December 30, 2024

Odia Express

Leading Odia News Portal of Odisha

ସମସ୍ତ ରୋଗର କାଳ ହେଉଛି ହଳଦୀର ପାଣି – ଆପଣଙ୍କୁ କେବଳ ଏହାର ପ୍ରୟୋଗ କରିବାର ଶୈଳୀ ଜାଣିବା ଆବଶ୍ୟକ।ଜାଣନ୍ତୁ ଏହାର ସମସ୍ତ ଲାଭ ବିଷୟରେ

ନମସ୍କାର ବନ୍ଧୁଗଣ,ଆଜି ଆମେ ଆଲୋଚନା କରିବା ହଳଦୀର ପାଣି ପିଇବା ବିଷୟରେ।କି ଏହା ଦ୍ଵାରା କଣ ଲାଭ ହୋଇଥାଏ।କୁହାଯାଏ କି ସମସ୍ତ ରୋଗର କାଳ ହେଉଛି ହଳଦୀର ପାଣି କିନ୍ତୁ କେବଳ ଏହାକୁ ପିଇବାର ସଠିକ ଶୈଳୀ ଜାଣିବା ଆବଶ୍ୟକ।ତେଣୁ ହଳଦୀର ପାଣି ପ୍ରସ୍ତୁତ କରିବାର ଠିକ ଶୈଳୀ କଣ ଅଟେ ତାହା ଆମେ ଆପଣଙ୍କୁ ଜଣାଇବୁ।ଏହା ସହିତ ଏହାକୁ ପିଇବା ଦ୍ୱାରା କଣ କଣ ଫାଇଦା ହୁଏ ତାହା ମଧ୍ୟ ଜାଣିବା।ଏବଂ କେଉଁ କେଉଁ ଲୋକଙ୍କୁ ଏହି ପାଣି ପିଇବା କଥା ନୁହେଁ ସେ ସମ୍ବନ୍ଧରେ ମଧ୍ୟ ଜାଣିବା।

ହଳଦୀ ପ୍ରାୟ ସମସ୍ତଙ୍କ ଘରେ ଅତି ସହଜରେ ମିଳିଯାଏ।ହଳଦୀ ଆଣ୍ଟି କ୍ୟାନ୍ସର ଗୁଣରେ ଭରପୁର ହୋଇଥାଏ।ହଲଦୀରେ କର୍କ୍ୟୁମିନ ନାମକ ରସାୟନିକ ପଦାର୍ଥ ଉପସ୍ଥିତ ଥାଏ।ଯାହା ଏକ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ହୋଇଥାଏ।ଯିଏ କି ଶରୀରରେ କ୍ୟାନ୍ସରକୁ ଉତ୍ପନ୍ନ କରାଉଥିବା କୋଷ ମାନଙ୍କ ସହ ଲଢ଼ିଥାଏ।ଏବଂ ସେ ସବୁକୁ ମାରିବାର କାମ କରିଥାଏ।ତେବେ ଯଦି ଆପଣ ନିଶ୍ଚିତ ଭାବରେ ନିୟମିତ ଭାବରେ ହଳଦୀର ବ୍ୟବହାର ନିଜ ଜୀବନରେ କରନ୍ତି ତେବେ ଏହା ଦ୍ଵାରା ଆପଣ ନିଜକୁ କ୍ୟାନ୍ସର କବଳରୁ ରକ୍ଷା କରିବାରେ ସକ୍ଷମ ହେବେ।ହଳଦୀ ମୁଣ୍ଡ ପାଇଁ ବହୁତ ଭଲ ହୋଇଥାଏ।ଯଦି ସକାଳ ସମୟରେ ଗରମ ପାଣିରେ ହଳଦୀ ମିଶାଇ କରି ପିଇବା ତେବେ ଏହା ଆପଣଙ୍କ ମସ୍ତିସ୍କ ପାଇଁ ବହୁତ ଲାଭଦାୟକ ହୋଇ ପାରିବ।ଏହା ଭୁଲିବାର ରୋଗ ଅର୍ଥାତ ଅଲଜାଇମର ଭଳି ରୋଗର ଚିକିତ୍ସା କରିଥାଏ।

