December 21, 2024

Odia Express

Leading Odia News Portal of Odisha

ଘରେ ଗଙ୍ଗାଜଳ ରଖିଲେ ଏହି କେତୋଟି କଥା ଉପରେ ଧ୍ୟାନ ଦିଅନ୍ତୁ – ନଚେତ ଆପଣଙ୍କ ଜୀବନରେ..

ଶାସ୍ତ୍ରରେ ପବିତ୍ର ନଦୀ ଗଙ୍ଗାର ବିଶେଷ ମହତ୍ତ୍ଵ ରହିଛି।କୁହାଯାଏ କି ଏହି ଗଙ୍ଗା ନଦୀରେ ଗାଧୋଇବା ମାତ୍ରେ ଆପଣଙ୍କ ସମସ୍ତ ପାପ ଧୋଇ ହୋଇଯାଇଥାଏ ଏବଂ ଆପଣଙ୍କ ଦୁର୍ଭାଗ୍ୟ ଦୂର ହୋଇଯାଇଥାଏ।ଏଥିପାଇଁ ଭକ୍ତମାନେ ନିଜ ଘରେ ଗଙ୍ଗା ଜଳ କୁ ଆଣି ରଖିଥାନ୍ତି ।ଧାର୍ମିକ ଅନୁଷ୍ଠାନ ମାନଙ୍କରେ ଏହି ଗଙ୍ଗା ଜଳର ପ୍ରୟୋଗ କରାଯାଇଥାଏ।ଯଦି ଆପଣ ବି ନିଜ ଘରେ ଏହି ଗଙ୍ଗା ଜଳକୁ ଆଣି ରଖୁଛନ୍ତି ତ ଆପଣଙ୍କୁ ନିଶ୍ଚିନ୍ତ କିଛି ଜରୁରୀ କଥା ଜାଣିବା ଆବଶ୍ୟକ।ତେବେ ଆସନ୍ତୁ ଜାଣିବା ଏହି ଗଙ୍ଗା ଜଳକୁ ଘରେ ରଖିବା ସହ ଆପଣଙ୍କୁ କେଉଁକେଉଁ କଥା ଉପରେ ଧ୍ୟାନ ଦେବାକୁ ପଡ଼ିବ।

ଯଦି ଆପଣ ନିଜ ଘରେ ହିଁ ଗଙ୍ଗା ଜଳକୁ ଆଣି ରଖୁଛନ୍ତି ତାହେଲେ ଘରର ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।ଯଦି ଆପଣଙ୍କ ଘରେ ଏହି ଗଙ୍ଗା ଜଳ ଅଛି ତାହେଲେ ଏହି କଥା ଲକୁ ଉପରେ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ କି ଘରେ ଆପଣ ଯେଉଁ ସ୍ଥାନରେ ଏହି ଗଙ୍ଗା ଜଳକୁ ରଖିଛନ୍ତି ସେଠାରେ ପରିଷ୍କାର ପରିଚ୍ଛନ୍ନ ହେବା ଦରକାର ଏବଂ ଏହା ସହିତ ସେହି ସ୍ଥାନରେ ତାମ ସିକ ଭୋଜନର ପ୍ରୟୋଗ କରିବା ଅନୁଚିତ୍ କାହିଁକି ନା ଶାସ୍ତ୍ରରେ ଏହି ଗଙ୍ଗା ନଦୀକୁ ପୂଜନୀୟ ଭାବେ ପୂଜା ପାଇଛନ୍ତି ସେଥିପାଇଁ ଏହାର ଆଖପାଖରେ ସର୍ବଦା ପବିତ୍ରତା ରହିବା ଦରକାର।

