December 24, 2024

Odia Express

Leading Odia News Portal of Odisha

ବସନ୍ତ ପଞ୍ଚମୀର ଶୁଭ ମୂହୁର୍ତ୍ତ ଶୁଭ ସମୟ – ନିଶ୍ଚୟ ଏହି ବଡ କଥା ଜାଣିରଖନ୍ତୁ ଓ ପୂଜା ସମୟରେ ନିଶ୍ଚୟ କାମରେ ଆସିବ..

ମାଘ ମାସର ଶୁକ୍ଲ ପକ୍ଷର ପଞ୍ଚମୀ ତିଥିକୁ ବସନ୍ତ ପଞ୍ଚମୀ ବୋଲି କୁହାଯାଇଥାଏ । ଏହି ଦିନ ବିଦ୍ୟା ଦେବୀ ସରସ୍ଵତୀଙ୍କ ଜନ୍ମୋତ୍ସବ ଏବଂ ତାଙ୍କର ପୂଜା କରାଯାଇଥାଏ। ଏହି ବର୍ଷ ବସନ୍ତ ପଞ୍ଚମୀ ଦିନରେ ସିଦ୍ଧି ଏବଂ ସ୍ବାର୍ଥ ସିଦ୍ଧି ଯୋଗର ସଂଯୋଗ ବି ହେଉଛି ଯେଉଁ କାରଣରୁ ଏହି ଦିନ ମହତ୍ତ୍ଵ ଅଧିକ ଗୁଣ ବଢିଯିବ।ଏହି ଦିନରୁ ହିଁ ବସନ୍ତ ଋତୁର ଆରମ୍ଭ ହୋଇଥାଏ। ଏହା କୁହାଇଯାଏ କି ଆଜି ବି ଦେବୀ ସରସ୍ୱତୀଙ୍କ ଆରାଧନା ଦ୍ଵାରା କାର୍ଯ୍ୟରେ ସଫଳତା ବୁଦ୍ଧି ଏବଂ ବିଦ୍ୟାର ପ୍ରାପ୍ତି ହେବ।ଆଜି ଆମେ ଆପଣଙ୍କୁ ୨୦୨୧ ବର୍ଷ ବସନ୍ତ ପଞ୍ଚମୀ ଶୁଭ ତିଥି ,ପୂଜାର ଶୁଭ ମୁହୂର୍ତ୍ତ ,ପୂଜା ବିଧି ଏବଂ ଏହିଦିନ କରାଯାଉଥିବା କାର୍ଯ୍ୟ ବିଷୟରେ ଆପଣଙ୍କୁ କହିବୁ।

ତେବେ ଆସନ୍ତୁ ଜାଣିବା ବସନ୍ତ ପଞ୍ଚମୀର ଶୁଭ ମୂହୁର୍ତ୍ତ କେବେ ପଡୁଛି । ବର୍ଷ ୨୦୨୧ ରେ ବାସନ୍ତ ପଞ୍ଚମୀର ପର୍ବ ୧୬ ଫେବୃଆରୀ ମଙ୍ଗଳ ବାରର ଦିନରେ ପାଳନ କରାଯିବା।ପଞ୍ଚମୀ ତିଥୀ ଆରମ୍ଭ ହେବ ୧୬ ଫେବୃଆରୀ ମଙ୍ଗଳ ବାରର ଦିନ ପ୍ରାତଃ ୩.୩୬ ମୀନିଟରେ ।ଏହି ପଞ୍ଚମୀ ତିଥି ସମାପ୍ତ ହେବ ୧୭ ଫେବୃଆରୀ ବୁଧବାର ଦିନ ୫.୪୬ ମିନିଟରେ।ଏହି ପୂଜାର ଶୁଭ ମୁହୂର୍ତ୍ତ ହେଉଛି ୧୬ ଫେବୃଆରୀ ପ୍ରାତଃ ୬.୫୯ ମିନିଟରୁ ୧୨.୧୫ ମିନିଟ ପର୍ଯ୍ୟନ୍ତ।

