ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଏହି ୧୦ଟି ସଂକେତ ଦେଇଥାନ୍ତି…
ଯେଉଁ ବ୍ୟକ୍ତି ଯେପରି କର୍ମ କରିଥାଏ ଭଗବାନ ତାକୁ ସେପରି ଫଳ ଦେଇଥାନ୍ତି।ଭଗବାନ ଙ୍କ ମାଧ୍ୟମରେ ଆମକୁ ଆଶୀର୍ବାଦ ମିଲିଥାଏ,ତାଙ୍କ କୃପା ମିଳିଥାଏ।ଯଦି ଆମେ ଖରାପ କାର୍ଯ୍ୟ କରିବାଭଗବାନ ଆମକୁ ଶାସ୍ତି ଦେବେ।ସେହି ଶାସ୍ତି ଆମକୁ ଯାତନା ଦ୍ୱାରା ମିଳିଥାଏ।ଆମକୁ ଅସୁବିଧା ର ସାମ୍ନା କରିବାକୁ ପଡିବ ଓ ଆମ ଜୀବନ କଷ୍ଟ ପୁର୍ଣ ହୋଇଯିବ।ଆମେ କିଛି କର୍ମ କରିଛୁ ତାହା ଏଇ ଜନ୍ମ ରେ ହେଉ କି ପୂର୍ବ ଜନ୍ମ ରେ ହେଉ ଆମକୁ ନିଶ୍ଚିତ ଭୋଗତମାନ ହେବାକୁ ପଡିବ।କାରଣ ଭୋଗିବା ବିନା କର୍ମ ର ନାଶ ହେଇନଥାଏ।ଏହା ଆମ ପୁରାଣ ରେ ଲେଖାଯାଇଛି।ସେଥିପାଇଁ କର୍ମକୁ ଭୋଗିବାକୁ ପଡ଼ିବ ଓ ସମସ୍ତ ଲୋକ ପରୋପକାର ର ମନୋଭାବନା ରଖିବା ଉଚିତ।
ଯେତେ ପରିମାଣରେ ହେଉଛି ମନରେ ପରୋପକାର ଓ କଲ୍ୟାଣ ମନୋଭାବନା ରଖନ୍ତୁ ଓ କରନ୍ତୁ।ଦେଖିବେ ସେହି ଅନୁସାରେ ଜୀବନରେ ସଫଳତା ପ୍ରାପ୍ତ ହୋଇ ହୋଇ ଯିବ।ଯଦି ଆପଣ ଙ୍କ ମନରେ କାହାପ୍ରତି ଈର୍ଷ୍ୟା ଭାବ ଅଛି କିମ୍ବା ମନରେ ଲୋଭ ,ମୋହ ମାୟା ଅଛି ତେବେ ଆପଣଙ୍କୁ ଜୀବନରେ ବହୁତ କଷ୍ଟ ର ସାମ୍ନା କରିବାକୁ ହେବ।ଭଗବାନ ଦେଖିପାରିଥାନ୍ତି କାହା ମନରେ କଣ ଚାଲିଛି କାରଣ ଭଗବାନ ଙ୍କ ଘରେ ଆଲୋକ ଥାଏ, ଅନ୍ଧାର ନୁହେଁ।
