ଶ୍ରୀକୃଷ୍ଣ ଙ୍କ ଅମୁଲ୍ୟ ବଚନ – ଯଦି ଏହି କଥା ଜାଣିଦେଲେ ତେବେ ଆପଣଙ୍କ ଜୀବନ ବଦଳିଯିବ…
ସମୁଦ୍ର ସମସ୍ତେ ଦେଖିଥାନ୍ତି।ବାହାରୁ କେତେ ଉନ୍ମୁକ୍ତ ଆଉ ଭିତରେ କେତେ ଶାନ୍ତ।ତାର ବଳଶାଳୀ ଦେଖିକି ଲାଗେ ଯେ ସେ ସବୁ ଚୂର୍ଣ୍ଣ ଚୂର୍ଣ୍ଣ କରିଦେବ।କିନ୍ତୁ ତା ଗର୍ଭରେ ଜଣାନାହିଁ କେତେ କେତେ ଅଜଣା ଜୀବ ରହିଥାନ୍ତି।ତା ଭିତରୁ ମୋତି, ମୁକ୍ତା ଜନ୍ମ ନେଇଥାଏ।ସାଗର ଏକ, କିନ୍ତୁ ସେଇ ସାଗର କୁ ନେଇ ଆମ ପ୍ରକୃତି ଭିନ୍ନ ଭିନ୍ନ ହେଇଥାଏ।କିଏ ତା ଉପରେ ପହଁରି ଥାଏ ଆଉ କିଏ ତା ଆସ୍ଵାଦନ କରିଥାଏ।କିଏ ତା ଉପରେ ନିଜ ପାଦ ଧୋଇଥାଏ ଆଉ କିଏ ତା ଭିତରକୁ ଯାଇ ମୋତି ମୁକ୍ତା ଆଣିଥାଏ।କିଏ ତଟ ଉପରେ ବସି ସାଗର ର ଲହାରୀକୁ ଦେଖିଥାଏ।କିଏ ସେଥିରେ ଜୀବନ ର ଆରମ୍ଭ ଦେଖିଥାଏ ଆଉ କିଏ ଜୀବନର ଅନ୍ତ ଦେଖିଥାଏ।
ସାଗର ଏକ ହେଇଥାଏ କିନ୍ତୁ ଆମ ପ୍ରକୃତି ଅନୁସାରେ ସାଗର ର ପ୍ରକୃତି ବି ବଦଳି ଯାଇଥାଏ।ସେହିଭଳି ଜୀବନ ଏକ ହେଇଥାଏ ଆଉ ଆପଣଙ୍କୁ ସେହି ଜୀବନରେ ପ୍ରସନତା ଦେଖିବାକୁ ଅଛି କି ଅବସାଦ ତାହା ଆପଣ ଙ୍କ ଉପରେ ନିର୍ଭର କରେ।
ସମୟ ବଦଳିଥାଏ,ଋତୁ ମଧ୍ୟ ବଦଳିଥାଏ ଆଉ ଯେବେ ଗ୍ରୀଷ୍ମ ଆସିଥାଏ ଆମେ କହୁ ବହୁତ ଗରମ ଲାଗୁଛି ବର୍ଷା କେବେ ହେବ ଆଉ ଯେବେ ବର୍ଷା ହେଇଥାଏ ଆମେ କହୁ ବହୁତ ପାଣି କାଦୁଅ ଶୀତ ଋତୁ କେବେ ଆସିବ।ଆଉ ଯେବେ ଶୀତଦିନ ଆସିଥାଏ। ସେତେବେଳେ ଆମେ ଖରା ର ଅପେକ୍ଷା କରିଥାନ୍ତି।ଏହିକାରଣରୁ ଆମେ କୌଣସି ୠତୁ ର ଆନନ୍ଦ ନେଇପାରିନାଥାଉ।
କାଲି କଣ ହେବ ଏହା ବିଷୟରେ ଭାବି ନିଜ ସମୟ ବ୍ୟର୍ଥ କରିବା ବନ୍ଦ କରନ୍ତୁ।ଋତୁ ଉପରେ ଅପଣଙ୍କ କୌଣସି ବସ ନାହିଁ କିନ୍ତୁ ଆଜିର, ଏବେର, ଏହିକ୍ଷଣ ଉପରେ ଆପଣଙ୍କ ବସ ତ ଅଛି ଏହାକୁ ବଞ୍ଚିବା ଶିଖନ୍ତୁ।