ଯଦି ସବୁଦିନ ହଳଦୀର ପାଣିର ସେବନ କରାଯାଏ ତେବେ ଏହା ଦ୍ଵାରା ରକ୍ତରେ ଉପସ୍ଥିତ ଅଶୁଦ୍ଧତା ସଫା ହୋଇଯାଏ।ଚେହେରାରେ ନୂଆ ଚମକ ଆସି ଯାଏ।ଯେଉଁ ଲୋକଙ୍କ ଚେହେରାରେ ବ୍ରଣର ସମସ୍ୟା ଅଛି ତେବେ ହଳଦୀର ପାଣି ପିଇବା ସେମାନଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ।ହଳଦୀର ପାଣି ରକ୍ତକୁ ଗାଢ଼ ହେବାରୁ ଅଟକାଇବାରେ ମଧ୍ୟ ସାହାର୍ଯ୍ୟ କରେ।ଯେଉଁଥି ପାଇଁ ହୃଦଘାତ ଭଳି ସମସ୍ୟା ହୋଇଥାଏ।ଏହା ପରୀକ୍ଷାରୁ ଜଣାପଡିଛି କି ନିୟମିତ ଭାବରେ ହଳଦୀ ପାଣିର ସେବନ କରିବା ଦ୍ଵାରା ପିତ୍ତ ଅଧିକ ସୃଷ୍ଟି ହୁଏ।ଯାହା ଦ୍ଵାରା ଆପଣଙ୍କ ଭୋଜନ ସହଜରେ ହଜମ ହୋଇଯାଏ।ଏବଂ ପେଟ ସମ୍ବନ୍ଧିତ ରୋଗ ଭଲ ହୋଇଯାଏ।ହଲଦୀରେ ଉପସ୍ଥିତ କର୍କ୍ୟୁମିନ କାରଣରୁ ଏହା ଗଣ୍ଠିର ଦରଜ ଓ ଫୁଲିବାକୁ ଦୂର କରିବାରେ ଔଷଧ ଅପେକ୍ଷା ଅଧିକ କାମ କରେ।ହଳଦୀରେ ଲିପୋପଲି ସାଚୁରାଇନ ଉପସ୍ଥିତ ଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।ଆସନ୍ତୁ ଜାଣିବା କିପରି ଏହାକୁ ପ୍ରସ୍ତୁତ କରିବା।

ଏହା ବହୁତ ସରଳ ଉପାୟ ଅଟେ।ଏଥିପାଇଁ ଆପଣ ଏକ ଗିଲାସରେ ସମ୍ପୂର୍ଣ୍ଣ ପାଣି ନିଅନ୍ତୁ।ଏବେ ଏହି ପାଣିରେ ଆପଣ ଏକ ଚର୍ତୁର୍ଥାଂଶ ଲୁଣ ପକାନ୍ତୁ।ଏହା ପରେ ଆପଣ ଏହି ପାଣିରେ ଏକ ଚାମଚ ଲେମ୍ବୁର ରସ ପକାନ୍ତୁ।ଏଥିରେ ଅଧା ଚାମଚ ମହୁ ମଧ୍ୟ ପକାନ୍ତୁ।ଏହା ପରେ ଆପଣ ଏସବୁ ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ।ଯଦି ଆପଣ ଏଥିପାଇଁ ଗରମ ପାଣିର ବ୍ୟବହାର କରିବେ ତେବେ ବହୁତ ଉପକାର ମିଳିବ।।ଏବେ ଏହା ପ୍ରସ୍ତୁତ ହୋଇଗଲା।ଏବେ ଆସନ୍ତୁ ଜାଣିବା ଏହାକୁ କିପରି ସେବନ କରିବେ।ଏହାକୁ ସକାଳୁ ଖାଲି ପେଟରେ କରନ୍ତୁ।

ଏବେ ଏହାର ସେବନ ୧୨ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏହାର ସେବନ କରିପାରିବେ।ଗର୍ଭବତୀ ମହିଳାମାନଙ୍କୁ ଏହାର ସେବନ ନକରିବା ଉଚିତ।ଅଲସର ଥିବା ରୋଗୀଙ୍କୁ ଏହାର ସେବନ କରିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *