December 22, 2024

Odia Express

Leading Odia News Portal of Odisha

ଦାନ୍ତର ଚମକତା ଓ ଧଳା ହେବାର ଘରୋଇ ଉପଚାର – ଏହି ଉପାୟ କେହି କେବେ ଆପଣଙ୍କୁ କହି ନଥିବେ – ଦାନ୍ତ ହେଇଯିବ ଚିକ ଚିକ ଧଳା..

ଦାନ୍ତର ଦୁର୍ବଳତା ଶରୀରକୁ ମ୍ରିୟମାଣ କରିଥାଏ।ହଜମ ପ୍ରକ୍ରିୟାରେ ବାଧା ଉପୁଜିବା ସହିତ ମୁହଁ ଅସୁନ୍ଦରତାର ପ୍ରମୁଖ କାରଣ ଏହା ହୋଇଥାଏ।ଏହା ହଳଦିଆ ପଡିବା ମଧ୍ୟ ଆଦୌ ଭଲ ନୁହେଁ। ଦାନ୍ତର ଦୁର୍ବଳତା ବିଭିନ୍ନ ରୋଗର କାରଣ ହୋଇଥାଏ।ଏଥିପାଇଁ ବହୁତ ଲୋକ ବିବ୍ରତ ହୋଇଥାନ୍ତି ଓ ଏହି ଦାନ୍ତ ସମସ୍ୟା ମଧ୍ୟ ବହୁତ ଲୋକଙ୍କର ଚିନ୍ତାର ବିଷୟ ଅଟେ।ଏଥିପାଇଁ ବହୁତ ଔଷଧ ଓ ଆଧୁନିକ ଜିନିଷର ପ୍ରୟୋଗ ହୋଇଥାଏ।କିନ୍ତୁ ବର୍ତ୍ତମାନ ଆମେ ଘରୋଇ ଉପାୟରେ କିପରି ଆମ ଦାନ୍ତକୁ ଚମକ କରି ପାରିବା ଓ ହଳଦିଆ ହେବାରୁ ରୋକିବା ତାହା ତଳେ ବର୍ଣ୍ଣିତ ହୋଇଛି।

ଭଗବାନ ପ୍ରଦାନ କରିଥିବା ଏହି ଶରୀରକୁ ସମସ୍ତେ ବହୁତ ଭଲପାଆନ୍ତି।ସମସ୍ତେ ନିଜ ଶରୀରର ଉପଯୁକ୍ତ ବିକାଶ ଓ ସୁନ୍ଦରତା ଉପରେ ବହୁତ ଗୁରୁତ୍ୱାରୋପ କରିଥାନ୍ତି।ସମସ୍ତ ନିଜ ଶରୀରକୁ ସୁନ୍ଦର ଓ ଆକର୍ଷକ କରିବାକୁ ଚାହାନ୍ତି।ଯାହା ଫଳରେ ନିଜକୁ ଆତ୍ମସନ୍ତୋଷ ମିଳିଥାଏ।ତେଣୁ ଏଥିପାଇଁ ନିଜର ଯତ୍ନ ଓ ଉପଯୁକ୍ତ ଖାଦ୍ୟର ଯଥେଷ୍ଟ ଆବଶ୍ୟକତା ରହିଛି।

ଆମ ଶରୀରର ଉପଯୁକ୍ତ ଯତ୍ନ ଦ୍ୱାରା ଆମେ ଏହାକୁ ଆକର୍ଷକ କରି ପାରିବା।ଆମ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ମଧ୍ୟରେ ଦାନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।ଏହା ମଧ୍ୟ ଆମ ଶରୀରର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।ଖାଦ୍ୟ ଚର୍ବନରେ ଏହା ବିଶେଷ ଭୂମିକା ଗ୍ରହଣ କରିଥାଏ।ଯାହାଦ୍ୱାରା ଖାଦ୍ୟ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ଓ ସାବଲୀଳ ହୋଇଥାଏ।ଦାନ୍ତ ମଧ୍ୟ ଆମ ମୁହଁର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ।ହସିବା ସମୟରେ ଏହା ବହୁତ ସୁନ୍ଦର ଲାଗେ।

ଏହାର ଚମକତା ପାଇଁ ଏକ ସରଳ ଉପାୟ ବର୍ଣ୍ଣିତ ହୋଇଛି।କିଛି ଲେମ୍ଭୁ ରସ ନେବା।ଓ ସେଥିରେ କିଛି ସନ୍ଧାଇବ ଲବଣ ମିଶାଇବା।ଓ ପିଜୁଳି ପତ୍ର ଗୁଣ୍ଡ ମିଶାଇବା।ପିଜୁଳି ପତ୍ର ଏକ ସାଧାରଣ ଜିନିଷ ହେଲେ ମଧ୍ୟ ଏହାର ଅନେକ ଅସାଧାରଣ ଉପକାରୀତା ଅଛି।ଏହା ଅନେକ ରୋଗରୁ ମୁକ୍ତି ଦେଇଥାଏ।ଏହା ମୋଟାପଣ ଦୂର କରିବାରେ ବିଶେଷ ସହାୟକ ହୁଏ।ଶରୀରରେ ଇନ୍ସୁଲିନ ମାତ୍ରା ବୃଦ୍ଧି କରି ଡାଇବେଟିସ ମାତ୍ରାକୁ ନିୟନ୍ତ୍ରଣ କରିଥାଏ।ପିଜୁଳି ପତ୍ର ଚାହା ରକ୍ତଚାପ ସମସ୍ୟାରୁ ମୁକ୍ତି ଦେବା ସହିତ ରକ୍ତ ସଞ୍ଚାଳନ ଠିକ ଭାବେ କରିଥାଏ।ସେହିପରି ଦାନ୍ତକୁ ଧଳା କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।ଏହି ମିଶ୍ରଣକୁ ଦାନ୍ତରେ ଲଗାଇବା ଦ୍ଵାରା ଏହା ଦାନ୍ତରେ ଚମକ ଆଣିଥାଏ।ଏହା ପ୍ରାକୃତିକ ଦାନ୍ତଘସା ରୂପେ କାର୍ଯ୍ୟ କରିଥାଏ।

ଆଧୁନିକ ଉପଚାର ଠାରୁ ଘରୋଇ ଉପଚାର ବହୁତ ଫଳପ୍ରଦ ଓ ବିଶୁଦ୍ଧ ହୋଇଥାଏ।ଏହାର କିଛି ଖରାପ ପ୍ରଭାବ ଶରୀର ଉପରେ ପଡେନାହିଁ।ତେଣୁ ଘରୋଇ ପ୍ରଣାଳୀରେ ଦାନ୍ତର ଚିକିତ୍ସା ମଧ୍ୟ ବହୁତ ଲାଭଦାୟକ ଅଟେ।ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।

Leave a Reply

Your email address will not be published. Required fields are marked *