December 22, 2024

Odia Express

Leading Odia News Portal of Odisha

ସଫଳତା ପ୍ରାପ୍ତ କରିବାର ଉପାୟ – ଏହି ଉପାୟ ଜାଣିଦେଲେ ଆପଣଙ୍କ ଜୀବନରେ କେବେ ଦୁଃଖ ଆସିବା ନାହିଁ – ମିଳିବ ଅପାର ସଫଳତା..

ଆମେ ସମସ୍ତେ ଶୀଘ୍ର ସଫଳତାପାଇବାପାଇଁ ଚାହିଁଥାନ୍ତି।ବହୁତ ବହୁତ ସମ୍ପତି ଓ ସୁଖ ଚାହିଁଥାଉ।ଆଉ ଏହି ସମୟରେ ଆମେ ବହୁତ ଥର ଛୋଟ ମାର୍ଗ ରେ ଚାଲିଯାଇଥାଉ।ଏପରି ମାର୍ଗ ଯେଉଁଥିରେ ପରିଶ୍ରମ ନଥାଏ କେବଳ ଛଳ ଥାଏ।କୁଟଲତା ଓ ଭାଗ୍ୟ ର ସାହାରା ଯେପରି କି ଜୁଆ।କିଏ ଜୁଆ ଖେଳରେ ଧନ ଲଗାଇଥାଏ ଆଉ କିଏ ଦାଉ ଲଗାଇଥାଏ।କିନ୍ତୁ ଜୁଆ ଏପରି ଏକ ସମସ୍ୟା ସେଥିରୁ ସର୍ବନାଶ ଆଗରୁ ବାହାରିବା ଅସମ୍ଭବ ଅଟେ।ଯଦି ଆପଣ ଜିତୁଛନ୍ତି ଆହୁରି ଜିତିବାର ଭୋକ ବଢିଯାଏ।ଆଉ ଯଦି ଆପଣ ହାରି ଯାଉଛନ୍ତି ଏହାକୁ ପୁଣି ଥରେ ପାଇବା ପାଇଁ ଆପଣ ପୁଣି ଥରେ ଖେଳିବେ।ମନୁଷ୍ୟ ଏହା ଜାଣିପାରିନଥାଏ ଯେ ସେ ନିଜ ସମ୍ପତି ସହ ନିଜ ମନୁଷ୍ୟତା, ନିଜ ସଂସ୍କାର, ନିଜ ଧର୍ମ ଆଉ ନିଜର ଉତ୍ତରଦାୟିତ୍ୱ ସବୁକିଛି ଜୁଆର ଭେଟ ଚଢ଼େଇଦେଇଥାଏ।ଯଦି କିଛି ପାଇବାକୁ ଚଂହୁଛନ୍ତି ତାହେଲେ ପରିଶ୍ରମ କରନ୍ତୁ।ନଚେତ ଜୁଆରେ ଲାଭ କରିଥିବା ଜିନିଷ ଶୀଘ୍ର ହରେଇ ଦେବେ।କାରଣ ଏହାକୁ ପାଇବା ପାଇଁ ପରିଶ୍ରମ କରାଯାଇନାହିଁ ଆଉ ଆପଣଙ୍କ ମନରେ ତାକୁ ରଖିବା ପାଇଁ ସ୍ୱାଭାବିକ ରହିବ ନାହିଁ।

