ଯାଦୁ କୁ କିପରି ଘରୋଇ ଉପଚାର ରେ ଭଲକରାଯାଇଥାଏ – ନିଶ୍ଚୟ ଏହି କଥାକୁ ଜାଣିରଖନ୍ତ..
ଯାଦୁ କାଛୁ ହବାର କାରଣ ହେଉଛି ଆମର ଖରାପ ରକ୍ତ।ରକ୍ତ ମଇଳା ହେଇଗଲେ ଚର୍ମ ରୋଗ ଆଦି ଦେଖାଯାଇଥାଏ।ଯେତେବଳେଯାଏ ଆପଣ କୋୖଣସି ଘରୋଇ ଔଷଧ ନ ଲାଗେଇଛନ୍ତି କୌଣସି ପ୍ରକାର ଫଙ୍ଗଲ କ୍ରିମ ରେ ଏହା ଭଲ ହେବ ନାହିଁ।କିଛି ଦିନ ପାଇଁ ଏହା ଠିକ ତ କରିଦେବ କିନ୍ତୁ ପୁଣି ଥରେ ହେଇଯିବ।ଏହି ଘରୋଇ ଔଷଧ ଦ୍ୱାରା ଆପଣଙ୍କ ଯାଦୁ କାଛୁ ରୋଗ ସମ୍ପୂର୍ଣ ଭାବେ ଭଲହୋଇଯିବ ଓ ଆପଣଙ୍କ ରକ୍ତ କୁ ସଫା ରଖିବାରେ ମଧ୍ୟ ସାହାଯ୍ୟ କରିବ।
ପ୍ରଥମେ ଆପଣଙ୍କୁ ରକ୍ତ ସଫା କରିବା ପାଇଁ ତୁଳସୀ ପତ୍ର ର ଉପଯୋଗ କରିବାକୁ ହେବ।ଆପଣ ୮ ରୁ ୧୦ ଟା ତୁଳସୀ ପତ୍ର ନେଇ ଏହାକୁ ସକାଳେ ଓ ସନ୍ଧ୍ୟାରେ ଖାଇ ପାଣି ପିଇବା କୁ ହେବ।ତୁଳସୀ ପତ୍ରରେ ଏପରି ଚମତକାରୀ ଔଷଧୀୟ ଗୁଣ ଅଛି ଯାହା ରକ୍ତ କୁ ସଫା କରିଥାଏ।ଯାହାଫଳରେ ଚର୍ମ ରୋଗ ହେଇନଥାଏ।
ଦ୍ଵିତୀୟରେ ଏକ ପାତ୍ରରେ ତୁଳସୀ ପତ୍ର ର ରସ ରେ ଏକ ଚାମଚ ଲୁଣ ମିଶାଇ ଏହାକୁ ଯାଦୁ ହେଇଥିବା ଜାଗାରେ ଲେପ ଦେଲେ ଏହା ବହୁତ ଉପକାରୀ ହୋଇଥାଏ।ଏହି ଲେପ ଲଗାଇଲେ ଆପଣଙ୍କ ଯାଦୁ କାଛୁ, ଚର୍ମ ରୋଗ ଭଲ ହୋଇଯିବ।
ଯାଦୁ କିମ୍ଵା ଏହାକୁ ଫଙ୍ଗାଲ ଇଂଫେକ୍ସନ ମଧ୍ୟ କୁହାଯାଏ।ଏହା ଅଧିକ ଗରମରୁ ଝାଳ ବାହାରିଲେ ଜଙ୍ଘ ପାଖରେ କିମ୍ବା ଅଣ୍ଟାରେ କିମ୍ବା କାଖ ତଳେ ଏହା ହୋଇଥାଏ।ଗରମ ପାଣିପାଗ ରହୁଥିବା ଅଞ୍ଚଳ ମାନଙ୍କରେ ଏହା ଅଧିକ ହୋଇଥାଏ।