ଜୀବନରେ ଏମିତି ବହୁତ ପରିସ୍ଥିତି ଆସିଥାଏ ଯେ ଆପଣ ଲୋକଙ୍କୁ ଦେଖାକରିବାକୁ ଯାଇଥାନ୍ତି ଆଉ ତାଙ୍କ ଠୁ କିଛି ଆକାଂକ୍ଷା ମଧ୍ୟ ରଖିଥାନ୍ତି।ଆଉ ବହୁତ ବାର ଏମିତି ବି ହେଇଥାଏ ଯେ ଲୋକ ଆପଣଙ୍କୁ ଦେଖାକରିବାକୁ ଆସିଥାନ୍ତି।ସେଥିପାଇଁ ଅତିଥି ଙ୍କ ସାମ୍ନା କରିବା ପୂର୍ବରୁ ସବୁବେଳେ କିଛି କଥା କୁ ସ୍ମରଣ ରଖିବା ଆବଶ୍ୟକ।
ଯଦି କିଏ ଆପଣଙ୍କୁ ଭେଟିବାକୁ ଆସେ ଏହାର ତିନୋଟି କାରଣ ହେଇଥାଏ।ପ୍ରଥମ: ଭାବ, ଦ୍ୱିତୀୟ:ଅଭାବ, ଆଉ ତୃତୀୟ:ପ୍ରଭାବ।ଯେପରି ଅତିଥି ତାଙ୍କୁ ସେପରି ସଂମାନ ଦିଅନ୍ତୁ।ଯଦି ଆପଣଙ୍କ ପାଖକୁ କିଏ ଭାବରେ ଆସିଥାଏ ତାକୁ କେବଳ ପ୍ରେମ ହିଁ ଦିଅନ୍ତୁ।ଆଉ ଯଦି କିଏ ଅଭାବ ରେ ଆସିଲା ତାକୁ ସେତିକି ସାହାଯ୍ୟ କରନ୍ତୁ ଯେତିକି ଆପଣ ସକ୍ଷମ ଅଟନ୍ତି।କିନ୍ତୁ ଏତେ ଅଧିକ ବି କରନ୍ତୁ ନାହିଁ ଯେ ସେ ସେହି ସହାୟତା ର ଦୁରୂପୟୋଗ କରିବସୁ।ଆଉ ଯଦି କିଏ ପ୍ରଭାବ ରେ ଆସିଲା ତେବେ ନିଜଉପରେ ଅଭିମାନ କରନ୍ତୁ ନାହିଁ କାରଣ ଆପଣ ବି ଜୀବନରେ କେବେବି ଭାବ, ଅଭାବ ଆଉ ପ୍ରଭାବ ର ଚକ୍ରବ୍ୟୁହ ରେ ଫସିପାରନ୍ତି।
ଯଦି ପାଣିକୁ ଜାବୁଡି ଧରି ହାତରେ ରଖିବା ପାଣି କେମିତି ନିଜ ରାସ୍ତା ବାହାର କରି ପଳାଇଥାଏ।ଏହି ଅବସ୍ଥା ଆମ ନିଜ ଲୋକଙ୍କ ସହ ବି ହେଇଥାଏ।ଅଧିକତର ଆମେ ଯାହାକୁ ଭଲପାଇଥାଉ।ଆମେ ସବୁବେଳେ ତାଙ୍କୁ ନିଜ ପାଖରେ ରଖିବାକୁ ଚାହିଁଥାନ୍ତି।ନିଜଠୁ ଦୂରକୁ ଯିବାକୁ ଦେଇନଥାଉ।ଚିନ୍ତା କରିଥାଉ।ଭୟ କରିଥାନ୍ତି ଯେ ତାଙ୍କ ସହ କିଛି ଅଘଟଣ ନ ଘଟୁ।