December 22, 2024

Odia Express

Leading Odia News Portal of Odisha

ଏହି ଗୋଟିଏ ପତ୍ର ସେବନ କରିବା ଦ୍ୱାରା ସୁଗାର, କୋଲେଷ୍ଟରଲ ଆଦି ନିୟନ୍ତ୍ରଣରେ ରହିଥାଏ…

ସମାଜରେ ଯେକୌଣସି ସ୍ତରର ବ୍ୟକ୍ତି ହୁଅନ୍ତୁ ନା କାହିଁକି ସମସ୍ତେ ସବୁବେଳେ ସୁସ୍ଥ ରହିବାକୁ ଚାହାନ୍ତି ଓ ସୁସ୍ଥ ଖାଦ୍ୟର ଆବଶ୍ୟକ ମଧ୍ୟ କରନ୍ତି।ତେଣୁ ଏକ ସୁସ୍ଥ ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବା ନିହାତି ଆବଶ୍ୟକ।ବର୍ତ୍ତମାନ ସମାଜ ଉନ୍ନତିର ଚରମ ସୀମାରେ ଉପନୀତ।ତେଣୁ ପ୍ରତ୍ୟେକ ଲୋକଙ୍କ ଜୀବନ ହୋଇଛି ବିଳାସ ତଥା ଅଳସ୍ୟତା ପୂର୍ଣ୍ଣ।ଅଳସ୍ୟତା ପୂର୍ଣ୍ଣ ଜୀବନ, ଆଧୁନିକ ଖାଦ୍ୟ ଓ ଅତ୍ୟାଧୁନିକ ଔଷଧ ଆଦିର ପ୍ରଭାବରେ ମନୁଷ୍ୟର ସୁସ୍ଥ ସ୍ୱାସ୍ଥ୍ୟ ହୋଇଛି ଅସନ୍ତୁଳିତ ଓ ବିଭିନ୍ନ ରୋଗର ବଶୀଭୂତ।

ତେଣୁ ଆମକୁ ଆମ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବାକୁ ପଡିବ।ଏମିତିରେ ବି ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିରୋଗ ଓ ଆରୋଗ୍ୟ ପୂର୍ଣ୍ଣ ସ୍ୱାସ୍ଥ୍ୟର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହା ଆମ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଟେ।ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଯଥାର୍ଥରେ ମତ ଉପସ୍ଥାପନ କରିଛନ୍ତିକି ଅତ୍ୟାଧୁନିକ ରାସାୟନିକ ଔଷଧ ଅପେକ୍ଷା ଆୟୁର୍ବେଦିକ ତଥା ପୌରାଣିକ ଘରୋଇ ଉପଚାର ସ୍ୱାସ୍ଥ୍ୟ ପ୍ରତି ବହୁତ ଉପଯୋଗୀ ଓ ଫଳପ୍ରଦ ହୋଇଥାଏ।

ପାନ ପତ୍ର ଏକ ସାଧାରଣ ଜିନିଷ ହେଲେ ମଧ୍ୟ ଏହାର ଅନେକ ଅସାଧାରଣ ଉପକାରୀତା ଅଛି।ଏହା ଅନେକ ରୋଗରୁ ମୁକ୍ତି ଦେଇଥାଏ।ଏହା ମୋଟାପଣ ଦୂର କରିବାରେ ବିଶେଷ ସହାୟକ ହୁଏ।ଶରୀରରେ ଇନ୍ସୁଲିନ ମାତ୍ରା ବୃଦ୍ଧି କରି ଡାଇବେଟିସ ମାତ୍ରାକୁ ନିୟନ୍ତ୍ରଣ କରିଥାଏ।ପାନ ପତ୍ର ରକ୍ତଚାପ ସମସ୍ୟାରୁ ମୁକ୍ତି ଦେବା ସହିତ ରକ୍ତ ସଞ୍ଚାଳନ ଠିକ ଭାବେ କରିଥାଏ।ପ୍ରତ୍ୟେକ ଦିନ ସକାଳୁ ଏଥିରୁ ୩ଟି ପତ୍ର ସେବନ କରିବା ବହୁତ ଫଳପ୍ରଦ ଅଟେ।

ସ୍ୱାସ୍ଥ୍ୟର ବ୍ୟତିକ୍ରମ ମାନସିକତା ଉପରେ କୁପ୍ରଭାଵ ପକାଇବା ସହିତ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ତଥା ଉତ୍କଣ୍ଠା ରୂପକ ଅଶାଦ୍ରୁମ ମୂଳରେ କୁଠାରାଘାତ କରିଥାଏ।ତେଣୁ ଏକ ସୁସ୍ଥ ଓ ନିରୋଗ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରୟୋଜନ ହୋଇଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଏକ ସୁସ୍ଥ ଓ ଆରୋଗ୍ୟତା ପୂର୍ଣ୍ଣ ଜୀବନର ଆଶା ପୋଷଣ କରିଥାନ୍ତି।

ବର୍ତ୍ତମାନ କରୋନା ସମସ୍ୟା ସମଗ୍ର ବିଶ୍ୱରେ ଏକ ବିରାଟ ବିପଦ ରୂପେ ପ୍ରତିଭାତ ହୋଇଛି।ଲକଡାଉନ ସମସ୍ତଙ୍କ ଜୀବନକୁ କରିଛି ଭାରାକ୍ରାନ୍ତ ଓ ବିବ୍ରତପୂର୍ଣ୍ଣ।ଏଥି ସହିତ ବର୍ତ୍ତମାନ ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କ ପ୍ରଧାନ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ବଦ ହଜମି।ଯାହାକି ଖାଦ୍ୟର ସଠିକ ହଜମ ନହେବା ଦ୍ଵାରା ହୋଇଥାଏ।ଯାହାକି ଶରୀରକୁ ମ୍ରିୟମାଣ କରିବା ସହିତ ଯନ୍ତ୍ରଣା ଦାୟକ ହୋଇଥାଏ।ଏହା କେବଳ ବୟସ୍କ ଲୋକଙ୍କୁ ନୁହେଁ ବରଂ ଛୋଟ ପିଲାଙ୍କୁ ମଧ୍ୟ ହୋଇଥାଏ।

Leave a Reply

Your email address will not be published. Required fields are marked *