December 27, 2024

Odia Express

Leading Odia News Portal of Odisha

ମଜାଦାର୍ ଜୋକ୍ସ : ସ୍ତ୍ରୀ- ଉଠ ! ସକାଳ ହେଇଗଲାଣି , ସ୍ୱାମୀ- ଆଖି ଖୋଲୁନି କିଛି ଏମିତି କୁହ ଯେ ମୋର ନିଦ ହଜିଯିବ ତାପରେ ଏପରି କହିଲେ..

କୁହାଯାଏ କି ହସ ଅଗଣିତ ଅକୁହା ଶବ୍ଦରୁ ନେଇ ହୋଇଛି, ବିଜ୍ଞାନରେ କୁହାଯାଈଛି କି ଯେବେ ଆମେ ହସିଥାଉ ତେବେ କେବଳ ୨ ଟି ମାଂସପେଶୀ ବ୍ୟବହାର ହୋଇଥାଏ , ଏହାର ବିପରିତ ରାଗିଲେ ୩୨ ଟି ମାଂସପେଶୀଗୁଡିକ କାମ କରିଥାଏ , ଗୋଟେ ହସ ମାନସିକ ଚିନ୍ତାରୁ ମୁକ୍ତି ପାଇବାପାଇଁ ବହୁତ ସାହାଯ୍ୟ କରିଥାଏ, ଆଜିର ସମୟରେ ଆମେ ସମସ୍ତେ ନିଜ ଦୂଃଖକୁ ଭୁଲି ହସିବାର କିଛି ନା କିଛି ବାହାନା ଖୋଜିଥାଉ, ସମସ୍ତେ ନିଜ ଜୀବନରେ କିଛି ମନୋରଞ୍ଜନ କରିବାପାଇଁ ଚାହଁନ୍ତି ।

ଏହି ସବୁ କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଭଲ ଭଲ ମଜାଦାର୍ ଚୁଟକୁଲା ନେଇକରି ଆସିଛୁ, ଆମର ଦାବି ଅଛି କି ଏହି ଚୁଟକୁଲାକୁ ପଢିବାପରେ ଆପଣଙ୍କ ହସ ଅଟକିବ ନାହିଁ , ଏହା ସହ ଯଦି ଆପଣ ଡିପ୍ରେସନରେ ଅଛନ୍ତି ତେବେ ଆପଣଙ୍କ ମୁଡ୍ ଏକଦମ୍ ବଦଳିଯିବ , ତେବେ ଆସନ୍ତୁ ଆଉ ଡେରି ନକରି ଏହି ମଜାଳିଆ ଜୋକ୍ସ ଆଡକୁ ନିଜର ନଜର ପକାଇବା ।

୧) ସକାଳୁ ଜଣେ ମହିଳା ଫଳ ବାଲାକୁ ଇଂରାଜୀରେ ଫଳ ମାଗୁଥିଲେ,  ଏହା କହିକରି give me some destroyed husband ଏକ ଘଣ୍ଟା ଲାଗିଗଲା ଏହା ବୁଝିବାକୁ କି ନାସପତି ମାଗୁଥିଲା।

୨) ହସ ପାଇଁ ଗମ୍ କୁରବାନ୍, ଖୁସି ପାଇଁ ଲୁହ କୁରବାନ୍, ସାଙ୍ଗ୍ ପାଇଁ ଜୀବନ ବି କୁରବାନ୍ ଓ ଯଦି ସାଙ୍ଗର ଗାର୍ଲଫ୍ରେଣ୍ତ ମିଳିଯାଏ ତେବେ ସାଙ୍ଗ ହିଁ କୁରବାନ୍ ।

୩) କିଏ କହିବ ଫିଲ୍ମରେ ବ୍ୟବହାର ହେଉଥିବା ତକିଆ କେଉଁଠି ମିଳୁଛି ? ଯାହାକୁ ଲଢେଇ କରି ତାର ସବୁ ତୁଳା ବାହାର କରିଦିଅନ୍ତି । ଆମ ତକିଆକୁ ଦେଖ ଆଜି ମା ଫିଙ୍ଗିକରି ମାରିଲେ ଦୁଇ ମିନିଟ୍ ରେ କୋମାରେ ଚାଲିଯାଇଥିଲି ।

୪) ବ୍ୟାଙ୍କର କ୍ୟାସିୟର୍ ଝରକା ପାଖରେ ଠିଆ ହୋଇଥିବା ବ୍ୟକ୍ତିକୁ କହିଲା -ପଇସା ନାହିଁ , ଗ୍ରାହକ କହିଲା -ଆହୁରି ଦିଅ ମୋଦି ମାଲ୍ୟାକୁ ପଇସା, ସବୁ ପଇସା ନେଇକରି ପଳେଇଯାଇଛି ନା ବିଦେଶକୁ । କ୍ୟାଶିୟର୍ ଝରକାରୁ ହାତ ବାହାର କଲା ଓ ତାର ଗଳାକୁ ଚିପି କହିଲା- ଶଳା ବ୍ୟାଙ୍କ୍ ରେ ତୋର ଖାତା ନାହିଁ ଭିକାରି କଥା ଏତେ କଣ କହୁଛୁ ।

