ହନୁମାନ ଚାଲିଶା କୁ ଶ୍ରଦ୍ଧା ଓ ବିଶ୍ୱାସ ର ସହ ପଢନ୍ତୁ – ଏହି ରୋଗ ହେବ ନାହିଁ..
ହନୁମାନ ଚାଲିଶା ରେ ଲୁଚିଛି ସ୍ୱାସ୍ଥ୍ୟ ର ୯ ଟି ରହସ୍ୟ।ଚିକିତ୍ସା ବିଜ୍ଞାନ କହିଥାଏ ଭୟ ଓ କ୍ରୋଧ ଆମ ରୋଗପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ।ରୋଗପ୍ରତିରୋଧକ ଶକ୍ତି ର ସନ୍ତୁଳନ ବଦଳିଲେ, ନିୟନ୍ତ୍ରଣ ବଦଳିଲେ ଆମର ବେମାର ହେବାର ସମ୍ଭାବନା ବଢିଯାଇଥାଏ।ଏହିସମୟରେ ହନୁମାନ ଚାଲିଶା ର ପାଠ କିପରି ଲାଭ ଦେଇଥାଏ।ଆଧ୍ୟାତ୍ମିକ ବଳ:କହିଥାନ୍ତି ଆଧ୍ୟାତ୍ମିକ ବଳ ରୁ ହିଁ ଆତ୍ମିକ ବଳ ପ୍ରାପ୍ତ ହେଇଥାଏ।ଆଉ ଆତ୍ମିକ ବଳ ରୁ ହିଁ ଆମେ ଶାରୀରିକ ବଳ ପ୍ରାପ୍ତ କରି ସବୁ ପ୍ରକାର ରୋଗରୁ ଲଢ଼ିକରି ବିଜୟ ପ୍ରାପ୍ତ କରିଥାନ୍ତି।ପ୍ରତିଦିନ ହନୁମାନ ଚାଲିଶା ପାଠ କଲେ ମନ କୁ ଆଧ୍ୟାତ୍ମିକ ବଳ ପ୍ରାପ୍ତ ହେଇଥାଏ।ହନୁମାନ ଙ୍କୁ ବଳ,ବୁଦ୍ଧି ଓ ବିଦ୍ୟା ର ଦାତା କୁହାଯାଏ।ସେଥିପାଇଁ ହନୁମାନ ଚାଲିଶା ପାଠ କରିବା ଆପଣଙ୍କ ସ୍ମରଣ ଶକ୍ତି ଓ ବୁଦ୍ଧି ରେ ବୃଦ୍ଧି କରିଥାଏ।
୨: ଡର ଓ ଚିନ୍ତା ଦୂର ହେଇଥାଏ: ଛୋଟ ପିଲାଙ୍କୁ ସବୁବେଳେ ବିନା କାରଣରେ ଭୟ ରହିଥାଏ।ହନୁମାନ ଚାଲିଶା ର ପାଠ ତାଙ୍କୁ ହିମତ ଦେଇଥାଏ।
୩: ସବୁ ପ୍ରକାର ରୋଗ ଭଲ ହେଇଥାଏ:କୌଣସି ପ୍ରକାର ରୋଗ ହେଉ ଆପଣ ଶ୍ରଦ୍ଧା ପୂର୍ବକ ହନୁମାନ ଙ୍କ ଜପ କରନ୍ତୁ।ହନୁମାନ ଆପଣଙ୍କ ପୀଡା ହରଣ କରିନେବେ।ଯେପରିକି କଷ୍ଟ ଓ କ୍ଳେଶ ହେଉ ଏହା ସମାପ୍ତ ହେଇଯିବ।ଶ୍ରଦ୍ଧା ଓ ବିଶ୍ୱାସ ରେ ବହୁତ ବଳ ରହିଥାଏ।ହନୁମାନ ଚାଲିଶା ଜପ କଲେ ଶରୀରର ସମସ୍ତ ପୀଡା ରୁ ମୁକ୍ତି ମିଳିଯିବ।
୪:ସବୁ ପ୍ରକାର ସଙ୍କଟ ହରିଥାଏ:ଆପଣଙ୍କ ଉପରେ ଯଦି କେବେ ଶାରୀରିକ ସଙ୍କଟ ଆସିଛି, ମାନସିକ ସଙ୍କଟ ଆସିଛି କିମ୍ଵ ପ୍ରାଣର ସଙ୍କଟ ଆସିଥାଏ ହନୁମାନ ଚାଲିଶା ପାଠ କରନ୍ତୁ।