ଆପଣମାନେ ଯେବେ ବି ଖରାପ ସମୟ ଦେଇ ଗତି କରୁଥିବେ ଆପଣଙ୍କ ମନରେ ଏପରି ଭାବନା ଆସିଥାଏ ଯେ ଭଗବାନ ଚାହିଁଲେ କଣ ଆମ ଦୁଃଖ ଦୂର କରିପାରିବେ ନାହିଁ,ଭଗବାନ ଚାହିଁଲେ କଣ ଆମ ଦୁଃଖ କୁ କମ କରିପାରିବେ ନାହିଁ, କିନ୍ତୁ ଆମେ ଏହି କଥା ଟିକୁ ଭୁଲିଯାଉଛନ୍ତି ଦୁଃଖ, କଷ୍ଟ ଓ ଯନ୍ତ୍ରଣା ତାହା ହେଉଛି ଆମ ପରୀକ୍ଷା ର ସମୟ।ଆଉ ଆପଣମାନେ ଜାଣିଥିବେ ପରୀକ୍ଷା ସମୟରେ ଶିକ୍ଷକ ସବୁବେଳେ ଚୁପ ହେଇ ରହିଥାଏ।ତେଣୁ ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ଆପଣ କେବେ ଚିନ୍ତା କରନ୍ତୁ ନାହିଁ।

ଆପଣ ଆପଣଙ୍କ ଜୀବନରେ ଯେତେ ପରିଶ୍ରମ କରିବେ ଅପଣଙ୍କୁ ସଫଳତା ମଧ୍ୟ ସେତେ ଅଧିକ ମିଳିବ।ଯେଉଁ ଜିନିଷ ସହଜରେ ମିଳିଯାଇଥାଏ ମଣିଷ ତାକୁ କେବେବି ଖାତିର କରେନା।ସେ ଧନ ସମ୍ପତ୍ତି ହେଉ, ଇଜତ ହେଉ ବା ଭଲପାଇବା ହେଉ।ଯଦି ତାହା ବିନା କଷ୍ଟରେ ମିଳିଯାଏ ତେବେ ମନୁଷ୍ୟ ତାକୁ କେବେବି ଖାତିର କରେନାହିଁ।ତେଣୁ ନିଜ ପାଖରେ ଯାହା ଅଛି ପ୍ରଥମେ ତାକୁ ବ୍ୟବହାର କର।

ସବୁବେଳେ ନିଜେ ନିଜକୁ ଦେଖ।କାହିଁକିନା ଏହି ମଣିଷ ସମାଜ ଭଗବାନ ଙ୍କୁ ବି ଘୃଣା କରିଥାଏ।ଜଣେ ମୂର୍ଖ ଲୋକ କୁ ଇଜତ ଦେବା ଅପେକ୍ଷା ଜଣେ ଜ୍ଞାନୀ ମଣିଷର ଗାଳି ଶୁଣି ତା ପାଖରେ ରହିବା ଭଲ ହେବ।ଯଦି ଆପଣ ଏମିତି କରିବେ ଅପଣଙ୍କ ଜୀବନ କେବେବି ବର୍ବାଦ ହେବ ନାହିଁ।

ଏହି ଦୁନିଆ ତ ପରିବର୍ତ୍ତନରେ ତିଆରି ହେଇଚି ତେଣୁ ଯଦି ଆପଣଙ୍କ ଭିତରେ କିଛି ପରିବର୍ତନ ଦେଖାଦେଇଛି ଡରନ୍ତୁ ନାହିଁ।କିଛିଟା ପରିବର୍ତନ ତମକୁ ସଫଳତା ଦେବ।ନାହିଁ କରିବାର ତ ହଜାର ବାହାନା ଅଛି କିନ୍ତୁ ଥରେ ହଁ କରିଦେଲେ ସଫଳତା ନିଶ୍ଚୟ ପାଦତଳେ ଆସି ପଡିବ।ଯେତେବେଳଯାଏ ତମେ ଅନ୍ୟର ଶୁଣୁଥିବ ସେତେବେଳଯାଏ ସମସ୍ତେ ତମକୁ ଭଲପାଇବେ ଆଉ ଯେତେବେଳେ ତମେ ତମ ନିଜର ଶୁଣିବ ସେମାନେ ତମର ଶତ୍ରୁ ହୋଇଯିବେ।ସାରା ଦୁନିଆ ଆଗରେ ତମେ ନିଜକୁ ଦୋଷୀ ବୋଲି ଭାବିବ।ତେଣୁ ସବୁବେଳେ ନିଜ କଥା ଶୁଣ।

Leave a Reply

Your email address will not be published. Required fields are marked *