ବସନ୍ତ ପଞ୍ଚମୀର ପୂଜା ବିଧି ବିଷୟରେ ଆସନ୍ତୁ ଜାଣିବା।ବସନ୍ତ ପଞ୍ଚମୀ ଦିନ ଜ୍ଞାନର ଦେବୀ ମାତା ସରସ୍ୱତୀଙ୍କ ପୂଜା ବିଧାନ କରାଯାଇଥାଏ।ଏହି ଦିନ ସକାଳୁ ଗାଧୋଇବା ପରେ ପୂଜା ସ୍ଥାନରେ ମାତା ସରସ୍ୱତୀଙ୍କ ପ୍ରତିମାକୁ ସ୍ଥାପନ କରନ୍ତୁ ।ଏହା ସହିତ ପୂଜା ସ୍ଥାନରେ ବାଦ୍ୟଯନ୍ତ୍ର ,ପୁସ୍ତକ ଆଦି ରଖି ତାହାର ମଧ୍ୟ ପୂଜା କରନ୍ତୁ। ଏହି ଦିନରେ ଧନର ଦେବୀ ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କ ପୂଜା କରନ୍ତୁ ।ପୂଜା ସ୍ଥାନରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପ୍ରତିମାକୁ ରଖି ଶ୍ରୀ ମନ୍ତ୍ର ପାଠ କରିବା ବହୁତ୍ ଲାଭକାରୀ ହୋଇଥାଏ ବୋଲି କୁହାଯାଇଛି

ବିଦ୍ୟା ବୁଦ୍ଧି ପାଇବା ପାଇଁ କରନ୍ତୁ ଏହି ୫ ଟି କାମ। ବସନ୍ତ ପଞ୍ଚମୀକୁ ଦେବୀ ସରସ୍ଵତୀଙ୍କ ଦିନ ବୋଲି କୁହାଯାଇଥାଏ । ଶାସ୍ତ୍ରରେ ଏହି ଦିନ ପାଇଁ କିଛି ବିଶେଷ ନିୟମ ପ୍ରସ୍ତୁତ କରାଯାଇଛି ,ଯେଉଁ ନିୟମର ପାଳନ କରି ମାତାଙ୍କ ଆରାଧନା କରାଯିବ ତାହେଲେ ଆପଣଙ୍କ ମନସ୍କାମନା ନିଶ୍ଚିତ ପୂରଣ ହେବ ଏବଂ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେହି ୫ ଟି କାର୍ଯ୍ୟ କଣ କଣ।

୧. ଆମ ହାତରେ ମାତା ସରସ୍ୱତୀଙ୍କ ନିବାସ ହୋଇଥାଏ। ଏଥିପାଇଁ ବସନ୍ତ ପଞ୍ଚମୀ ଦିନ ସକାଳୁ ଉଠି ନିଜ ହାତକୁ ଦେଖିବା ଉଚିତ୍। ଏହା ମାତା ସରସ୍ୱତୀଙ୍କ ଦର୍ଶନ ବରାବର ହୋଇଥାଏ।

୨. ବସନ୍ତ ପଞ୍ଚମୀ ଦିନ ବହି ଭିତରେ ମୟୂର ପୁଛ ନିଶ୍ଚୟ ରଖିବା ଉଚିତ୍ କାହିଁକି ନା ଏପରି କରିବା ଦ୍ଵାରା ଛାତ୍ରର ପାଠ ପଢ଼ିବା ଉପରେ ମନ ଲାଗିବ ସହିତ ପାଠ ଉପରେ ଫୋକସ ହୋଇଥାଏ ।

୩. ବସନ୍ତ ପଞ୍ଚମୀ ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରି ମାତା ସରସ୍ୱତୀଙ୍କ ନିକଟରେ ହଳଦିଆ ରଙ୍ଗର ଫୁଲ ଦେଇ ପୂଜା କରିବା ସହ ହଳଦିଆ ଲଡୁ ରଖି ପୂଜା କରିବା ଉଚିତ୍।

୪. ବସନ୍ତ ପଞ୍ଚମୀ ଦିନ ଛାତ୍ର ମାନଙ୍କୁ ମାତା ସରସ୍ୱତୀଙ୍କ ମାତାଙ୍କୁ ଜପ କରି ତାଙ୍କର ପୂଜା କଲେ ସେମାନଙ୍କୁ ବିଦ୍ୟା ଏବଂ ବୁଦ୍ଧି ପ୍ରାପ୍ତ ହୋଇଥାଏ।

୫. ବସନ୍ତ ପଞ୍ଚମୀ ଦିନ ଶିକ୍ଷା ସହ ଜଡ଼ିତ ଜିନିଷକୁ ଦନରେ ଦେଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।

Leave a Reply

Your email address will not be published. Required fields are marked *