September 20, 2024

Odia Express

Leading Odia News Portal of Odisha

ଭାରତର କେଉଁ ରାଜ୍ୟଗୁଡିକୁ ଯିବା ହେଲେ ନେବାକୁ ପଡିବ ଭିଜା – ପ୍ରାୟ ୯୯ ପ୍ରତିଶତ ଲୋକ ଏହି କଥା ଜାଣି ନଥିବେ..

ନମସ୍କାର ବନ୍ଧୁଗଣ,ଯେବେବି ଆମକୁ କେଉଁ ଅନ୍ୟ ଦେଶକୁ ଯିବାର ଥାଏ ତେବେ ଆମକୁ ଭିଜାର ଆବଶ୍ୟକତା ହୋଇଥାଏ।ଯଦିଓ କିଛି ଦେଶ ଏପରି ମଧ୍ୟ ଅଛନ୍ତି ଯାହା ଆମକୁ ଭିଜା ଅନ ଆରାଇଭାଲର ସୁବିଧା ଦେଇ ଥାଆନ୍ତି।ନେପାଳ ଓ ଭୁଟାନ ଭଳି ଦେଶରେ ଭିଜାର ଆବଶ୍ୟକତା ମଧ୍ୟ ପଡି ନଥାଏ।କିନ୍ତୁ ଆପଣ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ରହିଯିବେ କି ଆମ ଦେଶରେ କିଛି ଏପରି ମଧ୍ୟ ରାଜ୍ୟ ଅଛି ଯେଉଠିକୁ ଯିବା ପାଇଁ ଭିଜା ଭଳି ଦସ୍ତାବିଜର ଆବଶ୍ୟକତା ପଡିଥାଏ।ଏହାକୁ ଇନର ଲାଇନ ପରମିଟ କୁହାଯାଏ।ଆପଣ ଏହା ଶୁଣି ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ କିନ୍ତୁ ହଁ ଏହା ସମ୍ପୂର୍ଣ୍ଣ ଭାବେ ସତ୍ୟ ଅଟେ ଏବଂ ଆଇନଗତ ମଧ୍ୟ ଅଟେ।

ଗୋଟିଏ ସ୍ୱାଧୀନ ଦେଶର ନାଗରିକ ହୋଇ ଥିବାରୁ ଏହି ଦେଶର ନାଗରିକ ମାନଙ୍କୁ ଦେଶ ମଧ୍ୟରେ ଥିବା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଆମ ଭାରତୀୟ ମାନଙ୍କୁ କୌଣସି ପ୍ରକାରର ସରକାରୀ ଅନୁମୋଦନର ଆବଶ୍ୟକତା ପଡ଼େ ନାହିଁ କିନ୍ତୁ ଉତ୍ତର-ପୂର୍ବ ଭାରତର କେତେକ ଏପରି ରାଜ୍ୟ ଅଛି ଯେଉଁ ରାଜ୍ୟକୁ ଯିବା ପାଇଁ ଆମକୁ ଇନର ଲାଇନ ପରମିଟର ଆବଶ୍ୟକତା ପଡିଥାଏ।ଏହି ଅନୁମୋଦନର ବିନା ଆପଣ ସେହି ରାଜ୍ୟ ମାନଙ୍କରେ ପ୍ରବେଶ କରି ପାରିବେ ନାହିଁ।ଏକ ପ୍ରକାରରେ କୁହାଯାଏ ତେବେ ଆପଣଙ୍କୁ ନିଜ ଦେଶରେ ହିଁ କିଛି ନିର୍ଦ୍ଦିଷ୍ଟ ରାଜ୍ୟକୁ ଯିବା ପାଇଁ ଭିଜାର ଆବଶ୍ୟକତା ପଡିଥାଏ।ଏବେ ଆପଣ ଜାଣିବାକୁ ଚାହୁଁଥିବେ କି ସେ କେଉଁ ରାଜ୍ୟ ସବୁ ଅଟେ? ଏବଂ ଏହି ଇନର ଲାଇନ ପରମିଟ କଣ ଅଟେ?

ସବୁଠାରୁ ପ୍ରଥମେ ଜାଣିବା କି ଇନର ଲାଇନ ପରମିଟ କଣ ଅଟେ?:ଏହା ଏକ ଅଧିକାରୀ ଦସ୍ତାବିଜ ଅଟେ ଯାହାକୁ ଭାରତ ସରକାର ନିଜ ନାଗରିକ ମାନଙ୍କ ପାଇଁ ଜାରୀ କରିଥାଏ।ଯାହା ଦ୍ଵାରା କି ସେମାନେ ଏକ ସମ୍ବେଦନଶୀଳ କିମ୍ବା ସଂରକ୍ଷିତ ରାଜ୍ୟକୁ କିଛି ଦିନର ଅବଧି ପାଇଁ ଯାତ୍ରା କରି ପାରିବେ।
ଏହା ଦୁଇ ପ୍ରକାରର ହୋଇଥାଏ:୧)କୌଣସି ସଂରକ୍ଷିତ ରାଜ୍ୟକୁ ଯାତ୍ରା କରିବାପାଇଁ। ୨)ଯଦି ଆପଣ ସେହି ରାଜ୍ୟରେ ଅଧିକ ସମୟ ପାଇଁ ରହିବାକୁ ଚାହୁଁଛନ୍ତି।

ଏହା କାହିଁକି ଲାଗୁ କରାଯାଇଛି?:ଭାରତରେ ଲାଗୁ ହୋଇଥିବା ଏହି ଇନର ଲାଇନ ପରମିଟ ନିୟମକୁ ବ୍ରିଟିଶ ସରକାର କରିଥିଲେ।ପରେ ଦେଶ ସ୍ୱାଧୀନ ହେବା ପରେ ସମୟ ସମୟରେ ଏହାକୁ ବଦଳାଇ ଜାରୀ ରଖାଗଲା।ବ୍ରିଟିଶ ସରକାରଙ୍କ ଉଦ୍ଦେଶ୍ୟ ସେଠାରୁ ଖଣିଜର ଖନନ କରିବା ଥିଲା।କିନ୍ତୁ ପରେ ଭାରତ ସରକାର ଏହାକୁ ଏହା କହି ଲାଗୁ ରଖିଲା କି ଏହି ରାଜ୍ୟ ଆଦିବାସୀ ଅଂଚଳରେ ଅଟେ ତେଣୁ ତାଙ୍କ ନୀତିନିୟମର ସଂରକ୍ଷଣ କରିବା ଆବଶ୍ୟକ ଅଟେ।ଯଦି ଦେଶର ଅନ୍ୟ ଭାଗରୁ ଲୋକ ସେଠାକୁ ରହିବାକୁ ଯିବେ, ବିବାହ କରିବେ ତେବେ ସେହି ଆଦିବାସୀମାନଙ୍କ ମଧ୍ୟରେ ବି ଅସନ୍ତୋଷ ଆରମ୍ଭ ହୋଇଯିବ।ଏବଂ ତାଙ୍କ ସଭ୍ୟତା ଅସୁବିଧାରେ ପଡିଯିବ।

କେଉଁ କେଉଁ ରାଜ୍ୟରେ ଏହି ନିୟମ ଲାଗୁ ହୋଇଅଛି?:ଭାରତ-ଚୀନ ସୀମା ସହ ଲାଗିଥିବା ଅରୁଣାଞ୍ଚଳ ପ୍ରଦେଶ ଏକ ବହୁତ ହିଁ ସମ୍ବେଦନଶୀଳ ରାଜ୍ୟ ଅଟେ।ଏଠାକୁ ସେହି ରାଜ୍ୟର ଲୋକଙ୍କ ଛଡା ଅନ୍ୟ ଲୋକମାନଙ୍କୁ ଭିଜାର ଆବଶ୍ୟକତା ପଡିବ।ଏଠାରେ ଜମି କିଣି ହେବନାହିଁ।
ନାଗାଲାଣ୍ଡ ରାଜ୍ୟକୁ ଯିବାପାଇଁ ମଧ୍ୟ ଏହି ପରମିଟ ଦରକାର।

ମିଜୋରାମ ରାଜ୍ୟକୁ ଯିବାପାଇଁ ମଧ୍ୟ ଏହି ପରମିଟ ଦରକାର – ମଣିପୁର ରାଜ୍ୟରେ ମଧ୍ୟ ଏହି ନିୟମ ଲାଗୁଅଛି।ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଏହି ନିୟମ ଅଛି।ପାକିସ୍ତାନ ଓ ଚୀନର ସବୁ ଅନ୍ତରାଷ୍ଟ୍ରୀୟ ବର୍ଡ଼ରକୁ ଯିବା ପାଇଁ ଏହି ପରମିଟ ଆବଶ୍ୟକ।ରାଜ୍ୟମାନଙ୍କର ୱେବସାଇଟରେ ଆବେଦନ କରିପାରିବେ।

Leave a Reply

Your email address will not be published. Required fields are marked *