ଏହାକୁ ତିନିଥର ପିଅନ୍ତୁ ବିନା କୌଣସି କଷ୍ଟରେ ଦଶ ଦିନରେ ଦଶ କିଲୋ ପର୍ଯ୍ୟନ୍ତ ଓଜନ କମାନ୍ତୁ।ତେବେ ଆସନ୍ତୁ ଜାଣିବା ତାହା କିପରି ପ୍ରସ୍ତୁତ ହେବ
ନମସ୍କାର ବନ୍ଧୁଗଣ,ଆଜି ଆମେ ଆପଣଙ୍କୁ ଏକ ଖାସ ଜିନିଷ ପ୍ରସ୍ତୁତ କରିବା ଶିଖାଇବୁ ଯାହା ଦ୍ଵାରା ଆପଣ ତିନିଥର ପିଇବା ଫଳରେ ୧୦ ଦିନ ମଧ୍ୟରେ ଦଶ କିଲୋ ପର୍ଯ୍ୟନ୍ତ ଓଜନ କମାଇ ପାରିବେ।ଏହା ଏପରି ଚମତ୍କାର କରିବ କି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ।ଆପଣଙ୍କୁ ଏଥିପାଇଁ କେବଳ ଏକ ଗିଲାସ ଗରମ ପାଣିର ଆବଶ୍ୟକତା ପଡିବ।ଏହା ନେବା ପରେ ଯେପରି ଉପାୟ ଆମେ ଆପଣଙ୍କୁ ଜଣାଇବୁ ଆପଣ ଠିକ ସେହି ଉପାୟରେ ଏହାକୁ ପ୍ରସ୍ତୁତ କରିବେ ଏବଂ ଦେଖିବେ ଏହା କେତେ ପରିମାଣରେ ଫଳପ୍ରଦ ହେବ।ତେବେ ଚାଲନ୍ତୁ ଜାଣିବା ଏହାକୁ କିପରି ତିଆରି କରିବା ଯାହା ଫଳରେ ଆପଣ ମାତ୍ର ୧୦ଦିନରେ ନିଜର ଦଶ କିଲୋ ପର୍ଯ୍ୟନ୍ତ ଓଜନ କମାଇବାରେ ସଫଳ ହୋଇ ପାରିବେ।
ଆପଣ ପ୍ରଥମେ ଯେଉଁ ଜିନିଷ ଆବଶ୍ୟକ ପଡିବ ତାହା ହେଉଛି ହଳଦୀ।ହଳଦୀର ବହୁତ ଔଷଧୀୟ ଗୁଣ ଅଛି।ଏହା କେବଳ ଓଜନ କମାଇବାରେ ନୁହେଁ ବରଂ ଆମର ପେଟକୁ ସଫା ରଖିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ।ଯାହା ଫଳରେ ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ।ଏବଂ ଓଜନ ମଧ୍ୟ କମିଥାଏ।ଆମେ ଏହାକୁ ଏପରି ପ୍ରସ୍ତୁତ କରିବା ଯେପରିକି ଆମକୁ ଏହାକୁ ବାରମ୍ବାର ପ୍ରସ୍ତୁତ କରିବାକୁ ପଡିବ ନାହିଁ।ଏଥିପାଇଁ ଏକ କାଚର ଡବା ନିଅନ୍ତୁ।ଏଥିରେ ଏବେ ତିନି ଚାମଚ ହଳଦୀ ପକାନ୍ତୁ।ଏହାପରେ ଆପଣ ଏଥିରେ ଯାହା ମିଶାଇବେ ତାହା ହେଉଛି ଡାଲିଚିନି ଗୁଣ୍ଡ।ଆପଣ ଏହାକୁ ନିଜେ ତିଆରି କରିପାରିବେ ଏଥିପାଇଁ ବଜାରରୁ ଡାଲିଚିନି ଆଣି ଏହାକୁ ଗୁଣ୍ଡ କରନ୍ତୁ ଓ ବ୍ୟବହାର କରନ୍ତୁ।