ଏକ ପ୍ରକାର ଘରୋଇ ଔଷଧ ଯାହା ବିଭିନ୍ନ ରୋଗ ର ଉପଚାର – ଦେଖନ୍ତୁ ଖାଇବାର ବିଧି ଗୁଡିକ..
ପାନାମଧୁରୀ:– ଆପଣ ଦେଖିଥିବେ ପ୍ରାୟ ରେଷ୍ଟଉରାଣ୍ଟ ରେ ୱେଟର ଖାଦ୍ୟ ଖାଇସାରିବା ପରେ ଏହି ଜିନିଷ ଟି ଖାଇବାକୁ ଦେଇଥାନ୍ତି।ଏହାର ଉପଯୋଗ ଘରେ ମଧ୍ୟ ବିଭିନ୍ନ ପ୍ରକାର ରେ କରାଯାଇଥାଏ କିନ୍ତୁ ଏହାର ଉପକାର ଆମକୁ ଜଣାନଥାଏ।ଲୋକ ଏହାକୁ କେବଳ ମୁଁହ ର ସ୍ୱାଦ ବଢ଼ାଉଛି ଭାବି ଖାଇଥାନ୍ତି।ଏହା ମୁଁହ ର ସ୍ୱାଦ ବଢାଇବା ସଂଗେ ସଂଗେ ଏଥିରେ ବହୁତ ଔଷଧୀୟ ଗୁଣ ରହିଥାଏ ଓ ଏହା ବିଭିନ୍ନ ରୋଗ ମଧ୍ୟ ଭଲ କରିଥାଏ।
ଏହା ଆପଣଙ୍କ ପୀତ କୁ ଶାନ୍ତ କରିଥାଏ, ଭୋକ ବଢ଼ାଇଥାଏ, ଭୋଜନ କୁ ପଚେଇଥାଏ,ୟୁରିଆ ର କମି କୁ ଦୂର କରିଥାଏ,ହୃଦୟ ରୋଗ କୁ ଠିକ କରିଥାଏ ଓ ମସ୍ତିଷ୍କ କୁ ଓ ଶରୀର କୁ ବଳ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ।ଜ୍ୱର,ଗଣ୍ଠିବାତ,ଘା, ଆଖି ରୋଗ, ପେଟ ରୋଗ ଭଳି ଭୟାନକ ସମସ୍ୟା ଦୂର କରିବାରେ ଏହାର ପ୍ରୟୋଗ ହୋଇଥାଏ।
ଏହାକୁ ଅଲଗା ଅଲଗା ଜାଗାରେ ଅଲଗା ଅଲଗା ନାମରେ ଜଣାଯାଇଥାଏ।ଇଂରାଜୀ ରେ ଏହାକୁ ବିଟର ଫିନେଲ ନାମରେ ଜାଣିଥାଉ, ସଂସ୍କୃତରେ ଛତରା ସାଲେ ନାମରେ ଜାଣିଥାଉ, ଉର୍ଦୁ ରେ ପାନମଧୁରୀ ନାମରେ ଜାଣିଥାଉ ଓ ଗୁଜୁରାତି ରେ ଏହାକୁ ଉଆରିଆଳି ନାମରେ ଜାଣିଥାଉ।
ଏହା ପେଟର ଗ୍ୟାସ କୁ ଦୂର କରିବାରେ ସାହାଯ୍ୟ କରିଥାଏ।ଥରେ ଏହାର ନରମ ଚେର ର ଚୂର୍ଣ୍ଣ କୁ ସେବନ କଲେ ପେଟରେ ହଉଥିବ ଗ୍ୟାସ ଦୁରହେଇଥାଏ।
ମୁଣ୍ଡ ବିନ୍ଧା ହେଉଥିଲେ ଏହାକୁ ପେଷି ପାଣିରେ ମିଶାଇ ଲଲାଟ ରେ ଲଗାଇଲେ ମୁଣ୍ଡ ବିନ୍ଧା ଭଲ ହୋଇଥାଏ।
ଏହାର ପତ୍ରର ରସ କୁ ତୁଳାରେ ଭିଜାଇ ଆଖି ଉପରେ ରଖିଲେ ଆଖିର ସମସ୍ତ ସମସ୍ୟା ଦୂର ହୋଇଥାଏ।
