ଅଧିବର୍ଷରେ କାହିଁକି ୩୬୬ ଦିନ ରହିଥାଏ – ଫେବ୍ରୁଆରୀ ମାସରେ ହିଁ କାହିଁକି ଅଧିବର୍ଷ ଆସିଥାଏ – ଜାଣିରଖନ୍ତୁ ଅସଲ କାରଣ..
ଅଧି ର ଅର୍ଥ ହେଉଛି ଅଧିକ।ଏକ ସାମାନ୍ୟ ବର୍ଷ ରେ ୩୬୫ ଦିନ ରହିଥାଏ ଓ ଅଧିବର୍ଷରେ ୩୬୬ ଦିନ ରହିଥାଏ ମାନେ ଗୋଟେ ଦିନ ଅଧିକ ରହିଥାଏ।ସାମାନ୍ୟ ବର୍ଷରେ ଫେବ୍ରୁଆରୀ ମାସରେ ୨୮ ଦିନ ହେଇଥାଏ ଓ ଅଧିବର୍ଷରେ ଫେବ୍ରୁଆରୀ ମାସରେ ୨୯ ଦିନ ହେଇଥାଏ।ଗୋଟେ ଦିନ ଅଧିକ ରହିଥାଏ।ପୃଥିବୀ ସୂର୍ଯ୍ୟର ପରିକ୍ରମା କରିବାପାଇଁ ୩୬୫ ଦିନ ଓ ଦିନରେ ୬ ଘଣ୍ଟା ସମୟ ନେଇଥାଏ।ଏହା ହବାରୁ ପ୍ରତି ୪ ବର୍ଷରେ ଏକ ଦିନ ଅଧିକ ହେଇଥାଏ।ଯେପରିକି ୬×୪=୨୪।ଆଉ ୨୪ ଘଣ୍ଟା ରେ ଏକ ଦିନ ହେଇଥାଏ।ସାମାନ୍ୟ ବର୍ଷରେ ଫେବ୍ରୁଆରୀ ମାସରେ ୨୮ ଦିନ ହେଇଥାଏ ଓ ଅନ୍ୟ ମାସରେ ୩୦ ଓ ୩୧ ଦିନ ହେଇଥାଏ।ସେଥିପାଇଁ ସନ୍ତୁଳନ ରଖିବା ପାଇଁ ୨୮ ଦିନରେ ଆଉ ଗୋଟେ ଦିନ ଯୋଡିଦିଆଯାଇଥାଏ ଫେବ୍ରୁଆରୀ ମାସରେ ତେଣୁ ପ୍ରତି ୪ ବର୍ଷରେ ୨୯ ଦିନ ହେଇଥାଏ।
ଅଧିବର୍ଷ ପ୍ରତି ୪ ବର୍ଷରେ ଥରେ ଆସିଥାଏ।୨୦୨୦ ଏକ ଅଧିବର୍ଷ ଅଟେ। ଯଦି ୨୦ କୁ ୪ ଦ୍ୱାରା ଭାଗ କରାଯାଏ ଆପଣଙ୍କୁ ଜଣାପଡିବଯେ ୨୦ ବର୍ଷ ମଧ୍ୟରେ କେତେ ଟା ଅଧିବର୍ଷ ରହିଛି।ଯଦି ଆପଣଙ୍କୁ ଶତାବ୍ଦୀ ଦେଖିବାକୁ ଅଛି ତେବେ ୨୦୨୦ କୁ ୪୦୦ ରେ ଭାଗ କରିଦିଅନ୍ତୁ।ଆଗକୁ ଯେଉଁ ଅଧିବର୍ଷ ହେବ ଏହା ୨୦୨୪ ରେ ହେବ,୨୦୨୮ ରେ ହେବ,୨୦୩୨,୨୦୩୬ ରେ ହେବ।
