ପିଆଜର ଦୁଇଟି ଗୋଲ ଖଣ୍ଡ କରିଦେବ ଥାଇରଏଡ଼କୁ ଶେଷ ଏହି ଉପାୟରେ କରନ୍ତୁ ସେବନ..
ନମସ୍କାର ବନ୍ଧୁଗଣ,ଆଜି ଆମେ ଆଲୋଚନା କରିବା ଥାଇରଏଡ଼ର ବିଷୟରେ ଏବଂ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ଜଣାଇବୁ ଯାହା ସାହାଯ୍ୟରେ ଆପଣ ଥାଇରଏଡ଼ ଭଳି ଗମ୍ଭୀର ରୋଗରୁ ମୁକ୍ତି ପାଇପାରିବେ।ଥାଇରଏଡ଼କୁ ସାଇଲେଣ୍ଟ କିଲର ବୋଲି ମଧ୍ୟ କୁହାଯାଏ କାରଣ ଏହାର ଲକ୍ଷଣ ବ୍ୟକ୍ତିଙ୍କୁ ଧୀରେ ଧୀରେ କରି ଜଣା ପଡିଥାଏ।ଏବଂ ଯେପର୍ଯ୍ୟନ୍ତ ଆମକୁ ଏହାର ଅନୁଭବ ହୁଏ ସେପର୍ଯ୍ୟନ୍ତ ବହୁତ ଡେରି ହୋଇ ଯାଇଥାଏ।ଆଜିକାଲିର ବ୍ୟସ୍ତତା ଜୀବନ ମଧ୍ୟରେ ଏହି ସମସ୍ୟା ସାଧାରଣ ହୋଇଯାଇଛି।ଏବଂ ଏଲୋପାଥିରେ ଏହାର କୌଣସି ଚିକିତ୍ସା ମଧ୍ୟ ନାହିଁ।କେବଳ ଜୀବନ ସାରା ଔଷଧର ସେବନ କରିବାକୁ ପଡିଥାଏ।
ତେବେ ଆସନ୍ତୁ ଜାଣିବାକି ଥାଇରଏଡ଼ କାହିଁକି ହୋଇଥାଏ।ଯେବେ ମନୁଷ୍ୟର ବିଷାଦ ବଢିଯାଏ ତେବେ ଏହାର ସବୁଠାରୁ ଅଧିକ ପ୍ରଭାବ ମନୁଷ୍ୟର ଥାଇରଏଡ଼ ଗ୍ରନ୍ଥି ଉପରେ ପଡିଥାଏ।ଏବଂ ଏହି ଗ୍ରନ୍ଥି ହରମୋନର ସ୍ତର ବଢାଇଦିଏ।ଯଦି ଆପଣଙ୍କ ପରିବାରରେ କାହାକୁ ଥାଇରଏଡ଼ର ସମସ୍ୟା ଅଛି ତେବେ ଆପଣଙ୍କୁ ଥାଇରଏଡ଼ ହେବାର ସମ୍ଭାବନା ଅଧିକ ରହିଥାଏ।କିଛି ଔଷଧର ପ୍ରତିକ୍ରିୟାରୁ ମଧ୍ୟ ଥାଇରଏଡ଼ ହୋଇପାରେ।ଖାଦ୍ୟରେ ଆୟୋଡିନର କମ୍ ମାତ୍ରା କିମ୍ବା ଅଧିକ ବ୍ୟବହାର ମଧ୍ୟ ଥାଇରଏଡ଼ର ସମସ୍ୟା ସୃଷ୍ଟି କରିଥାଏ।ଗର୍ଭାବସ୍ଥାରେ ମଧ୍ୟ ଥାଇରଏଡ଼ ହେବା ଏକ ମୁଖ୍ୟ କାରଣ ହୋଇଥାଏ କାରଣ ଗର୍ଭାବସ୍ଥା ଏକ ଏପରି ସମୟ ହୋଇଥାଏ ଯେବେ ମହିଳା ମାନଙ୍କର ଶରୀରରେ ବଡ ଧରଣର ପରିବର୍ତ୍ତନ ଘଟିଥାଏ।ଏସବୁ ଥିଲା କିଛି ଥାଇରଏଡ଼ ହେବାର ପ୍ରମୁଖ କାରଣ।ଏବେ ଆମେ ଜାଣିବା ଏକ ଏପରି ଘରୋଇ ଉପଚାର ବିଷୟରେ ଯାହା ଆମ ସମସ୍ତଙ୍କ ଘରେ ଉପଲବ୍ଧ ଥାଏ ଏବଂ ବ୍ୟବହାର କରାଯାଏ।