ଏହାକୁ ସେବନ କଲେ ବହୁତ ପୁରୁଣା କାଶ ମଧ୍ୟ ଦୂର ହୋଇଯାଏ।ମୁଁହରୁ ବାହାରୁଥିବା ଦୁର୍ଗନ୍ଧ କୁ ଦୂର କରିବାପାଇଁ ଏହାର କାଢା ବନାଇ ଫିଟିକିରି ମିଶାଇ ଗଳା କରାଯାଇଥାଏ।ମୁଁହରେ ହେଉଥିବା ତୁଣ୍ଡ ଘା କିମ୍ବା ସିତୁଳିଆ ଦୂର ହୋଇଯାଇଥାଏ ଓ ନାକରୁ ଆସୁଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯାଇଥାଏ।
୧ ରୁ ୨ ଗ୍ରାମ ମାତ୍ରା ରେ ଏହାର ଚେର ର ଚୂର୍ଣ୍ଣ ସେବନ କଲେ କବଜା ଭଳି ରୋଗ ଭଲ ହୋଇଥାଏ।
ମାସିକ ଧର୍ମ ରେ ଏହାର ମଞ୍ଜି ର ୧୦ ରୁ ୨୦ ମିଳିଲିଟର କାଢା ମଦରସ ମିଳାଇ ସେବନ କଲେ ବନ୍ଦ ହୋଇଥିବା ମାସିକ ଧର୍ମ ସମୟରେ ଆସିଥାଏ।ସ୍ତନ୍ୟପାନ କରାଉଥିବା ମହିଳା ମାନେ ଏହାକୁ ଖାଇଲେ ଏହା ଦୁଗ୍ଧ ବଢାଇବାରେ ସାହାଯ୍ୟ କରିଥାଏ।
ପାନମଧୁରୀ ଆମ ସମସ୍ତଙ୍କ ଘରେ ରହିଥାଏ।ଏହାର ମିଠା ସୁଗନ୍ଧ ଓ ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ।ପାନମଧୁରୀ ରେ ବିଭିନ୍ନ ପ୍ରକାର ଭିଟାମିନ ରହିଥାଏ ଯେପରିକି ଭିଟାମିନ ଏ, ବି କମ୍ପ୍ଲେକ୍ସ, ଡି, କେ, ମ୍ୟାଗନେସିୟମ, ଆଇରନ,କୋବଲଟ, ପୋଟାସିଅମ, ଫସଫରସ, ସୋଡିୟମ, ସିଲିକନ, ଜିଙ୍କ, ଅମିନୋଏସିଡ ରହିଥାଏ।
ପାନମହୁରୀ ଗୋଟେ ପ୍ରତିଯାୟକ ଭଳି କାମ କରିଥାଏ।ଏହା ଆମକୁ ଶକ୍ତି ମଧ୍ୟ ଦେଇଥାଏ ବିଭିନ୍ନ ପ୍ରକାର କାମ କରିବାପାଇଁ।ପାନମହୁରୀ ଖାଇଲେ ଆମର କଲେଷ୍ଟେରଲ ର ମାତ୍ରା କମ ହେଇଥାଏ।ଏହା ଆମ ଶରୀର ରେ ନିୟମିତ ଗ୍ରୋଥ ମଧ୍ୟ କରାଇଥାଏ।ପାନମହୁରୀ ଆମର ବିଭିନ୍ନ ପ୍ରକାର ରୋଗ ମଧ୍ୟ ଭଲ କରିଥାଏ।ଏହାକୁ ଆମେ ଔଷଧ ଓ ଖାଦ୍ୟ ଉଭୟ ପ୍ରକାର ରେ ବ୍ୟବହାର କରିପାରିବା।