କଣ ପରିବର୍ତ୍ତନ ଘଟେ ଆମ ଶରୀରରେ ଯେବେ ଆମେ ହଳଦୀକୁ ପାଣିରେ ମିଶାଇ ପିଇଥାଉ – ଏହା ଆମ ଶରୀର ପାଇଁ କେତେ ହିତକାରକ…
ନମସ୍କାର ବନ୍ଧୁଗଣ,ଯଦି ଆପଣମାନେ ମଧ୍ୟ ନିଜ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି, ନିଜ ମୋଟପଣକୁ କମ କରିବାକୁ ଚାହୁଁଛନ୍ତି, ନିଜ ଚେହେରାରେ ଚମକ ଆଣିବାକୁ ଚାହୁଁଛନ୍ତି ତେବେ କେବଳ ଆମର କୁହା ଯାଇଥିବା ଏହି ଉପାୟ ପ୍ରତି ଦିନ ସକାଳେ କେବଳ ଏକ ଗିଲାସ ପିଇ ଦିଅନ୍ତୁ ଆପଣଙ୍କର ଚେହେରା ପୂର୍ବ ଅପେକ୍ଷା ବହୁତ ଅଧିକ ଚମକିବ।ଯଦି ଆପଣଙ୍କର ଚୁଟି ଝଡୁଛି ତେବେ ତାହା ମଧ୍ୟ ବନ୍ଦ ହୋଇଯିବ।ଯଦି ଆପଣଙ୍କୁ ସବୁବେଳେ ଥଣ୍ଡା, କାଶର ସମସ୍ୟା ହଇରାଣ କରୁଛି ତାହା ବନ୍ଦ ହୋଇଯିବ।ଆପଣଙ୍କ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତିକୁ ଏହା ବୃଦ୍ଧି କରାଇବାରେ ସାହାଯ୍ୟ କରିବ।
ଏହାର ଆହୁରି ଫାଇଦା ମଧ୍ୟ ରହିଛି ଯାହା ହେଉଛି ,ଏହା ଆପଣଙ୍କ ଓଜନ ମଧ୍ୟ ହ୍ରାସ କରାଇବ ଏବଂ ଆପଣଙ୍କ ଶରୀରରୁ ଅଦରକାରୀ ବସ୍ତୁକୁ ମଧ୍ୟ ବାହାର କରିବ।ଏହା ବହୁତ ସହଜ ଉପଚାର ଅଟେ ।କୌଣସି ଅସୁବିଧା ହେବ ନାହିଁ ଏହାକୁ ପ୍ରସ୍ତୁତ କରିବା ପାଇଁ।ଏହା ବହୁତ ଜଲଦି ପ୍ରସ୍ତୁତ ମଧ୍ୟ ହୋଇଯିବ।ଏହାକୁ ତିଆରି କରି କେବଳ ପିଇବାର ହିଁ ଅଛି।ତେବେ ଆସନ୍ତୁ ଜାଣିବା କଣ ଅଟେ ଏହି ଉପଚାର।କିପରି ପ୍ରସ୍ତୁତ କରିହେବ ଏହାକୁ।କେଉଁ କେଉଁ ଜିନିଷର ଉପଯୋଗ କରିବାର ଅଛି ଏହାକୁ କରିବା ପାଇଁ।
ଆଜି ଆମେ ହଳଦୀ ପାଣିର ଆପଣଙ୍କ ଶରୀର ପ୍ରତି ଫାଇଦା ବିଷୟରେ ଜାଣିବା।ଏହା ଏକ ବରଦାନ ଭଳି ଅଟେ।ହଳଦୀରେ ଆଣ୍ଟି ଅକ୍ସିଡେଣ୍ଟ,ଆଣ୍ଟି ଇଂପ୍ଲିମେଣ୍ଟାରି ଗୁଣ ମିଳିଥାଏ।ଏହା ସହିତ ହିଁ ଏଥିରେ ଲିପୋ ସେକେଟ ମଧ୍ୟ ମିଳିଥାଏ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।