ରୁଷିଆରେ ଏକ ଗବେଷଣାରୁ ଜଣାପଡିଲାକି ଥାଇରଏଡ଼ ଗ୍ରନ୍ଥିର ବିକରଣର ଚିକିତ୍ସା ଖୋଜିବାର ଯେଉଁ ଦାବୀ କରାଯାଇଛି ସେଥିରେ ଏକ ଘରୋଇ ଉପଚାରର ଉପଯୋଗ କରାଯାଇଛି।ଏବଂ ତାହା ଥିଲା ନାଲି ପିଆଜ।ପିଆଜର ଗୁଣ ବିଷୟରେ ଆପଣ ମାନେ ସମସ୍ତେ ଜାଣିଥିବେ।ଏଥିରେ ବହୁତ ପ୍ରକାରର ଆଣ୍ଟି ବ୍ୟାକ୍ଟେରିଆଲ,ଆଣ୍ଟି ଫଙ୍ଗଲ,ଆଣ୍ଟି ଇଂଫ୍ଲେମେଟୋରି ଏବଂ କ୍ୟାନ୍ସର ବିରୁଧ୍ୟରେ ଲଢ଼ିବାର ଗୁଣ ଥାଏ।ଯାହା ଆମକୁ ରୋଗ କବଳରୁ ରକ୍ଷା କରିଥାଏ।ସେହିପରି ଭାବରେ ନାଲି ପିଆଜ ଥାଇରଏଡ଼ କବଳରୁ ମଧ୍ୟ ମୁକ୍ତି ଦେଇପାରିବ।
ଏଥିପାଇଁ ରାତିରେ ଶୋଇବା ପୂର୍ବରୁ କେବଳ ଗୋଟିଏ ନାଲି ପିଆଜ ନିଅନ୍ତୁ।ଏହା ପରେ ଏହାକୁ ଦୁଇ ସମାନ ଭାଗରେ କାଟି ଦିଅନ୍ତୁ।ଏହାପରେ ଏହି ପିଆଜ ଦ୍ଵାରା ଥାଇରଏଡ଼ ଗ୍ରନ୍ଥିକୁ ଗୋଲ ଗୋଲ କରି ମସାଜ କରନ୍ତୁ।ମସାଜ କରିବା ପରେ ବେକକୁ ଜମାରୁବି ଧୁଅନ୍ତୁ ନାହିଁ।ରାତି ସାରା ଏହାକୁ ଏହିପରି ଭାବରେ ଛାଡି ଦିଅନ୍ତୁ।ଏହା ଦ୍ଵାରା ନାଲି ପିଆଜର ରସ ଭଲ ଭାବରେ ନିଜର କାମ କରି ଚାଲିବ।ଯଦି ଆପଣ ନିୟମିତ ଭାବରେ ଏପରି ଏହାର ପ୍ରୟୋଗ କରିବା ଦ୍ଵାରା ନିଶ୍ଚିତ ଭାବରେ କିଛି ଦିନ ମଧ୍ୟରେ ଆପଣଙ୍କୁ ଥାଇରଏଡ଼ରୁ ମୁକ୍ତି ମିଳିପାରିବ।ଏହି ଉପଚାର ଆପଣ ଜାଣିଲେକି ବହୁତ ସହଜ ଅଟେ।
ଆଶା କରୁଛି ଯେ ଯେଉଁ ବ୍ୟକ୍ତି ମାନେ ଏହି ସମସ୍ୟାରେ ପୀଡିତ ଅଛନ୍ତି ସେମାନେ କେବଳ ଗୋଟିଏ ଥର ବ୍ୟବହାର ନିଶ୍ଚିତ ଭାବରେ କରନ୍ତୁ।ତେବେ ଆଜି ଆମେ ଜାଣିଲୁ ଥାଇରଏଡ଼ ଭଳି ଗମ୍ଭୀର ରୋଗର ଖରାପ ପ୍ରଭାବ ବିଷୟରେ। ଏବଂ ଏହା ସହିତ ଏକ ଏପରି ଚମତ୍କାରୀ ଘରୋଇ ଉପାୟର ବିଷୟରେ ଯାହା ଫଳରେ ଏହି ରୋଗ କବଳରୁ ଅତି ସହଜ ଉପାୟରେ ମୁକ୍ତି ମିଳିଯିବ। ଏବଂ ଏହି ରୋଗ କିପରି ହୋଇଥାଏ କେଉଁ କେଉଁ କାରଣରୁ ହୋଇଥାଏ।ଏବଂ ଏହି ଉପଚାରକୁ ନିଜ ଦୈନନ୍ଦିନ ଜୀବନରେ କିପରି ବ୍ୟବହାର କଲେ ଆପଣଙ୍କୁ ବହୁତ ଭଲ ଫଳ ମିଳିବ।ଧନ୍ୟବାଦ।