୫: ବନ୍ଧନ ମୁକ୍ତି ର ଉପାୟ:କୁହାଯାଏ ଯଦି ଆପଣ ନୀତି ୧୦୦ ଥର ହନୁମାନ ଚାଲିଶା ପାଠ କରୁଛନ୍ତି ତେବେ ସବୁପ୍ରକାର ବନ୍ଧନରୁ ମୁକ୍ତ ହେଇଯାଇଥାନ୍ତି।ସେ ବନ୍ଧନ କୌଣସି ରୋଗର ହେଉ କିମ୍ବା କେଉଁ ଶୋକ ର ହେଉ।
୬: ନକରାତ୍ମକ ପ୍ରଭାବ ଦୂର:ମାନ୍ୟତା ଅନୁସାରେ ନିରନ୍ତର ହନୁମାନ ଚାଲିଶା ପଢିଲେ ଆମ ଘର, ମନ ଓ ଶରୀରରୁ ନକାରାତ୍ମକ ଉର୍ଜା ର ନିଷ୍କାସନ ହେଇଯାଇଥାଏ।ନିରୋଗୀ ଓ ନିଶ୍ଚିନ୍ତ ରହିବା ପାଇଁ ଜୀବନରେ ସକାରାତ୍ମକତା ର ଆବଶ୍ୟକ ରହିଛି।ସକାରାତ୍ମକ ଉର୍ଜା ବ୍ୟକ୍ତି କୁ ଦୀର୍ଘ ଜୀବୀ ବନାଇଥାଏ।
୭:ଗ୍ରହ ର ପ୍ରଭାବ ଦୂର:ଜ୍ୟୋତିଷ ଅନୁସାରେ ପ୍ରତ୍ୟକ ଗ୍ରହ ର ପ୍ରଭାବ ଶରୀର ଉପରେ ଅଲଗା ଅଲଗା ହେଇଥାଏ।ଯେବେ ଏହାର ଖରାପ ପ୍ରଭାବ ହେଇଥାଏ ସେହି ସମ୍ବନ୍ଧୀୟ ରୋଗ ହେଇଥାଏ।ଯେପରିକି ସୂର୍ଯ୍ୟ କାରଣରୁ ସ୍ପନ୍ଦନ କମ ହେବାସନୀ ଙ୍କ କାରଣରୁ ଫୁସଫୁସ ର ସଂକୋଚ ହେବ।ଚନ୍ଦ୍ରମା କାରଣରୁ ମାନସିକ ରୋଗ।ଏହିପରି ସବୁ ଗ୍ରହ ରୁ ରୋଗ ଉତ୍ପନ ହେଇଥାଏ।
୮:ଘରର କଳହ ଦୂର:ଯଦି ପରିବାରରେ କୌଣସି ପ୍ରକାର କଳହ ହେଉଛି ତେବେ କିଛି ସମୟ ପରେ ପରିବାର ର ସଦସ୍ୟ ଉଦାସ ରହିବେ।ଧୀରେ ଧୀରେ ତାଙ୍କୁ ଶାରୀରିକ ଓ ମାନସିକ ରୋଗ ଘେରିଯିବେ।ନିତ୍ୟ ହନୁମାନ ଚାଲିଶା ପାଠ କରିଲେ ମନରେ ଶାନ୍ତିର ସ୍ଥାପନା ହେଇଥାଏ।କଳହ ଚାଲିଯାଏ ଓ ଘରେ ଖୁସି ଖେଳିଯାଏ।
୯: ଖରାପ ପ୍ରଭାବ ରୁ ଦୂର କରିଥାଏ:ଯଦି ଆପଣ ନିତ୍ୟ ହନୁମାନ ଚାଲିଶା ପଢୁଛନ୍ତି ନିଶ୍ଚିତ ଭାବେ ଆପଣ ଧୀରେ ଧୀରେ ସ୍ୱତଃ ହିଁ କେତେ ପ୍ରକାର ଖରାପ ପ୍ରଭାବରୁ ଦୂର ହୋଇଯିବେ।ଯେତେବେଳେ ବ୍ୟକ୍ତି ସବୁ ପ୍ରକାର ଖରାପ ପ୍ରଭାବ ରୁ ଦୂର ରହିଥାଏତେବ ଧୀରେ ଧୀରେ ଏହାର ମାନସିକ ଓ ଶାରୀରିକ ସମସ୍ୟ ଦୂର ହେଇଥାଏ।