December 21, 2024

Odia Express

Leading Odia News Portal of Odisha

ଦାନ୍ତ ଧଳା ହେବାର ସଠିକ ତରିକା ଓ ଘରୋଇ ଉପଚାର – ଆପଣଙ୍କ ଦାନ୍ତ ଚିକ ଚିକ କରିବ…

ଆମ ଶରୀରର ଉପଯୁକ୍ତ ଯତ୍ନ ଦ୍ୱାରା ଆମେ ଏହାକୁ ଆକର୍ଷକ କରି ପାରିବା।ଆମ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ମଧ୍ୟରେ ଦାନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।ଏହା ମଧ୍ୟ ଆମ ଶରୀରର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।ଖାଦ୍ୟ ଚର୍ବନରେ ଏହା ବିଶେଷ ଭୂମିକା ଗ୍ରହଣ କରିଥାଏ।ଯାହାଦ୍ୱାରା ଖାଦ୍ୟ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ଓ ସାବଲୀଳ ହୋଇଥାଏ।ଦାନ୍ତ ମଧ୍ୟ ଆମ ମୁହଁର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ।ହସିବା ସମୟରେ ଏହା ବହୁତ ସୁନ୍ଦର ଲାଗେ।ଦାନ୍ତର ଦୁର୍ବଳତା ଶରୀରକୁ ମ୍ରିୟମାଣ କରିଥାଏ।ହଜମ ପ୍ରକ୍ରିୟାରେ ବାଧା ଉପୁଜିବା ସହିତ ମୁହଁ ଅସୁନ୍ଦରତାର ପ୍ରମୁଖ କାରଣ ଏହା ହୋଇଥାଏ।ଏହା ହଳଦିଆ ପଡିବା ମଧ୍ୟ ଆଦୌ ଭଲ ନୁହେଁ। ଦାନ୍ତର ଦୁର୍ବଳତା ବିଭିନ୍ନ ରୋଗର କାରଣ ହୋଇଥାଏ।ଏଥିପାଇଁ ବହୁତ ଲୋକ ବିବ୍ରତ ହୋଇଥାନ୍ତି ଓ ଏହି ଦାନ୍ତ ସମସ୍ୟା ମଧ୍ୟ ବହୁତ ଲୋକଙ୍କର ଚିନ୍ତାର ବିଷୟ ଅଟେ।ଏଥିପାଇଁ ବହୁତ ଔଷଧ ଓ ଆଧୁନିକ ଜିନିଷର ପ୍ରୟୋଗ ହୋଇଥାଏ।କିନ୍ତୁ ବର୍ତ୍ତମାନ ଆମେ ଘରୋଇ ଉପାୟରେ କିପରି ଆମ ଦାନ୍ତକୁ ଚମକ କରି ପାରିବା ଓ ହଳଦିଆ ହେବାରୁ ରୋକିବା ତାହା ତଳେ ବର୍ଣ୍ଣିତ ହୋଇଛି।

ଏଥିପାଇଁ ପ୍ରଥମେ ଏକ ପାତ୍ରରେ କିଛି କିଛି ହଳଦୀ ନେବ।ଏଥିରେ କିଛି ସନ୍ଧାଇବ ଲବଣ ମିଶାଇବା।ଓ କିଛି ଲୀମ୍ବ ପତ୍ର ଗୁଣ୍ଡ ଓ ଶୁଦ୍ଧ ସୋରିଷ ତେଲ ମିଶାଇବା।ଓ ଏହାକୁ ବ୍ରସରେ ନେଇ ଭଲ ଭାବେ ଦାନ୍ତ ସଫା କରିବା।ଏହା ବହୁତ ଶୀଘ୍ର ଦାନ୍ତକୁ ଧଳା କରିବା ସହିତ ଦୁର୍ଗନ୍ଧରୁ ରୋକି ଥାଏ।ଆଶା କରୁଛି ଏହା ଆପଣଙ୍କ ପାଇଁ ଏହା ବହୁତ ଉପକାରୀ ହେବ।ଓ ଆପଣଙ୍କ ଦାନ୍ତର ସମସ୍ୟାରୁ ଉପଶମ ଦେବ।ଆପଣମାନେ ଏହାକୁ ଅବଲମ୍ବନ କଲେ ନିଶ୍ଚିତ ଉପକାର ପାଇବେ।

ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

Leave a Reply

Your email address will not be published. Required fields are marked *