କେବଳ ଗୋଟେ ରାତିରେ ହିଁ ଫାଟି ଥିବା ପାଦର ଉପଚାର କରନ୍ତୁ – ଏହି ରାମବାଣ ଉପାୟ ନିଶ୍ଚୟ ଜାଣିରଖନ୍ତୁ..
ଆଜି ଆମେ ଆପଣଙ୍କୁ ଏକ ଏପରି ବିଶେଷ ଉପାୟ ବିଷୟରେ କହିବୁ ଯାହାକି ଆପଣଙ୍କ ପାଦକୁ ନରମ ,କୋମଳ ଏବଂ ସୁନ୍ଦର କରିଦେବ।
ବନ୍ଧୁଗଣ ସମସ୍ତେ ଚାହାଁନ୍ତିକି ସେମାନଙ୍କ ପଡ ସୁନ୍ଦର ରହୁ କିନ୍ତୁ କଣ କରାଯିବ ଯେତେବେଳେ ଶିତ ଦିନ ଆସେ ଆମ ଶରୀର ଶୁଖିଲା ହୋଇଯାଏ। ଶୀତ ଦିନରେ ଆମେ ପାଣି କମ ପିଇବା କାରଣରୁ ଆମ ଶରୀରରେ ପାଣିର ଅଭାବ ଦେଖା ଦେଇଥାଏ।କାରଣ ଆମକୁ ଶିତ ଦିନରେ ଅଧିକ ଶୋଷ କରିନଥାଏ ଯାହା ଫଳରେ ଆମେ କମ ପାଣି ପିଉ ଏବଂ ଶରୀର ଶିଖିବାକୁ ଲାଗିଥାଏ।ଯାହା ଫଳରେ ପୁରା ଶରୀରରେ ପାଣିର ଅଭାବ ଦେଖାଦେଇଥାଏ। ଯାହା ଫଳରେ ଶିତ ଦିନରେ ଆମ ଶରୀରର ବିଭିନ୍ନ ଅଂଶ ଫାଟିବାକୁ ଲାଗିଥାଏ ଜେମଟିକି ଆମ ଓଠ ,ଆମ ପାଦ ରେ ଫାଟ ସୃଷ୍ଟି ହୋଇଥାଏ।ଏହା ବ୍ୟତୀତ ମଧ୍ୟ ଯଦି ଆମେ ଖାଲି ପାଦରେ ଚାଲୁ ତାହେଲେ ଆମ ପାଦ ଫାଟିବାକୁ ଲାଗିଥାଏ।ଏହା ସହ ଆମେ ସମସ୍ତେ ଚେହେରାର ଯତ୍ନ ନେଉନେଉ ପାଦର ଯତ୍ନ ନେବାକୁ ହିଁ ଭୁଲି ଯାଇଥାଉ। ତେଲରେ ମାଲିସ ନ କରିବା ଯୋଗୁ ଆମ ପାଦ ସୁଖିବାକୁ ଲାଗିଥାଏ ଏବଂ ପରେ ଫାଟିବାକୁ ଲାଗିଥାଏ। ତ ବନ୍ଧୁଗଣ ଆଜି ଆମେ ଆପଣମାନଙ୍କୁ ଏକ ଏପରି ଉପାୟ ବିଷୟରେ କହିବୁ ଯାହା ସାହାଯ୍ୟରେ ଆପଣ ନିଜର ଫାଟି ଥିବା ପାଦର ଉପଚାର କରିବା ସହ ନିଜର ପାଦକୁ କୋମଳ ,ସୁନ୍ଦର ଏବଂ ଚମକ୍ ବନାଇ ପାରିବେ।
ଏହି ଉପୟକୁ ଅବଲମ୍ବନ କରିବା ପାଇଁ ଆପଣଙ୍କୁ ଦରକାର କିଛି ଛୋଟ ଛୋଟ ଆଳୁ। ଏହି ଆଳୁକୁ କଞ୍ଚା ରୂପରେ ନେବାକୁ ହେବ।ଏହା ସହିତ ଏହି ଆଳୁ ଆମ ଶରୀରର ଚର୍ମକୁ ସୁନ୍ଦର୍ କରିବାରେ ବହୁତ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।ଏହାପରେ ଆପଣ ଆଳୁର ଚୋପାକୁ ନ ଛଡାଇ ଆପଣ ତାହାକୁ ପୁରା ଗୁଣ୍ଡ କରି ସେଥିରୁ ତାହାର ରସକୁ ବାହାର କରି ଦିଅନ୍ତୁ। ଆପଣ ୧ ରୁ ୨ ରସକୁ ନିଅନ୍ତୁ ଏବଂ ବାକି ବଳକା ରସକୁ ଫ୍ରିଜ୍ ରେ ରଖି ଅନ୍ୟ କୌଣସି ଦିନରେ ବ୍ୟବହାର କରିପାରିବେ।ଏହାପରେ ଆପଣଙ୍କୁ ଦରକାର ହେବ ଏକ ଲେମ୍ବୁ ।
