ଗ୍ୟାସ ସମସ୍ୟାରୁ ଉପଶମ ପାଇବାର ସରଳ ଉପାୟ – ଯଦି ଆପଣଙ୍କ ପେଟ ଅସୁବିଧା ହେଉଥାଏ ତେବେ ନିଶ୍ଚୟ ଏହି ଉପାୟ କରନ୍ତୁ..
ବର୍ତ୍ତମାନ କରୋନା ସମସ୍ୟା ସମଗ୍ର ବିଶ୍ୱରେ ଏକ ବିରାଟ ବିପଦ ରୂପେ ପ୍ରତିଭାତ ହୋଇଛି।ଲକଡାଉନ ସମସ୍ତଙ୍କ ଜୀବନକୁ କରିଛି ଭାରାକ୍ରାନ୍ତ ଓ ବିବ୍ରତପୂର୍ଣ୍ଣ।ଏଥି ସହିତ ବର୍ତ୍ତମାନ ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କ ପ୍ରଧାନ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ବଦ ହଜମି।ଯାହାକି ଖାଦ୍ୟର ସଠିକ ହଜମ ନହେବା ଦ୍ଵାରା ହୋଇଥାଏ।ଯାହାକି ଶରୀରକୁ ମ୍ରିୟମାଣ କରିବା ସହିତ ଯନ୍ତ୍ରଣା ଦାୟକ ହୋଇଥାଏ।ଏହା କେବଳ ବୟସ୍କ ଲୋକଙ୍କୁ ନୁହେଁ ବରଂ ଛୋଟ ପିଲାଙ୍କୁ ମଧ୍ୟ ହୋଇଥାଏ।
ଆୟୁର୍ବେଦିକ ମତରେ ଆମେ ନେଉଥିବା ପ୍ରତ୍ୟେକ ଖାଦ୍ୟକୁ ୩୨ ଥର ଚୋବେଇକି ଖାଇବା ଉଚିତ।ଯାହାକି ପାଚନ କ୍ରିୟାକୁ ସହଜ କରିବା ସହିତ ବଦହଜମି ସମସ୍ୟା ସୃଷ୍ଟି କରି ନଥାଏ।ଆମେ ଖାଇବା ପାଇଁ ବହୁତ କଷ୍ଟ କରୁଛୁ।ତେଣୁ ଖାଇବାରେ ସମ୍ୟକ ସମୟ ଦେବା ବହୁତ ଜରୁରୀ ଅଟେ।ଖାଇବା ସମୟରେ କଥା ହେବା ଅନ୍ୟାନ୍ୟ କାର୍ଯ୍ୟରେ ଅନ୍ତର୍ଭୁକ୍ତ ହେବା ଉଚିତ ନୁହେଁ।ଯାହାକି ବଦହଜମି ଜନିତ ସମସ୍ୟା ସୃଷ୍ଟି କରିଥାଏ।ତେଣୁ ଏଥିପ୍ରତି ଅମକୁ ସଚେତନ ହେବାକୁ ପଡିବ।ଓ ଆମେ ବଦହଜମିରୁ ମୁକ୍ତି ପାଇବା ସହିତ ଏକ ନିରାମୟ ଜୀବନ ପାଇପାରିବା
ଏଥିପାଇଁ ଏକ ସୁକ୍ଷ୍ମ ତରିକା ହେଉଛି କିଛି ମଧୁରୀ ଭାଜିକି ନେବା ଓ ସେଥିରେ ଜୁଆଣି ସହିତ ଶୁଖି ଯାଇଥିବା ଅଁଳା ଗୁଣ୍ଡ ମିଶାଇବା।ଓ ସ୍ୱାଦ ଅନୁସାରେ କଳା ଲୁଣ ମିଶାଇବା।ଏହାକୁ ଗୁଣ୍ଡ କରି ପାଣିରେ ମିଶାଇ ସକାଳେ ଓ ସନ୍ଧ୍ୟାରେ ସେବନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରୁଥିବା ବ୍ୟକ୍ତି ଶାରୀରିକ ଓ ମାନସିକ ସ୍ତରରେ ଆତ୍ମସନ୍ତୋଷ ଲାଭ କରିଥାନ୍ତି।ଏକ ସୁସ୍ଥ ସ୍ୱାସ୍ଥ୍ୟ ସମସ୍ତଙ୍କ ପ୍ରୟୋଜନୀୟତାର କେନ୍ଦ୍ରସ୍ଥଳ ଅଟେ।
ସମାଜରେ ଯେକୌଣସି ସ୍ତରର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହାନ୍ତି ଓ ସୁସ୍ଥ ଖାଦ୍ୟର ଆବଶ୍ୟକ ମଧ୍ୟ କରନ୍ତି।ତେଣୁ ଏକ ସୁସ୍ଥ ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମାଜ ଉନ୍ନତିର ଚରମ ସୀମାରେ ଉପନୀତ।ତେଣୁ ପ୍ରତ୍ୟେକ ଲୋକଙ୍କ ଜୀବନ ହୋଇଛି ବିଳାସ ତଥା ଅଳସ୍ୟତା ପୂର୍ଣ୍ଣ।ଅଳସ୍ୟତା ପୂର୍ଣ୍ଣ ଜୀବନ, ଆଧୁନିକ ଖାଦ୍ୟ ଓ ଅତ୍ୟାଧୁନିକ ଔଷଧ ଆଦିର ପ୍ରଭାବରେ ମନୁଷ୍ୟର ସୁସ୍ଥ ସ୍ୱାସ୍ଥ୍ୟ ହୋଇଛି ଅସନ୍ତୁଳିତ ଓ ବିଭିନ୍ନ ରୋଗର ବଶୀଭୂତ।
ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।