୫) ଭ୍ୟାଲେଣ୍ଟଟାଇନ୍ ଡେ ର ୭ ଦିନ ପୁର୍ବରୁ ଗୋଟେ ଗିଫ୍ଟ ସପ୍ ରେ ଓକିଲ ସାହେବ ଗଲେ , ସେ ୪୦ ଟି ସୁନ୍ଦର କାର୍ଡ କିଣିଲେ ,ଓ ସବୁଥିରେ ସେ ପଠାଉଥିବା ଜାଗାରେ ଲେଖିଲେ କି ହ୍ୟାଲୋ ମୋର ପ୍ରିୟେ , ଚିହ୍ନିଲ ନା ? ସଂନ୍ଧ୍ୟାକୁ ଦେଖା କରିବା ଆଇ ଲଭ୍ ୟୁ । ଦୋକାନୀ ପଚାରିଲା- କଣ ମାମଲା ? ତେବେ ଓକିଲ କହିଲା_ ଗତ ଭ୍ୟାଲେଣ୍ଟଟାଇନ୍ ଡେ ର ପାଖ କଲୋନିରେ ଏମିତି ୨୦ ଟି କାର୍ଡ ପଠାଇଥିଲି , ଏହିଥର ୪୦ ଟି କାର୍ଡ ପଠାଉଛି, ଦୋକାନୀ ବେହୋସ୍ ।

୬)ଇଣ୍ଟରଭ୍ୟୁଅର୍- Risk Taking capacity କେତେ ଅଛି ଆପଣଙ୍କର ? ଆଶାର୍ଥୀ- ସାର୍ ଭଗବାନଙ୍କୁ ଆଗାମୀଜନ୍ମରେ ଏକା ସ୍ତ୍ରୀ ମାଗିଛି , ଏବେ ସେ ଚାକିରି ପାଇଗଲା ।

୭)ସଂଞ୍ଜନା ତିୱାରୀ ଡ୍ରାଇଭିଙ୍ଗ୍ ଲାଇସେନ୍ସର ଇଣ୍ଟରଭ୍ୟୁ ଦେବାପାଇଁ ପହଞ୍ଚିଲେ , ଅଫିସର୍- ଯଦି ଗୋଟେ ପଟେ ଆପଣଙ୍କ ସ୍ୱାମୀ ଥିବେ ଓ ଦ୍ୱିତୀୟ ପଟେ ଆପଣଙ୍କ ଭାଇ ତେବେ ଆପଣ କଣ ମାରିବେ ? ସଞ୍ଜନା- ସ୍ୱାମୀ- ଅଫିସର୍- ଆରେ ମ୍ୟାଡାମ୍ ଆପଣଙ୍କୁ ତୃତୀୟଥର କହୁଛି ଆପଣ ବ୍ରେକ୍ ମାରିବେ ।

୮) ବିଜ୍ଞାପନରେ ମା କେତେ ଭଲ ହୋଇଥାନ୍ତି, ଛୁଆଙ୍କ କପଡା ମଇଳା କରି ଆସିଲେ ହସି ହସି ଧୋଇଦିଅନ୍ତି, ଛୁଆ ବେଳେ ଆମେ ଯେବେ କପଡା ମଇଳା କରି ଆସୁଥିଲୁ ତେବେ ଆମକୁ ଧୁଲାଇ ହେଉଥିଲା ତାପରେ କପଡାକୁ ।

୯) ସଞ୍ଜୁ- ବାପା ମୋତେ ଗୋଟେ ଝିଅ ପସନ୍ଦ ହୋଇଛି, ମୁଁ ତାକୁ ବାହା ହେବାକୁ ଚାହୁଁଛି, ବାପା-କଣ ତୋତେ ସେ ପସନ୍ଦ କରୁଛି ? ସଞ୍ଜୁ- ହଁ ବାପା, ବାପା- ଯେଉଁ ଝିଅ ପସନ୍ଦ ଏମିତି ହୋଇଥିବ ତାକୁ ମୋ ଘର ବୋହୁ କରିପାରିବି ନାହିଁ ।

୧୦) ସ୍ତ୍ରୀ- ଉଠ ! ସକାଳ ହେଇଗଲାଣି ପା , ସ୍ୱାମୀ-ଆରେ ଆଖି ଖୋଲୁନି ମ , କିଛି ଏମିତି କୁହ ଯେମିତି ମୋର ନିଦ ହଜିଯିବ , ସ୍ତ୍ରୀ- ଯେଉଁ ଜାନୁ ସହ ରାତିରେ ଚ୍ୟାଟ୍ କରୁଥିଲ ସେଇଟା ମୋର ଦ୍ୱିତୀୟ ଆଇଡି ଅଟେ ,  ଏବେ ବିଚରା ସ୍ୱାମୀକୁ ୩ ଦିନ ହେବ ନିଦ ଆଉ ଆସୁନି ।

୧୧) ସଞ୍ଜୁ ନିଜ ଗାର୍ଲଫ୍ରେଣ୍ତର ବାପାଙ୍କୁ ଦେଖାକରିବାକୁ ଗଲା, ଝିଅର ବାପା- ମୁଁ ଚାହୁଁନି କି ମୋର ଝିଅ ନିଜ ପୁରା ଜୀବନ ଏକ ମୁର୍ଖ ଲୋକ ସହ କଟାଉ, ସଞ୍ଜୁ- ସେତିକି ଥାଉ ଅଙ୍କଲ୍ , ଏଥିପାଇଁ ତ ମୁଁ ତାକୁ ନେଇଯିବାକୁ ଯାଉଛି,  ଦେ ଜୋତା ଚପଲ ମାଡ ।

Leave a Reply

Your email address will not be published. Required fields are marked *