ଭଗବାନ ଆପଣଙ୍କ ଭଲ ଦେଖିଥାନ୍ତି ଓ ଖରାପ ବି ଦେଖିଥାନ୍ତି।ଭଗବାନ ଆପଣଙ୍କୁ ସଂକେତ ଦେଇଥାନ୍ତି ଯେ ଏବେ ଆପଣଙ୍କର ଖରାପ ସମୟ ଆରମ୍ଭ ହବାର ଅଛି।ଭଗବାନ ଙ୍କ ଠାରୁ ଇସାରା ମିଳିଯାଇଥାଏ ଯେ ହେ ମଣିଷ ତୁ ଯେଉଁ କର୍ମ କରିଛୁ ଏହାର ଫଳ ତତେ ଭୋଗିବାକୁ ପଡ଼ିବ।କାରଣ ଈଶ୍ୱର ଖରାପ କର୍ମ ର ଖରାପ ଫଳ ଓ ଭଲ କର୍ମ ର ଭଲ ଫଳ ଦେଇଥାନ୍ତି।ଯେତିକି ଆମେ ଭଲ କାମ କରିଛନ୍ତି ସେହି ଅନୁସାରେ ଆମକୁ ଭଲ ଫଳ ମିଳିବ ଓ ଯେତିକି ଖରାପ କାମ କରିଛନ୍ତି ସେତିକି ଖରାପ ଫଳ ମିଳିବ।
ଅପଣଙ୍କ ଜୀବନରେ ଯଦି ଏହି ସଂକେତ ମିଳୁଛି ଜାଣିନିଅନ୍ତୁ ଯେ ଆପଣଙ୍କ ଜୀବନରେ ଏବେ ଖରାପ ସମୟ ଆରମ୍ଭ ହବାକୁ ଯାଉଛି।ଏହି ସଂକେତ ବଡ ମହତ୍ୱପୂର୍ଣ୍ଣ ଅଟେ।ଆପଣଙ୍କୁ ଧ୍ୟାନ ରଖିବାକୁ ପଡିବ।ଭଗବାନ କୁହନ୍ତି ହେ ମଣିଷ ତୋ ପାଖରେ ଏବେ ସମୟ ଅଛି ସୁଧାରି ଯା।ଯଦି ତୁ ସୁଧୁରିଯିବୁ, ବୁଝିଯିବୁ ତତେ ମୁ କଷ୍ଟ ରୁ ବଞ୍ଚାଇଦେବି।ଯଦି ବୁଝିବୁନାହିଁ ସୁଧୁରିବୁ ନାହିଁ ତତେ ନିଜ କର୍ମ ର ଶାସ୍ତି ଭୋଗିବାକୁ ପଡ଼ିବ।
୧:ଯଦି ଆପଣ ପୂଜା ପାଇଁ ଯାଉଥିବାବେଳେ ହାତରୁ ପୂଜା ଥାଳି ପଡ଼ିଯାଏ ଏହା ଅଶୁଭ ସଂକେତ ହୋଇଥାଏ।
୨: ଯଦି ଆପଣଙ୍କ ହାତରୁ ଘିଅ ଗିନା ଖସିପଡି ଢାଳି ହୋଇଯାଏ ଏହା ମଧ୍ୟ ଅଶୁଭ ସଂକେତ ହୋଇଥାଏ।
୩: ଭୋଜନ ପାଇଁ ବସିଥିବାବେଳେ ଯଦି ପ୍ରଥମ ଖାଇବା ଯେଉଁ ଆପଣ ପାଟି କୁ ନେଉଛନ୍ତି ଏହା ଖରାପ ଲାଗିଲେ ଏହା ଏକ ଅଶୁଭ ସଂକେତ ହୋଇଥାଏ।
୪: ଯଦି ଘରୁ ବାହାରକୁ ବାହାରୁଛନ୍ତି ଆଉ ଆପଣଙ୍କୁ ପ୍ରତିଦିନ କିଛି ଲୋକ ଝଗଡା କରୁଥିବାର ଦେଖୁଛନ୍ତି ଏହା ମଧ୍ୟ ଅଶୁଭ ସଂକେତ ହୋଇଥାଏ।
୫: ଯଦି ଆପଣ ଙ୍କ ଘର ପାଖରେ କୁକୁର ଓ ବିଲେଇ ଙ୍କ ର ଏକ ପ୍ରକାର ସ୍ୱର ଶୁଣାଯାଉଛି ପ୍ରତିଦିନ ଏହା ଅଶୁଭ ସଂକେତ ହୋଇଥାଏ।ଏହାଦ୍ୱାରା