ଏହାକୁ କାଚର ପାତ୍ରରେ ଦୁଇ ଚାମଚ ପକାନ୍ତୁ।ଏହା ଓଜନ ହ୍ରାସ କରିବା ପାଇଁ ବହୁତ ଲାଭବାନ ଅଟେ।ଏହା ଆପଣଙ୍କର ମେଟାବୋଲିଜିମ ବୃଦ୍ଧି କରିବାରେ ସାହାର୍ଯ୍ୟ କରେ।ରକ୍ତରେ ସୁଗାରର ମାତ୍ରା ନିୟନ୍ତ୍ରଣ କରେ।ଯାହା ଫଳରେ ଆମ ପେଟରେ ଚର୍ବି ହେବା ବନ୍ଦ ହୋଇଯାଏ।
ଏବେ ଆପଣ ଏଥିରେ ଅଜୱାଇନ ନେଇ ଗୁଣ୍ଡ କରି ପକାନ୍ତୁ।ଏହା ସେମାନେ ବ୍ୟବହାର କରନ୍ତୁ ଯେଉଁ ମାନଙ୍କର ଖାଦ୍ୟ ହଜମ ହୁଏ ନାହିଁ।ଏଥିପାଇଁ ପେଟରେ ଗ୍ୟାସର ସମସ୍ୟା ହୋଇଥାଏ।ଏଥିରେ ଏକ ଚାମଚ ଅଜୱାଇନ ପକାନ୍ତୁ।ଏବେ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ।ଏହା ସମ୍ପୂର୍ଣ୍ଣ ଭାବରେ ଯେବେ ମିଶି ଯିବ ତେବେ ଆପଣ ଏହାକୁ ଏକ ଗିଲାସ ପାଣି ନେଇ ଏହି ଗୁଣ୍ଡକୁ ଏକ ଅଧା ଚାମଚ ପକାନ୍ତୁ।ଏବଂ ବର୍ତ୍ତମାନ ଏହି ପାଣିକୁ ଭଲ ଭାବରେ ଗରମ କରନ୍ତୁ।ଏହାକୁ କମ ଆଞ୍ଚରେ ଦୁଇରୁ ତିନି ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ।ଏବେ ଏହା ଯେତେବେଳେ ଗରମ ହୋଇଯିବ ଆପଣ ଏହାକୁ ଓଲ୍ହାଇ ଆଣନ୍ତୁ।ଏହାକୁ ତା ପରେ ଛାଣି ଦିଅନ୍ତୁ।ବର୍ତ୍ତମାନ ଆପଣଙ୍କର ଏହି ଚମତ୍କାରୀ ଉପଚାର ଯାହା ଦ୍ଵାରା ଆପଣଙ୍କ ଓଜନ ବହୁତ ଜଲଦି କମି ଯିବ ତାହା ପ୍ରସ୍ତୁତ ହୋଇ ଯାଇଛି।
ଏବେ ଏହାର ବ୍ୟବହାର କିପରି ଭାବରେ ଓ କେଉଁ ସମୟରେ କରିବା ତାହା ବିଷୟରେ ଆଲୋଚନା କରିବା।ତେବେ ଏହି ଉପାୟର ପ୍ରୟୋଗ ସକାଳ ସମୟରେ ଖାଲି ପେଟରେ ଅର୍ଥାତ ସକାଳର ଜଳଖିଆ ପୂର୍ବରୁ, ଓ ଦ୍ବିପ୍ରହର ସମୟରେ ଏବଂ ରାତିରେ ଖାଦ୍ୟ ଖାଇବା ପରର ଏକ ଘଣ୍ଟା ପରେ କରିବାକୁ ହେବ।ଅର୍ଥାତ ଆପଣ ଏହାର ସେବନ ଦିନକୁ ତିନିଥର କରନ୍ତୁ।ଏବଂ ଏହାର ପ୍ରଭାବ କେବଳ ଦଶ ଦିନ ମଧ୍ୟରେ ହିଁ ଦେଖିବାକୁ ପାଇବେ।ଆପଣଙ୍କୁ ମିଠା ଓ ବାହାରର ଖାଦ୍ୟ ଆଦୌ ଖାଇବାର ନାହିଁ।