ ଭୁଲ ନିଷ୍ପତି ଯୋଗୁ ବିଚଳିତ ରହିଥାନ୍ତି ଏଥିପାଇଁ ଦେଖି ଚାହିଁ ନିଷ୍ପତ୍ତି ନେବା ଉଚିତ।

ଯେଉଁମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସାଧାରଣତଃ ସେମାନଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ।ଏମାନେ ଜୀବନରେ ସବୁ କିଛି ହାସିଲ କରିଥାନ୍ତି।ଖାଲି ଲୋକଙ୍କ ସାହତ ସମ୍ପର୍କ ଏବଂ ବନ୍ଧୁତ୍ବ ପାଇଁ ଏମାନଙ୍କୁ ସତର୍କ ରହିବା ଦରକାର।

Leave a Reply

Your email address will not be published. Required fields are marked *