ହଳଦୀ ପାଣିକୁ ଯଦି ଆମେ ନିୟମିତ ଭାବରେ ସେବନ କରିବା ତେବେ ଆପଣ ଅନୁଭବ କରିବେ କି ଆପଣଙ୍କୁ ବହୁତ ପ୍ରଥମେ ଯେଉଁ ବହୁତ ଥଣ୍ଡା,କାଶ ଓ କୌଣସି ଜୀବାଣୁ ଜନିତ ରୋଗ ହେଉଥିଲା ତାହା କମିଯିବ।କାରଣ ଆପଣଙ୍କ ଶରୀର ପୁରା ଶକ୍ତିଶାଳୀ ହୋଇଯିବ।ଛୋଟ ଛୋଟ ରୋଗ କିଛି ହେବ ନାହିଁ।
ଦ୍ୱିତୀୟ ଫାଇଦା ହେଉଛି, ହଳଦୀର ପାଣିର ସେବନ କରିବା ଦ୍ଵାରା ଆପଣଙ୍କ ହଜମ ପକ୍ରିୟା ବହୁତ ଭଲ ରହିବ।ଏବଂ ବହୁତ ଗବେଷଣାରେ କୁହାଯାଇଛି ହଳଦୀ ପାଣି ପିଇବା ତେବେ ଏହା ଆପଣଙ୍କ ପେଟରେ ଅମ୍ଳ ଉତ୍ପାଦନକୁ ଅଟକାଇ ଥାଏ।ଆପଣଙ୍କ ପାଚନ ପକ୍ରିୟାକୁ ଦୃଢ କରିବାରେ ସାହାର୍ଯ୍ୟ କରେ।କଫ,ବ୍ଲଟିଂ, ହାକୁଡି, ପେଟ ଫୁଲିବା ଭଳି ସମସ୍ତ ସମସ୍ୟାକୁ ଦୂର କରିଥାଏ।ଏହା ସହିତ ଆପଣଙ୍କ ମେଟାବୋଲିଜମ ମଧ୍ୟ ବୃଦ୍ଧି ହୋଇଥାଏ।
ତୃତୀୟ ଫାଇଦା ହେଉଛି, ହଳଦୀ ପାଣି ଦ୍ଵାରା ଆପଣଙ୍କ ଡାଇବେଟିସ ମଧ୍ୟ ନିୟନ୍ତ୍ରିତରେ ରହେ।ଡାଇବେଟିସ ରୋଗୀ ଏହାକୁ ପ୍ରତିଦିନ ପିଇଲେ ଅନୁଭବ କରିବେ କି ତାଙ୍କର ରୋଗ ପ୍ରଥମ ଅପେକ୍ଷା ନିୟନ୍ତ୍ରଣରେ ଅଛି।ଯଦି ଆପଣଙ୍କ ଚେହେରାର ଚମକ କମିଯାଇଛି ତେବେ ଏହାର ବ୍ୟବହାର କରନ୍ତୁ।ଆପଣ ଅନୁଭବ କରିବେ ଆପଣଙ୍କ ଚେହେରା ଆଗ ଅପେକ୍ଷା ଅଧିକ ଚମକିଛି।ଯଦି ବ୍ରଣର କିମ୍ବା ପାର୍ଶ୍ୱପ୍ରତିକ୍ରିୟାର ସମସ୍ୟା ଅଛି ତେବେ ଏହା ଭଲ ହୋଇଯିବ।ଯଦି ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଏହି ପାଣି ପିଅନ୍ତୁ।ଏହା ଆପଣଙ୍କ ଚର୍ବିକୁ କମାଇଥାଏ।
ଏକ ପାତ୍ର ନେଇ ସେଥିରେ ଦୁଇ ଗିଲାସ ପାଣି ପକାନ୍ତୁ। ସେଥିରେ ଦୁଇ ଚର୍ତୁର୍ଥାଂଶ ହଳଦୀ ପକାନ୍ତୁ।ଏହାକୁ ଗରମ କରନ୍ତୁ ଯେବେ ପାଣି ଫୁଟି ଫୁଟି ଏକ ଗିଲାସ ହୋଇଯିବ ତାକୁ ଏକ କାଚ ଗିଲାସରେ କାଢି ଏଥିରେ ଟିକେ କଳା ମରିଚ,ଲେମ୍ବୁ ରସ ଓ ହେଙ୍ଗୁ ପକାନ୍ତୁ।ଏହାପରେ ଏହି ପାଣିକୁ ପିଅନ୍ତୁ।ଧନ୍ୟବାଦ।