December 21, 2024

Odia Express

Leading Odia News Portal of Odisha

ଘରର କବାଟରେ ବାନ୍ଧିଦିଅନ୍ତୁ ଏହି ଛୋଟ ଲାଲ ଫିତା, ଓ ତାପରେ ଦେଖନ୍ତୁ କିପରି କିଛି ମିନିଟ୍ ରେ ବଦଳାଇଦେବ ଭାଗ୍ୟ

କେଉଁ ବି ଶୁଭ କାର୍ଯ୍ୟ ପୂର୍ବରୁ କିମ୍ବା ପୂଜା କରିବା ପୂର୍ବରୁ ପ୍ରଥମେ ତିଲକ କରାଯାଏ ଏବଂ ହାତରେ ରକ୍ଷା ପିନ୍ଧି ପୂଜା ଆରମ୍ଭ ହୋଇଥାଏ | କିନ୍ତୁ ଆପଣ ଜାଣନ୍ତି କି ଏହି ରକ୍ଷା ସୂତା କଣପାଇଁ ଧାରଣ କରାହୁଏ | ହାତରେ ଏହି ରକ୍ଷା ସୁତା ବାନ୍ଧିବା ପରମ୍ପରା ତେବେ ଠାରୁ ପ୍ରଚଳିତ, ଯେବେ ମହାନ୍ , ଦାନବୀର ରେ ଅଗ୍ରଣୀ ମହାରାଜ୍ ବାଳୀ ଙ୍କ ଅମରତା ପାଇଁ ବାମନ ଭଗବାନ ତାଙ୍କ ହାତରେ ରକ୍ଷା ସୁତା ବାନ୍ଧିଥିଲେ,  ଏହି ରକ୍ଷା କବଚ ରୁପରେ ଶରୀରରେ ବନ୍ଧା ହୋଇଥାଏ ।

କୁହାଯାଏ ଯେ ଯେତେବେଳେ ଇନ୍ଦ୍ର ବ୍ରୁତାସୁର ସହିତ ଯୁଦ୍ଧ କରିବାକୁ ଯାଉଥିଲେ, ସେତେବେଳେ ଇନ୍ଦ୍ରାଣୀ ଶାଚି ଇନ୍ଦ୍ରଙ୍କ ଡାହାଣ ହାତରେ ପ୍ରତିରକ୍ଷା କବଚ ବାନ୍ଧିଥିଲେ ଏବଂ ଇନ୍ଦ୍ର ଏହି ଯୁଦ୍ଧରେ ଜିତିଥିଲେ। ସେବେଠାରୁ, ଏହି ପ୍ରତିରକ୍ଷା ସୂତ୍ର ବନ୍ଧା ହୁଏ | ଏଥି ସହିତ, ଏହା ଅନୁଷ୍ଠାନର ବାଧା ଦୁର ହୋଇଯାଏ , | ରକ୍ଷା ସୁତା ଶତ ପ୍ରତିଶତ ସୁତାର ହେବା ଉଚିତ୍ , ରକ୍ଷା ସୁତା ବାନ୍ଧିବାର ପ୍ରଥା ତେବେ ଠାରୁ ଚାଲି ଆସୁଛି ଯେବେ ଦାନବୀର ରାଜା ବାଳୀଙ୍କ ପାଇଁ ବାମନ ଭଗବାନ ତାଙ୍କ ହାତରେ ରକ୍ଷା ସୁତା ବାନ୍ଧିଥିଲେ ।

ମୌଲି ବା ରକ୍ଷା ସୁତା ଶବ୍ଦର ଅର୍ଥ ହେଉଛି ‘ଶୀର୍ଷରେ’ | ମୌଲିର ଅର୍ଥ ମୁଣ୍ତରୁ ବି ହୋଇଥାଏ | | ଏହାର ବୈଦିକ ନାମ ଉପ ମଣିବନ୍ଧ ବି ଅଟେ ,ଶଙ୍କର ଭଗବାନଙ୍କ ମୁଣ୍ତ ଉପରେ ଚନ୍ଦ୍ରମା ବିରାଜମାନ ଅଛନ୍ତି , ଏଥିପାଇଁ ଚନ୍ଦ୍ରମୌଲି ବି କୁହାଯାଏ , ମୌଲି ସୁତାରେ ତିଆରି ହୋଇଥାଏ ,ଏଥିରେ ମୁଳତଃ ୩ ରଙ୍ଗର ସୁତା ହୋଇଥାଏ,  ଲାଲ, ହଳଦିଆ, ଓ ସବୁଜ, କିନ୍ତୁ କେବେ କେବେ ଏହା ୫ ଟି ସୁତାରୁ ତିଆରି ହୋଇଥାଏ, ଯେଉଁଥିରେ ନିଳ, ଓ ଧଳା ବି ହୋଇଥାଏ , ୩ ଓ ୫ ମତଲବ କେବେ ତ୍ରିଦେବଙ୍କ ନାମରେ କେବେ ପଞ୍ଚଦେବଙ୍କ ନାଁରେ ହୋଇଥାଏ ।