ଶତାବ୍ଦୀ ୪ ଦ୍ୱାରା ଭାଗ ହେଲେ ମଧ୍ୟ ଏହା ଅଧିବର୍ଷ ହେଇନଥାଏ।କାରଣ ପୃଥିବୀ ସୂର୍ଯ୍ୟଙ୍କୁ ଥରେ ପରିକ୍ରମା କରିବାକୁ ୩୬୫ ଦିନ ୫ ଘଣ୍ଟା ୪୮ ମିନିଟ,୪୫ ସେକେଣ୍ଡ ନେଇଥାଏ।ତେଣୁ ଶତାବ୍ଦୀ ବର୍ଷ ଗୁଡିକରେ ଫେବୃଆରୀ ମାସକୁ ୨୯ ଦିନ ବଦଳରେ ୨୮ ଦିନ ଧରାଯାଏ।ଅର୍ଥାତ ଅଧିବର୍ଷ ହୁଏ ନାହିଁ।କିନ୍ତୁ ୨୦୦୦ ମସିହା ଏକ ଶତାବ୍ଦୀ ବର୍ଷ ହୋଇଥିଲେ ମଧ୍ୟ ଏହା ଏକ ଅଧିବର୍ଷ ଅଟେ।କାରଣ ପ୍ରତି ୧୦୦ ବର୍ଷରେ ୧୮ ଘଣ୍ଟା କୁ ଏକ ଦିନ ହିସାବ କରାଯାଇ ଫେବୃଆରୀ ମାସରୁ ଏକ ଦିନ ହ୍ରାସ କରାଯାଇଥାଏ ଫଳତଃ ୬ ଘଣ୍ଟା କମ ହିସାବ କରାଯାଇଥାଏ।କାରଣ ଦିନକ ୨୪ ଘଣ୍ଟା।କିନ୍ତୁ ୧୦୦ ବର୍ଷରେ ୧୮ ଘଣ୍ଟା ହିସାବ କରାଯାଇଛି।ତେଣୁ ୬ ଘଣ୍ଟା କମ ହିସାବ କରାଯାଇଥାଏ।ଏହି ୬ ଘଣ୍ଟା ବଢି ବଢି ୪୦୦ ବର୍ଷରେ ୨୪ ଘଣ୍ଟା ହେଇଥାଏ।ତେଣୁ ପ୍ରତି୪୦୦ ବର୍ଷରେ ଗୋଟେ ଦିନ ମିଶା ଯାଇଥାଏ।ଫଳରେ ପ୍ରତି ୪୦୦ ବର୍ଷ ଅଧିବର୍ଷ ବା ଲିପ ଇଅର ହେଇଥାଏ।ଆମର ୧ମ ଶତାବ୍ଦୀ,୨ୟ ଶତାବ୍ଦୀ,୩ୟ ଶତାବ୍ଦୀ ଅଧିବର୍ଷ ହେଇନଥାଏ କିନ୍ତୁ ୪ର୍ଥ ଶତାବ୍ଦୀ ଅଧିବର୍ଷ ହେଇଥାଏ।
ଯେଉଁ ମସିହା ଗୁଡିକ ୪ ଦ୍ୱାରା ବିଭାଯ୍ୟ ସେଗୁଡିକ ଅଧିବର୍ଷ।କିନ୍ତୁ ଯେଉଁ ଶତାବ୍ଦୀ ୪୦୦ ଦ୍ୱାରା ବିଭାଯ୍ୟ ହେଇଥିବ ସେହି ଶତାବ୍ଦୀ ଆମର ଅଧିବର୍ଷ ହେବ।ଅନ୍ୟ ବର୍ଷ ଗୁଡିକ ୪ ଦ୍ୱାରା ବିଭାଯ୍ୟ ହେଲେ ମଧ୍ୟ ଅଧିବର୍ଷ ହେବ ନାହିଁ।୧୭୦୦,୧୮୦୦,୧୯୦୦ ମସିହା ଅଧିବର୍ଷ ହେଇନଥାଏ କିନ୍ତୁ ୧୬୦୦ ଓ ୨୦୦୦ ଅଧିବର୍ଷ ହେଇଥାଏ।କାରଣ ଏହା ୪୦୦ ଦ୍ୱାରା ବିଭାଯ୍ୟ ହେଇଥାଏ।
ପୃଥିବୀର ପରିକ୍ରମା ଯୋଗୁଁ ଏକ ବର୍ଷ ସଂଗଠନ ହେଉଛି ଓ ୠତୁ ପରିବର୍ତନ ହେଉଛି।ପୃଥିବୀ ରେ ଉତ୍ତର ରୁ ଦକ୍ଷିଣ କୁ ଯେଉଁ କାଳ୍ପନିକ ରେଖା ଗୁଡିକ ଯାଇଥାଏ ତାକୁ ଆମେ ଅକ୍ଷାଂଶ କହିଥାଉ।ପୃଥିବୀ ନିଜ ଅକ୍ଷ ଚାରିପଟେ ଘୁରିବା ସଂଗେ ସଂଗେ ସୂର୍ଯ୍ୟ ଚାରିପଟେ ମଧ୍ୟ ପରିକ୍ରମା କରିଥାଏ।