ଏହି ଲେମ୍ବୁ ସାହାଯ୍ୟରେ ଆମ ଶରୀରର ଚର୍ମ ଉପରେ ଏକ ପ୍ରକାରର ଚମକ୍ ଆସିଥାଏ ଏହା ସହିତ ଏଥିରେ ଥିବା ସିତ୍ରିକ୍ ଏସିଡ ଦ୍ଵାରା ଆମ ଚର୍ମରେ ଥିବା ଜୀବାଣୁ ଆଦି ମରି ଯାଇଥାନ୍ତି ଏହା ସହିତ ଏହା ଆମ ଚର୍ମକୁ ବ୍ଲିଚ କରିଦେଇଥାଏ। ଏହାପରେ ଆପଣ ସେହି ଲେମ୍ବୁକୁ ଦୁଇ ଫାଳ କରି ସେଥିରୁ ତାହାର ରସକୁ ବାହାର କରି ଏକ ପାତ୍ର ରେ ରଖି ଦିଅନ୍ତୁ। ଏହାପରେ ଆପଣଙ୍କୁ ଦରକାର ଭେଶ୍ଳିନ। ଏହାର ବ୍ୟବହାର ଆମ ଚର୍ମରେ କଲେ ଏହା ଆମ ଚର୍ମକୁ କୋମଳ କରିବା ପାଇଁ କିଛି ସମୟ ନେଇଥାଏ ଯେମିତିକି ଗୋଟେ ସପ୍ତାହ ପାଖାପାଖି କିନ୍ତୁ ଯଦି ଆପଣ ଏହା ସହିତ ଆଳୁ ରସ ଏବଂ ଲେମ୍ବୁ ରସ ମିଶାଇ ଆପଣଙ୍କ ଚର୍ମରେ ବ୍ୟବହାର କରିବେ ତାହେଲେ ଏହା ତୁରନ୍ତ ଆପଣଙ୍କ ଚର୍ମ ଉପରେ କାର୍ଯ୍ୟ କରିଥାଏ।
ଏହାପରେ ଆପଣ ଏକ ଚାମଚ୍ ଭେଶ୍ଳିନକୁ ବାହାର କରି ସେହି ପାତ୍ରରେ ପକାଇ ଦିଅନ୍ତୁ।ଏହାପରେ ଆପଣ ସେହି ପାତ୍ରରେ ଆଲି ରସ ,ଲେମ୍ବୁ ରସ ଏବଂ ଭେଶ୍ଳିନକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ।ଏହାପରେ ଏକ କୁଣ୍ଡେଇ ଅଧା ଗରମ ପାଣି ନେଇ ସେଥିରେ କିଛି ଲୁଣ ପକାଇ ସେଥିରେ ନିଜର ପାଦକୁ କିଛି ସମୟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ ଆପଣଙ୍କୁ ପାଦରେ ଥିବା ସମସ୍ତ ଧୂଳି ବାହାରକୁ ବାହାରି ଆସିବ ଏହାପରେ ଆପଣ ନିଜର ପାଦରେ ତାହାକୁ ଲଗାଇ ଦିଅନ୍ତୁ।ଏହାକୁ ସାଧାରଣତଃ ରାତିରେ ଲଗାଇ ସୋଇପଡନ୍ତୁ ଏବଂ ସକାଳେ ଉଠି ପାଦକୁ ଧୋଇ ସେଥିରେ ତେଲ ଲଗାନ୍ତୁ।ଯଦି ଆପଣ ଏହିପରି କିଛି ଦିନ ପର୍ଯ୍ୟନ୍ତ କରିବେ ଆପଣଙ୍କ ପାଦ ସୁନ୍ଦର ,କୋମଳ ହୋଇଯିବ।