ଘରେ ଏହି ଗଙ୍ଗା ଜଳକୁ ରଖିବାର ସଠିକ୍ ଦିଗ କେଉଁଟା ଅଟେ ଆସନ୍ତୁ ଜାଣିବା। ଯଦି ଆପଣ ନିଜ ଘରେ ହିଁ ଗଙ୍ଗା ଜଳକୁ ଆଣି ରଖୁଛନ୍ତି ତାହେଲେ ଘରର ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେବା ସହିତ ଏହାକୁ ଯେଉଁ ଦିଗରେ ରଖିବା ଉଚିତ୍ ସେ କଥା ବି ଜାଣିବା ଆବଶ୍ୟକ ।ଗଙ୍ଗା ଜଳକୁ ସର୍ବଦା ଇସାନ କୋଣରେ ବି ରଖିବା ଉଚିତ୍ କାହିଁକି ନା ଏହି ଦିଗ ଭଗବାନଙ୍କ ଦିଗ ହେବା ସହିତ ସମସ୍ୟା ପ୍ରକାରର ଧାର୍ମିକ କାର୍ଯ୍ୟ ପାଇଁ ଉଚିତ୍ ବୋଲି କୁହାଯାଇଛି।

ଯଦି ଆପଣ ନିଜ ଘରେ ହିଁ ଗଙ୍ଗା ଜଳକୁ ଆଣି ରଖୁଛନ୍ତି ତାହେଲେ ଏହାକୁ ପ୍ଲାଷ୍ଟିକର ପାତ୍ରରେ ରଖନ୍ତୁ ନାହିଁ ।ଅଧିକାଂଶ ଲୋକ ମାନେ ଏହି ଗଙ୍ଗା ଜଳକୁ ପ୍ଲାଷ୍ଟିକ ପାତ୍ରରେ କିମ୍ବା ଡବାରେ ରଖିଥାନ୍ତି କିନ୍ତୁ ଯଦି ଆମେ ଶାସ୍ତ୍ର ଅନୁଯାୟୀ କାର୍ଯ୍ୟ କରିବା ତାହେଲେ ଏହି ଗଙ୍ଗା ଜଳକୁ କେବେ ପ୍ଲାଷ୍ଟିକ ପାତ୍ରରେ ରଖିବା ଉଚିତ୍ ନୁହେଁ ବରଂ ଏହି ପବିତ୍ର ଜଳକୁ ସର୍ବଦା ତମ୍ବା,ଚାନ୍ଦି କିମ୍ବା ଅନ୍ୟ କୌଣସି ଧାତୁରେ ନିର୍ମିତ ପାତ୍ରରେ ପୁରାଇ ରଖିବା ଉଚିତ।

ଏହି ଗଂଗା ଜଳକୁ ଅନ୍ଧାର ହୋଇଥିବା ସ୍ଥାନରେ ରଖନ୍ତୁ ନାହିଁ। ଗଙ୍ଗା ଜଳକୁ ଘରେ ରଖିବାର ଏକ ଖାସ୍ କଥା ଏହାକି କେବେ ଏହି ଗଙ୍ଗା ଜଳକୁ ଅନ୍ଧାରରେ ରଖନ୍ତୁ ନାହିଁ। ଘରୁ ନକାରାତ୍ମକ ଉର୍ଜାକୁ ବାହାର କରିବା ପାଇଁ ଏହି ଜଳକୁ ଘରେ ଛିଞ୍ଛନ୍ତୁ।ପରିଷ୍କାର ହାତରେ ହିଁ ଏହି ଜଳକୁ ସ୍ପର୍ଶ କରନ୍ତୁ।ଏହା କୁହାଯାଇଛିକି ଗଙ୍ଗା ଜଳକୁ କେବେ ଅପରିଷ୍କାର ହାତରେ କିମ୍ବା ଅଇଁଠା ହାତରେ ଛୁଇଁବା ଉଚିତ୍ ନୁହେଁ।ଗଙ୍ଗା ଜଳର ବ୍ୟବହାର କରିବା ପୂର୍ବରୁ ହାତକୁ ଭଲ ଭାବରେ ସଫା କରିବା ଉଚିତ୍ ।ଏହାପରେ ମାତା ଗଙ୍ଗା ଧ୍ୟାନ କରି ତାଙ୍କର ପ୍ରଣାମ କରି ଗଙ୍ଗା ଜଳର ପ୍ରୟୋଗ କରନ୍ତୁ ।

Leave a Reply

Your email address will not be published. Required fields are marked *