ପୁରୁଷ ଏବଂ ଅବିବାହିତ ଝିଅମାନେ ଡାହାଣ ହାତରେ ଏହାକୁ ବାନ୍ଧିବା ଉଚିତ୍ | ବିବାହିତା ମହିଳାମାନଙ୍କ ପାଇଁ ରକ୍ଷା ସୁତାକୁ ବାମ ହାତରେ ବାନ୍ଧିବା ନିୟମ ଅଛି | ଯେଉଁ ହାତରେ ରକ୍ଷାସୁତା ବନ୍ଧା ହୋଇଛି, ତାଙ୍କ ମୁଠା ବନ୍ଧ ହେବା ଉଚିତ୍ | ଅନ୍ୟ ହାତ ମୁଣ୍ଡରେ ରହିବା ଉଚିତ୍ | ରକ୍ଷା ସୁତା କେଉଁଠି ବି ବାନ୍ଧନ୍ତୁ , ସର୍ବଦା ମନେରଖନ୍ତୁ ଯେ ଏହି ସୂତାକୁ କେବଳ ୩ ଥର ଗୁଡ଼ାଇ ରଖିବା ଉଚିତ | ଶାସ୍ତ୍ରରେ ବିଶ୍ୱାସ କରାଯାଏ ଯେ ରକ୍ଷା ସୁତା ବାନ୍ଧିବାରେ ତ୍ରିଦେବ- ବ୍ରହ୍ମା, ବିଷ୍ଣୁ, ମହେଶ ଏବଂ ତିନି ଦେବୀ- ଲକ୍ଷ୍ମୀ, ପାର୍ବତୀ ଏବଂ ସରସ୍ୱତୀଙ୍କ ଆଶୀର୍ବାଦ ଓ କୃପା ପ୍ରାପ୍ତି ହୋଇଥାଏ ।

ଯଦି ତୁମେ ଅନୁଭବ କରୁଛ ଯେ ତୁମ ଉପରେ ସଙ୍କଟର ପରିସ୍ଥିତି ଉପୁଜିଛି, ତେବେ ତୁମେ ହନୁମାନ ଜୀଙ୍କ ମନ୍ଦିରକୁ ଯାଇ ରକ୍ଷା ସୁତା ବାନ୍ଧିଦିଅ,  ତୁମର ସମସ୍ତ ଅସୁବିଧା ଦୂର ହୋଇଯିବ, ସାବଧାନ ରୁହ ଯେ ରକ୍ଷା ସୁତା ବନ୍ଧା ହେବାବେଳେ ତୁମେ ହନୁମାନ ମନ୍ଦିରକୁ ଯାଇ  ହନୁମାନଜୀଙ୍କ ପାଦର ସିନ୍ଦୁରରୁ ରକ୍ଷା ସୁତା ରକ୍ଷା ସୁତାରେ ଲଗାଇବାକୁ ହେବ | ଏବଂ ତା’ପରେ ଏହାକୁ  ହାତରେ ବାନ୍ଧିବାକୁ ପଡିବ | ଯଦି ତୁମେ ହନୁମାନ ମନ୍ଦିରରେ ରକ୍ଷା ସୁତା ଆଣିକରି ନିଜ ଘରର ମୁଖ୍ୟ ଦ୍ୱାରରେ ବାନ୍ଧିଦିଅ ତେବେ ଆପଣଙ୍କ ଘରୁ ସବୁ ନକରାତ୍ମକ ଓ କୁପ୍ରଭାବ ପ୍ରବେଶ କରିପାରିବ ନାହିଁ ।

ରକ୍ଷାସୁତା ପାଦ, ଅଣ୍ଟା, ଓ ଗଳାରେ ଧାରଣ କଲେ ସ୍ୱାସ୍ଥ୍ୟ ଲାଭ ବି ହୋଇଥାଏ,  ଶରୀର ବିଜ୍ଞାନ ଅନୁସାରେ ଏଥିରେ ତ୍ରିଦୋଷ ମାନେ , ବାତ ,ପିତ୍ତ, ଓ କଫ ର ସନ୍ତୁଳନ ନିୟନ୍ତ୍ରଣ ରୁହେ , ବ୍ଲଡ୍ ପ୍ରେସର୍, ହାର୍ଟ ଆଟାକ୍, ଡାଇବେଟିଜ୍, ଓ ବାତ ପରି ରୋଗରୁ ରକ୍ଷା ପାଇବାପାଇଁ ହାତରେ ରକ୍ଷା ସୁତା ହିତକର ବୋଲି ଜଣାଯାଏ

Leave a Reply

Your email address will not be published. Required fields are marked *