ପରିବାର ସଦସ୍ୟ ଙ୍କର ଅନିଷ୍ଟ ହୋଇଥାଏ କାରଣ କୁକୁର ବିଲେଇ ଯେତେବେଳେ କାନ୍ଦିବାକୁ ଲାଗନ୍ତି ସେତେବେଳେ ଯମ କିମ୍ବା ଯମ ଦୂତ ଅପଣଙ୍କ ଘର ର ପାଖାପାଖି ଭ୍ରମଣ କରିଥାନ୍ତି।ସେମାନଙ୍କୁ ଦେଖିକରି କୁକୁର ବିଲେଇ କାନ୍ଦିବାକୁ ଲାଗିଥାନ୍ତି।
୬: ଯଦି ଆପଣଙ୍କୁ ସବୁବେଳେ ଖରାପ ସ୍ୱପ୍ନ ଆସୁଛି ଏହା ମଧ୍ୟ ଭଲ ସ୍ଥିତି ହେଇନଥାଏ।ଏହା ଦ୍ୱାରା ଘରେ କଳଙ୍କ ଲଗିଥାଏ।ବ୍ୟାପାର ରେ କାର୍ଯ୍ୟକ୍ଷେତ୍ର ରେ କ୍ଷତି ହୋଇଥାଏ।
୭:ଯଦି କ୍ଷୀର ହଠାତ ଛିଣ୍ଡି ଯାଏ ବିନା କାରଣରେ କିମ୍ବା କ୍ଷୀର ଢାଳି ହୋଇଯାଏ ଏହା ମଧ୍ୟ ଅଶୁଭ ହୋଇଥାଏ।
୮:ଯଦି ସୌଭାଗ୍ୟବତୀ ମହିଳା ନିଜ ମଥାରେ ସିନ୍ଦୁର ଲଗାଇଲା ବେଳେ ହଠାତ ସିନ୍ଦୁର ଡବା ପଡ଼ିଯାଏ ତଳେ ଏହା ମଧ୍ୟ ଅଶୁଭ ସଂକେତ ହୋଇଥାଏ।
୯:ଯଦି ଜଣେ ମହିଳା ବା ସ୍ତ୍ରୀ ମଙ୍ଗଳ ସୂତ୍ର ପିନ୍ଧିଥାଏ ଓ ଏହା ଅଚାନକ ଛିଡି ଯାଏ ଏହା ମଧ୍ୟ ଅଶୁଭ ସଂକେତ ହୋଇଥାଏ।
୧୦:ଯଦି ମହିଳା ଙ୍କ ହାତରୁ ଚୁଡି ଭାଙ୍ଗିଯାଏ ଏହା ମଧ୍ୟ ଅଶୁଭ ସଂକେତ ହୋଇଥାଏ।
ଏହି ସବୁ ଲକ୍ଷଣ ଅଶୁଭ ସଂକେତ ର ଲକ୍ଷଣ ହୋଇଥାଏ।ଯଦି ଆପଣଙ୍କ ଜୀବନରେ ଏହିସବୁ ଅଘଟଣ ହେଉଛି ତେବେ ବୁଝିଯିବେ କି ଈଶ୍ୱର ଏବେ ଅପଣଙ୍କ ଜୀବନରେ ଖରାପ ସମୟ ଆରମ୍ଭ କରିବାକୁ ଯାଉଛନ୍ତି।ସେଥିପାଇଁ ଆପଣ ସତର୍କ ହୋଇଯାଅନ୍ତୁ।ଈଶ୍ୱର ଙ୍କ ଭକ୍ତି ରେ ଲୀନ ହୋଇଯାଅନ୍ତୁ।ଭଗବାନ ଙ୍କୁ ପ୍ରାର୍ଥନା କରନ୍ତୁ କାରଣ ଭଗବାନ ପାଖରେ କ୍ଷମା ଅବଶ୍ୟ ମିଳିଥାଏ।