ଯାଦୁ ଏକ ଫଙ୍ଗାଲ ଜାତୀୟ ରୋଗ।ଯେଉଁ ଜାଗାରେ ଝାଳ ଅଧିକ ବଢିଯାଏ ଏହା ସେହି ଜାଗାମାନଙ୍କରେ ରହିଥାନ୍ତି ଓ ନିଜର ସଂଖ୍ୟା ବୃଦ୍ଧି କରିଥାନ୍ତି।କାରଣ ସେମାନଙ୍କ ଖାଦ୍ୟ ହେଉଛି ଝାଳ।ଯାଦୁ ଟା ଗୋଲ ହେଇଥାଏ ଓ ଏହାର ଚାରିପାଖରେ ଦାନା ପରି ଦେଖାଯାଏ ଓ ଏହା ଯେତେ ବଢିବ ଧୀରେ ଧୀରେ ତା ମଝି ଅଂଶ ସଫା ଦେଖାଯାଇଥାଏ।
ଯେଉଁମାନେ ଚାଷ ଜମି ରେ କାମ କରିଥାନ୍ତି ସେମାନଙ୍କର ପାଦ ଯାଦୁ ବାହାରିଥାଏ।ଜଣ ଜଣ ଙ୍କର ଜଙ୍ଘ କୁ ଜଙ୍ଘ ଲାଗିଯାଏ, କାଖ କୁ କାଖ ଲାଗିଯାଏ ସେଥିପାଇଁ ଯାଦୁ ବାହାରିଥାଏ।ଯିଏ ଗାଡି ଚଳାଇ ଥାଏ କିମ୍ବା ଅଧିକ ସମୟ ବସିକି ରହିଥାଏ ସେମାନଙ୍କ ପିଚା ରେ ମଧ୍ୟ ଯାଦୁ ବାହାରିଥାଏ।ବହୁତ ଜଣଙ୍କର ମୁଣ୍ଡରେ ମଧ୍ୟ ଯାଦୁ ହୋଇଥାଏ ବିଶେଷ କରି ଛୋଟ ପିଲା ମାନଙ୍କର।ବାରମ୍ବାର ହାତ ଧୋଇଲେ ହାତ ରେ ଯାଦୁ ହୋଇଯାଏ।ଏଭେ କରୋନା ସମୟରେ ଦେଖାଯାଉଛି ଯାଦୁ ଅଧିକ ହାତରେ ଦେଖାଯାଉଛି କାରଣ ଲୋକ ମାନେ ହାତ ବାରମ୍ବାର ଧୋଉଛନ୍ତି।
ଯାଦୁ ଏକ ଡିଆଁ ରୋଗ। ଏହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋଇଥାଏ।ଘରେ ଜଣକୁ ହେଲେ ସମସ୍ତଙ୍କୁ ହେଇଯାଏ।ଲୁଗାପଟା,ବେଡ଼ଶୀତ,ଗାମୁଛା ଦ୍ୱାରା ଏହା ବ୍ୟାପିଥାଏ।ସାଙ୍ଗ ସାଥି ଓ ହଷ୍ଟେଲ ମାନଙ୍କରେ ମଧ୍ୟ ଏହା ବ୍ୟାପିଥାଏ।
ଯାଦୁ ହେଲେ ବହୁତ ଲୋକ ଲାଜ କରନ୍ତି ଓ ସଙ୍ଗେ ସଙ୍ଗେ ଔଷଧ ଦୋକାନ ରୁ କୌଣସି କ୍ରିମ ଆଣି ଲଗାଇଥାନ୍ତି ଯାହା ଏକ ବଡ ଭୁଲ।ଏହା ନକରି ପ୍ରଥମେ ଘରୋଇ ଉପଚାର କରିବା ଆବଶ୍ୟକ ଏହା ଦ୍ୱାରା ଯାଦୁ ସବୁଦିନ ପାଇଁ ଚାଲିଯାଇଥାଏ।ଯାଦୁ ଯେହେତୁ ଗରମ ଯୋଗୁଁ ହୋଇଥାଏ ତେଣୁ ଆମକୁ ଯାଦୁ ହେଇଥିବା ଜାଗାକୁ ସବୁବେଳେ ଥଣ୍ଡା ରଖିବା ଉଚିତ।ଉପଚାର ସଂଗେ ସଂଗେ ନିଜ ଲୁଗାପଟା ବିଛଣା ଆଦି ସଫା ରଖିବା ଉଚିତ।